ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଓଡ଼ଗାଁ ବ୍ଲକ୍ ଅନ୍ତର୍ଗତ ପାଇକପନ୍ତିଖାରୀ ଗ୍ରାମରେ ଶ୍ରୀ ଶ୍ରୀ ଲକ୍ଷ୍ମୀନାରାୟଣ ଜୀଉଙ୍କ ମନ୍ଦିର ପରିସରରେ ଚତୁର୍ଦ୍ଦଶ ବାର୍ଷିକ ବିଶ୍ୱଶାନ୍ତି ବିଷ୍ଣୁଯଜ୍ଞ ଅନୁଷ୍ଠିତ ହୋଇଯାଇଛି।ଗତ ୧୪ ତାରିଖ ସୋମବାର ଠାରୁ ଚାରିଦିନ ବ୍ୟାପି ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ପ୍ରତ୍ୟେକ ଦିନ ଯଜ୍ଞାନୁଷ୍ଠାନ କର୍ମ ସହ ସଂକୀର୍ତ୍ତନ, ଭଜନସନ୍ଧ୍ୟା,ପ୍ରବଚନ, ଗୀତିନାଟ୍ୟ ଓ ପ୍ରସାଦସେବନ ଅବସରରେ ଦିବାରାତ୍ର ଶ୍ରଦ୍ଧାଳୁମାନଙ୍କ ଭିଡ଼ ଦେଖିବାକୁ ମିଳିଛି। ପ୍ରଥମ ଦିନ ଅଙ୍କୁରାରୋପଣ ପରେ ଦ୍ୱିତୀୟ ଦିନ ପାଇକପନ୍ତିଖାରୀ ଗ୍ରାମ ସମେତ ଗୋଡିପଲ୍ଲୀ, ନବରତ୍ନପୁର,ଜାମୁସାହି ଆଦି ଗ୍ରାମରୁ ପ୍ରାୟ ଦୁଇଶହରୁ ଅଧିକ ଶ୍ରଦ୍ଧାଳୁ ଓ ମାନସିକଧାରୀ କଳସ ଶୋଭାଯାତ୍ରାରେ ସାମିଲ ହେବାସହ ଯଜ୍ଞ ଆହୁତି ପ୍ରଦାନ କରାଯାଇଥିଲା।ତୄତୀୟଦିନ ଅନୁରୂପ ଭାବେ କାର୍ଯ୍ୟକ୍ରମ ଚାଲୁ ରହିଥିବାବେଳେ ପ୍ରବଚକ ରାଜକିଶୋର ମାର୍ଥାଙ୍କ ପ୍ରବଚନ ଶ୍ରୋତାମାନଙ୍କ ମନ ଜିତିଥିଲା। ଆଜି ପୂର୍ଣ୍ଣାହୁତି ତଥା ଯଜ୍ଞ ସମ୍ପୂର୍ଣ୍ଣ ହେବ ବୋଲି ଯଜ୍ଞ କମିଟି ସଭାପତି ଯୋଗେଶ୍ୱର ବେହେରା ଜଣାଇଛନ୍ତି।ଏ ଅବସରରେ ଚାରଣ ସ୍ୱାଗତ,ବିଷ୍ଣୁ ଗାୟତ୍ରୀ ଯଜ୍ଞ, ଚରୁପ୍ରସାଦ ସେବନ ଓ ଅନ୍ନକୁଟର ବ୍ୟବସ୍ଥା କରାଯାଇଛି।ଯଜ୍ଞ ଆଚାର୍ଯ୍ୟ ସନ୍ତୋଷ କୁମାର ତ୍ରିପାଠୀ,ପୁସ୍ତକ ଆଚାର୍ଯ୍ୟ ଶାନ୍ତନୁ କୁମାର ଦାଶ,ଶରତଚନ୍ଦ୍ର ବିଶ୍ୱାଳ,ଲକ୍ଷ୍ମୀଧର ଦାସ,ସୁଦର୍ଶନ ନାୟକ, ରବୀନ୍ଦ୍ର କୁମାର ଦାସ ଓ ବିଶ୍ୱନାଥ ବେହେରାଙ୍କ ସମେତ ସମସ୍ତ ଆଧ୍ୟାତ୍ମିକ କାର୍ଯ୍ୟ ପାଇକପନ୍ତିଖାରୀ ଗ୍ରାମବାସୀଙ୍କ ଦ୍ଵାରା ପରିଚାଳିତ ହୋଇଥିଲା।
Related posts
-
ବାଳିକା ଆତ୍ମ ସୁରକ୍ଷା ପ୍ରଶିକ୍ଷଣ କାର୍ଯକ୍ରମର ଉଦଯାପନ ଉତ୍ସବ ପାଳିତ
ଶରଣକୂଳ, (ନୟାଗଡ଼ ଦର୍ପଣ): ଶ୍ରୀ ଲଡୁକେଶ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୋଡିପଡା ଠାରେ ୮ଦିନ ବ୍ୟାପି ଚାଲୁଥିବା ବାଳିକା ଆତ୍ମ... -
ଜିଲ୍ଲା ଏ.ଡି.ଇ.ଓ ସଂଘର ରାଜ୍ୟସ୍ତରୀୟ ସମ୍ବର୍ଦ୍ଧନା ଉତ୍ସବ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ଅନ୍ତର୍ଗତ ଓଡଗାଁ ବ୍ଲକ ଦୁତିକେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଏ.ଡି.ଇ.ଓ ସଂଘର ରାଜ୍ୟ ସ୍ତରୀୟ ସମ୍ବର୍ଦ୍ଧନା... -
ଜିଲ୍ଲା ସ୍ତରୀୟ ଜୁନିୟର ରେଡକ୍ରସରେ ବାହାଡ଼ା ଝୋଲା ଉଚ୍ଚ ବିଦ୍ୟାଳୟର ଦୁଇ କୃତୀ ଛାତ୍ରଙ୍କ କମାଲ
January 23, 2025 Jajati Comments Off on ଜିଲ୍ଲା ସ୍ତରୀୟ ଜୁନିୟର ରେଡକ୍ରସରେ ବାହାଡ଼ା ଝୋଲା ଉଚ୍ଚ ବିଦ୍ୟାଳୟର ଦୁଇ କୃତୀ ଛାତ୍ରଙ୍କ କମାଲନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ସ୍ତରୀୟ ଜୁନିୟର ରେଡକ୍ରସ ଓଡ଼ଗାଁ ରାଧାକାନ୍ତ ବାଳିକା ଉଚ୍ଚ ବିଦ୍ୟାଳୟ ଦ୍ବାରା ତା ୨୨.୦୧.୨୦୨୫...