Blog

ଜିଲ୍ଲାର ବିଭିନ୍ନ ସମସ୍ୟାକୁ ନେଇ ଜିଲ୍ଲାପାଳ ଅଫିସ ସମ୍ମୁଖରେ କଂଗ୍ରେସର ଧାରଣା

ନୟାଗଡ଼,(ନୟାଗଡ଼ ଦର୍ପଣ):- ନୟାଗଡ ଜିଲ୍ଲାରେ ପ୍ରକୃତ କୋଭିଡ ପଜିଟିଭ ଆକ୍ରାନ୍ତଙ୍କ ମୃତ୍ୟୁକୁ ଲୁଚା ଯାଉଥିବା ଅଭିଯୋଗରେ ନୟାଗଡ ଜିଲ୍ଲାପାଳ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ, ଜାତୀୟ ବିପତ୍ତି ବେଳେ ଜିଲ୍ଲାପାଳ ଡ଼ ପୋମା ଟୁଡୁ ତାଙ୍କର ଆବାସିକ କାର୍ଯ୍ୟାଳୟ ଛାଡ଼ି ସରକାରୀ କାର୍ଯ୍ୟାଳୟରେ ନିୟମିତ ଅଫିସ କାର୍ଯ୍ୟ କରିବା, ରାଜ୍ୟ ସରକାର ନୟାଗଡ ଜିଲ୍ଲାରେ କୋଭିଡ ମୃତକ ମାନଙ୍କ ସଠିକ ତାଲିକା ପ୍ରସ୍ତୁତି ପାଇଁ ସ୍ୱତନ୍ତ୍ର ଅଡିଟ ଟିମ ଗଠନ ପାଇଁ ନିର୍ଦ୍ଦେଶ ଦେବା ଏବଂ ଜିଲ୍ଲାରେ କୋଭିଡ ପରିଚାଳନାରେ ଅଦ୍ୟାବଧି ଖର୍ଚ୍ଚ ହୋଇଥିବା ଅର୍ଥରାଶି ସମ୍ପର୍କରେ ଜିଲ୍ଲାପାଳ ଶ୍ୱେତପତ୍ର ପ୍ରକାଶ କରାଇବା ଦାବିରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ଧାରଣା ଦିଆଯାଇଛି। ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସ ଉପ ସଭାପତି କମଳଚରଣ ସାହୁ, ସରପଞ୍ଚ ସତ୍ୟବାନ ନାୟକ,…

Read More

ଭାରତ ବିକାଶ ପରିଷଦ ଭବନରେ ଟୀକା କରଣ

ନୟାଗଡ଼,(ନୟାଗଡ଼ ଦର୍ପଣ):- କରୋନା ମହାମାରୀକୁ ହରେଇବା ପାଇଁ ସମଗ୍ର ବିଶ୍ବରେ ଟୀକାକରଣ କ୍ଷିପ୍ର ବେଗରେ ଚାଲିଥିବା ବେଳେ ଭାରତ ବିକାଶ ପରିଷଦ ନୟାଗଡ଼ ଶାଖା ତରଫରୁ ଜିଲ୍ଲା ସ୍ବାସ୍ଥ୍ଯ ବିଭାଗ ଆନୁକୂଲ୍ୟରେ ସର୍କିଟ୍ ହାଉସ୍ ନିକଟ ଭାରତ ବିକାଶ ପରିଷଦ ଭବନରେ ୨୦୦ ଜଣଙ୍କୁ ଟୀକାକରଣ କରାଯାଇଛି। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ମୁଖ୍ଯ ଚିକିତ୍ସା ଅଧିକାରୀ ଶକ୍ତି ପ୍ରସାଦ ମିଶ୍ର ମୁଖ୍ଯ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଶାଖା ଅଧ୍ଯକ୍ଷ ହରେକୃଷ୍ଣ ସାହୁଙ୍କ ପ୍ରତ୍ଯେକ୍ଷ ତତ୍ତ୍ବାବଧାନ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ସେବା ସଚିବ ଦୁର୍ଯ୍ୟୋଧନ ସାହୁ ସଂଯୋଜନା କରିଥିଲାବେଳେ କାର୍ଯ୍ୟକ୍ରମରେ ପ୍ରାକ୍ତନ ଅଧ୍ଯକ୍ଷହରପ୍ରସାଦ ମହାପାତ୍ର,ପରିଷଦର କ୍ଷେତ୍ରୀୟ ସଚିବ ଶ୍ରୀଧର ସାହୁ, ଶାଖା ସଚିବ ଅନାଦି ଚରଣ ମହାନ୍ତି, ଅର୍ଥ ସଚିବ ପ୍ରଫୁଲ୍ଲ କୁମାର ନାୟକ, ସଂଗଠନ ସଚିବ କାମାକ୍ଷା ପ୍ରସାଦ ଦାଶ, ପୂର୍ବତନ…

Read More

ଭାରସାମ୍ୟ ହରାଇ ଓଲଟିଲା ଲୁହାପ୍ଲେଟ୍‌ ବୋଝେଇ ଟ୍ରକ୍‌

ଦଶପଲ୍ଲା,(ନୟାଗଡ଼ ଦର୍ପଣ):- ଦଶପଲ୍ଲା ବ୍ଲକ୍‌ ଅନ୍ତର୍ଗତ ବାଣିଗୋଛା ନିକଟସ୍ଥ କାମିଟିପଙ୍ଗା ମହାବୀର ମନ୍ଦିର ବାଙ୍କ ନିକଟରେ ଅପରାହ୍ନ ୪ଟା ସମୟରେ ଏକ ଲୁହାପ୍ଲେଟ୍‌ ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ଗାଡିର ଚାଳକ ଆହତ ହୋଇଥିବାବେଳେ ସ୍ଥାନୀୟ ଲୋକେ ତାଙ୍କୁ ଦଶପଲ୍ଲା ଡାକ୍ତରଖାନାକୁ ପଠାଇଥିଲେ । ଲୋକଙ୍କ କହିବା ଅନୁସାରେ ଏହି ବାଙ୍କଟି ଏକ ବିପଦ ଶଙ୍କୁଳ ବାଙ୍କ ହୋଇଥିବା ବେଳେ ଏହି ସ୍ଥାନରେ ବାରମ୍ବାର କିଛିନା କିଛି ଦୁର୍ଘଟଣା ଘଟୁଛି । ତେଣୁ ଏହି ସ୍ଥାନକୁ ଦୁର୍ଘଟଣା ପ୍ରବଣ ଏରିଆ ଚିହ୍ନଟ କରିବାକୁ ସର୍ବସାଧାରଣରେ ଦାବୀ ହେଉଛି ।

Read More

୬ବର୍ଷର ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା

ଦୁଷ୍କର୍ମ ପରେ ତଣ୍ଟିରେ ରସି ଗୁଡେଇ ମୁଣ୍ଡ ଗଣ୍ଡି ଅଲଗା କରିଥିଲା ସାଗର। ଦଶପଲ୍ଲା ବ୍ଲକ ବାଣିଗୋଛା ଥାନା ଧୁନ୍ଦୁଗାଡ଼ିଆର ୬ବର୍ଷର ଶିଶୁ କନ୍ୟାକୁ ଅପହରଣ କରି ନେଇ ଦୁଷ୍କର୍ମ ପରେ ଜଘନ୍ୟ ହତ୍ୟା କରିଥିବା ଅଭିଯୁକ୍ତ ସାଗର ଦଳେଇକୁ ଗିରଫ ପରେ ହତ୍ୟାକାଣ୍ଡର ଖୁଲାସା କଲେ ନୟାଗଡ଼ ଏସ୍ପି ସିଦ୍ଧାର୍ଥ କଟାରିଆ…

Read More

ଜିଲ୍ଲା କଂଗ୍ରେସ ପକ୍ଷରୁ ପୁଣି ସହାୟତା ପ୍ରଦାନ

ନୟାଗଡ଼: କୋଭିଡ ଲକଡାଉନ ପ୍ରଭାବରେ ଦୈନିକ ରୋଜଗାର ହରାଇ ଅତ୍ୟନ୍ତ ଦୁଃଖର ସହ ପରିବାର ପ୍ରତିପୋଷଣ କରୁଥିବା ନୟାଗଡ ଶ୍ରୀ ଜଗନ୍ନାଥ ମନ୍ଦିରରେ ଠାକୁରଙ୍କ ନୀତିକାନ୍ତି ସେବା କରୁଥିବା ଅଭାବି ପୂଜକ, ସେବାସୀ, ସୁଆର, କାହଳିଆ, ଘଣ୍ଟୁଆମାନଙ୍କୁ ଆଜି ଜିଲ୍ଲା କଂଗ୍ରେସ ପକ୍ଷରୁ ୧୦କିଲା ଚାଉଳ ପ୍ୟାକେଟ, ମାସ୍କ, ସାନିଟାଇଜର ବଣ୍ଟନ କରାଯାଇ ଅସହାୟ ଦୁଃଖୀ ଲୋକଙ୍କ ଦୁଃଖରେ ସାମିଲ ହେବାପାଇଁ ଜିଲ୍ଲାରେ କଂଗ୍ରେସ ଦଳ ଛୋଟିଆ ପ୍ରୟାସ କରିଛି । ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବି ରଣଜିତ ଦାଶଙ୍କ ଉଦ୍ୟମରେ ଆୟୋଜିତ ଏହି ସେବା କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସ ଉପ ସଭାପତି କମଳ. ଚରଣ ସାହୁ, ନୟାଗଡ ବ୍ଲକ କଂଗ୍ରେସ ସଭାପତି ଫକୀର ଚରଣ ମଲ୍ଲ, ନୂଆଗାଁ ବ୍ଲକ କଂଗ୍ରେସ ସଭାପତି ଅଶୋକ ନାୟକ ପ୍ରମୁଖ ସହଯୋଗ କରିଥିଲେ। ଜିଲ୍ଲା କଂଗ୍ରେସ ସଂଖ୍ୟାଲଘୁ ସେଲ ଅଧ୍ୟକ୍ଷ…

Read More

“ସୋହମ” ପରିସରରେ ୭ମ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

ନୟାଗଡ଼: ନୟାଗଡ଼ର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ “ସୋହମ” କାର୍ଯ୍ୟାଳୟ ପରିସରରେ ୭ମ ଆନ୍ତର୍ଜାତିକ ଯୋଗ ଦିବସ ଅନୁଷ୍ଠାନର ଉପ-ସଭାପତି ଶ୍ରୀଯୁକ୍ତ ଅନାଦି ଚରଣ ମହାନ୍ତିଙ୍କ ସଭାପତିତ୍ତ୍ୱରେ, ସମ୍ପାଦକ ଶ୍ରୀ କାମାକ୍ଷା ପ୍ରସାଦ ଦାଶଙ୍କ ସଂଯୋଜନାରେ ପାଳିତ ହୋଇଯାଇଅଛି । ଏହି ଉତ୍ସବରେ ଯୋଗ ପ୍ରଶିକ୍ଷକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଶତପଥି ଅନୁଷ୍ଠାନର ସଦସ୍ୟ ମାନଙ୍କୁ ପ୍ରାୟୋଗିକ ଯୋଗ ଶିକ୍ଷା ଦେଇଥିଲେ । ସଦସ୍ୟମାନେ ପବନ ମୁକ୍ତାସନ, ସୂର୍ଯ୍ୟନମସ୍କାର ଓ ପ୍ରାଣୟମ ଅଭ୍ୟାସ କରିଥିଲେ । ଏହାପରେ ଦର୍ଶନ ଅଧ୍ୟାପକ ଶ୍ରୀଯୁକ୍ତ ବିଜୟାନନ୍ଦ ଶତପଥି ଯୋଗ ଦର୍ଶନର ଅଷ୍ଠାଙ୍ଗ ଯୋଗ ସମ୍ବନ୍ଧରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ। ପରିଶେଷରେ ଯୋଗ ସମ୍ବନ୍ଧୀୟ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ହୋଇଥିଲା । ଏଥିରେ ଅନୁଷ୍ଠାନର ଶ୍ରୀ ରଘୁନାଥ ଦାଶ, ନରେନ୍ଦ୍ର କୁମାର ବେହେରା, ଶିବପ୍ରସାଦ ସାହୁ, ହରପ୍ରସାଦ ତ୍ରିପାଠୀ ଓ ଚରଣ ଗୁରୁ…

Read More

ବିପୁଳ ପରିମାଣରେ ଦେଶୀ ମଦ ଜବତ, ଦୁଇ ଗିରଫ

ନୟାଗଡ଼,(ନୟାଗଡ଼ ଦର୍ପଣ): ପୁଲିସକୁ ଚକମା ଦେଉଥିବା ଦୁଇ ଚୋରା ମଦ ବ୍ୟବସାୟୀ ଗିରଫ। ଦୀର୍ଘ ଦିନ ଧରି ଖଣ୍ଡପଡ଼ା ପୁଲିସକୁ ଚକମା ଦେଇଆସୁଥିବା ମଦ ବ୍ୟବସାୟୀ ବର୍ତ୍ତମାନ ନୟାଗଡ଼ ସଦରଥାନା ପୁଲିସ ହାତରେ ଧରାପଡ଼ିଛନ୍ତି। ଦେଶୀ ମଦ ପାଉଚ ନେଇ ବ୍ୟବସାୟୀମାନଙ୍କୁ ଦେବାକୁ ଯାଉଥିବା ସମୟରେ ୨ଜଣଙ୍କୁ କାବୁ କରିଥିଲା ସଦର ଥାନା ପୁଲିସ୍ । ପୁଲିସ୍ ଏହି ମାମଲାରେ ୨ଜଣଙ୍କୁ ଗିରଫ କରିଥିବା ବେଳେ ଗୋଟିଏ ମୋଟର ସାଇକେଲ ଜବତ କରିଛି । ସୂଚନାନୁସାରେ, ଖଣ୍ଡପଡ଼ା ଥାନା ଅଧିନରେ ଥିବା ଯୋଗିଆପଲ୍ଲୀ ଗାଁର ଏହି ଦୁଇବ୍ୟକ୍ତି ବହୁ ଦିନ ଧରି ଚୋରାରେ ମଦ ବ୍ୟବସାୟ କରିଆସୁଥିଲେ । ପୁଲିସ ଚଢ଼ାଉ କରିବା ପାଇଁ ଯିବାବେଳେ ପୂର୍ବ ସୂଚନା ପାଇ ଚତୁରତାର ସହ ପୁଲିସକୁ ଚକମା ଦେଇ ଖସି ଯାଉଥିଲେ । ରବିବାର ସଟଡାଉନ ଥିବାବେଳେ ବିଳମ୍ବିତ…

Read More

ବରଷା ରାଣୀ

ବସିରନ ବିବିଙ୍କ ଶିଶୁ ଓ କିଶୋର କବିତା ବରଷା ରାଣୀବରଷା ରାଣୀ ତା’ ଆଖିରେ ପାଣିରୁଷିଗଲେ ଜମା, ଡାକ ଶୁଣେନିମୁହଁକୁ ଫୁଲାଇ, ବସି ପଡିଥିଲେସୂରୁଜ ଲୁଚଇ ଦେଖି ତା’ ଠାଣିଆଖିରେ ପାଣି ତା’ ଆଖିରେ ପାଣି (୧) ଖରା ତେଜେ ଧରା ହେଲେ ତପତଶୁଖିଯାଏ ନଦୀ ନିର୍ଝର ଗାତ୍ରପ୍ରାଣୀଙ୍କ ଆରତ, ଦୁଃଖ ଅପ୍ରମିତଦେଖି ଭୁଲିଯାଏ ରାଗ ରୁଷାଣୀ ।ଆଖିରେ ପାଣି, ତା ଆଖିରେ ପାଣି ( ୨) ଗଛ ଲତାଙ୍କର ଝାଉଁଳା ଦେହଦେଖି କଳିନିଏ ମାଟିର କୋହ,ଦରଦୀ ଛାତି ତା’ କୋରି ହୋଇଯାଏଜଗତ କଲ୍ୟାଣେ, ଜାଗେ ତତକ୍ଷଣିଆଖିରେ ପାଣି, ତା’ ଆଖିରେ ପାଣି (୩) ଦେଖେ ମଉସୁମୀ ସାଗରୁ ଉଠିଆସୁଅଛି ତାର ହେବାକୁ ସାଥୀକଳାମେଘି ପାଟ ଜଡାଇ ଦେହରେତା’ ସାଙ୍ଗରେ ଧାଇଁ ଯାଏ ସେ କ୍ଷଣି ବରଷାରାଣୀ, ତା’ ଆଖିରେ ପାଣି (୪) ଧାଇଁ ଯାଉ ଯାଉ…

Read More

ସ୍ତ୍ରୀ’କୁ ଟାଙ୍ଗିଆରେ ହାଣି ସ୍ୱାମୀ ଫେରାର

ଦଶପଲ୍ଲା,(ନୟାଗଡ଼ ଦର୍ପଣ):- ଦଶପଲ୍ଲାର ବଣପାହାଡ ଘେରା ଚଢେୟାପଲ୍ଲୀ ଓ କଳଷାଖମଣ ଅଂଚଳରେ, ଶିଶୁକନ୍ୟା ହତ୍ୟା ଘଟଣାର ପର୍ଦ୍ଦାଫାଶ ହେବାର ଦୁଇ ଦିନ ପରେ ଆଜି ପୁଣି ଘଟିଛି ଏକ ହତ୍ୟା ଘଟଣା । ପ୍ରାପ୍ତସୂଚନା ଅନୁସାରେ ଚଢେୟାପଲ୍ଲୀ ଗ୍ରାମପଂଚାୟତ ଅନ୍ତର୍ଗତ ବାମ୍‌ ଗ୍ରାମ କଲୋନୀ ସାହିର ବାସିନ୍ଦା ରାଧାମୋହନ ନାଏକ(୫୨) ତାଙ୍କ ସ୍ତ୍ରୀ ସତ୍ୟଭାମା ନାଏକ(୪୨)ଙ୍କୁ ଆଜି ସକାଳ ସାଢେ ୮ଟା ସମୟରେ ସାଙ୍ଗରେ ନେଇ ଗାଁ ପାଖ ଜଙ୍ଗଲକୁ ଜାଳେଣୀ କାଠ ସଂଗ୍ରହ ପାଇଁ ଯାଇଥିବାବେଳେ କୌଣସି କଥାକୁ ନେଇ ରାଧାମୋହନ ତାଙ୍କ ସ୍ତ୍ରୀଙ୍କ ମୁଣ୍ଡକୁ ଧରିଥିବା ଟାଙ୍ଗିଆରେ ଆକ୍ରମଣ କରିଥିଲେ । ଫଳରେ ସତ୍ୟଭାମାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଥିଲା। ଖବର ଲେଖାହେବା ସମୟ ସୁଦ୍ଧା ବାଣିଗୋଛା ଆଇଆଇସି ବୈଦ୍ୟନାରାୟଣ ଭୋଇ ଓ ତହସିଲଦାର ଅକ୍ଷୟ କୁମାର ଖେମୁଣ୍ଡୁ ଘଟଣା…

Read More

ଓଡିଆ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ପରଲୋକ

ଓଡିଆ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ନିଧନ । ସେ କରୋନାରୁ ଭଲ ହେବା ପରେ ଅନ୍ୟ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇଥିଲା । ତପୁ ମିଶ୍ର ଗୁରୁତର ଥିଲେ । କରୋନାରୁ ସୁସ୍ଥ ହେବା ପରେ ଏବେ ପରବର୍ତ୍ତୀ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେବାରୁ ସେ କିଛି ଦିନ ହେବ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ରହିଥିଲେ । ତାଙ୍କର ଅକ୍ସିଜେନ ସ୍ତର କମି ଯାଇଥିଲା । ସେ ଭେଣ୍ଟିଲେଟରରେ ଥିଲେ । ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ହେବା ବଦଳରେ ବିଗିଡ଼ିବାରେ ଲାଗିଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ନିଧନ ହୋଇଥିବା ଜଣା ପଡିଛି । ଶନିବାର ରାତି ୧୧ ଟାରେ ତାଙ୍କର ପରଲୋକ ହୋଇଥିବା ଜଣାପଡିିଛି । ତପୁ ହେଉଛନ୍ତି ଓଡ଼ିଶା ଫିଲ୍ମ ଏବଂ ଆଲ୍‌ବମ୍‌ ଜଗତର ଜଣାଶୁଣା ଚେହେରା । ଜଣେ ଭଲ କଳାକାର ଏବଂ…

Read More