ମହିଳା ସ୍ୱାବଲମ୍ବୀ ହେଲେ ସାମାଜିକ ବିକାଶ ହେବ: ଅରୁଣ

ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡ଼ଗାଁ ବ୍ଲକ ରଙ୍ଗଣିପାଟଣାଠାରେ ନୂତନ ମିଶନ ଶକ୍ତି ଗୃହର ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଯୋଗ ଦେଇ ମହିଳାଙ୍କୁ ସଶକ୍ତ କରିବାକୁ ମୁଖ୍ୟମନ୍ତ୍ରୀ ସଦାସର୍ବଦା ଚେଷ୍ଟିତ ବୋଲି କହିଛନ୍ତି । ମିଶନ ଶକ୍ତି ମାଧ୍ୟମରେ ମହିଳାଙ୍କୁ ସ୍ୱାବଲମ୍ବୀ କରିବା ଦ୍ୱାରା ସାମାଜିକ ବିକାଶ ହେବ ବୋଲି କହିଛନ୍ତି । ୨୦ ବର୍ଷ ତଳେ ଆରମ୍ଭ ହୋଇଥିବା ମିଶନ ଶକ୍ତି କାର୍ୟ୍ୟକ୍ରମ ଆଜି ୭୦ ଲକ୍ଷ ମା ମାନଙ୍କର ଏକ ବିରାଟ ଆନ୍ଦୋଳନ ହୋଇପାରିଛି। ପଞ୍ଚାୟତ ପ୍ରାଙ୍ଗଣରେ ମିଶନ ଶକ୍ତି ଗୃହକୁ ଫିତା କାଟି ଉଦଘାଟନ କରି ଗାଁକୁ କାମ ଓ ମା ଙ୍କୁ ସମ୍ମାନ ଦେବା ପାଇଁ ସ୍ବର୍ଗତ ବିଜୁ ପଟ୍ଟନାୟକ ଯେଉଁ ସ୍ୱପ୍ନ ଦେଖିଥିଲେ ଆଜି ତାହା ସଫଳ ହୋଇଛି ବୋଲି ବିଧାୟକ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ଓଡ଼ଗାଁ ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ, ବିଡ଼ିଓ ସ୍ୱାତିଲେଖା ଦାସ, ସହକାରୀ ଯନ୍ତ୍ରୀ ଅରୁନ୍ଧତୀ ପଣ୍ଡା, ଜିଲ୍ଲା ପରିଷଦ ସଭ୍ୟା ବିରଜାଲକ୍ଷ୍ମୀ ସାହୁ, ଝିଲି ପ୍ରଧାନ, ସରପଞ୍ଚ ସସ୍ମିତା ପାତ୍ର, ସମିତି ସଭ୍ୟ ସସ୍ମିତା ଶୁକ୍ଳ, ସେବା ସମବାୟ ସମିତି ସଭାପତି ନିତ୍ୟାନନ୍ଦ ପ୍ରଧାନ, ବିଭୁ ସାହୁ ଓ ଶତାଧିକ ମହିଳା ଉପସ୍ଥିତ ଥିଲେ।

Related posts