ଶିକ୍ଷା:- ଜେଇଇ ମେନ୍ ପରୀକ୍ଷା ତାରିଖ ଘୋଷଣା ହେଲାପରେ ପରୀକ୍ଷା ପାଇଁ ପ୍ରତୀକ୍ଷାର ଅନ୍ତ ଘଟିଲା। ଜେଇଇ ମେନ୍ ପରୀକ୍ଷା ହେବାକୁ ଥିବାବେଳେ ମହାମାରୀ କୋଭିଡ୍-୧୯କୁ ଦୃଷ୍ଟିରେ ପାଇଁ ଗତ ଏପ୍ରିଲ୍ ଓ ମେ ମାସରେ ସ୍ଥଗିତ ରଖାଯାଇଥିଲା । ତେବେ ଆସନ୍ତା ଜୁଲାଇ ଓ ଅଗଷ୍ଟ ମାସରେ ପରୀକ୍ଷା ଅନୁଷ୍ଠିତ ହେବା ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ୍ ଘୋଷଣା କରିଛନ୍ତି । ଜେଇଇ ମେନ୍ ପରୀକ୍ଷା ତୃତୀୟ ସିଜିନ ଜୁଲାଇ ୨୦ରୁ ୨୫ତାରିଖ ଯାଏଁ ଏବଂ ୪ର୍ଥ ସିଜିନ୍ ଜୁଲାଇ ୨୭ରୁ ଅଗଷ୍ଟ ୨ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବୋଲି ଆଜି ଘୋଷଣା କରିଛନ୍ତି କେନ୍ଦ୍ରମନ୍ତ୍ରୀ ।
ଜେଇଇ ମେନ ପରୀକ୍ଷା ପାଇଁ ଘୋଷଣା ହେଲା ତାରିଖ
