ନୟାଗଡ଼,(ନୟାଗଡ଼ ଦର୍ପଣ):- ଆନ୍ତର୍ଜାତୀୟ ମାନବିକ ଅଧିକାର ପରିଷଦରର ନୂତନ କାର୍ଯ୍ୟାଳୟର ଶୁଭ ଉଦଘାଟନ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଆନ୍ତର୍ଜାତୀୟ ମାନବିକ ଅଧିକାର ପରିଷଦର ରାଜ୍ୟ ସଭାପତି ମୀନକେତନ ପଟ୍ଟନାୟକ ନୟାଗଡ଼ ଜିଲ୍ଲାରେ ଶିବାଜୀ ନଗରରେ ନୂତନ କାର୍ଯ୍ୟାଳୟର ଉଦଘାଟନ କରିବା ସହ ଜିଲ୍ଲାରେ ଆନ୍ତର୍ଜାତୀୟ ମାନବିକ ଅଧିକାର ପରିଷଦର ଏହି ବୋର୍ଡ ଗଠନର ସଂପର୍କରେ ବକ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲା ବୋର୍ଡର ସଭାପତି ଭବାନୀ ଶଙ୍କର ଦାସ, ସଂଯୁକ୍ତା ପଢିଆରୀ ନିଯୁକ୍ତ ହୋଇଥିବା ବେଳେ ଉପ ସଭାପତି ଭାବେ ଯଯାତି କେଶରୀ ମହାପାତ୍ର, ସଂପାଦକ ଭାବେ ଅନ୍ୱଅର ଅଲ୍ଲୀଙ୍କୁ ନିଯୁକ୍ତ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ ସାମ୍ବାଦିକ ରାମକୃଷ୍ଣ ରଥ ସଂଯୋଜନା କରିଥିଲେ । ଏହି ନୂତନ କାର୍ଯ୍ୟାଳୟର ଉଦଘାଟନୀ ଉତ୍ସବରେ ସମସ୍ତ କୋଭିଡ୍-୧୯ ନିୟମ ପାଳନ କରି ଉପସ୍ଥିତ…
Read MoreBlog
ରାଜ୍ୟରେ ଆରମ୍ଭ ହେଲା ୟୁଜି ଛାତ୍ରଛାତ୍ରୀଙ୍କ ପାଇଁ ଇ-ପାଠ୍ୟକ୍ରମ ବ୍ୟବସ୍ଥା
ନୟାଗଡ଼,(ନୟାଗଡ଼ ଦର୍ପଣ): ରାଜ୍ୟରେ ୟୁଜି ଛାତ୍ରଛାତ୍ରୀଙ୍କ ପାଇଁ ଇ-ପାଠ୍ୟକ୍ରମ ବ୍ୟବସ୍ଥା ଆରମ୍ଭ ହୋଇଛି। http://vtputkal.odisha.gov.in ମାଧ୍ୟମରେ ଛାତ୍ରଛାତ୍ରୀ ଇ-ପାଠ୍ୟକ୍ରମ ବ୍ୟବସ୍ଥାରେ ଅଂଶ ଗ୍ରହଣ କରିପାରିବେ। ଏହି ୱେବସାଇଟରେ କଳା, ବିଜ୍ଞାନ ଓ ବାଣିଜ୍ୟର ୧୧ ଟି ବିଷୟରେ ପାଠ ପଢା ବ୍ୟବସ୍ଥା ହେବ। ଏଥିରେ ପଢା ଯାଉଥିବା ବିଷୟର ଭିଡିଓକୁ ମଧ୍ୟ ଛାତ୍ରଛାତ୍ରୀ ଡାଉନଲୋଡ କରି ରଖିପାରିବେ। ଏନେଇ ଉଚ୍ଚ ଶିକ୍ଷାମନ୍ତ୍ରୀ ଅରୁଣ କୁମାର ସାହୁ ସୂଚନା ଦେଇଛନ୍ତି।
Read Moreବେଫିକର ଠିକାସଂସ୍ଥା, ନିମ୍ନମାନର ରାସ୍ତା କାମକୁ ନେଇ ତେଜିଲା ଜନ ଅସନ୍ତୋଷ
ରାଜସୁନାଖଳା, (ନୟାଗଡ଼ ଦର୍ପଣ):- ବିଗତ ଦିନରେ ଅତି ନିମ୍ନମାନର ରାସ୍ତା ନିର୍ମାଣ କାର୍ଯ୍ୟ, ନିର୍ମାଣ କାର୍ଯ୍ୟରେ ଅହେତୁକ ଅବହେଳା ଏବଂ ଅଞ୍ଚଳବାସୀଙ୍କ ବାରମ୍ବାର ଦାବୀ ସତ୍ତ୍ୱେ ଠିକା ସଂସ୍ଥାର ବେଫିକର ମନୋଭାବକୁ ନେଇ ତେଜିଲା ଜନ ଅସନ୍ତୋଷ। ଏ ନେଇ ବିଭିନ୍ନ ସମୟରେ ଗଣମାଧ୍ୟମର ଶିରୋନାମା ପାଲଟିଥିବା ଠିକାସଂସ୍ଥା ପ୍ରତି ପ୍ରଶାସନର ନୀରବତାକୁ ନେଇ କ୍ଷୋଭ ପ୍ରକାଶ କଲେ ସ୍ଥାନୀୟ ଅଞ୍ଚଳର ଜନସାଧାରଣ। ପ୍ରକାଶ ଥାଉକି, ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳା ଦେଇ ଯାଇଥିବା ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥର ପ୍ରଶସ୍ତିକରଣ କାର୍ଯ୍ୟ ଜାତୀୟ ରାଜପଥ ନିର୍ମାଣ ପ୍ରାଧିକରଣ ବିଭାଗ ତରଫରୁ ଠିକାସଂସ୍ଥା ଏ.ଆର.ଏସ.ଏସ. ଦ୍ୱାରା ଚାଲୁଅଛି। ମାତ୍ର ସମୟ ଅବଧି ଶେଷ ହୋଇସାରିଥିବା ପରେ ବି ଦୀର୍ଘଦିନ ଧରି ରାଜସୁନାଖଳା ଗଣେଶ ବଜାର ଠାରୁ ହଡ଼ାନଈ ପର୍ଯ୍ୟନ୍ତ ମାତ୍ର ଦେଢ଼ କିଲୋମିଟର ରାସ୍ତାନିର୍ମାଣ କାର୍ଯ୍ୟକୁ ଦେଢ଼…
Read Moreମୋଦି ସରକାରଙ୍କ ନୂତନ ମନ୍ତ୍ରୀମଣ୍ଡଳ
ମହିପୁର ବନ ବିଭାଗ ପକ୍ଷରୁ ବନ ମହୋତ୍ସବ ସପ୍ତାହ ପାଳିତ
ନୂଆଗାଁ,(ନୟାଗଡ଼ ଦର୍ପଣ):- ନୂଆଗାଁ ବ୍ଲକ ମହିପୁର ବନ ବିଭାଗ ପକ୍ଷରୁ ବନମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି । ବନମହୋତ୍ସବ ସପ୍ତାହର ଶେଷ ଦିନରେ ବନ ବିଭାଗ ପକ୍ଷରୁ ଜାତୀୟ ରାଜପଥଠାରୁ ମିନାଗାଡିଆ ପର୍ଯ୍ୟନ୍ତ ଚାରା ରୋପଣ କରାଯାଇଛି । ଆଜିର ଏହି କାର୍ଯ୍ୟକ୍ରମରେ ନୟାଗଡ ଜିଲ୍ଲା ବନଖଣ୍ତ ଅଧିକାରୀ ଧନରାଜ ଏଚ.ଡି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବୃକ୍ଷରୋପଣ କରିଥିଲେ । କାର୍ଯ୍ୟକ୍ରମରେ ଏସସିଏଫ ଶ୍ବେତାଲିନା ସାହୁ, ମହିପୁର ବନାଂଚଳ ଅଧିକାରୀ ଅଭୟକାନ୍ତ ରଥ, ସମିତି ସଭ୍ୟ ରମେଶ ଚନ୍ଦ୍ର ପ୍ରଧାନ, ମହିତମା ବନପାଳ ରାକେଶ କୁମାର ସାହୁ, କୋରଡା ସରପଂଚ ଗୋଲାପ ନାୟକ, ପୂର୍ବତନ ସରପଂଚ ଗୋଲଖ ବିହାରୀ ଗୋଚ୍ଛାୟତ, ବନରକ୍ଷୀ ସୁଧାକର ସାହୁ, ବିନାୟକ ଜେନା, ବିଜୟ କୁମାର ସାହୁ, ଶ୍ରଦ୍ଧାଞ୍ଜଳୀ ସାହୁ, ଶ୍ରୀକାନ୍ତ ସାହୁ, ସମାଜସେବୀ ସାଇ ପ୍ରସାଦ ମିଶ୍ର, ପ୍ରଶାନ୍ତ ଗୋଚ୍ଛାୟତ,…
Read Moreଓଡ଼ଗାଁ ବ୍ଳକର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କଲେ ଜିଲ୍ଲାପାଳ ଡ଼ା. ପୋମା ଟୁଡୁ
ଓଡ଼ଗାଁ,(ନୟାଗଡ଼ ଦର୍ପଣ):- ଜିଲ୍ଲାପାଳ ଡ. ପୋମା ଟୁଡୁ ଏବଂ ପ୍ରକଳ୍ପ ନିର୍ଦ୍ଦେଶକ ସୁବାଷ ଚନ୍ଦ୍ର ରାୟ ଆଜି ଓଡ଼ଗାଁ ବ୍ଲକ ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ନନ୍ଦିଘୋର ପଞ୍ଚାୟତରେ ମନରେଗାରେ ନିର୍ମାଣ ହୋଇଥିବା ଖେଳପଡ଼ିଆ, ନେଳୀ ପୋଖରୀ, ପାଣିଖିଆ ପୋଖରୀ କାର୍ଯ୍ୟର ସମୀକ୍ଷା କରିବା ସହ ମୃତ୍ତିକା ସଂରକ୍ଷଣ ଏବଂ ଜଳବିଭାଜିକା ବିଭାଗ ଦ୍ୱାରା ନିର୍ମାଣ କରାଯାଇଥିବା ବେଡ଼ ପୋଖରୀକୁ ବୁଲି ଦେଖିଥିଲେ। ହରିହରପୁରଠାରେ ଏକ ଛତୁ ଫାର୍ମକୁ ମଧ୍ୟ ପରିଦର୍ଶନ କରିଥିଲେ । କୁରାଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ରାବେରା ନୂତନ ପଞ୍ଚାୟତ ଗୃହ, ପନ୍ତିଖାରୀ ପୋଖରୀ କାର୍ଯ୍ୟର ସମୀକ୍ଷା କରିଥିଲେ । ଏହି ଗସ୍ତରେ ଜିଲ୍ଲାପାଳଙ୍କ ସହିତ ବିଡିଓ ସ୍ୱାତୀଲେଖା ଦାଶ, ତହସିଲଦାର ବିଜୟୀତା ସାମନ୍ତସିଂହାର, ଏନଏସି ନିର୍ବାହୀ ଅଧିକାରୀ ସ୍ୱାତୀ ମିଶ୍ର, ଜିଲ୍ଲା ପରିଷଦ ସଭ୍ୟ…
Read Moreଓଡ଼ିଆ କବିତାର ସ୍ୱର ବେଶ୍ ସମୃଦ୍ଧ
ନୟାଗଡ଼,(ନୟାଗଡ଼ ଦର୍ପଣ):- କଳା, ସାହିତ୍ୟ, ସଂସ୍କୃତି ଅନୁଷ୍ଠାନ “ତଥାସ୍ତୁ” ଆନୁକୁଲ୍ୟରେ ଆୟୋଜିତ ଅନ୍ ଲାଇନ୍ କବିତା ପାଠ କାର୍ଯ୍ୟକ୍ରମରେ ଅନ୍ୟ ରାଜ୍ୟ ଓ ବିଦେଶରେ ରହୁଥିବା କବିମାନେ ଅଂଶଗ୍ରହଣ କରିବାସହ ଆମ ମାତୃଭାଷା ଓଡ଼ିଆ ଏବଂ ଆମେ ଓଡ଼ିଶାର ସନ୍ତାନ, ଓଡ଼ିଆ ସାହିତ୍ୟ ବେଶ୍ ସମୃଦ୍ଧ, ବିଶେଷଭାବେ ରାଜ୍ୟ ବାହାରେ ବା ବିଦେଶରେ ଥାଇ ମଧ୍ୟ ଓଡ଼ିଆ ଗଳ୍ପ, କବିତା, ପ୍ରବନ୍ଧ ଆଦି ପଢ଼ିବା ବେଳେ ମନ ଗର୍ବରେ ପୁରିଉଠେ ବୋଲି ଭାବଗର୍ଭକ ବକ୍ତବ୍ୟ ଉପସ୍ଥାପନା କରିଥିଲେ। ତଥାସ୍ତୁର ସଭାପତି ବସିରନ୍ ବିବିଙ୍କ ଅଧ୍ୟକ୍ଷତାରେ ଏବଂ ସଂପାଦକ ଶରତ ଚନ୍ଦ୍ର ଆଚାର୍ଯ୍ୟଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କବିତା ଆସରରେ ବିଶିଷ୍ଟ ସାହିତ୍ୟିକ ତଥା ଖଡ଼ଗପୁର ମହାବିଦ୍ୟାଳୟ ସଂସ୍କୃତ ବିଭାଗର ପ୍ରାଧ୍ୟାପକ ଡ଼.ଜଗମୋହନ ଆଚାର୍ଯ୍ୟ ଅତିଥି ଭାବେ ଯୋଗଦେଇ, ଦେଶ ବିଦେଶରେ ଓଡ଼ିଆ କାବ୍ୟ-କବିତାର ଯଥେଷ୍ଟ ସମ୍ମାନ ଅଛି…
Read Moreମାଳିସାହି ଗତିକେଶ ଉଚ୍ଚବିଦ୍ୟାଳୟର ୫୩ତମ ପ୍ରତିଷ୍ଠା ଦିବସ ପାଳନ
ନୟାଗଡ଼,(ନୟାଗଡ଼ ଦର୍ପଣ):- ବ୍ୟକ୍ତି ବିଶେଷଙ୍କ ଜନ୍ମ ଦିବସ ଅପେକ୍ଷା ଶିକ୍ଷାନୁଷ୍ଠାନର ଜନ୍ମଦିବସ କେତେ ଅଧିକ ଗୁରୁତ୍ୱ ବହନ କରେ ଆଜି ମାଳିସାହି ଗତିକେଶ ଉଚ୍ଚବିଦ୍ୟାଳୟର ୫୩ତମ ପ୍ରତିଷ୍ଠା ଦିବସ ଅବସରରେ ଦେଖାଯାଇଛି । ପୁରାତନ ଛାତ୍ର ବିଶ୍ୱନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ପ୍ରାରମ୍ଭରେ ବିଦ୍ୟାଳୟର ପ୍ରତିଷ୍ଠାତା କ୍ଷେତ୍ରବାସୀ ମହାପାତ୍ରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ୧୯୬୯ ମସିହା ଜୁଲାଇ ୭ ତାରିଖରେ ଅଞ୍ଚଳବାସୀଙ୍କ ସହଯୋଗୀତାରେ ଏହି ବିଦ୍ୟାଳୟ ଗଢ଼ି ଉଠିଥିଲା ଏବଂ ଇତିମଧ୍ୟରେ ଏହାର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳନ ହୋଇସାରିଛି। ଏହି ବିଦ୍ୟାଳୟ ପାଇଁ ଅବଦାନ ଦେଇ ନଗଦଭାବେ ଦିବଂଗତ ହୋଇଥିବା ଗୁରୁଜୀ ଓ ଶିକ୍ଷା କର୍ମୀ ପୀତବାସ ଆଚାର୍ଯ୍ୟ, ଫକିର ଚରଣ ପରିଡ଼ା, କୃଷ୍ଣଚନ୍ଦ୍ର ଦାଶ, ମୃତ୍ୟୁଞ୍ଜୟ ମହାପାତ୍ର, ବିଚ୍ଛେଦ ମହାପାତ୍ର, ଉଚ୍ଛବ ବସନ୍ତରା ପ୍ରଭୃତିଙ୍କ ସ୍ମୃତିରେ ଶୋକବ୍ୟକ୍ତ କରାଯାଇଥିଲା…
Read Moreପଥର ବୋଝେଇ ଟ୍ରାକ୍ଟର ଜବତ, ଡ୍ରାଇଭର ଫେରାର
ଖଣ୍ଡପଡା,(ନୟାଗଡ଼ ଦର୍ପଣ):- ପ୍ରକୃତିର ସୌନ୍ଦର୍ଯ୍ୟକୁ ନଷ୍ଟ କରି ଚାଲିଛନ୍ତି ଖଣ୍ଡପଡା ଅଞ୍ଚଳର କିଛି ଅସାଧୁ ପଥର ମାଫିଆ। ବେଆଇନ ଭାବେ ଜଙ୍ଗଲକୁ ନଷ୍ଟ କରି ପଥର କଟାଯାଉଥିବାରୁ ଦିନକୁ ଦିନ ଅମ୍ଳଜାନ କମିବାରେ ଲାଗିଛି ବୋଲି ସାଧାରଣରେ ଦେଖା ଦେଇଛି ଅସନ୍ତୋଷ। ବାରମ୍ବାର ଅଭିଯୋଗ ହେଉଥିବା ବେଳେ ମାଫିଆ, ନେତା ଏବଂ ସରକାରୀ କର୍ମଚାରୀଙ୍କ ମଧୁଚନ୍ଦ୍ରିକାରେ ଏଭଳି ଚୋରା କାରବାର ହେଉଥିବା ସ୍ଥାନୀୟ ଅଞ୍ଚଳର ସମାଜସେବୀମାନେ ଅଭିଯୋଗ କରିଛନ୍ତି। ଖଣ୍ଡପଡା ତହସିଲ ଅଞ୍ଚଳରେ ପଥର, ବାଲି ଆଦି ବିପୁଳ ପରିମାଣରେ ଚୋରା ଚାଲାଣ ହେଉଥିବା ନେଇ ସାଧାରଣରେ ଏବେ ଚର୍ଚ୍ଚା ଜୋର ଧରିଛି। ଗତକାଲି ରାତିରେ ଖଣ୍ଡପଡାଥାନା ପୋଲିସ ପାଟ୍ରୋଲିଂ ସମୟରେ ଶାଳଝରିଆ ନିକଟସ୍ଥ ପୋଲ ପାଖରେ ଏକ ପଥର ବୋଝେଇ ଟ୍ରାକ୍ଟରକୁ ଜବତ କରିଛି। ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ଯେ, ଶାସକ ଦଳର ଛତ୍ରଛାୟା…
Read Moreଓଡ଼ଗାଁରେ ରାସ୍ତା ପାର୍ଶ୍ଵରେ ବିଭିନ୍ନ ପ୍ରଜାତିର ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ
ଓଡ଼ଗାଁ,(ନୟାଗଡ଼ ଦର୍ପଣ):- ଓଡ଼ଗାଁ ଇଣ୍ଡିଆନ ଅଏଲ ପେଟ୍ରୋଲ ଟାଙ୍କି ସାମ୍ନାରୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଦେଇ ଆଖୁପଦର ଯାଇଥିବା ରାସ୍ତାର ଉଭୟ ପାର୍ଶ୍ବରେ ବିଭିନ୍ନ ପ୍ରକାରର ଫୁଲ ଫଳ ଜାତୀୟ ବୃକ୍ଷର ଚାରା ରୋପଣ କରାଯାଇଛି । ଓଡ଼ଗାଁ ତାଲୁକ୍ ଲିଗାଲ ସର୍ଭିସ୍ ଓ ନୟାଗଡ଼ ଜିଲ୍ଲା ବନ ବିଭାଗର ମିଳିତ ଆନୁକୁଲ୍ୟରେ ଆଜି ପ୍ରଥମ ଦିନରେ ପ୍ରାୟ ୫୦ ଉର୍ଦ୍ଧ ଚାରା ରୋପଣ କରାଯାଇଛି। ଓଡ଼ଗାଁ ଆଡିସନାଲ ସେସ୍କନ ଜଜ ଶିବାଶିଷ ଗିରି, ସିଭିଲ ଜଜ ଅପୁର୍ବ ରାୟ, ଗ୍ରାମ୍ୟ ନ୍ୟାୟାଳୟ ଅଧିକାରୀ ସୁଧାବାଇ ଅଗ୍ରୱାଲ, ଜିଲ୍ଲା ବନଖଣ୍ଡ ଅଧିକାରୀ ଧନରାଜ ଏଚ ଡି, ରେଞ୍ଜର ଅମ୍ରିତ କୁମାର ସାହୁଙ୍କ ସହ ସମସ୍ତ ବନ କର୍ମଚାରୀ ଓ ଅଦାଲତ କର୍ମଚାରୀ ମାନେ ମିଳିତ ଭାବେ ଚାରା ରୋପଣ କରି ପ୍ରଥମ ଜଳ ପ୍ରଦାନ କରିଥିଲେ। କୃଷ୍ଣଚୂଡ଼ା,…
Read More