ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲକ ପରିସରରେ ଥିବା ସଭା ଗୃହରେ ବାଲ୍ୟ ବିବାହ ମୁକ୍ତ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏହା ରୁଚିକା ସମାଜ ମଙ୍ଗଳ ସମିତି ଓ ପଂଚାୟତ ସମିତି ନୟାଗଡ଼ ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ରୁଚିକା ସମାଜ ମଂଗଳ ସମିତିର ସିଇଓ ଡ଼ଃ ବେଣୁଧର ସେନାପତି ବାଲ୍ୟ ବିବାହ ଉପରେ ପୁଙ୍ଖାନୁପୁଙ୍ଖ ବର୍ଣନା କରିଥିଲେ ଓ ବାଲ୍ୟ ବିବାହ ଯଦି କେହି କରୁଥାଏ କଣ ଆଇନ ବିଧାନ ଅଛି, ବାଲ୍ୟ ବିବାହ କରିବା ଦ୍ୱାରା ଶିଶୁର କିପରି କ୍ଷତି ଘଟୁଛି ସେ ଦିଗରେ ଆଲୋଚନା କରିଥିଲେ। ପିଲାଙ୍କ ଉପରେ ପ୍ରଥମ ନୋବେଲ ପୁରସ୍କାର ପାଇଥିବା କୈଳାସ ସତ୍ୟର୍ଥୀ ଆମ ଓଡ଼ିଶାରେ ୮ଜ଼ିଲ୍ଲା ବାଲ୍ୟ ବିବାହ ମୁକ୍ତ କିପରି ହୋଇପାରିବ ସେ ଲାଗି ନୟାଗଡରେ ରୁଚିକା ସମାଜ ମଂଗଳ ଭୁବନେଶ୍ୱର ତରଫରୁ ନୟାଗଡ଼ ଜ଼ିଲ୍ଲାରେ ୧୫୦ଟି ଗ୍ରାମକୁ ବାଲ୍ୟ ବିବାହ ମୁକ୍ତ ଗ୍ରାମ କିପରି ହୋଇପାରିବ ସେଥିପାଈଁ ଆଜି ନୟାଗଡ ବ୍ଲକ ଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ନୟାଗଡ଼ ପଞ୍ଚାୟତ ସମିତି ଅଧକ୍ଷ କିଶୋର ଚନ୍ଦ୍ର ସାହୁ, ନୟାଗଡ଼ ବ୍ଲକ ଉନୟନ ଅଧିକାରୀ ପଦ୍ମ ଚରଣ ସାହୁ, ସିଡିପିଓ ସୌଦାମିନୀ ପଣ୍ଡା, ବ୍ଲକ ଉପାଧ୍ୟକ୍ଷା ଲଷ୍ମୀପ୍ରିୟା ସାହୁ, ଏବିଓ, ଏମବିକେ, ନୟାଗଡ଼ ବ୍ଲକର ସମସ୍ତ ସରପଞ୍ଚ, ପିଇଓ ଉପସ୍ଥିତ ଥିଲେ। ପରିଶେଷରେ ସମସ୍ତେ ବାଲ୍ୟ ବିବାହ ମୁକ୍ତ ଭାରତ କରିବା ପାଇଁ ଶପଥ ପାଠ କରିଥିଲେ। ଚନ୍ଦ୍ର ଶେଖର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।
ନୟାଗଡ଼ ବ୍ଳକରେ ବାଲ୍ୟ ବିବାହ ମୁକ୍ତ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ
