ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରକୁ ମେଟ୍ରିକ ପରୀକ୍ଷାର ସଫଳତାଚଳିତ ଶିକ୍ଷାବର୍ଷ ୨୦୨୫-୨୬ ମାଧ୍ୟମିକ ପରୀକ୍ଷାରେ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ନୟାଗଡରେ ଫଳାଫଳ ସନ୍ତୋଷ ଜନକ ହୋଇଛି। ମୋଟ ୬୭ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ A1= ୫ଜଣ ଯଥାକ୍ରମେ୧. ଆଦ୍ୟାଶା ସୁବୁଦ୍ଧି -୫୫୭୨. ଅୟସ୍କାନ୍ତ ମହାପାତ୍ର -୫୫୭୩. ସିକୃତି ବିଶ୍ୱାଳ -୫୫୬୪. ହିରଣ୍ମୟୀ ଆଚାର୍ଯ୍ୟ -୫୪୦୫. ସ୍ୱୟଂଶ୍ରେୟା ନାୟକ -୫୪୦ ନମ୍ବର ରଖି ବିଦ୍ୟାଳୟର ଗୌରବ ଅଭିବୃଦ୍ଧି କରିଛନ୍ତି। A2 = ୧୨ଜଣ, B1= ୧୯ ଜଣ, B2 = ୧୬ ଜଣ, C=୧୧ଜଣ, D=୦୩ ଜଣ ଉର୍ତ୍ତୀର୍ଣ୍ଣ ହୋଇଛନ୍ତି, ଜଣେ ଶିକ୍ଷାର୍ଥୀ ଶାରୀରିକ ଅସୁସ୍ଥତା କାରଣରୁ ପରୀକ୍ଷା ଦେଇ ନପାରି ଅକୃତକାର୍ଯ୍ୟ ହୋଇଛନ୍ତି।ଏହି ଅବସରରେ ଶିଶୁ ମନ୍ଦିରର ସମସ୍ତ ଗୁରୁଜୀ ଗୁରୁମା, ପ୍ରଶାସନିକ ପରିଷଦ ଓ ଅନ୍ୟାନ୍ୟ କର୍ମ କର୍ତ୍ତାବୃନ୍ଦ ବେଶ୍ ଖୁସି ଅଛନ୍ତି।…
Read MoreBlog
ନୟାଗଡରେ “ମଇ ଦିବସ ତଥା ଆନ୍ତର୍ଜାତିକ ଶ୍ରମିକ ଦିବସ-୨୦୨୬”
ନୟାଗଡ଼, (ନୟାଗଡ଼ ଦର୍ପଣ): ଜିଲ୍ଲା ପରିଷଦର ସୃଜନ ସମ୍ମିଳନୀ କକ୍ଷରେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ, ନୟାଗଡ ଓ ଜିଲ୍ଲା ପ୍ରଶାସନଙ୍କ ମିଳିତ ଆନୁକୂଳ୍ୟରେ “ମଇ ଦିବସ / ଆନ୍ତର୍ଜାତିକ ଶ୍ରମିକ ଦିବସ-୨୦୨୬” ମହା ଆଡମ୍ବର ସହିତ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଜିଲ୍ଲାସ୍ତରୀୟ ସମାରୋହରେ ପୁରୀ ସାଂସଦ ଡ. ସମ୍ବିତ ପାତ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇ ନିର୍ମାଣ ଶ୍ରମିକମାନଙ୍କୁ ବିଭିନ୍ନ ସହାୟତା ରାଶି ପ୍ରଦାନ କରିଥିଲେ। ସମ୍ମାନିତ ଅତିଥି ଭାବେ ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ, ଜ଼ିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ, ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ, ରଣପୁର ବିଧାୟିକା ତଥା ବାଚସ୍ପତିଙ୍କ ପ୍ରତିନିଧି ଅଭିଷେକ ସାମନ୍ତରାୟ, ନୟାଗଡ଼ ମୁନିସିପାଲିଟି ଅଧ୍ୟକ୍ଷା ନିରୁପମା ଖଟେଇ, ଜ଼ିଲ୍ଲା ନ୍ୟାୟ ସେବା ପ୍ରାଧିକରଣ ସଚିବ ଅଞ୍ଜଳି ମଛଖଣ୍ଡ ଏବଂ ବରିଷ୍ଠ ଓକିଲ ଦଣ୍ଡପାଣି ମହାନ୍ତି ଯୋଗଦାନ କରିଥିଲେ।…
Read Moreପ୍ରଧାନ ଶିକ୍ଷକ ଏବଂ ସହକାରୀ ଶିକ୍ଷକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲଜ ଅନ୍ତର୍ଗତ ବଉଳସାହି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନମୋହନ ସେଠି ଏବଂ ନାଗମୁଣ୍ଡୁଳି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ନିତ୍ୟାନନ୍ଦ ସାହୁଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ବଉଳସାହି ବିଦ୍ୟାଳୟର ସହକାରୀ ଶିକ୍ଷକ ସୁଦର୍ଶନ ବରାଡ଼ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ପ୍ରଧାନ ଶିକ୍ଷକ ଶ୍ରୀ ସେଠି ଜଣେ ଆଦର୍ଶ ଶିକ୍ଷକ ଏବଂ ତାଙ୍କର କର୍ତ୍ତବ୍ୟପରାୟଣତା ପାଇଁ ସବୁଦିନ ମନେ ରହିବେ ବୋଲି ଉପସ୍ଥିତ ଅତିଥି ମନେ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ଓକେସିଏଲ, ଭୁବନେଶ୍ୱର ଏବଂ କମ୍ପୁଟର ଲର୍ଣ୍ଣି ସେଣ୍ଟର, ଶଙ୍ଖେଇ ଦ୍ୱାରା ଆୟୋଜିତ ଅଲମ୍ପିଆଡ ପ୍ରତିଯୋଗିତାରେ ବଉଳସାହି ବିଦ୍ୟାଳୟର ୧୦ ଜଣ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ସେହିପରି ନାଗମୁଣ୍ଡୁଳି ବିଦ୍ୟାଳୟରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ପ୍ରଧାନ ଶିକ୍ଷକ…
Read Moreସହୀଦ କଷ୍ଟିଡାକୁଆ ଭବନରେ ଶ୍ରମିକ ଦିବସ
ନୟାଗଡ଼, (ନୟାଗଡ଼ ଦର୍ପଣ): ଐତିହାସିକ ମଇଦିବସ ଅବସରରେ ସିଆଇଟିୟୁ ପକ୍ଷରୁ ନୟାଗଡ଼ସ୍ଥ ସହୀଦ କଷ୍ଟିଡାକୁଆ ଭବନରେ ଆନ୍ତର୍ଜାତିକ ଶ୍ରମିକ ଦିବସ ଶ୍ରମିକ ନେତା ପବିତ୍ର ଇନ୍ଦ୍ରଜିତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ସିଆଇଟିୟୁର ବରିଷ୍ଠ ନେତା ବିଶ୍ଵନାଥ ମହାପାତ୍ର ଶ୍ରମିକ ଶ୍ରେଣୀର ପ୍ରତୀକ ରକ୍ତପତାକା ଉତ୍ତୋଳନ କରି ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ୧୮୮୬ମସିହା ମଇ ପହିଲାରେ ଆମେରିକାର ଚିକାଗୋ ସହରରେ ଘଟିଥିବା ଐତିହାସିକ ଶ୍ରମିକ ଆନ୍ଦୋଳନ ଓ ରକ୍ତ ବିନିମୟରେ ଶ୍ରମ ଦିବସକୁ ଆଠ ଘଣ୍ଟାରେ ସୀମିତ କରି ପାରିବାର ବୀରତ୍ୱପୂର୍ଣ ଲଢେଇର ଗୌରବମୟ ଅଧ୍ୟାୟକୁ ସଭାରେ ବିଶଦ ଭାବେ ଆଲୋଚନା କରିଥିଲେ କମ୍ରେଡ୍ ମହାପାତ୍ର। ପାଚିକା ୟୁନିଅନ ପକ୍ଷରୁ କୁନୀ ପ୍ରଧାନ, ଆଶା ୟୃନିଅନ ପକ୍ଷରୁ ପ୍ରତିଭା ବେହେରା, ସିକ୍ୟୁରିଟି ୟୁନିଅନ ପକ୍ଷରୁ ଉମାକାନ୍ତ ମହାପାତ୍ର ଓ ମନୋଜ ସାହୁ, କୃଷକ ସଂଗଠନ ପକ୍ଷରୁ…
Read Moreବିରଳ ହାପିଫେସ୍ ବୁଢିଆଣୀ ଆବିଷ୍କାର କଲେ ନୟାଗଡ଼ର ଯୁବ ବୈଜ୍ଞାନିକ ତଥା ଗବେଷକ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲକ୍ ଅଧିନ କ୍ରୀଦାସପୁର ଗ୍ରାମ ପଞ୍ଚାୟତର ଜେମାଦେଇପୁର ଗ୍ରାମର ଯୁବ ବୈଜ୍ଞାନିକ ତଥା କୀଟ ପତଙ୍ଗ ଗବେଷକ ଆଶୀର୍ବାଦ ତ୍ରିପାଠୀ ଏକ ବିରଳ ପ୍ରଜାତିର ବୁଢିଆଣୀ ଆବିଷ୍କାର କରି ଦେଶସାରା ଚର୍ଚ୍ଚାରେ ଥାଇ ଜାତୀୟ ଗଣମାଧ୍ୟମରେ ମୁଖରିତ ହୋଇଛନ୍ତି। ପ୍ରକାଶ ଥାଉକି ଆଶୀର୍ବାଦ ତ୍ରିପାଠୀ ଓଡ଼ିଶାରୁ ଉଚ୍ଚ ଶିକ୍ଷା ଲାଭକରି ବର୍ତ୍ତମାନ୍ ଉତ୍ତରାଖଣ୍ଡ ରାଜ୍ୟର ଡେରାଡୁନରେ ଅବସ୍ଥିତ ଭାରତ ସରାକରଙ୍କ ଜାତୀୟ ଜଙ୍ଗଲ ଓ ପରିବେଶ ଗବେଷଣା କେନ୍ଦ୍ରରେ ଆମ ପରିବେଶରେ ଦେଖାଦେଉଥିବା କୀଟ ପତଙ୍ଗ ଉପରେ ଗବେଷଣା କରୁଥିବା ବେଳେ ବିଶେଷ କରି ପିମ୍ପୁଡ଼ି ମାନଙ୍କ ଭିନ୍ନ ଭିନ୍ନ ପ୍ରଜାତି ଉପରେ ଗବେଷଣା କରି ପି.ଏଚ୍.ଡି କରୁଛନ୍ତି। ନିକଟରେ ଗବେଷଣାଗାର ତରଫରୁ ପିମ୍ପୁଡ଼ି ଉପରେ ଅଧିକ ଗବେଷଣା ପାଇଁ ହିମାଳୟ ପାଦ ଦେଶରେ ଥିବା କେଦାରନାଥ ଅଭୟାରଣ୍ୟକୁ ଶ୍ରୀମାନ୍ ତ୍ରିପାଠୀଙ୍କୁ…
Read More୨-୧ ଗୋଲରେ ଶରଣକୁଳ ଏଫ.ସି ଡିଏଭି ଏଫ.ସି ନୟାଗଡ ଠାରୁ ବିଜୟୀ
ନୟାଗଡ, (ନୟାଗଡ଼ ଦର୍ପଣ): ଓଡ଼ିଶା ଫୁଟବଲ୍ ଆସୋସିଏସନ୍ ଏବଂ ଜିଲ୍ଲା ଆଥଲେଟିକ୍ ଆସୋସିଏସନର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଖେଳ ପଡିଆରେ ଚାଲିଥିବା ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ଏକ ଖେଳରେ ଶରଣକୁଳ ଏଫ.ସି ଡିଏଭି ଏଫ.ସି ନୟାଗଡକୁ ଏକ ମ୍ୟାଚରେ ୨-୧ ଗୋଲରେ ବିଜୟୀ ହୋଇଛି। ଆଜିର ଖେଳରେ ବିଶିଷ୍ଟ ସମାଜସେବୀ ତଥା ରୋଟାରିଆନ ପୂର୍ଣ୍ଣଚନ୍ଦ୍ର ସାହୁ ମୁଖ୍ୟଅତିଥିଭାବେ ଯୋଗଦେଇ ଉଭୟ ଦଳର ଖେଳାଳୀ ମାନଙ୍କ ସହ କରମର୍ଦ୍ଦନ କରିଥିଲେ। ବରିଷ୍ଠ ସାମ୍ୱାଦିକ ରାମକୃଷ୍ଣ ରଥ ଧାରାବିବରଣୀ ପ୍ରଦାନ କରିଥିବାବେଳେ ମ୍ୟାଚ୍ କମିସନର ଭାଵେ କମରୁଦ୍ଦିନ ଖାଁ ରହିଥିଲେ।ଏହି ଆନ୍ତଃ କ୍ଲବ୍ ଏବଂ ଆନ୍ତଃ ଜିଲ୍ଳା ସିଏମ୍ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟକୁ ସଂମ୍ପାଦକ ଅଶେଷ କୁମାର ଦାଶ, ଉପ ସଭାପତି ଭବାନୀଶଙ୍କର ଦାସ, ଯୁଗ୍ମ ସମ୍ପାଦକ ବିନାୟକ ପ୍ରସାଦ ରାଓ, ପ୍ରଶାନ୍ତ କୁମାର ବେହେରା, ନିଶିକାନ୍ତ ମହାନ୍ତି…
Read Moreଜିଲ୍ଲା ଓକିଲ ସଙ୍ଘ ପକ୍ଷରୁ ଆଇନଜୀବୀ ଦିବସ ପାଳିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଓକିଲ ସଙ୍ଘ ପକ୍ଷରୁ ଉତ୍କଳ ଗୌରବ ଓଡ଼ିଆ ଅସ୍ମିତାର ପ୍ରତୀକ ମଧୁସୂଦନ ଦାସଙ୍କ ୧୭୮ ତମ ଜନ୍ମତିଥି, ଆଇନଜୀବୀ ଦିବସ ଅବସରରେ ଓଡିଶା ଉଚ୍ଚ ନ୍ୟାୟାଳୟ ମାନ୍ୟବର ନ୍ୟାୟମୁର୍ତ୍ତି ମୁରାହାରି ଶ୍ରୀ ରମଣ ମୁଖ୍ୟଅତିଥିଭାବେ ଯୋଗଦେଇ ଆଇନ କେବଳ ପେଶା ନୁହେଁ ଏହା ଦାୟିତ୍ୱ ବୋଲି କହିଛନ୍ତି। ଓକିଲ ସଙ୍ଘ ସଭାପତି ବରିଷ୍ଠ ଆଇନଜୀବୀ ରଣଜିତ ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ସ୍ୱତନ୍ତ୍ର ଅତିଥିଭାବେ ଜିଲ୍ଲାପାଳ ମଧୁମିତା ରଥ, ପରିବାର ଅଦାଲତ ଜଜ ଡ଼. ଇନ୍ଦୁ ଶର୍ମା, ପୋକ୍ସ ସ୍ୱତନ୍ତ୍ର ଜଜ ଜାନକୀ ବିଶ୍ୱାଳ, ମୁଖ୍ୟବକ୍ତା ଡ଼. କୈଳାସ ଚନ୍ଦ୍ର ବାଣ୍ଠ ପ୍ରମୁଖ ଯୋଗଦେଇ ମଧୁ ବାବୁ ଓଡ଼ିଶାର ପ୍ରଥମ ବାରିଷ୍ଟର ନୁହେଁ, ସେ ଥିଲେ ଓଡ଼ିଆ ଜାତିର ଆତ୍ମା, ଯେତେବେଳେ ଓଡ଼ିଆ ଜାତି ତାର ପରିଚୟ ହରାଇବାର ସମ୍ଭାବନା…
Read Moreନୟାଗଡ ଜିଲ୍ଲାର ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନା ସଂକ୍ରାନ୍ତ ବୈଠକ
ନୟାଗଡ଼, (ନୟାଗଡ଼ ଦର୍ପଣ): ଆଜି ଅନୂସୁଚିତ ଜନଜାତି ଓ ଅନୂସୁଚିତ ଜାତି ଉନ୍ନୟନ, ସଂଖ୍ୟା ଲଘୁ ସଂପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ଦ୍ବାରା ପ୍ରଧାନ ମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନାରେ ନୟାଗଡ଼ ଜିଲ୍ଲାର ଦଶପଲ୍ଲା ବ୍ଲକର କଇଁଆ ଡିହ, ଗୋଡିବିଡା, କୁଲୁରୁକୁମ୍ପା ଖଣ୍ଡପଡ଼ା ବ୍ଲକର ଇଛାପୁର, ନୂଆଗାଁ ବ୍ଲକର ନୂଆପଲା, ଥୁଆବାରି, ଓଡ଼ଗାଁ ବ୍ଲକର କୈବଲ୍ୟପୁର ଏବଂ ନୟାଗଡ଼ ବ୍ଲକର ହାଟଦ୍ବାର ଅନ୍ତର୍ଭୁକ୍ତ ନିମନ୍ତେ ଜିଲ୍ଲାପାଳ, ନୟାଗଡ଼ ମଧୁମିତା ରଥଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ପ୍ରକଳ୍ପର ଅନୁମୋଦନ ଲାଗି କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ନୟାଗଡ଼ ନିର୍ବାହି ଅଧିକାରୀ ତଥା ମୂଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲାପରିଷଦ ଲଗ୍ନଜିତ ରାଉତ ଯୋଗଦେଇ ଥିଲେ। ଯୋଜନା ମାଧ୍ୟମରେ ଅନୂସୁଚିତ ଜାତି ବହୁଳ ଗ୍ରାମର ଉନ୍ନୟନ ସହ ସାମାଜିକ ଓ ଆର୍ଥିକ ଭନ୍ନତି କରଣ ଲାଗି ଉଦିଷ୍ଟ ଯୋଜନା…
Read Moreପୂଜ୍ୟପୂଜା କମିଟି ପକ୍ଷରୁ ମଧୁ ବାବୁ ଜୟନ୍ତୀ ପାଳିତ
ନୟାଗଡ, (ନୟାଗଡ଼ ଦର୍ପଣ): ନୟାଗଡ ପୂଜ୍ୟପୂଜା କମିଟି ପକ୍ଷରୁ ପଗଡ଼ି ପୁରୁଷ ମଧୁ ବାବୁଙ୍କ ଜୟନ୍ତୀ ସ୍ଥାନୀୟ ନୀଳମାଧବ ହୋଟେଲ ପରିଷରରେ ପାଳିତ ହୋଇଯାଇଛ। ପୂଜ୍ୟ ପୂଜା କମିଟି ପକ୍ଷରୁ ଗୋଦାବରୀ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ୱାଦିକ ରାମକୃଷ୍ଣ ରଥ ମଧୁବାବୁ କିଭଳି କୋଟି ଓଡ଼ିଆର ପ୍ରାଣ ବିନ୍ଦୁ ଥିବା ସହ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଆଦ୍ୟ ଉଦ୍ୟୋକ୍ତା ଥିଲେ, ଓଡ଼ିଆ ଜାତି, ମାଟି ମା ପାଇଁ ତାଙ୍କ ଜୀବନ କିଭଳି ଉତ୍ସର୍ଗୀକୃତ ଥିଲା ତାର ଅବତାରଣା କରିବାସହ କୁଳବୃଦ୍ଧ ମଧସୂଦନଙ୍କ ରଚିତ ଜାତୀୟତା ବାଦି କବିତାର ପଂକ୍ତି ଉଦ୍ଧାର କରିଥିଲେ। ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀରେ କମିଟି ପକ୍ଷରୁ ତାଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରୋଟାରିଆନ ଧିରେନ୍ଦ୍ର ପଟ୍ଟନାୟକ, ଶିକ୍ଷାବିତ୍ ନିରଞ୍ଜନ ମିଶ୍ର, ମନୋରଞ୍ଜନ…
Read Moreସାମ୍ବାଦିକଙ୍କ ବିଭିନ୍ନ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ସାମ୍ବାଦିକ ମାନଙ୍କର ବିଭିନ୍ନ ବହୁ ପ୍ରତୀକ୍ଷିତ ସମସ୍ୟାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ନୟାଗଡ଼ ଜିଲ୍ଲାପାଳଙ୍କ ଜରିଆରେ ପ୍ରେରିତ ଏହି ସ୍ମାରକପତ୍ରରେ ଜିଲ୍ଲାର କାର୍ଯ୍ୟରତ ସାମ୍ବାଦିକମାନଙ୍କ ସୁରକ୍ଷା ଓ କଲ୍ୟାଣ ନେଇ ୪ ଦଫା ଦାବି ଉପସ୍ଥାପନ କରାଯାଇଛି। ସଂଘ ପକ୍ଷରୁ ଦର୍ଶାଯାଇଥିବା ପ୍ରମୁଖ ଦାବିଗୁଡ଼ିକ ମଧ୍ୟରେ ରହିଛି ଅବସରପ୍ରାପ୍ତ ସାମ୍ବାଦିକମାନଙ୍କୁ ସମ୍ମାନଜନକ ପେନସନ ପ୍ରଦାନ କରିବା, କାର୍ଯ୍ୟରତ ସାମ୍ବାଦିକମାନଙ୍କ ସୁରକ୍ଷା ପାଇଁ ତୁରନ୍ତ ସ୍ୱତନ୍ତ୍ର ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରିବା,ବ୍ଲକ, ଜିଲ୍ଲା ଏବଂ ରାଜ୍ୟ ସ୍ତରରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ସରକାରୀ ସ୍ୱୀକୃତି ପ୍ରଦାନ ପାଇଁ ଆକ୍ରିଡ଼ିଏସନ କମିଟି ଗଠନ କରି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଏବଂ ସମସ୍ତ ସାମ୍ବାଦିକ ମାନଙ୍କୁ ଉଦ୍ଦିଷ୍ଟ ସ୍ୱାସ୍ଥ୍ୟ ବୀମା ଯୋଜନାରେ ପରିବାରର…
Read More