ଛାତ୍ରଛାତ୍ରୀଙ୍କ ଦ୍ୱାରା ଜାଗରଣ ଯାତ୍ରା ଏବଂ ପଥପ୍ରାନ୍ତ ନାଟିକା

ନୟାଗଡ଼,(ନୟାଗଡ଼ ଦର୍ପଣ): ସ୍ୱାଧିନତାର ହୀରକ ଜୟନ୍ତୀ ଉପଲକ୍ଷେ ନୟାଗଡ଼ ମଡେଲ ଡିଗ୍ରୀ କଲେଜ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଭାରତୀୟ ସ୍ୱାଧିନତାରେ ଓଡ଼ିଶାର ଅବଦାନ ତଥା ମହାତ୍ମା ଗାନ୍ଧୀଙ୍କ ସଂଶ୍ଲିଷ୍ଟତା ଉପରେ ଏକ ଜାଗରଣ ଯାତ୍ରା ଏବଂ ପ୍ରଥପାନ୍ତ ନାଟିକା ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ନିଳାଞ୍ଚଳ ସେଠୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ୨୫୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଏହି ଯାତ୍ରାରେ ଭାଗ ନେଇ ନିକଟସ୍ଥ ଲାଠିପଡ଼ା ଗ୍ରାମ ପରିକ୍ରମା କରିଥିଲେ । ଏହି ପରିପ୍ରେକ୍ଷୀରେ ଗାନ୍ଧୀଜୀଙ୍କ ସ୍ୱଚ୍ଛତା ଏବଂ ଅହିଂସା ସମ୍ବନ୍ଧୀୟ ବାର୍ତ୍ତାକୁ ନେଇ ଦୁଇ ଗୋଟି ଭିନ୍ନ ଭିନ୍ନ ପଥପ୍ରାନ୍ତ ନାଟିକା ଛାତ୍ରଛାତ୍ରୀଙ୍କ ଦ୍ୱାରା ପରିବେଶିତ ହୋଇଥିବା ବେଳେ ଏହା ଗ୍ରାମବାସୀ ମାନଙ୍କୁ ବେଶ ପ୍ରଭାବିତ କରିଥିଲା । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟାପକ ଗୌରମୋହନ ସାହୁ, ଡ.ନାରାୟଣ ସୁରଜିତ ବେହେରା, ଡ.ମାନସ ରଞ୍ଜନ ଶତପଥି, ଡ.ଜ୍ୟୋତ୍ସ୍ନାମୟୀ କର, ଡ. ଜୟରାମ ସିଂ ସାମଲ,ବିଜୟିନୀ ଶୁଭଦର୍ଶିନୀ, ସୁନିଲ କୁମାର ମଲ୍ଲିକ ପ୍ରମୁଖ ଅଧ୍ୟାପକ ଅଧ୍ୟାପିକା ମାନେ ଅଂଶ ଗ୍ରହଣ କରି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ ।

Related posts