ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲକ ମାଛିପଡ଼ା ଗ୍ରାମ ପଞ୍ଚାୟତର ବିରୋଧି ଦଳର ନେତା ବାବୁଲି ଜେନା ଆଜି ବିଜୁ ଜନତା ଦଳରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି । ବାବୁଲି ଜେନା ହେଉଛନ୍ତି ମାଛିପଡା ପଞ୍ଚାୟତର ବର୍ତ୍ତମାନର ସମିତି ସଭ୍ୟା ସୁକେସିନି ଜେନାଙ୍କ ସ୍ବାମୀ । ସେ ମାଛିପଡ଼ା ପଞ୍ଚାୟତ ର ବିରୋଧ ଦଳର ବରିଷ୍ଠ ନେତା ଭାବେ ପରିଚିତ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିତି ଆଦର୍ଶ ଓ ନୟାଗଡ଼ ବିଧାୟକ ଡ଼ଃ. ଅରୁଣ କୁମାର ସାହୁଙ୍କ ବିକାଶ ମୁଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ବିଜୁ ଜନତା ଦଳରେ ସାମିଲ ହୋଇଥିବା ପ୍ରକାଶ କରିଛନ୍ତି । ନୟାଗଡ଼ ବିଧାୟକ ଡ଼ଃ.ସାହୁଙ୍କ ଭୁବନେଶ୍ବର ସ୍ଥିତ ବାସ ଭବନରେ ଆଜି ସେ ବିଧବଦ୍ଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି । ତାଙ୍କ ଯୋଗ ଦ୍ବାରା ମାଛିପଡ଼ା ବିଜୁ ଜନତା ଦଳ ଆହୁରି ଅଧିକ ସୁଦୃଢ଼ ହେବ ବୋଲି ମତପ୍ରକାଶ ପାଇଛି । ଆଜିର ଏହି ମିଶ୍ରଣ ପର୍ବରେ ନୟାଗଡ଼ ବ୍ଲକ ଯୁବ ନେତା ତଥା ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ଜିଲ୍ଲା ପରିଷଦ ସରୋଜ ରଣସିଂ, ସରପଞ୍ଚଙ୍କ ପ୍ରତିନିଧି ନାରାୟଣ ସାହୁ, ପୂର୍ବତନ ସରପଞ୍ଚ ପରକ୍ଷିତ ମହାପାତ୍ର, ମାଛିପଡ଼ା ବିଜୁ ଜନତା ଦଳର ସଭାପତି ହସମତ ଖାନ, ଯୁବ ସଙ୍ଗଠକ ମଙ୍ଗୁଳି ବେହେରା, ପୂର୍ବତନ ସମିତି ସଭ୍ୟ ଦେବରାଜ ବେହେରା ଓ ରଞ୍ଜନ ଡାକୁଆ ପ୍ରମୁଖ ଉପସ୍ଥିତ ରହିଥିଲେ ।

