ନୟାଗଡ଼,(ନୟାଗଡ଼ ଦର୍ପଣ):- କଳା, ସାହିତ୍ୟ, ସଂସ୍କୃତି ଅନୁଷ୍ଠାନ “ତଥାସ୍ତୁ” ଆନୁକୁଲ୍ୟରେ ଆୟୋଜିତ ଅନ୍ ଲାଇନ୍ କବିତା ପାଠ କାର୍ଯ୍ୟକ୍ରମରେ ଅନ୍ୟ ରାଜ୍ୟ ଓ ବିଦେଶରେ ରହୁଥିବା କବିମାନେ ଅଂଶଗ୍ରହଣ କରିବାସହ ଆମ ମାତୃଭାଷା ଓଡ଼ିଆ ଏବଂ ଆମେ ଓଡ଼ିଶାର ସନ୍ତାନ, ଓଡ଼ିଆ ସାହିତ୍ୟ ବେଶ୍ ସମୃଦ୍ଧ, ବିଶେଷଭାବେ ରାଜ୍ୟ ବାହାରେ ବା ବିଦେଶରେ ଥାଇ ମଧ୍ୟ ଓଡ଼ିଆ ଗଳ୍ପ, କବିତା, ପ୍ରବନ୍ଧ ଆଦି ପଢ଼ିବା ବେଳେ ମନ ଗର୍ବରେ ପୁରିଉଠେ ବୋଲି ଭାବଗର୍ଭକ ବକ୍ତବ୍ୟ ଉପସ୍ଥାପନା କରିଥିଲେ। ତଥାସ୍ତୁର ସଭାପତି ବସିରନ୍ ବିବିଙ୍କ ଅଧ୍ୟକ୍ଷତାରେ ଏବଂ ସଂପାଦକ ଶରତ ଚନ୍ଦ୍ର ଆଚାର୍ଯ୍ୟଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କବିତା ଆସରରେ ବିଶିଷ୍ଟ ସାହିତ୍ୟିକ ତଥା ଖଡ଼ଗପୁର ମହାବିଦ୍ୟାଳୟ ସଂସ୍କୃତ ବିଭାଗର ପ୍ରାଧ୍ୟାପକ ଡ଼.ଜଗମୋହନ ଆଚାର୍ଯ୍ୟ ଅତିଥି ଭାବେ ଯୋଗଦେଇ, ଦେଶ ବିଦେଶରେ ଓଡ଼ିଆ କାବ୍ୟ-କବିତାର ଯଥେଷ୍ଟ ସମ୍ମାନ ଅଛି ଏବଂ ଓଡ଼ିଆ ସାହିତ୍ୟର ବିଭିନ୍ନ ଭାଷାରେ ବିସ୍ତୃତ ଅନୁବାଦ ହେଲେ ଏହା ସମଗ୍ର ବିଶ୍ୱର ପାଠକମାନଙ୍କ ପାଖରେ ପହଞ୍ଚିପାରିବ ବୋଲି ମତପ୍ରକାଶ କରିଥିଲେ।

ଏହି କବିତା ଆସରରେନ୍ୟୁଜିଲାଣ୍ଡରେ ରହୁଥିବା ଓଡ଼ିଆ କବି ପ୍ରିୟଦର୍ଶୀ ଚନ୍ଦନ ଏବଂ ଓମାନ୍ ରେ ରହୁଥିବା କବି ସୁଶାନ୍ତ କୁମାର ପାତ୍ର ଙ୍କ ସମେତ ଅଠର ଜଣ ବରିଷ୍ଠ କବି ଏବଂ ଛଅ ଜଣ ଯୁବକବି ସ୍ବରଚିତ କବିତାପାଠ କରିଥିଲେ।ଯୁବକବିଙ୍କ କବିତା ସମସ୍ତଙ୍କୁ ବିମୋହିତ କରିଥିବାବେଳେ ତଥାସ୍ତୁର ଏହି ପ୍ରୟାସ ସାହିତ୍ୟର ଏକ ସେତୁ ସ୍ୱରୂପ ବୋଲି କବିମାନେ ମତପ୍ରକାଶ କରିଥିଲେ। କାର୍ଯ୍ୟକ୍ରମରେ କବୀ ସୌଦାମିନୀ ସ୍ୱାଇଁ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ଧନ୍ୟବାଦ ପ୍ରଦାନ କରିଥିଲେ କବି ଗଣେଶ ମିଶ୍ର।
