ନୂଆଗାଁ, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ ଅନ୍ତର୍ଗତ ସୋରଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛିl ସୋରଡ଼ା ଗାଁର ଭୋଇ ସାହିର ଦୁଇ ନାବାଳକ ମହାଦେବ ମନ୍ଦିର ପୋଖରୀକୁ ଗାଧୋଇବାକୁ ଯାଇ ବୁଡିଯାଇଥିଲେ । ମହେଶ ନାୟକଙ୍କ ୬ ବର୍ଷର ନାବାଳକ ପୁଅ ରିତେଶ ନାୟକ ଏବଂ ବାବୁ ନାୟକଙ୍କ ୬ ବର୍ଷର ପୁଅ ରାକେଶ ନାୟକ । ଗ୍ରାମର କିଛି ଯୁବକ ପୋଖରୀରେ ଗାଧୋଇବା ସମୟରେ ଗଙ୍ଗାଧର ଦଳେଇ ନାମଙ୍କ ଜୈନିକ ଯୁବକଙ୍କ ଗୋଡରେ ବାଜିବାରୁ ସେ ସମସ୍ତଙ୍କୁ କହିଥିଲେ। ପୋଖରୀରେ ବହୁ ଖୋଜାଖୋଜି କଲାପରେ ଦୁଇଜଣ ନାବାଳକଙ୍କୁ ଉଧାର କରି ପରିବାର ଲୋକଙ୍କୁ ଜଣାଇବା ସହ ସଙ୍ଗେ ସଙ୍ଗେ ନିକଟସ୍ଥ ଦଶପଲ୍ଲା ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଯାଇଥିଲେ । ସେଠାରେ ଡାକ୍ତର ସେ ଦୁହିଁଙ୍କୁ ମୃତ ଘୋଷଣା କରିଥିଲେ। ସୁଚନା ଅନୁସାରେ ରିତେଶ ନାୟକଙ୍କର ଘର ନୟାଗଡ଼ ଜିଲ୍ଲା ସରଣକୁଳ ଆରେଡାରେ ସେ ଗତକାଲି ଅଜାଘରକୁ ବୁଲିବା ପାଇଁ ସୋରଡା ଆସିଥିଲେl
ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ି ଦୁଇ ନାବାଳକ ମୃତ
