ଓଡ଼ଗାଁ,(ନୟାଗଡ଼ ଦର୍ପଣ):- ଜିଲ୍ଲାପାଳ ଡ. ପୋମା ଟୁଡୁ ଏବଂ ପ୍ରକଳ୍ପ ନିର୍ଦ୍ଦେଶକ ସୁବାଷ ଚନ୍ଦ୍ର ରାୟ ଆଜି ଓଡ଼ଗାଁ ବ୍ଲକ ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ନନ୍ଦିଘୋର ପଞ୍ଚାୟତରେ ମନରେଗାରେ ନିର୍ମାଣ ହୋଇଥିବା ଖେଳପଡ଼ିଆ, ନେଳୀ ପୋଖରୀ, ପାଣିଖିଆ ପୋଖରୀ କାର୍ଯ୍ୟର ସମୀକ୍ଷା କରିବା ସହ ମୃତ୍ତିକା ସଂରକ୍ଷଣ ଏବଂ ଜଳବିଭାଜିକା ବିଭାଗ ଦ୍ୱାରା ନିର୍ମାଣ କରାଯାଇଥିବା ବେଡ଼ ପୋଖରୀକୁ ବୁଲି ଦେଖିଥିଲେ। ହରିହରପୁରଠାରେ ଏକ ଛତୁ ଫାର୍ମକୁ ମଧ୍ୟ ପରିଦର୍ଶନ କରିଥିଲେ । କୁରାଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ରାବେରା ନୂତନ ପଞ୍ଚାୟତ ଗୃହ, ପନ୍ତିଖାରୀ ପୋଖରୀ କାର୍ଯ୍ୟର ସମୀକ୍ଷା କରିଥିଲେ । ଏହି ଗସ୍ତରେ ଜିଲ୍ଲାପାଳଙ୍କ ସହିତ ବିଡିଓ ସ୍ୱାତୀଲେଖା ଦାଶ, ତହସିଲଦାର ବିଜୟୀତା ସାମନ୍ତସିଂହାର, ଏନଏସି ନିର୍ବାହୀ ଅଧିକାରୀ ସ୍ୱାତୀ ମିଶ୍ର, ଜିଲ୍ଲା ପରିଷଦ ସଭ୍ୟ ଲୋକନାଥ ସାହୁ ପ୍ରମୂଖ ସାମିଲ ହୋଇଥିଲେ । ଗସ୍ତ ସମୟରେ ଜନପ୍ରତିନିଧିମାନେ ଉପସ୍ଥିତ ରହିଥିବା ଜଣାଯାଇଛି ।
ଓଡ଼ଗାଁ ବ୍ଳକର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କଲେ ଜିଲ୍ଲାପାଳ ଡ଼ା. ପୋମା ଟୁଡୁ
