ମଣିପୁରରେ ଶାନ୍ତି ପାଇଁ ନୟାଗଡ଼ରେ କଂଗ୍ରେସର ଶାନ୍ତିପୂର୍ଣ୍ଣ ବିରୋଧ

ନୟାଗଡ଼, (ନୟାଗଡ଼ ଦର୍ପଣ): ଦୀର୍ଘ ତିନିମାସ ଧରି ମଣିପୁର ରାଜ୍ୟରେ ହିଂସା ଉଗ୍ରରୂପ ଧାରଣ କରି ସାଧାରଣ ଜନଜୀବନ ପ୍ରଭାବିଜ ହୋଇ ସାରିଲଣି, ଆଦିବାସୀ ମହିଳା ମହିଳାମାନଙ୍କ ଉପରେ ବର୍ବରୋଚିତ ଏବଂ ଲଜ୍ଜ୍ୟା ଜନକ ଘଟଣା ସମସ୍ତ ଦେଶବାସୀଙ୍କୁ ବ୍ୟଥିତ କରୁଥିବା ବେଳେ ସେଠାରୁ ହିଂସା ବନ୍ଦ କରାଇବା ଏବଂ ଶାନ୍ତି ଫେରାଇ ଆଣିବା ଦିଗରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ବିଜେପି ଦଳର ଡବଲ ଇଂଜିନ ସରକାର ବିଫଳତା ପ୍ରତିବାଦ ରେ ଜିଲ୍ଲା ମହିଳା କଂଗ୍ରେସ ପକ୍ଷରୁ ଆଜି ମଧ୍ୟାହ୍ନରେ ନୟାଗଡ଼ ଟ୍ରାଫିକ ଛକ ଠାରେ ଶାନ୍ତିପୂର୍ଣ୍ଣ ବିରୋଧ ପ୍ରଦର୍ଶନ କରାଯାଈ ତୁରନ୍ତ ମଣିପୁରରେ ଶାନ୍ତି ପ୍ରତିଷ୍ଠା କରିବା ପାଇଁ ଦାବୀ କରାଯାଇଛି l ମୋଦି ସରକାର ହିଂସା ବନ୍ଦ କରାଇବାରେ କୌଣସି ଇଛାଶକ୍ତି ନଥିବା ଯୋଗୁଁ ଗାଦୀ ଛାଡ଼ିବା ପାଇଁ ମହିଳା କଂଗ୍ରେସ କର୍ମୀ ମାନେ ନାରାବାଜି କରିଥିଲେ l ଏହି ବିକ୍ଷୋଭ କାର୍ଯ୍ୟକ୍ରମ ରେ ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବି ରଣଜିତ ଦାଶ, ମହିଳା କଂଗ୍ରେସ ସଭାନେତ୍ରୀ ପୂର୍ବତନ ସରପଞ୍ଚ ପ୍ରତିମା ଜେନା, ଜିଲ୍ଲା ଯୁବ କଂଗ୍ରେସ ସଭାପତି ଯଶୋଦା କାଣ୍ଡି, ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଜ୍ୟୋତିରଞ୍ଜନ ଦାଶ, ପ୍ରଦେଶ ଛାତ୍ର କଂଗ୍ରେସ ସାଧାରଣ ସମ୍ପାଦକ ଅକ୍ଷୟ ମଲ୍ଲ, ଜିଲ୍ଲା ସେବାଦଳ ସଂଯୋଜକ ବିମଳ ଦାଶ, କଂଗ୍ରେସ ନେତା ପୂର୍ଣ୍ଣଚନ୍ଦ୍ର ସାନ୍ତ, ଜିତେନ୍ଦ୍ର ପ୍ରଧାନ, ମହିଳା କଂଗ୍ରେସ ଜିଲ୍ଲା ଉପ ସଭାନେତ୍ରୀ ସସ୍ମିତା ଦାଶ, ମମତା ପାତ୍ର, ଲିପି ପ୍ରଧାନଙ୍କ ସମେତ ମହିଳା କଂଗ୍ରେସ କାର୍ଯ୍ୟକର୍ତା ମାନେ ଯୋଗ ଦେଇଥିଲେ l

Related posts