ଅଭିଭାବକ ସଚେତନ ହେଲେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସୁଦୃଢ଼ ହେବ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଓଡ଼ଗାଁ ବ୍ଲକର ବିଭିନ୍ନ ରୂପାନ୍ତରିତ ବିଦ୍ୟାଳୟ ବୁଲି ତଦାରଖ କରିଛନ୍ତି । ରୂପାନ୍ତରିତ ହେବାକୁ ଥିବା ବାଣ୍ଠପୁର ଉଚ୍ଚ ବିଦ୍ୟାଳୟ କାର୍ଯ୍ୟ ଯୋଜନା ସମ୍ପର୍କରେ ପଚାରି ବୁଝିଛନ୍ତି । ଏହା ସହିତ କଳାକାହ୍ନୁ ଉଚ୍ଚ ବିଦ୍ୟାଲୟ, କୋମଣ୍ଡ ଉଚ୍ଚ ବିଦ୍ୟାଳୟ, ରୋହିବାଙ୍କ ଉଚ୍ଚ ବିଦ୍ୟାଳୟ, ଝାଙ୍ଗିରାମ ଉଚ୍ଚ ବିଦ୍ୟାଳୟ ଗୈାଡ଼ପୁଟ ରୂପାନ୍ତରିତ କାର୍ଯ୍ୟର ତଦାରଖ କରିବା ସହ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ସହ ଆଲୋଚନା କରିଛନ୍ତି । ବିଦ୍ୟାଳୟରେ ସ୍ମାର୍ଟକ୍ଲାସ ରୁମ, ଅତ୍ୟାଧୁନିକ ଲାଇବ୍ରେରୀ, ବିଜ୍ଞାନଗାରର ଉପକାରିତା ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ବୁଝାଇବା ସହ ଅଭିଭାବକମାନେ ସଚେତନ ହେଲେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସୁଦୃଢ଼ ହେବ ବୋଲି କହିଛନ୍ତି । ଶିକ୍ଷା ସହିତ ଛାତ୍ରଛାତୀଙ୍କୁ ବୈଦ୍ଧିକ ଶିକ୍ଷା ପ୍ରଦାନ କରିବା ପାଇଁ ବିଧାୟକ ପରାମର୍ଶ ଦେଇଛନ୍ତି । ରୂପାନ୍ତରିତ ବିଦ୍ୟାଳୟ ସହ ତାଳଦେଇ ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ନିଜକୁ ପରିବର୍ତ୍ତନ କରିବାର ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିଛନ୍ତି । କ୍ରୀଡ଼ାକୁ ରାଜ୍ୟ ସରକାର ଗୁରୁତ୍ୱ ଦେଉଥିବାରୁ ଏହା ଉପରେ ଦୃଷ୍ଟି ଦେବାକୁ ପରାମର୍ଶ ଦେଇଛନ୍ତି । ବିଧାୟକଙ୍କ ଗ୍ରସ୍ତରେ ଓଡ଼ଗାଁ ବ୍ଲକ ଅଧ୍ୟକ୍ଷା ଲୋକନାଥ ସାହୁ, ଜିଲ୍ଲା ପରିଷଦ ସଦସ୍ୟ ଓ ପ୍ରତ୍ୟେକ ପଞ୍ଚାୟତ ସରପଞ୍ଚ ଓ ସମିତି ସଭ୍ୟମାନେ ଉପସ୍ଥିତ ରହିଥିଲେ ।

Related posts