ମଣିପୁରରେ ଶାନ୍ତି ପାଇଁ ନୟାଗଡ଼ରେ କଂଗ୍ରେସର ଶାନ୍ତିପୂର୍ଣ୍ଣ ବିରୋଧ

ନୟାଗଡ଼, (ନୟାଗଡ଼ ଦର୍ପଣ): ଦୀର୍ଘ ତିନିମାସ ଧରି ମଣିପୁର ରାଜ୍ୟରେ ହିଂସା ଉଗ୍ରରୂପ ଧାରଣ କରି ସାଧାରଣ ଜନଜୀବନ ପ୍ରଭାବିଜ ହୋଇ ସାରିଲଣି, ଆଦିବାସୀ ମହିଳା ମହିଳାମାନଙ୍କ ଉପରେ ବର୍ବରୋଚିତ ଏବଂ ଲଜ୍ଜ୍ୟା ଜନକ ଘଟଣା ସମସ୍ତ ଦେଶବାସୀଙ୍କୁ ବ୍ୟଥିତ କରୁଥିବା ବେଳେ ସେଠାରୁ ହିଂସା ବନ୍ଦ କରାଇବା ଏବଂ ଶାନ୍ତି ଫେରାଇ ଆଣିବା ଦିଗରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ବିଜେପି ଦଳର ଡବଲ ଇଂଜିନ ସରକାର ବିଫଳତା ପ୍ରତିବାଦ ରେ ଜିଲ୍ଲା ମହିଳା କଂଗ୍ରେସ ପକ୍ଷରୁ ଆଜି ମଧ୍ୟାହ୍ନରେ ନୟାଗଡ଼ ଟ୍ରାଫିକ ଛକ ଠାରେ ଶାନ୍ତିପୂର୍ଣ୍ଣ ବିରୋଧ ପ୍ରଦର୍ଶନ କରାଯାଈ ତୁରନ୍ତ ମଣିପୁରରେ ଶାନ୍ତି ପ୍ରତିଷ୍ଠା କରିବା ପାଇଁ ଦାବୀ କରାଯାଇଛି l ମୋଦି ସରକାର ହିଂସା ବନ୍ଦ କରାଇବାରେ କୌଣସି ଇଛାଶକ୍ତି ନଥିବା ଯୋଗୁଁ ଗାଦୀ ଛାଡ଼ିବା ପାଇଁ ମହିଳା କଂଗ୍ରେସ କର୍ମୀ ମାନେ…

Read More

ସିଭିଲ ସୋସାଇଟ ପକ୍ଷରୁ ନୟାଗଡ଼ ଜିଲ୍ଲାପାଳଙ୍କୁ “ଭୂମିପୂତ୍ର” ସମ୍ମାନ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାବାସୀଙ୍କ ପ୍ରିୟ ଜିଲ୍ଲାପାଳ ରବିନ୍ଦ୍ର ନାଥ ସାହୁଙ୍କୁ ନୟାଗଡ଼ର ଅଗ୍ରଣୀ ଅନୁଷ୍ଠାନ ସିଭିଲ ସୋସାଇଟ ପକ୍ଷରୁ “ଭୂମିପୂତ୍ର” ସମ୍ମାନରେ ସମ୍ମାନିତ କରାଯାଇଛି । ଜିଲ୍ଲାପାଳ ଶ୍ରୀଯୁକ୍ତ ସାହୁ ମହାମହିମ ରାଷ୍ଟ୍ରପତିଙ୍କ ଦ୍ବାରା ଭୂମିସମ୍ମାନ ପାଇ ନୟାଗଡ଼ର ଗର୍ବ ଓ ଗୌରବ ବଢାଇଥିଲେ । ଏହି ଅବସରରେ ନୟାଗଡ଼ ଜନସାଧାରଣଙ୍କ ତରଫରୁ ସିଭିଲ ସୋସାଇଟ ପକ୍ଷରୁ ନୟାଗଡ଼ର ସଭ୍ୟମାନେ ପୁଷ୍ପଗୁଛ, ଉତ୍ତରୀୟ, ମାନପତ୍ର ଦେଇ ସମ୍ମାନିତ କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ସିଭିଲ ସୋସାଇଟର ମୁଖ୍ୟ ଉପଦେଷ୍ଟା ଶ୍ରୀକାନ୍ତ ଖଟେଇ, ନିରଞ୍ଜନ ମିଶ୍ର, ଅଧ୍ୟକ୍ଷ ଗୋଦାବରୀଶ ସାହୁ, ଉପାଧ୍ୟକ୍ଷ ଭଗବତୀ ପଟ୍ଟନାୟକ, ସମ୍ପାଦକ ଧନେଶ୍ବର ପ୍ରଧାନ, ରଜନୀକାନ୍ତ ଭୂୟାଁ, ଶରତ ଚନ୍ଦ୍ର ସାହୁ, କୋଷାଧ୍ୟକ୍ଷ ଆଦିକନ୍ଦ ପ୍ରଧାନ, ଅଶ୍ବିନୀ କୁମାର ଜେନା, କୈଳାଶ ଚନ୍ଦ୍ର ପ୍ରଧାନ, ଲୋକବିନ୍ଦୁ ମହାପାତ୍ର,ଉଦୟନାଥ ମହାନ୍ତି ଓ ଅନ୍ୟମାନେ ଉପସ୍ଥିତ…

Read More

ନୟାଗଡ଼ ବ୍ଳକରେ ବାଲ୍ୟ ବିବାହ ମୁକ୍ତ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲକ ପରିସରରେ ଥିବା ସଭା ଗୃହରେ ବାଲ୍ୟ ବିବାହ ମୁକ୍ତ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହା ରୁଚିକା ସମାଜ ମଙ୍ଗଳ ସମିତି ଓ ପଂଚାୟତ ସମିତି ନୟାଗଡ଼ ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ରୁଚିକା ସମାଜ ମଂଗଳ ସମିତିର ସିଇଓ ଡ଼ଃ ବେଣୁଧର ସେନାପତି ବାଲ୍ୟ ବିବାହ ଉପରେ ପୁଙ୍ଖାନୁପୁଙ୍ଖ ବର୍ଣନା କରିଥିଲେ ଓ ବାଲ୍ୟ ବିବାହ ଯଦି କେହି କରୁଥାଏ କଣ ଆଇନ ବିଧାନ ଅଛି, ବାଲ୍ୟ ବିବାହ କରିବା ଦ୍ୱାରା ଶିଶୁର କିପରି କ୍ଷତି ଘଟୁଛି ସେ ଦିଗରେ ଆଲୋଚନା କରିଥିଲେ। ପିଲାଙ୍କ ଉପରେ ପ୍ରଥମ ନୋବେଲ ପୁରସ୍କାର ପାଇଥିବା କୈଳାସ ସତ୍ୟର୍ଥୀ ଆମ ଓଡ଼ିଶାରେ ୮ଜ଼ିଲ୍ଲା ବାଲ୍ୟ ବିବାହ ମୁକ୍ତ କିପରି ହୋଇପାରିବ ସେ ଲାଗି ନୟାଗଡରେ ରୁଚିକା ସମାଜ ମଂଗଳ ଭୁବନେଶ୍ୱର ତରଫରୁ ନୟାଗଡ଼…

Read More

ଶରଣକୁଳରେ ମଣିପୁରରେ ବର୍ବରତାକୁ ନେଇ ପ୍ରତିବାଦ ସଭା

ଶରଣକୁଳ,(ନୟାଗଡ଼ ଦର୍ପଣ): ଶରଣକୁଳ ବଜାରରେ ପ୍ରତିବାଦ ସଭା ମାଧ୍ୟମରେ ସି. ପି. ଆଇ. ଏମ ଓ ଏସ ୟୁ ସି ଆଇ ପକ୍ଷରୁ ମଣିପୁରରେ ଘଟୁଥିବା ନାରୀ ଅତ୍ୟାଚାର ଓ ସଂଖ୍ୟାଲଘୁ କୁକି ଆଦିବାସୀ ସଂହାରର ନିନ୍ଦା କରାଯାଇଥିଲା। ଏଥିପାଇଁ ଦାୟୀ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଓ ମୁଖ୍ୟମନ୍ତ୍ରୀ ବୀରେନ୍ଦ୍ର ସିଂଙ୍କ ଇସ୍ତଫା ଦାବି କରାଯାଇଛି। କୃଷକ ନେତା ଗୋଲକ ବିହାରୀ ମୁଦୁଲିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଶ୍ରମିକ ଓ କୃଷକ ନେତା ବିଶ୍ୱନାଥ ମହାପାତ୍ର, କୃଷ୍ଣଚନ୍ଦ୍ର ମହାପାତ୍ର, ପବିତ୍ର ଇନ୍ଦ୍ରଜିତ, ଜ୍ୟୋତିପ୍ରଭା ଜେନା, ନିରଞ୍ଜନ ସାହୁ, ରବି ମହାପାତ୍ର, ଭାଗିରଥି ସ୍ୱାଇଁ, ଧୀରେନ ପାତ୍ର ପ୍ରମୁଖ ବକ୍ତବ୍ୟ ରଖିଥିଲେ।

Read More

ତପସ୍ୟା ଶିଶୁ ଗୃହରେ ପାଠ୍ୟ ଉପକରଣ ବାଣ୍ଟିଲେ ସମାଜସେବୀ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ନିକଟସ୍ଥ ଘଡୁଆଳ ତପସ୍ୟା ଶିଶୁ ଗୃହରେ ନୟାଗଡ଼ ପୁରୁଣା ସହର ନିବାସୀ ସମାଜସେବୀ ତଥା କଣ୍ଟ୍ରାକ୍ଟର ପ୍ରଶାନ୍ତ କୁମାର ପଟ୍ଟନାୟକ ଶିଶୁମାନଙ୍କୁ ପାଠ୍ୟ ଉପକରଣ ବଣ୍ଟନ କରିଛନ୍ତି। ଅନାଥ ଅସହାୟ ଶିଶୁ ମାନଙ୍କ ଶିକ୍ଷା ଅଧ୍ଯୟନରେ ସହଯୋଗ କରିବା ପାଇଁ ସମାଜସେବୀ ଅରୁଣ କୁମାର ମହାନ୍ତି ଦିନେ ଶ୍ରୀଯୁକ୍ତ ପଟ୍ଟନାୟକଙ୍କୁ ଅନୁରୋଧ କରିଥିଲେ।ଆଜି ସେହି ଅନୁରୋଧକୁ ରକ୍ଷାକରି ଅନାଥ ଶିଶୁ ମାନଙ୍କ ମୁହଁ ରେ ହସ ଫୁଟାଇବାସହ ଉପଯୁକ୍ତ ଶିକ୍ଷା ପାଇବା ପାଇଁ ଶ୍ରୀଯୁକ୍ତ ପଟ୍ଟନାୟକ ସ୍କୁଲ ବ୍ଯାଗ୍, ବହି ଖାତା, ପେନ୍, ପେନସିଲ୍ ଆଦି ପାଠ୍ୟ ଉପକରଣ ଶିଶୁମାନଙ୍କୁ ବଣ୍ଟନ କରିଛନ୍ତି। ଏହି ମହତ୍ କାର୍ଯ୍ୟ ପାଇଁ ଜିଲ୍ଲା ଶିଶୁ ମଙ୍ଗଳ ସମିତିର ସଦସ୍ଯା ସନ୍ଧ୍ଯାରାଣୀ ପଟ୍ଟନାୟକ ଶ୍ରୀଯୁକ୍ତ ପଟ୍ଟନାୟକଙ୍କୁ ଧନ୍ଯବାଦ ଅର୍ପଣ କରିଛନ୍ତି।

Read More

ସିନ୍ଦୁରିଆ ସରକାରୀ ଉଚ୍ଚ ବିଦ୍ୟାଳୟରେ ପୋଷାକ ବଣ୍ଟନ

ନୟାଗଡ଼,(ନୟାଗଡ଼ ଦର୍ପଣ): ସିନ୍ଦୁରିଆ ସରକାରୀ ଉଚ୍ଚ ବିଦ୍ୟାଳୟରେ ପଢ଼ୁଥିବା ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଆଜି ମାଗଣା ପୋଷାକ ବଣ୍ଟନ କରାଯାଇଛି l ଅପରାହ୍ଣରେ ଆୟୋଜିତ ପୋଷାକ ବଣ୍ଟନ ଉତ୍ସବରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ନାରାୟଣ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ବେଳେ କମିଟିର ସଦସ୍ୟ ସନ୍ତୋଷ ସାହୁ, ଦାଶରଥି ବେହେରା, ଫକୀର ପରିଡ଼ା, ସୁମିତ୍ରା ସାହୁ ଓ ଅନିତା ଦାସଙ୍କ ସମେତ ଅନ୍ୟ ସଦସ୍ୟ ସଦସ୍ୟା ମାନେ ଯୋଗଦେଇ ପିଲାଙ୍କୁ ପୋଷାକ ବଣ୍ଟନ କରିଥିଲେ l ଆଜିର କାର୍ଯ୍ୟକ୍ରମକୁ ପ୍ରଧାନଶିକ୍ଷୟିତ୍ରୀ ଝୁମୁରୀ ସାହୁ ତଦାରଖ କରିଥିବା ବେଳେ ବରିଷ୍ଠ ସହକାରୀ ଶିକ୍ଷକ ଶେଖ ଅବଦୁଲ ଖାଲିକ, ସଲିମ ଇବ୍ରାହିମ, ସବିତା ପଟ୍ଟନାୟକ ଓ ମଗନମ ଜାହାଁ ପ୍ରମୁଖ ସହଯୋଗ କରିଥିଲେ l ନୂଆ ପୋଷାକ ପାଇ ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ଖୁସି…

Read More

ମୁଖ୍ୟ ରେଳ ସୁରକ୍ଷା ଅଧିକାରୀଙ୍କ ଦଶପଲ୍ଲା ଷ୍ଟେସନ ନିରୀକ୍ଷଣ, ଖୁବଶୀଘ୍ର ଦଶପଲ୍ଲାକୁ ଗଡ଼ିବ ଟ୍ରେନ

ଦଶପଲ୍ଲା,(ନୟାଗଡ଼ ଦର୍ପଣ): ଦକ୍ଷିଣ ପୂର୍ବ ରେଳପଥର ମୁଖ୍ୟ ରେଳ ସୁରକ୍ଷା ଅଧିକାରୀ ଏ.ଏମ.ଚୌଧୁରୀଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ବୈଷୟିକ ମଣ୍ଡଳୀ ଆଜି ପୂର୍ବାହ୍ନରେ ନୂଆଗାଁ ରୋଡ଼-ଦଶପଲ୍ଲା ରେଳ ଲାଇନର ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି। ଏଣୁ ଖୁବଶୀଘ୍ର ଦଶପଲ୍ଲାକୁ ଟ୍ରେନ ଗଡ଼ିବା ପାଇଁ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିବା ବେଳେ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ମୁଖ୍ୟ ସୁରକ୍ଷା ଅଧିକାରୀ ଶ୍ରୀ ଚୌଧୁରୀ ଯାଞ୍ଚ ସମ୍ପର୍କିତ ରିପୋର୍ଟ ଖୁବଶୀଘ୍ର ପ୍ରଦାନ କରିବା ପାଇଁ ବିଭାଗ ପକ୍ଷରୁ କୁହାଯାଇଛି। ଆଜିର ଏହି ଯାଞ୍ଚ କାର୍ଯ୍ୟକ୍ରମରେ ପୂର୍ବତଟ ରେଳପଥର ମୁଖ୍ୟ ବ୍ରିଜ ଅଧିକାରୀ ଏବଂ ମୁଖ୍ୟ ସିଗନାଲ ଅଧିକାରୀଙ୍କ ସମେତ ଅନ୍ୟାନ୍ୟ ପଦସ୍ଥ ଅଧିକାରୀ ମାନେ ଯୋଗଦାନ କରିଥିଲେ। ଆସନ୍ତା ଅଗଷ୍ଟ ମାସରେ ଦଶପଲ୍ଲା ଷ୍ଟେସନ କାର୍ଯ୍ୟକ୍ଷମ ହେବା ସହିତ ଖୁବଶୀଘ୍ର ଦଶପଲ୍ଲା ଭୁବନେଶ୍ୱର ଏବଂ…

Read More

କବି ଗୌରାଙ୍ଗ ପ୍ରଧାନଙ୍କ ୮ମ ଶ୍ରାଦ୍ଧ ବାର୍ଷିକୀ ସଭା ଅନୁଷ୍ଠିତ

ଶରଣକୁଳ,(ନୟାଗଡ଼ ଦର୍ପଣ): ପ୍ରତିବର୍ଷ ଭଳି ଚଳିତ ବର୍ଷ କବି, ସାହିତ୍ୟିକ, ସ୍ତମ୍ଭାକାର, ସାମ୍ବାଦିକ ତଥା ଜନପ୍ରିୟ ରାଜନେତା କବି ଗୌରାଙ୍ଗ ପ୍ରଧାନ(କନ୍ଦର୍ପ)ଙ୍କର ୮ମ ଶ୍ରାଦ୍ଧବାର୍ଷିକୀ ସଭା ଆଜି ଶରଣକୁଳ ନିକଟବର୍ତ୍ତୀ ବାଉଁଶିଆସ୍ଥ ଆଶ୍ରୟ ସମ୍ମିଳନୀ କକ୍ଷରେ କବି ଗୌରାଙ୍ଗ ପ୍ରଧାନ ସ୍ମୃତି ପରିଷଦ ଓ ଶରଣକୁଳ ସାହିତ୍ୟ ସଂସଦ ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଅବସରପ୍ରାପ୍ତ ଶିକ୍ଷକ ଭଗବାନ ମିଶ୍ର, ନାଟ୍ୟକାର ପ୍ରଫେସର ରାମଚନ୍ଦ୍ର ମିଶ୍ର, ନାଟ୍ୟକାର ଡ. ବିଜୟ କୁମାର ଚୋୈଧୁରୀ, ଓଡ଼ିଶା ସାହିତ୍ୟ ଏକାଡେ଼ମୀ ସଦସ୍ୟ ଅବସର ପ୍ରାପ୍ତ ଅଧ୍ୟକ୍ଷ ଅଶୋକ କୁମାର ନାୟକ, ଅବସର ପ୍ରାପ୍ତ ଶିକ୍ଷକ ତଥା କବି ଗୋଦାବରୀଶ ମିଶ୍ର, ଶିକ୍ଷକ ତଥା କବି ଶରତ ଚନ୍ଦ୍ର ଆଚାର୍ଯ୍ୟ ଅତିଥି ଭାବେ ଯୋଗଦାନ କରି କବିଙ୍କର ସ୍ମୃତି ଚାରଣ କରିଥିଲେ। ଏଥିରେ ଅଧ୍ୟାପକ ଭାବଗ୍ରାହୀ କରଙ୍କୁ କବି…

Read More

ନୟାଗଡ଼ ବୃଦ୍ଧାଶ୍ରମ ସମର୍ପଣ ଗୃହର ଅନ୍ତେବାସୀ ଅମରୀ ବେଓ୍ବାଙ୍କର ଦେହାନ୍ତ

ନୟାଗଡ଼,(ନୟାଗଡ଼ ଦର୍ପଣ): ଯାହାର କେହି ନାହିଁ, ତା’ପାଇଁ ଈଶ୍ବର ଅଛନ୍ତି। ଦୀର୍ଘ ୨୦ ରୁ ୨୫ ବର୍ଷତଳେ ଇଟାମାଟି ଟାଙ୍ଗି ପୋଖରୀ ହୁଡାରେ ବାସ କରୁଥିବା ଅମରୀ ବେଓ୍ବାଙ୍କର ପରିବାର ବଜ୍ରପାତରେ ନିଶ୍ଚିହ୍ନ ହୋଇ ଯାଇଥିଲା। କେବଳ ବର୍ତ୍ତି ଯାଇଥିଲା ଅମରୀ ବେଓ୍ବା। ପରଘରେ ବାସନ ମାଜି ଚଳି ଯାଉଥିଲା ସେ। ଯେତେବେଳେ ବାର୍ଦ୍ଧକ୍ଯ ଜନିତ ପୀଡାରେ କାମ କରି ପାରିଲା ନାହିଁ। ସେତେବେଳେ ସମର୍ପଣ ବୃଦ୍ଧାଶ୍ରମ ହୋଇ ଗଲା ତାଙ୍କର ଆଶ୍ରୟସ୍ଥଳ। ଦୀର୍ଘ ୦୪ ବର୍ଷ ହେଲା ସେ ସମର୍ପଣରେ ରହିଆସୁଥିଲା। ପ୍ରବଳ ସ୍ବାଶ ରୋଗ ସହିତ କରୋନାରେ ଦୁଇ ଦୁଇ ଥର ଆକ୍ରାନ୍ତ ହୋଇ ଜୀବନ ଯୁଦ୍ଧରେ ବିଜୟ ଲାଭ କରି ଅମରୀ ନାଁ ର ସାର୍ଥକତା ପ୍ରତିପାଦନ କରିଥିଲେ। ୬ମାସ ତଳେ ହଠାତ୍ ଅସୁସ୍ଥ ହୋଇ ନୟାଗଡ଼ ମୁଖ୍ଯ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ।…

Read More

ରୋଟାରୀ କ୍ଳବ ନୟାଗଡ଼ ତରଫରୁ ଅନ୍ନପୂର୍ଣ୍ଣା ଦିବସ ପାଳିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ନିକଟ ଘଡୁଆଳ ତପସ୍ୟା ଶିଶୁ ଗୃହ ରେ ରୋଟାରୀ କ୍ଳବ ନୟାଗଡ଼ ତରଫରୁ ଅନ୍ନପୂର୍ଣ୍ଣା ଦିବସ ପାଳନ ହୋଇ ଯାଇଛି। କ୍ଳବ ସଭାପତି ଅବଦୁଲ ଆରିଫ୍ ଖାଁନ୍ ଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶିଶୁ ଗୃହର ଅନ୍ତେବାସୀ ବାଳିକା ମାନଙ୍କ ସହିତ ରୋଟାରିଆନ ମାନେ କିଛି ସମୟ ଅତିବାହିତ କରିଥିଲେ। ଶିଶୁ ମାନଙ୍କର ବିଦ୍ଯାଳୟ ଶିକ୍ଷା, ଚିତ୍ରାଙ୍କନ ଶିକ୍ଷା ,ନୈତିକ , ବୌଦ୍ଧିକ ଓ ଶାରିରୀକ ଶିକ୍ଷା ସହିତ ଦୈନନ୍ଦିନ କାର୍ଯ୍ଯକ୍ରମ ବିଷୟରେ ଆଲୋଚନା କରିଥିଲେ। କ୍ଳବ ତରଫରୁ ଶିଶୁ ମାନଙ୍କ ପାଇଁ ମଧ୍ଯାହ୍ନ ଭୋଜନ ବ୍ଯବସ୍ଥା କରାଯାଇଥିଲା। ରୋଟାରୀ କ୍ଳବ ସଂପାଦକ ରୋଟାରିଆନ ଶ୍ରୀଧର ସାହୁ, ରୋଟାରିଆନ ପ୍ରକାଶ ଚନ୍ଦ୍ର ପଟ୍ଟନାୟକ, ରୋଟାରିଆନ ପ୍ରବୀର କୁମାର ପ୍ରୁଷ୍ଟି, ରୋଟାରିଆନ ଜି. ରଶ୍ମିରାଜ ଓ ରୋଟାରିଆନ ଅବିନାଶ ସାହୁ କାର୍ଯ୍ଯକ୍ରମରେ ଉପସ୍ଥିତ…

Read More