ସିଭିଲ ସୋସାଇଟ ପକ୍ଷରୁ ନୟାଗଡ଼ ଜିଲ୍ଲାପାଳଙ୍କୁ “ଭୂମିପୂତ୍ର” ସମ୍ମାନ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାବାସୀଙ୍କ ପ୍ରିୟ ଜିଲ୍ଲାପାଳ ରବିନ୍ଦ୍ର ନାଥ ସାହୁଙ୍କୁ ନୟାଗଡ଼ର ଅଗ୍ରଣୀ ଅନୁଷ୍ଠାନ ସିଭିଲ ସୋସାଇଟ ପକ୍ଷରୁ “ଭୂମିପୂତ୍ର” ସମ୍ମାନରେ ସମ୍ମାନିତ କରାଯାଇଛି । ଜିଲ୍ଲାପାଳ ଶ୍ରୀଯୁକ୍ତ ସାହୁ ମହାମହିମ ରାଷ୍ଟ୍ରପତିଙ୍କ ଦ୍ବାରା ଭୂମିସମ୍ମାନ ପାଇ ନୟାଗଡ଼ର ଗର୍ବ ଓ ଗୌରବ ବଢାଇଥିଲେ । ଏହି ଅବସରରେ ନୟାଗଡ଼ ଜନସାଧାରଣଙ୍କ ତରଫରୁ ସିଭିଲ ସୋସାଇଟ ପକ୍ଷରୁ ନୟାଗଡ଼ର ସଭ୍ୟମାନେ ପୁଷ୍ପଗୁଛ, ଉତ୍ତରୀୟ, ମାନପତ୍ର ଦେଇ ସମ୍ମାନିତ କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ସିଭିଲ ସୋସାଇଟର ମୁଖ୍ୟ ଉପଦେଷ୍ଟା ଶ୍ରୀକାନ୍ତ ଖଟେଇ, ନିରଞ୍ଜନ ମିଶ୍ର, ଅଧ୍ୟକ୍ଷ ଗୋଦାବରୀଶ ସାହୁ, ଉପାଧ୍ୟକ୍ଷ ଭଗବତୀ ପଟ୍ଟନାୟକ, ସମ୍ପାଦକ ଧନେଶ୍ବର ପ୍ରଧାନ, ରଜନୀକାନ୍ତ ଭୂୟାଁ, ଶରତ ଚନ୍ଦ୍ର ସାହୁ, କୋଷାଧ୍ୟକ୍ଷ ଆଦିକନ୍ଦ ପ୍ରଧାନ, ଅଶ୍ବିନୀ କୁମାର ଜେନା, କୈଳାଶ ଚନ୍ଦ୍ର ପ୍ରଧାନ, ଲୋକବିନ୍ଦୁ ମହାପାତ୍ର,
ଉଦୟନାଥ ମହାନ୍ତି ଓ ଅନ୍ୟମାନେ ଉପସ୍ଥିତ ଥିଲେ । ତତ୍ ସହିତ ନୟାଗଡ଼ରେ ଯୋଗଦେଇଥିବା ନୂତନ ଆରକ୍ଷୀ ଅଧ୍ୟକ୍ଷକ ରାହୁଲ ଜୈନଙ୍କୁ ଆଜି କାର୍ଗିଲ ଦିବସ ଅବସରରେ ପୁଷ୍ପଗୁଛ ଦେଇ ସିଭିଲ ସୋସାଇଟି ନୟାଗଡ଼ ତରଫରୁ ସ୍ବାଗତ କରାଯାଇଅଛି।

Related posts