ନୟାଗଡ, (ନୟାଗଡ଼ ଦର୍ପଣ): ନୟାଗଡ ପୂଜ୍ୟପୂଜା କମିଟି ପକ୍ଷରୁ ପଗଡ଼ି ପୁରୁଷ ମଧୁ ବାବୁଙ୍କ ଜୟନ୍ତୀ ସ୍ଥାନୀୟ ନୀଳମାଧବ ହୋଟେଲ ପରିଷରରେ ପାଳିତ ହୋଇଯାଇଛ। ପୂଜ୍ୟ ପୂଜା କମିଟି ପକ୍ଷରୁ ଗୋଦାବରୀ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ୱାଦିକ ରାମକୃଷ୍ଣ ରଥ ମଧୁବାବୁ କିଭଳି କୋଟି ଓଡ଼ିଆର ପ୍ରାଣ ବିନ୍ଦୁ ଥିବା ସହ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଆଦ୍ୟ ଉଦ୍ୟୋକ୍ତା ଥିଲେ, ଓଡ଼ିଆ ଜାତି, ମାଟି ମା ପାଇଁ ତାଙ୍କ ଜୀବନ କିଭଳି ଉତ୍ସର୍ଗୀକୃତ ଥିଲା ତାର ଅବତାରଣା କରିବାସହ କୁଳବୃଦ୍ଧ ମଧସୂଦନଙ୍କ ରଚିତ ଜାତୀୟତା ବାଦି କବିତାର ପଂକ୍ତି ଉଦ୍ଧାର କରିଥିଲେ। ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀରେ କମିଟି ପକ୍ଷରୁ ତାଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରୋଟାରିଆନ ଧିରେନ୍ଦ୍ର ପଟ୍ଟନାୟକ, ଶିକ୍ଷାବିତ୍ ନିରଞ୍ଜନ ମିଶ୍ର, ମନୋରଞ୍ଜନ ସାମନ୍ତ, ସନ୍ତୋଷ କୁମାର ଶର୍ମା, ରଘୁନାଥ ବିଶୋଇ, ଜିତେନ୍ଦ୍ର ସେଠୀ, ଗୋପବନ୍ଧୁ ଲେଙ୍କା ପ୍ରମୁଖ ଉପସ୍ଥିତ ରହି ମଧୁ ବାବୁ ଜୟନ୍ତୀରେ ମଧୁ ବାବୁଙ୍କ ଗୁଣ ଗାନ କରିଥିଲେ।

