ଓଡ଼ଗାଁରେ ରାସ୍ତା ପାର୍ଶ୍ଵରେ ବିଭିନ୍ନ ପ୍ରଜାତିର ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଓଡ଼ଗାଁ,(ନୟାଗଡ଼ ଦର୍ପଣ):- ଓଡ଼ଗାଁ ଇଣ୍ଡିଆନ ଅଏଲ ପେଟ୍ରୋଲ ଟାଙ୍କି ସାମ୍ନାରୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଦେଇ ଆଖୁପଦର ଯାଇଥିବା ରାସ୍ତାର ଉଭୟ ପାର୍ଶ୍ବରେ ବିଭିନ୍ନ ପ୍ରକାରର ଫୁଲ ଫଳ ଜାତୀୟ ବୃକ୍ଷର ଚାରା ରୋପଣ କରାଯାଇଛି । ଓଡ଼ଗାଁ ତାଲୁକ୍ ଲିଗାଲ ସର୍ଭିସ୍ ଓ ନୟାଗଡ଼ ଜିଲ୍ଲା ବନ ବିଭାଗର ମିଳିତ ଆନୁକୁଲ୍ୟରେ ଆଜି ପ୍ରଥମ ଦିନରେ ପ୍ରାୟ ୫୦ ଉର୍ଦ୍ଧ ଚାରା ରୋପଣ କରାଯାଇଛି।

ବୃକ୍ଷ ରୋପଣ ବେଳର ଦୃଶ୍ୟ

ଓଡ଼ଗାଁ ଆଡିସନାଲ ସେସ୍କନ ଜଜ ଶିବାଶିଷ ଗିରି, ସିଭିଲ ଜଜ ଅପୁର୍ବ ରାୟ, ଗ୍ରାମ୍ୟ ନ୍ୟାୟାଳୟ ଅଧିକାରୀ ସୁଧାବାଇ ଅଗ୍ରୱାଲ, ଜିଲ୍ଲା ବନଖଣ୍ଡ ଅଧିକାରୀ ଧନରାଜ ଏଚ ଡି, ରେଞ୍ଜର ଅମ୍ରିତ କୁମାର ସାହୁଙ୍କ ସହ ସମସ୍ତ ବନ କର୍ମଚାରୀ ଓ ଅଦାଲତ କର୍ମଚାରୀ ମାନେ ମିଳିତ ଭାବେ ଚାରା ରୋପଣ କରି ପ୍ରଥମ ଜଳ ପ୍ରଦାନ କରିଥିଲେ। କୃଷ୍ଣଚୂଡ଼ା, ମହିଷୁର କୁଇନ ଏବଂ ଅନ୍ୟାନ୍ୟ ଫଲଫଳ ଚାରା ରୋପଣ କରାଯାଇଥିଲା। ରାସ୍ତା ପାର୍ଶ୍ବ ତାରାଗୁଡ଼ିକୁ ସୁରକ୍ଷା ପାଇଁ ଅଟେଇର ବ୍ୟବସ୍ଥା କରାଯାଇଛି।

Related posts