‘ସ୍ଵଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମରେ ଯୋଗଦେଇ ପରିବେଶକୁ ସଫା କଲେ ବ୍ଳକ ଅଧ୍ୟକ୍ଷ କିଶୋର

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲକ ମାଛିପଡ଼ା ଗ୍ରାମ ପଞ୍ଚାୟତରେ “ସ୍ଵଚ୍ଛତା ହିଁ ସେବା” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ନୟାଗଡ଼ ବ୍ଲକ ଅଧ୍ୟକ୍ଷ ତଥା ଯୁବନେତା କିଶୋର ଚନ୍ଦ୍ର ସାହୁ ଯୋଗଦେଇ ସ୍ବଚ୍ଛତା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଏହି ଅବସରରେ ମାଛିପଡ଼ା ଗ୍ରାମପଞ୍ଚାୟତ ଠାରେ ଏକ ସଭାର ଆୟୋଜନ କରାଯାଇଥିଲା । ଉକ୍ତ ସଭାରେ ବିଡିଓ ପଦ୍ମଚରଣ ସାହୁ “ସ୍ଵଚ୍ଛତା ହିଁ ସେବା” ପ୍ରତ୍ୟେକ ପଞ୍ଚାୟତରେ ମୂଳମନ୍ତ୍ର ହେଉ ବୋଲି କହିଥିଲେ । ପ୍ଲାଷ୍ଟିକ, କାଚ, କାଗଜ, ଅନ୍ୟାନ୍ୟ ଅଳିଆ ଆବର୍ଜନାକୁ ଗୋଟିଏ ଯାଗାରେ ରଖି ପରିବେଶକୁ ସରସ ସୁନ୍ଦର କରିବା ପାଇଁ ପରାମର୍ଶ ଦେଇଥିଲେ। କୌଣସି ବର୍ଜ୍ୟବସ୍ତୁକୁ ଉଦିଷ୍ଟ ସ୍ଥାନ ବ୍ୟତୀତ ଅନ୍ୟତ୍ର ବାହାରେ ନ ପକାଇବା ପାଇଁ ସମସ୍ତଙ୍କୁ ନିବେଦନ କରିଥିଲେ। ସ୍ବଚ୍ଛ ମିଶନ ପକ୍ଷରୁ ସେପ୍ଟେମ୍ବର ୧୫ତାରିଖରୁ ଅକ୍ଟୋବର ୨ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଜାରି ରହିବ । ମୁଖ୍ୟତଃ ପରିବେଶକୁ ସଫାସୁତୁରା ରଖିବା, ଡଷ୍ଟବିନ ବ୍ୟବହାର କରିବା, ପ୍ଲାଷ୍ଟିକ ବ୍ୟବହାର କରିବା ନାହିଁ, ରାସ୍ତାଘାଟରେ ଅଳିଆ ଆବର୍ଜନା ପକାଇବା ନାହିଁ, ପରିବେଶକୁ ସରସ ସୁନ୍ଦର ରଖୁବା ପାଇଁ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଅତିଥିମାନେ ପ୍ରକାଶ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ନାରାୟଣ ସାହୁ, ସମିତି ସଭ୍ୟା ସୁକେସିନି ଜେନା, କନିଷ୍ଠ ଯନ୍ତ୍ରୀ ମୁରଲିଧର ରାଉତ, ଶୁସାନ୍ତ କୁମାର ପଣ୍ଡା, ଏପିଓ ମିଟନ ମହାପାତ୍ର, ଜିପିଓ
ସତ୍ୟନାରାୟଣ ଭୋଇ, ପିଇଓ ପ୍ରଭାକର ମିଶ୍ର, ଗ୍ରାମ ରୋଜଗାର ସେବକ ମଧୁ କିଶୋର ପାଲ, ମୁଖ୍ୟ ପ୍ରଶିକ୍ଷକ ପ୍ରଶାନ୍ତ କୁମାର ଦାସ, ବ୍ଲକ ସ୍ବଚ୍ଛତା
ସଂଯୋଜକ କ୍ଷୀରୋଦ ପ୍ରଧାନ, ପୂର୍ବତନ ସରପଞ୍ଚ ପରକ୍ଷିତତ ମହାପାତ୍ର, ରଞ୍ଜନ ଡାକୁଆ ପ୍ରମୁଖ ସାମିଲ ହୋଇଥିଲେ । ଆଶା, ଅଙ୍ଗନୱାଡି ଓ ବିଭିନ୍ନ
ମହିଳା ସ୍ବୟଂ ସହାୟକ ଗୋଷ୍ଠିର ମହିଳାମାନେ ଉକ୍ତ କାର୍ଯ୍ୟକ୍ରମରେ ସାମିଲ
ହୋଇଥିଲେ । ମାଛିପଡ଼ା ଗ୍ରାମ ପଞ୍ଚାୟତ ଠାରେ ଏହି କାର୍ଯ୍ୟକ୍ରମ ଆରମ୍ଭ
ହୋଇ ଗ୍ରାମ ପରିକ୍ରମା କରିଥିଲା । “ସ୍ଵଚ୍ଛତା ହିଁ ସେବା”ର ମୁଖ୍ୟ ଉଦ୍ଦେଶ୍ୟ କୁ
ନେଇ ସଚେତନତା କରାଯାଇଥିଲା ।

Related posts