Blog

ଆଦର୍ଶ କ୍ରୀଡା ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ରଣପୁର, (ନୟାଗଡ଼ ଦର୍ପଣ) : ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ କୁଳାସର ଜନତା ନୋଡାଲ ଉଚ୍ଚ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ତଥା ରଣପୁର ବ୍ଲକ କ୍ରୀଡ଼ା ସମ୍ପାଦକ ସୁବାସ ଚନ୍ଦ୍ର ମହାପାତ୍ରଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏ ନେଇ ଆୟୋଜିତ ସଭାରେ କୁଳାସର ହାଇସ୍କୁଲର ପ୍ରଧାନ ଶିକ୍ଷକ ଲଳିତ କୁମାର ବାହିନୀପତିଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ରଣପୁର ବ୍ଲକର ଅବସର ପ୍ରାପ୍ତ ବିଇଓ ଉପେନ୍ଦ୍ରନାଥ ସାହୁ, ମୁଖ୍ୟବକ୍ତା ଭାବେ କୁଳାସର ହାଇସ୍କୁଲର ପ୍ରାକ୍ତନ ପ୍ରତିଷ୍ଠାତା ପ୍ରଧାନଶିକ୍ଷକ ହରିହର ସାହୁ, ସମ୍ମାନିତ ଅତିଥି ଭାବେ ଦେଉଳି ଆଞ୍ଚଳିକ ହାଇସ୍କୁଲ ପ୍ରଧାନ ଶିକ୍ଷକ ନଳିନୀକାନ୍ତ ପଣ୍ଡା, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ କେଶବ ଚନ୍ଦ୍ର ସାହୁ ଯୋଗଦେଇଥିଲେ । ଅବସରଗ୍ରହଣ କରିଥିବା କ୍ରୀଡ଼ା ଶିକ୍ଷକ ସୁବାସ ଚନ୍ଦ୍ର ମହାପାତ୍ର ଜଣେ ଆଦର୍ଶ ଶିକ୍ଷକ ଏବଂ ଛାତ୍ରପ୍ରେମୀ ଭାବେ ଅନେକ…

Read More

ଡକାୟତି ଯୋଜନା ପଣ୍ଡ ମାଷ୍ଟରମାଇଣ୍ଡ ଫେରାର

ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଗତକାଲି ବିଳମ୍ବିତ ରାତିରେ ଓଡ଼ଗାଁ ଖେଳପଡ଼ିଆ ସାହି କାଜୁ ଜଙ୍ଗଲରେ ଡକାୟତି ପାଇଁ ଯୋଜନା କରୁଥିବା ଏକ ଗ୍ୟାଙ୍ଗକୁ ଓଡ଼ଗାଁ ପୋଲିସ କାବୁକରିବା ସହିତ ସେମାନଙ୍କଠାରୁ ବହୁ ମାରଣାସ୍ତ୍ର,ଏକ ମୋଟର ସାଇକେଲ, ମୋବାଇଲ ଫୋନ ଜବତ କରାଯାଇଛି । ଉକ୍ତ ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ଜାରିଙ୍ଗିର ଶଙ୍କର ସାହୁ ଓ ଆଉକିଛି ସହଯୋଗୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ସୂଚନା ମିଳିଛି । ତେବେ ଗିରଫ ହୋଇଥିବା ଅଭିଯୁକ୍ତ ହେଲେ ଓଡ଼ଗାଁ ଷ୍ଟୁଡିଓ ସାହିର ଲିପୁ ପ୍ରଧାନ(୨୧), ଖେଳପଡ଼ିଆ ସାହିର ମହେନ୍ଦ୍ର ସାହୁ(୨୦) ଓ ଗଞ୍ଜାମ ଜିଲ୍ଲା ଭଞ୍ଜନଗରର ରଞ୍ଜନ ବିଶୋଇ(୨୨) ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ ଓଡ଼ଗାଁ ଥାନାରେ ୭୦/୨୧ରେ ମାମଲା ରୁଜୁକରି ବିଚାର ବିଭାଗୀୟ ହାଜତକୁ ପଠାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।

Read More

ଦଶପଲ୍ଲା ବ୍ଲକରେ ଗଠନ ହେଲା “ଦଶପଲ୍ଲା ବ୍ଲକ ଡିଜିଟାଲ ମିଡ଼ିଆ ଆସୋସିଏସନ”

ଦଶପଲ୍ଲା, (ନୟାଗଡ଼ ଦର୍ପଣ):- କିଛି ଦିନ ପୂର୍ବେ ରାଜ୍ୟରେ ପ୍ରଥମ କରି ନୟାଗଡ ଜିଲ୍ଲାରେ ଡିଜିଟାଲ ମିଡ଼ିଆ ସାମ୍ବାଦିକ ସଂଘ ଗଠନ ହୋଇଥିବା ବେଳେ ଆଜି ନୟାଗଡ ଜିଲ୍ଲା ଦଶପଲ୍ଲା ବ୍ଲକରେ ପ୍ରଥମ କରି ଦଶପଲ୍ଲା ବ୍ଲକ ଡିଜିଟାଲ ମିଡ଼ିଆ ଆସୋସିଏସନ ନାମରେ ସଂଘ ଗଠିତ ହୋଇ ଏହି ସଂଗଠନର ପ୍ରଥମ ସାଙ୍ଗଠନିକ ବୈଠକ ତଥା କର୍ମକର୍ତ୍ତା ଚୟନ, ଦଶପଲ୍ଲା ନେତାଜୀ ପଡିଆ ନିକଟସ୍ଥ ଟ୍ରକ୍ ଓନର୍ସ ଆସୋସିଏସନ ଗୃହରେ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ନୟାଗଡ ଜିଲ୍ଲା ଡିଜିଟାଲ ମିଡ଼ିଆ ସାମ୍ବାଦିକ ସଂଘର ସଭାପତି ଅନୱର ଅଲ୍ଲୀ, ସମ୍ପାଦକ କିଶୋର ମହାପାତ୍ର ଏବଂ ଜିଲ୍ଲା କମିଟିର ଅନ୍ୟ ସଦସ୍ୟମାନଙ୍କ ଉପସ୍ଥିତିରେ ଦଶପଲ୍ଲା ବ୍ଲକ ଡିଜିଟାଲ ମିଡ଼ିଆ ଆସୋସିଏସନ କମିଟିର କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଥିଲା। ଡିଜିଟାଲ ମିଡ଼ିଆ କ୍ଷେତ୍ରରେ କାମ କରୁଥିବା ସାମ୍ବାଦିକମାନଙ୍କୁ ସଂଗଠିତ କରିବା…

Read More

ଅଜଣା ଗାଡ଼ି ଧକ୍କାରେ ବାଘର ମୃତ୍ୟୁ

ଦଶପଲ୍ଲା: ନୟାଗଡ ଜିଲ୍ଲା ବାଣିଗୋଛା ପଶ୍ଚିମ ବନ୍ୟପ୍ରାଣୀ ଅଂଚଳ ଶାଳଭଙ୍ଗା ଜାତୀୟ ରାଜପଥ ୫୭ଠାରେ ଗାଡ଼ି ଧକ୍କାରେ କଲରାପତରିଆ ବାଘର ମୃତ୍ୟୁ ଘଟିଛି। ଖବର ପାଇ ବାଣିଗୋଛା ପଶ୍ଚିମ ବନ୍ୟପ୍ରାଣୀ ବନାଞ୍ଚଳ ଅଧିକାରୀ ସଂସାର ଗାର୍ଗିଆ, ରାଜ କିଶୋର ଶତପଥିଙ୍କ ସହିତ ଅନ୍ୟାନ୍ୟ କର୍ମଚାରୀ ମୃତ ବାଘକୁ ଉଦ୍ଧାର କରିଛନ୍ତି।

Read More

ଆସୁଅଛି Windows 11

nayagarh dapan

ବାଙ୍ଗାଲୋର: ଖୁବଶୀଘ୍ର ମାଇକ୍ରୋସଫ୍ଟ ଆପଣଙ୍କ ନିକଟକୁ ନେଇ ଆସୁଛି Windows 11. ତେବେ ଆସନ୍ତୁ ଜାଣିବା, ନୂଆ Windows 11ରେ କଣ ସବୁ ନୂଆ ଫିଚର ଆସୁଅଛି |ଏକ ନୂତନ ୱିଣ୍ଡୋଜ୍ ଅଭିଜ୍ଞତା, ଆପଣଙ୍କୁ ଭଲ ପାଉଥିବା ଲୋକ ଏବଂ ଜିନିଷଗୁଡ଼ିକର ନିକଟତର କରିଥାଏ | ଏକ ନୂତନ ଦୃଷ୍ଟିକୋଣ ପ୍ରାପ୍ତ କରନ୍ତୁ |ୱିଣ୍ଡୋଜ୍ 11 ଏକ ଶାନ୍ତ ଏବଂ ସୃଜନଶୀଳ ସ୍ଥାନ ପ୍ରଦାନ କରେ ଯେଉଁଠାରେ ଆପଣ ଏକ ନୂତନ ଅଭିଜ୍ଞତା ମାଧ୍ୟମରେ ଆପଣଙ୍କର ଉତ୍ସାହକୁ ଅନୁସରଣ କରିପାରିବେ | ଏକ ପୁନଃ-ଉଦ୍ଧାରିତ ଷ୍ଟାର୍ଟ ମେନୁ ଠାରୁ ଆରମ୍ଭ କରି ତୁମର ପ୍ରିୟ ଲୋକ, ସମ୍ବାଦ, ଖେଳ, ଏବଂ ବିଷୟବସ୍ତୁ ସହିତ ସଂଯୋଗ କରିବାର ନୂତନ ଉପାୟ – ୱିଣ୍ଡୋଜ୍ 11 ହେଉଛି ଭାବିବା, ପ୍ରକାଶ କରିବା ଏବଂ ପ୍ରାକୃତିକ ଉପାୟରେ ସୃଷ୍ଟି କରିବାର ସ୍ଥାନ…

Read More

ଜିଲ୍ଲା ପ୍ରଶାସନର ଢିଲା ଶାସନ ବିରୋଧରେ କଳାବ୍ୟାଚ ପିନ୍ଧି କଳାଦିବସ ପାଳନ କଲା ଗଣିଆ ପ୍ରେସ କ୍ଳବ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାରେ ଅବକାରୀ ବିଭାଗ ଏସ.ଆଇ ଧନଞ୍ଜୟ ପାତ୍ରଙ୍କୁ ଗିରଫ ତଥା ନିଲମ୍ବନ କରାଯିବାର ଦାବିକୁ ନେଇ ନୟାଗଡ଼ ଜିଲ୍ଲାର ସମସ୍ତ ସାମ୍ବାଦିକଙ୍କ ଧାରଣାକୁ ରାଜ୍ୟ ଉତ୍କଳ ସାମ୍ବାଦିକ ସଂଘ ସମର୍ଥନ କରିଛି। ଉତ୍କଳ ସାମ୍ବାଦିକ ସଂଘର ସଭାପତି ରବିବାର ଦିନ ଜିଲ୍ଲାପାଳଙ୍କ ସରକାରୀ ବାସଭବନ ନିକଟରେ କରାଯାଇଥିବା ଶାନ୍ତିପୂର୍ଣ୍ଣ ଧାରଣା ସ୍ଥଳରେ ପଂହଁଚି ଧାରଣାରେ ବସିଥିଲେ। କିନ୍ତୁ ଜିଲ୍ଲାପାଳ ସମସ୍ତ ସାମ୍ବାଦିକଙ୍କ ସାମନାରେ କୌଣସି ଦାବୀ ଗ୍ରହଣ କରିବେନି ବୋଲି ବକ୍ତବ୍ୟ ରଖିଥିବା ସହିତ ଏକ ଦଶଜଣିଆ କମିଟିକୁ କାର୍ଯ୍ୟାଳୟକୁ ଡକାଇଥିଲେ। ଏକ ପନ୍ଦର ଜଣିଆ ସାମ୍ବାଦିକ କମିଟିକୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସନ୍ଧ୍ୟା ୫ଘଟିକାରେ ବୈଠକରେ ବୁଧବାର ଦିନ ପର୍ଯ୍ୟନ୍ତ ମହଲତ ମାଗିଛନ୍ତି କୌଣସି କାର୍ଯ୍ୟାନୁଷ୍ଠାନ ନେବାପାଇଁ  ଏବଂ ନୟାଗଡ଼ ଏସ୍ପି ଉକ୍ତ ବିଷୟକୁ ନେଇ ଧନଞ୍ଜୟଙ୍କୁ କାରଣଦର୍ଶାଅ ନୋଟିସ ଜାରି କରିଥିବା…

Read More

ଓଡ଼ଗାଁରେ ଶିକ୍ଷକମାନଙ୍କ ପାଇଁ ସ୍ୱତନ୍ତ୍ର ଟୀକାକରଣ

ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଆଜି ଓଡଗାଁ ସରକାରୀ ମଧ୍ୟ ଇଂରାଜୀ ବିଦ୍ୟାଳୟ ଠାରେ ଓଡଗାଁ ବ୍ଳକ ପ୍ରାଥମିକ ଶିକ୍ଷକ ସଂଘର ଅନୁରୋଧ କ୍ରମେ ମଣ୍ଡଳ ଶିକ୍ଷା ଅଧିକାରୀ ଗିତାଞ୍ଜଳୀ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଶରଣକୁଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ଓଡଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଦ୍ୱାରା ୭ଟି ଆଞ୍ଚଳିକ ସାଧନକେନ୍ଦ୍ରର ୧୬୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ କୋଭିସିଲ୍ଡ ଟୀକାକରଣ କରାଯାଇଛି। ଏଥିରେ ଭକ୍ତରଞ୍ଜନ ମିଶ୍ର, ନରେଶ ପାଣିଗ୍ରାହୀ, ସଚ୍ଚିଦାନନ୍ଦ ଦାସ, ରଞ୍ଜନ କୁମାର ଦାଶ, ଜୟକୃଷ୍ଣ ପ୍ରଧାନ, ମନୋଜ କୁମାର ନାୟକ, ସୁକାନ୍ତ କୁମାର ସାହୁ ପ୍ରମୁଖ ଶିକ୍ଷକ ସଂଘ କର୍ମକର୍ତ୍ତା, ସୁଶେନ୍ଦୁ କୁମାର ଷଡ଼ଙ୍ଗୀ, ଲଳିତ ମୋହନ ମିଶ୍ର, ତ୍ରିଲୋଚନ ସାମନ୍ତରାୟ, ଚିତ୍ତରଞ୍ଜନ ମିଶ୍ର, ସନ୍ତୋଷ କୁମାର ସାହୁ ଆଦି ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଗଣ ଉକ୍ତ କାର୍ଯ୍ୟକ୍ରମକୁ ସୂଚାରୁ ରୂପେ…

Read More

କଳା ସାହିତ୍ୟ ସଂସ୍କୃତି ଅନୁଷ୍ଠାନ ତଥାସ୍ତୁ ପକ୍ଷରୁ ଭର୍ଚୁଆଲ ମୋଡ଼ରେ ପୁରସ୍କାର ପ୍ରଦାନ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ର କଳା ସାହିତ୍ୟ ସଂସ୍କୃତି ଅନୁଷ୍ଠାନ ତଥାସ୍ତୁ ଆନୂକୂଲ୍ୟରେ ଅନ୍ ଲାଇନ୍ ମାଧ୍ୟମରେ ଗଳ୍ପପାଠ, ଗଳ୍ପ ଆଲୋଚନା ଓ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ହୋଇଥିବା ଚିତ୍ର-କବିତା ପ୍ରତିଯୋଗିତାର ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ତଥାସ୍ତୁର ସଭାପତି ବସିରନ୍ ବିବିଙ୍କ ଅଧ୍ୟକ୍ଷତାରେ ଏବଂ ସଂପାଦକ ଶରତ ଚନ୍ଦ୍ର ଆଚାର୍ଯ୍ୟଙ୍କ ସଂଯୋଜନାରେ ଆୟୋଜିତ ଗଳ୍ପପାଠ କାର୍ଯ୍ୟକ୍ରମରେ ହୃଷୀକେଶ ଦାଶ, ସୌଦାମିନୀ ସ୍ଵାଇଁ, ସବିତା ଶୁକ୍ଳା, ଶରତ ଚନ୍ଦ୍ର ଷଡ଼ଙ୍ଗୀ ପ୍ରମୁଖ ଗଳ୍ପପାଠ କରିଥିବା ବେଳେ ସୁସାହିତ୍ୟିକ, କବି ତଥା ମାନ୍ୟବର ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ସଂପାଦନାରେ ପ୍ରକାଶିତ ଗଳ୍ପ ସଂକଳନ “ମଣିଷ ବ୍ୟତିରେକ” ପୁସ୍ତକରୁ ଏକ ଚମତ୍କାର ଗଳ୍ପ ଛେଳି ପାଠ କରିଥିଲେ ଗଣେଶ ମିଶ୍ର। ସାରସ୍ବତ ଆସରରେ ଅତିଥି ଭାବେ ଯୋଗଦେଇ କବି, କଥାକାର ଶତ୍ରୁଜିତ୍ ଗଳ୍ପ ସାହିତ୍ୟର ବିଭିନ୍ନ ଦିଗ ଉପରେ…

Read More

ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦର ବୃଦ୍ଧି ହେତୁ ସିପିଆଇଏମର ବିକ୍ଷୋଭ

ଓଡ଼ଗାଁ,(ନୟାଗଡ଼ ଦର୍ପଣ): କରୋନା ମହାମାରୀ ସାଧାରଣ ଲୋକଙ୍କ ବଞ୍ଚିବାର ସାହାସ କାଢ଼ି ନେଇ ଦୁର୍ଗତୀ ଭିତରକୁ ଠେଲି ଦେଇଥିବା ବେଳେ କେନ୍ଦ୍ର ସରକାରଙ୍କ ପ୍ରୟୋଜିତ ଘନ ଘନ ଦରବୃଦ୍ଧି ନୀତି ବେଡ଼ି ଉପରେ କୋରଡ଼ା ମାଡ଼ ସଦୃଶ ହୋଇଛି । ଏହି ଦରବୃଦ୍ଧି ପ୍ରତିବାଦରେ ଆଜି ସିପିଆଇଏମ୍ ପକ୍ଷରୁ ଓଡ଼ଗାଁ ବ୍ଳକର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ପ୍ରେଟୋଲ, ଡିଜେଲ, ରନ୍ଧନ ଗ୍ୟାସ ଏବଂ ବିଦ୍ୟୁତ୍ ଶକ୍ତି ଇତ୍ୟାଦି ଆକାଶ ଛୁଆଁ ହୋଇଛି । ଏଥିସହିତ କେନ୍ଦ୍ର ସରକାରଙ୍କ ପାଇଁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଦର ମଧ୍ୟ ବୃଦ୍ଧି ଘଟିଛି ବୋଲି ବିକ୍ଷୋଭକାରୀ ନେତାମାନେ କହିଛନ୍ତି । ଆଜି ସିପିଆଇଏମ୍ ନେତାମାନେ ଓଡ଼ଗାଁ ବ୍ଲକର ଶରଣକୁଳ, ବାଉଁଶିଆ, ଗୁଞ୍ଜବାରଣ, ଆଙ୍ଗିସିଙ୍ଗି, ଧୁସୁମା ଏବଂ ଶିଖରପୁର ଗ୍ରାମ ପଞ୍ଚାୟତରେ ପଥପ୍ରାନ୍ତ ସଭା କରି ଲୋକଙ୍କ ମଧ୍ୟରେ…

Read More

ନୟାଗଡ ଜିଲ୍ଲା ଡିଜିଟାଲ ମିଡ଼ିଆ ସାମ୍ବାଦିକ ସଂଘର ନୂଆଗାଁ ବ୍ଲକ ପାଇଁ କର୍ମକର୍ତ୍ତା ଚୟନ

ନୂଆଗାଁ, (ନୟାଗଡ଼ ଦର୍ପଣ): କିଛି ଦିନ ପୂର୍ବେ ରାଜ୍ୟରେ ପ୍ରଥମ କରି ନୟାଗଡ ଜିଲ୍ଲାରେ ଡିଜିଟାଲ ମିଡ଼ିଆ ସାମ୍ବାଦିକ ସଂଘ ଗଠନ ହୋଇଥିବା ବେଳେ ଆଜି ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକରେ ପ୍ରଥମ କରି ନୂଆଗାଁ ବ୍ଲକ ଡିଜିଟାଲ ମିଡ଼ିଆ ୟୁନିୟନ ନାମରେ ସଂଘ ଗଠିତ ହୋଇ ଏହି ସଂଗଠନର ପ୍ରଥମ ସାଙ୍ଗଠନିକ ବୈଠକ ତଥା କର୍ମକର୍ତ୍ତା ଚୟନ ହୋଇଯାଇଛି। ନୂଆଗାଁ ନିକଟସ୍ଥ ବାହାଡାଝୋଲା ବାରକୋଳା ଡାକ ବଙ୍ଗଳା ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ। ନୟାଗଡ ଜିଲ୍ଲା ଡିଜିଟାଲ ମିଡ଼ିଆ ସାମ୍ବାଦିକ ସଂଘର ସଭାପତି ଅନୱର ଅଲ୍ଲୀ, ସମ୍ପାଦକ କିଶୋର ମହାପାତ୍ର ଏବଂ ଜିଲ୍ଲା କମିଟିର ଅନ୍ୟ ସଦସ୍ୟ ମାନଙ୍କ ଉପସ୍ଥତିରେ ନୂଆଗାଁ ବ୍ଲକ ଡିଜିଟାଲ ମିଡ଼ିଆ ସାମ୍ବାଦିକ ସଂଘର କର୍ମକର୍ତ୍ତାଙ୍କ ନାମ ଘୋଷଣା…

Read More