ମାଳିସାହି ଗତିକେଶ ଉଚ୍ଚବିଦ୍ୟାଳୟର ୫୩ତମ ପ୍ରତିଷ୍ଠା ଦିବସ ପାଳନ

ନୟାଗଡ଼,(ନୟାଗଡ଼ ଦର୍ପଣ):- ବ୍ୟକ୍ତି ବିଶେଷଙ୍କ ଜନ୍ମ ଦିବସ ଅପେକ୍ଷା ଶିକ୍ଷାନୁଷ୍ଠାନର ଜନ୍ମଦିବସ କେତେ ଅଧିକ ଗୁରୁତ୍ୱ ବହନ କରେ ଆଜି ମାଳିସାହି ଗତିକେଶ ଉଚ୍ଚବିଦ୍ୟାଳୟର ୫୩ତମ ପ୍ରତିଷ୍ଠା ଦିବସ ଅବସରରେ ଦେଖାଯାଇଛି । ପୁରାତନ ଛାତ୍ର ବିଶ୍ୱନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ପ୍ରାରମ୍ଭରେ ବିଦ୍ୟାଳୟର ପ୍ରତିଷ୍ଠାତା କ୍ଷେତ୍ରବାସୀ ମହାପାତ୍ରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ୧୯୬୯ ମସିହା ଜୁଲାଇ ୭ ତାରିଖରେ ଅଞ୍ଚଳବାସୀଙ୍କ ସହଯୋଗୀତାରେ ଏହି ବିଦ୍ୟାଳୟ ଗଢ଼ି ଉଠିଥିଲା ଏବଂ ଇତିମଧ୍ୟରେ ଏହାର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳନ ହୋଇସାରିଛି। ଏହି ବିଦ୍ୟାଳୟ ପାଇଁ ଅବଦାନ ଦେଇ ନଗଦଭାବେ ଦିବଂଗତ ହୋଇଥିବା ଗୁରୁଜୀ ଓ ଶିକ୍ଷା କର୍ମୀ ପୀତବାସ ଆଚାର୍ଯ୍ୟ, ଫକିର ଚରଣ ପରିଡ଼ା, କୃଷ୍ଣଚନ୍ଦ୍ର ଦାଶ, ମୃତ୍ୟୁଞ୍ଜୟ ମହାପାତ୍ର, ବିଚ୍ଛେଦ ମହାପାତ୍ର, ଉଚ୍ଛବ ବସନ୍ତରା ପ୍ରଭୃତିଙ୍କ ସ୍ମୃତିରେ ଶୋକବ୍ୟକ୍ତ କରାଯାଇଥିଲା । କରୋନା ମହାମାରୀର ଅନ୍ତ ଘଟି କିଭଳି ବିଦ୍ୟାଳୟର ସ୍ୱାଭାବିକ ଶୈକ୍ଷିକ ପରିସ୍ଥିତି ଫେରିଆସିବ ସେଥିପାଇଁ ଉଦବେଗ ପ୍ରକାଶ ପାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ପ୍ରଧାନ ଶିକ୍ଷକ ବିମଳ ପଟ୍ଟନାୟକ, ପ୍ରମିଳା ଦେବୀ, ପୂର୍ବତନ ଶିକ୍ଷକ ରାମଚନ୍ଦ୍ର ମହାପାତ୍ର, ହୃଷିକେଶ ଦାସ, ସରପଞ୍ଚ ତଥା ପୂର୍ବତନ ଛାତ୍ର ପର୍ଶୁରାମ ସ୍ୱାଇଁ, ଶିକ୍ଷାବିତ ଦାଶରଥୀ ମହାରଣା, ରମେଶ ଦାଶ, ବୁଦ୍ଧି ନାୟକ ପ୍ରମୁଖ ବିଦ୍ୟାଳୟ ସମ୍ବନ୍ଧରେ ସ୍ମୃତିଚାରଣ କରି ଗଠନମୂଳକ ପ୍ରସ୍ତାବମାନ ଉପସ୍ଥାପନ କରିଥିଲେ ।

Related posts