ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ପୌର ପରିଷଦ, ଦଶପଲ୍ଲା, ରଣପୁର ଓ ଖଣ୍ଡପଡ଼ା ବିଜ୍ଞାପିତ ଅଂଚଳ ପରିଷଦ ନିର୍ବାଚନ ନିମନ୍ତେ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ପୋଲିସ -ମାଜିଷ୍ଟ୍ରେଟ୍ ସମନ୍ୱୟ ବୈଠକ ଜିଲ୍ଲାପାଳ ଡା. ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟ୍ଟାରିଆ, ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ, ପ୍ରକଳ୍ପ ନିର୍ଦ୍ଦେଶକ ସୁବାସ ଚନ୍ଦ୍ର ରାୟ, ଉପଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ ଲଗ୍ନଜିତ ରାଉତ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଉମାକାନ୍ତ ମଲ୍ଲିକ ଏବଂ ଏସ.ଡି.ପି.ଓ ନୟାଗଡ଼ ଶୁଭେନ୍ଦୁ କୁମାର ସିହ୍ନା ମଂଚାସୀନ ଥିଲେ । ପଂଚାୟତ ନିର୍ବାଚନ ଆମେ ଦକ୍ଷତାର ସହ ଅତିକ୍ରମ କରିସାରିଥିବାରୁ ସହରାଂଚଳ ନିର୍ବାଚନ ଆମ ପାଇଁ ଅତି ଛୋଟ ଏବଂ ସହଜ ହୋଇଥିଲେହେଁ ଏହାକୁ ହାଲୁୁୁକା ଭାବେ ଗ୍ରହଣ ନ କରିବାକୁ ସମସ୍ତ ସହରାଂଚଳର ନିର୍ବାଚନ…
Read MoreBlog
ପୌର ପରିଷଦ ନିର୍ବାଚନ ନିମନ୍ତେ ସର୍ବଦଳୀୟ ବୈଠକ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ପୌର ପରିଷଦ ନିର୍ବାଚନ ସମ୍ବନ୍ଧରେ ଜିଲ୍ଲାପାଳ ଡା. ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଡିଆରଡିଏର ଟ୍ରେନିଂ ହଲରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଉପସ୍ଥିତ ଥିବା ନିର୍ବାଚନ ପର୍ଯ୍ୟବେକ୍ଷକମାନଙ୍କର ପରିଚୟ ପ୍ରଦାନ କରିଥିଲେ ଜିଲ୍ଲାପାଳ। ନିର୍ବାଚନକୁ କୋଭିଡ୍ ଗାଇଡ୍ ଲାଇନ ମଧ୍ୟରେ ସ୍ୱଚ୍ଛ, ଅବାଧ ଓ ନିରପେକ୍ଷ କରିବା ଉପରେ ଗୁରୁତ୍ୱ ଦେଇଥିଲେ । ନିର୍ବାଚନ ପର୍ଯବେକ୍ଷକ(ସାଧାରଣ) ଶ୍ରୀ ଧନଞୟ ସ୍ୱାଇଁ, ସ୍ୱତନ୍ତ୍ର ଶାସନ ସଚିବ, ଓଡ଼ିଶା ସରକାର ମଡେଲ କୋର୍ଡ ଅଫ୍ କଣ୍ଡକ୍ଟ ଉପରେ ସମସ୍ତଙ୍କୁ ବୁଝାଇଥିଲେ ଏବଂ ଏହାକୁ ମାନି ଚଳିବାକୁ ପରାମର୍ଶ ଦେଇଥିଲେ। ଏହାପରେ ଶ୍ରୀ ବାବୁଲାଲ ପାତ୍ର, ନିର୍ବାଚନ ପର୍ଯ୍ୟବେକ୍ଷକ(ଖର୍ଚ୍ଚ) କହିଲେ ଯେ, ଏହି ନିର୍ବାଚନରେ ଅଧ୍ୟକ୍ଷ ପଦ ନିମନ୍ତେ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀମାନେ ସର୍ବାଧିକ୨ଲକ୍ଷ ଟଙ୍କା ଏବଂ କାଉନସିଲର ପଦ ନିମନ୍ତେ ପ୍ରତିଦ୍ୱନ୍ଦିତା…
Read Moreଚତୁର୍ଦ୍ଦଶ ବାର୍ଷିକ ବିଶ୍ୱଶାନ୍ତି ବିଷ୍ଣୁଯଜ୍ଞ ଅନୁଷ୍ଠିତ
ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଓଡ଼ଗାଁ ବ୍ଲକ୍ ଅନ୍ତର୍ଗତ ପାଇକପନ୍ତିଖାରୀ ଗ୍ରାମରେ ଶ୍ରୀ ଶ୍ରୀ ଲକ୍ଷ୍ମୀନାରାୟଣ ଜୀଉଙ୍କ ମନ୍ଦିର ପରିସରରେ ଚତୁର୍ଦ୍ଦଶ ବାର୍ଷିକ ବିଶ୍ୱଶାନ୍ତି ବିଷ୍ଣୁଯଜ୍ଞ ଅନୁଷ୍ଠିତ ହୋଇଯାଇଛି।ଗତ ୧୪ ତାରିଖ ସୋମବାର ଠାରୁ ଚାରିଦିନ ବ୍ୟାପି ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ପ୍ରତ୍ୟେକ ଦିନ ଯଜ୍ଞାନୁଷ୍ଠାନ କର୍ମ ସହ ସଂକୀର୍ତ୍ତନ, ଭଜନସନ୍ଧ୍ୟା,ପ୍ରବଚନ, ଗୀତିନାଟ୍ୟ ଓ ପ୍ରସାଦସେବନ ଅବସରରେ ଦିବାରାତ୍ର ଶ୍ରଦ୍ଧାଳୁମାନଙ୍କ ଭିଡ଼ ଦେଖିବାକୁ ମିଳିଛି। ପ୍ରଥମ ଦିନ ଅଙ୍କୁରାରୋପଣ ପରେ ଦ୍ୱିତୀୟ ଦିନ ପାଇକପନ୍ତିଖାରୀ ଗ୍ରାମ ସମେତ ଗୋଡିପଲ୍ଲୀ, ନବରତ୍ନପୁର,ଜାମୁସାହି ଆଦି ଗ୍ରାମରୁ ପ୍ରାୟ ଦୁଇଶହରୁ ଅଧିକ ଶ୍ରଦ୍ଧାଳୁ ଓ ମାନସିକଧାରୀ କଳସ ଶୋଭାଯାତ୍ରାରେ ସାମିଲ ହେବାସହ ଯଜ୍ଞ ଆହୁତି ପ୍ରଦାନ କରାଯାଇଥିଲା।ତୄତୀୟଦିନ ଅନୁରୂପ ଭାବେ କାର୍ଯ୍ୟକ୍ରମ ଚାଲୁ ରହିଥିବାବେଳେ ପ୍ରବଚକ ରାଜକିଶୋର ମାର୍ଥାଙ୍କ ପ୍ରବଚନ ଶ୍ରୋତାମାନଙ୍କ ମନ ଜିତିଥିଲା। ଆଜି ପୂର୍ଣ୍ଣାହୁତି ତଥା ଯଜ୍ଞ ସମ୍ପୂର୍ଣ୍ଣ ହେବ ବୋଲି…
Read Moreଏପ୍ରିଲ ୨୯ ତାରିଖରୁ ମାଟ୍ରିକ ପରୀକ୍ଷା: ୪ ଟି ସେଟ୍ ର ହେବ ପ୍ରଶ୍ନ ପତ୍ର
ଭୁବନେଶ୍ଵର(ନୟାଗଡ ଦର୍ପଣ): ଏପ୍ରିଲ ୨୯ ତାରିଖରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇ ମେ’ ୭ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ପରୀକ୍ଷା ୨ଟି ସିଟିଙ୍ଗରେ ହେବ। ପ୍ରଥମ ସିଟିଙ୍ଗ ସକାଳ ୮ ଟାରୁ ଆରମ୍ଭ ହେବାକୁ ଥିବା ବେଳେ ଦ୍ଵିତୀୟ ସିଟିଙ୍ଗ ସକାଳ ୧୧ ଟାରୁ ଆରମ୍ଭ ହେବେ। ପ୍ରତ୍ୟେକ ବିଷୟ ପାଇଁ ଦୁଇ ଘଣ୍ଟା ସମୟ ଧାର୍ଯ୍ୟ କରାଯାଇଥିବା ବେଳେ କେବେଳ ଗଣିତ ପାଇଁ ୨ ଘଣ୍ଟା ୧୫ ମିନିଟ ସମୟ ଧାର୍ଯ୍ୟ କରାଯାଇଛି। ପ୍ରତ୍ୟେକ ବିଷୟ ପାଇଁ ୮୦ ମାର୍କ ଧାର୍ଯ୍ୟ କରାଯାଇଥିବା ବେଳେ ୪ ଟି ସେଟର ପ୍ରଶ୍ନ ପତ୍ର ଆସିବ। କିନ୍ତୁ ରେଗୁଲାର ଏବଂ ଏକ୍ସ-ରେଗୁଲାର ପାଇଁ ଅଲଗା ଅଲଗା ପ୍ରଶ୍ନ ପତ୍ର ଆସିବ। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି ସୂଚନା ଦେଇଛନ୍ତି।
Read MorePCPNDT ପରାମର୍ଶ ସମିତିର ସମୀକ୍ଷା ବୈଠକ
ନୟାଗଡ଼,(ନୟାଗଡ ଦର୍ପଣ,୧୬/୦୩): ଜିଲ୍ଲାପାଳ ଡା. ପୋମା ଟୁଡୁଙ୍କ ଅଧ୍ୟକ୍ଷତୋର ଗଭର୍ଧାରଣ ପୂର୍ବ ଏବଂ ଜନ୍ମପୂର୍ବ ଲିଙ୍ଗ ନିରୂପଣ ଅଧିନିୟମ ୧୯୯୪(PCPNDT) ଉପରେ ପରାମର୍ଶ ସମିତିର ଏକ ସମୀକ୍ଷା ବୈଠକ ଜିଲ୍ଲାପାଳଙ୍କ ମିନି ସଭାଗୃହେର ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ଜିଲ୍ଲାରେ ଚାଲୁଥିବା ସମୁଦାୟ ୯ ଗୋଟି ଅଲଟ୍ରାସାଉଣ୍ଡ୍ କ୍ଲିନିକ୍ର ସ୍ଥିତି ଏବଂ କାର୍ଯ୍ୟକାରିତା ଉପେର ଅୋଲାଚନା ଏବଂ ସମୀକ୍ଷା କରାଯାଇଥିଲା । ୯ ଗୋଟି ଅଲଟ୍ରାସାଉଣ୍ଡ୍ କ୍ଲିନିକ୍ ମଧ୍ୟରୁ ରଶ୍ମି ଡାେଇଗ୍ନାଷ୍ଟିକ୍ ଏବଂ କେୟାର ଡାେଇଗ୍ନାଷ୍ଟିକ୍ ଦୀର୍ଘ ଦିନରୁ ବନ୍ଦ ହୋଇରହିଅଛି । ଏହି ଦୁଇଟିର ପଂଜୀକରଣ ରଦ୍ଦ ଉପେର ଆଲୋଚନା ହୋଇ କେୟାର ଡାେଇଗ୍ନାଷ୍ଟିକ୍ ପଂଜୀକରଣ ରଦ୍ଦ ଉପରେ ନିଷ୍ପତି ନିଆଗଲା । କିନ୍ତୁ ରଶ୍ମି ଡାେଇଗ୍ନାଷ୍ଟିକ୍ର କୋଟର୍ରେ କେସ୍ ଚାଲିଥିବାରୁ ଏହାର ରଦ୍ଦ ଉପେର କୌଣସି ନିଷ୍ପତି ନିଆଯାଇପାରିଲା ନାହିଁ । ସଂଜିବନୀ ଡାେଇଗ୍ନାଷ୍ଟିକ୍…
Read Moreମା’ ଫାଉଣ୍ଡେସନ୍ କପ୍-୨୦୨୨ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ
ନୟାଗଡ଼,(ନୟାଗଡ଼ ଦର୍ପଣ/୧୩.୦୩): ସ୍ଥାନୀୟ ସିଦ୍ଧେଶ୍ଵରୀ କଲ୍ଯାଣ ମଣ୍ଡପ ଭଲିବଲ୍ ପଡିଆଠାରେ ମା’ ସିଦ୍ଧେଶ୍ଵରୀ କ୍ଲବ୍, ରାଜାବଗିଚା ଓ ମା,’ଫାଉଣ୍ଡେସନ୍, ନୟାଗଡ଼ର ମିଳିତ ଆନୁକୁଲ୍ୟରେ ଜିଲ୍ଲାସ୍ତରୀୟ ପ୍ରଥମ ମା’ ଫାଉଣ୍ଡେସନ୍ କପ୍-୨୦୨୨ ଚଳିତ ମାସ ୪ ତାରିଖଠାରୁ ଆରମ୍ଭ କରି ୧୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଟୁର୍ଣ୍ଣାମେଣ୍ଟର ଉଦଯାପନୀ ସନ୍ଧ୍ଯାରେ ସ୍ଥାନୀୟ ବିଧାୟକ ତଥା ମାନ୍ଯବର ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଅନ୍ଯାନ୍ଯ ଅତିଥି ଭାବେ ନୟାଗଡ ପୌର ପରିଷଦର ଅଧ୍ୟକ୍ଷା ପ୍ରାର୍ଥୀନୀ ନିରୂପମା ଖଟେଇ, ୧୫ନଂ ଓ୍ବାର୍ଡର କାଉନସିଲର୍ ପ୍ରାର୍ଥୀ ଜାନକୀ ବଲ୍ଲବ ଜେନା, ମା’ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ସଂପାଦକ ରଂଜନ ରଶ୍ମି ଜେନା, ସଭାପତି ବସନ୍ତ କୁମାର ମିଶ୍ର, ବରିଷ୍ଠ ଶିକ୍ଷକ ଦାସରଥି ପଟ୍ଟନାୟକ ଓ ଵରିଷ୍ଠ ନାଗରିକ ଅଜୟ କୁମାର ସେଠୀ ପ୍ରମୁଖ…
Read Moreସୋହମ ଓ ନେତାଜୀ ସେବା ସଂଘ ତରଫରୁ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର
ନୟାଗଡ଼,(ନୟାଗଡ଼ ଦର୍ପଣ/୧୩.୦୩): ନୟାଗଡର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ “ସୋହମ” ଓ ନେତାଜୀ ସେବା ସଂଘର ମିଳିତ ଆନୁକୁଲ୍ୟରେ ତାରିଣୀ ନଗର ସ୍ଥିତ “ସୋହମ” କାର୍ଯ୍ୟାଳୟ ଠାରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଯାଇଅଛି । ନୟାଗଡର ବିଶିଷ୍ଟ ସମାଜସେବୀ ଦାମଦୋର ସାହୁ ଓ ଡାକ୍ତର ସଞ୍ଜୟ ଦାସ ପ୍ରଦୀପ ପ୍ରଜ୍ବଳନ କରି ଏହାକୁ ଉଦଘାଟନ କରିଥିଲେ । ଏହି ଶିବିରରେ କୋଭିଡ ନିୟମକୁ ପାଳନ କରି ମୋଟ ୨୪ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ସୋହମ୍ ଅନୁଷ୍ଠାନର ସମ୍ପାଦକ କାମାକ୍ଷା ପ୍ରସାଦ ଦାଶ ପରିଚାଳନା କରିଥିଲେ। ଏଥିରେ ନେତାଜୀ ସେବା ସଂଘର ସଭାପତି ଶରତ ଚନ୍ଦ୍ର ସାହୁ, ଉପସଭାପତି ରବିନ୍ଦ୍ର କୁମାର ନାୟକ, ସମ୍ପାଦକ ବୈକୁଣ୍ଠ ନାଥ ମିଶ୍ର, ନୟାଗଡର ଜଣାଶୁଣା ସାହିତ୍ୟିକ, ନିର୍ଦ୍ଦେଶକ ଶରତ ଚନ୍ଦ୍ର ଆଚାର୍ଯ୍ୟଙ୍କ ସମେତ ସସ୍ମିତା ଆଚାର୍ଯ୍ୟ,…
Read Moreଉଦଯାପିତ ହେଲା ଜିଲ୍ଲାସ୍ତରୀୟ ଚେସ୍ ଟୁର୍ଣ୍ଣାମେଣ୍ଟ
ନୟାଗଡ଼,(ନୟାଗଡ଼ ଦର୍ପଣ/୧୩.୦୩): ଅଲ ଓଡିଶା ଚେସ ଆସୋସିଏସନ ଦ୍ୱାରା ପରିଚାଳିତ ତଥା ନୟାଗଡ଼ ଜିଲ୍ଲା ଚେସ ଆସୋସିଏସନ ଓ କେ.ସି. କ୍ଲବ ଦ୍ୱାରା ଆୟୋଜିତ ଜିଲ୍ଲାସ୍ତରୀୟ ଚେସ୍ ଟୁର୍ଣ୍ଣାମେଣ୍ଟ ସ୍ଥାନୀୟ କେସି କ୍ଲବ ସଭାଗୃହରେ ଆଜି ଉଦଯାପିତ ହୋଇଯାଇଛି। ସ୍ୱିସ ପଏଣ୍ଟ ମାଧ୍ୟମରେ ଖେଳାଯାଇଥିବା ଏହି ପ୍ରତିଯୋଗିତାରେ ମୋଟ ୨୬ ଜଣ ପ୍ରତିଯୋଗୀଙ୍କ ମଧ୍ୟରେ ସର୍ବାଧିକ ୬ ପଏଣ୍ଟ ଅର୍ଜନ କରି ଓଡ଼ଗାଁର ଜିତେନ୍ଦ୍ର ଦାସ ଚାମ୍ପିଅନ ହୋଇଥିବା ବେଳେ ୪.୫ ପଏଣ୍ଟ ପାଇ ଦେଉଳ ପଲ୍ଲୀର ଜୟପ୍ରକାଶ ବୈରିଗଞ୍ଜନ ଦ୍ଵିତୀୟ ସ୍ଥାନ ଅଧିକାର କରିଛନ୍ତି। ସେହିପରି ଦଶପଲ୍ଲା ଜାନିସାହିର ବାଲାରସେନ ପାତ୍ର ୪.୫ ପାଇ ୩ୟ ସ୍ଥାନ ହାସଲ କରିଛନ୍ତି। ଉଦଯାପନୀ ଉତ୍ସବରେ ଯୋଗଦେଇ ମୁଖ୍ୟ ଅତିଥି ସତ୍ୟନାରାୟଣ ଶତପଥି, ଅନ୍ୟତମ ଅଥିତି କେସି କ୍ଲବର ସମ୍ପାଦକ ପ୍ରଭାତ ସାହୁ, ଜିଲ୍ଲା ଚେସ ଆସୋଏସନ ସଭାପତି…
Read Moreଜିଲ୍ଲାସ୍ତରୀୟ ଚେସ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ
ନୟାଗଡ଼,(ନୟାଗଡ଼ ଦର୍ପଣ/୧୨.୦୩): ନୟାଗଡ଼ ଜିଲ୍ଲା ଚେସ ଆସୋସିଏସନ ଏବଂ କୃଷ୍ଣଚନ୍ଦ୍ର କ୍ଲବ,ନୟାଗଡ଼ ଆନୁକୁଲ୍ୟରେ ଜିଲ୍ଲାସ୍ତରୀୟ ଚେସ୍ ଟୁର୍ଣ୍ଣାମେଣ୍ଟ ସ୍ଥାନୀୟ କେସି କ୍ଲବ ସଭାଗୃହରେ ଆଜି ଉଦଘାଟିତ ହୋଇଯାଇଛି। ଏଥିରେ ସମଗ୍ର ଜିଳ୍ଲାରୁ ୨୬ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ଏମାନଙ୍କ ମଧ୍ୟରେ ୪ଜଣ ଛୋଟ ପିଲା ଅଂଶ ଗ୍ରହଣ କରିଥିବା ବେଳେ ୩ଜଣ ଝିଅ ମଧ୍ୟ ଅଂଶ ଗ୍ରହଣ କରିଛନ୍ତି । ଅଲ ଓଡିଶା ଚେସ ଆସୋସିଏସନ ଦ୍ୱାରା ପରିଚାଳିତ ତଥା ନୟାଗଡ଼ ଜିଲ୍ଲା ଚେସ ଆସୋସିଏସନ ଓ କେ.ସି. କ୍ଲବ ଦ୍ୱାରା ଆୟୋଜିତ ଏହି ପ୍ରତିଯୋଗୀତା ସ୍ୱିସ୍ ଲିଗ ସିଷ୍ଟମ ମାଧ୍ୟମରେ ଖେଳାଯାଉଛି। ଦୁଇ ଦିନ ବିଶିଷ୍ଟ ଏହି ପ୍ରତିଯୋଗୀତାରେ ଛଅରାଉଣ୍ଡ ଖେଳା ଯିବାକୁ ଥିବା ବେଳେ ପ୍ରଥମ ଦିନରେ ତିନି ରାଉଣ୍ଡ ଖେଳ ସମ୍ପୂର୍ଣ ହୋଇଛି । ଜିଳ୍ଲା ଚେସ ଆସୋଏସନ ସଭାପତି ଚିତ୍ତରଂଜନ…
Read Moreସୌଦାମିନୀ ମିଶ୍ରଙ୍କ କବିତା “ପ୍ରତାରକ ପ୍ରେମିକ”
ପ୍ରତାରକ ପ୍ରେମିକ ବଢ଼ୁଥାଏ ଧୀରେ ଯେବେରାତିର ବୟସ,ବଢ଼ିଥାଏ ଧୀରେ ସେବେମନତଳ ଶୋଷ ! ନିରୀହ ଚାହାଣି ପୁଣିଓଠ ତୁନି ଥିବ,ସ୍ମୃତି ତୁମ ମନେପଡ଼ିଦେହ ଜଳୁଥିବ ! କେମିତି ବୁଝିବ ଅବାକଷ୍ଟ ହୃଦୟର;ମୁଁ ପରା ଫଟା ବଇଁଶୀ,ଦୁର୍ବଳ ମୋ’ ସୁର ! ଛଳନାର ଗନ୍ଧ ତୁମେଡିମିରି ଫୁଲର,କଲ ମୋତେ ପରିତ୍ୟକ୍ତାଏ ରାସ୍ତାକଡ଼ର ! ବାଟ ଭାଙ୍ଗି ଚାଲିଗଲ,ଏଡ଼େ ସ୍ୱାର୍ଥପର;ନିହାଣର ଆଘାତେ ମୁଁକୋଣାର୍କ ମନ୍ଦିର ! ସତରେ ନ ହେଲେ ନାହିଁ,ସପନରେ ଆସ;ପାଖରୁ ନ ହେଲେ ନାହିଁ,ଦୂରୁ ଟିକେ ହସ ! ବାହାନାରେ ବଞ୍ଚିଯିବିବାକି କିଛି ଦିନ;ହୁଅ ପଛେ ଆଉ କା’ର ,ନ ଥାଉ ମୋ’ ଚିହ୍ନ ! ନୀଳାଦ୍ରିବିହାର, ନୟାଗଡ଼
Read More