ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ମୁନିସପାଲିଟିର ୬ନମ୍ବର ୱାର୍ଡରେ ମିଶନ ଶକ୍ତି ଗୃହର ଶିଳାନ୍ୟାସ ହୋଇଯାଇଛି। ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏକ ଯୁଗାନ୍ତକାରୀ ପଦକ୍ଷେପ ହେଉଛି ମିଶନ ଶକ୍ତି। ଏହି ମିଶନ ଶକ୍ତି ଜରିଆରେ ତୃଣମୂଳ ସ୍ତରରୁ ମହିଳା ମହିଳା ମାନଙ୍କୁ କିପରି ସ୍ୱାବଲମ୍ବୀ କରିବା ସହ ଶସକ୍ତ ହୋଇପାରିବେ ଏହି ଲକ୍ଷ୍ୟରେ ଓଡ଼ିଶାର ପ୍ରତ୍ୟେକ ବ୍ଲକରେ ନିର୍ମାଣ ହେଉଛି ମିଶନ ଶକ୍ତି ଗୃହ। ‘ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ’ ଯୋଜନାରେ ଏହି କାର୍ଯ୍ୟ କରାଯାଉଥିବା ଜଣାପଡିଛି। ଏହି ଅବସରରେ ନୟାଗଡ଼ ମୁନିସପାଳିଟିର ୧୬ଟି ୱାର୍ଡରେ ୮ଟି ୱାର୍ଡରେ ଏହି ଗୃହ କାର୍ଯ୍ୟ ସରିଲାଣି। ଆଜି ୱାର୍ଡ ନମ୍ବର ୬ରେ ମିଶନ ଶକ୍ତି ଗୃହର ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଅନ୍ୟ ୱାର୍ଡ ଗୁଡିକରେ ଖୁବଶୀଘ୍ର ଏହି ଗୃହ ନିର୍ମାଣ ହେବ ବୋଲି ପୋୖରାଧ୍ୟକ୍ଷା…
Read MoreBlog
ଆଦିବାସୀ ଅଧ୍ୟୁଷିତ ଗ୍ରାମ ତୁଲୁବିରେ ପହଞ୍ଚିଲା ସ୍ୱାସ୍ଥ୍ୟ ବିଭାଗ
ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡ଼ଗାଁ ବ୍ଲକର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ତୁଲୁବି ଗାଁରେ ପହଂଚିଛି ସ୍ବାସ୍ଥ୍ୟ ବିଭାଗ। ଲୋକଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ବୁଝିବା ସହିତ କୋଭିଡ଼ ଟୀକା ଏବଂ ଡେଙ୍ଗୁ ଉପରେ ଗୁରୁତ୍ବ ଦେଇଛନ୍ତି। କିଛିଦିନ ଧରି ମହାମାରୀ କରୋନା ଏବଂ ଡେଙ୍ଗୁ ଲୋକଙ୍କ ନିଦ ହଜେଇ ଦେଇଛି। କରୋନାର ଚତୁର୍ଥ ଲହର ଚାଲିଥିବା ବେଳେ ଏଥିରେ ଲୋକମାନେ ସଂକ୍ରମିତ ହେଉଛନ୍ତି। ଏହା ସହିତ ଡେଙ୍ଗୁ ରୋଗରେ ଲୋକେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରୁଛନ୍ତି। ଏସବୁକୁ ଦୃଷ୍ଟିରେ ରଖି ଆଜି ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍ ତୁଲୁବି ଗ୍ରାମରେ ପହଂଚିଥିଲେ। ଲୋକମାନେ ଥଣ୍ତା, ଜ୍ବର,କାଶ ଆଦି ରୋଗରେ ପିଡିତ ଅଛନ୍ତି କି ନାହିଁ ତାହା ଘର ଘର ବୁଲି ପଚାରି ବୁଝିଥିଲେ। ଥଣ୍ତା ଜ୍ବର ହେଲେ କିମ୍ବା ଜ୍ବର ଛାଡୁନଥିଲେ ତୁରନ୍ତ ଡ଼ାକ୍ତରଙ୍କ ସହ ପରାମର୍ଶ କରିବା କିମ୍ବା…
Read Moreଜ୍ଞାନ,ଅନୁଭବ, ସାମର୍ଥ୍ୟ ଏବଂ କଳାତ୍ମକ କୈ।ଶଳ ଅନୁବାଦକୁ ପଭାବଶାଳୀ କରେ
ନୟାଗଡ଼,(ନୟାଗଡ଼ ଦର୍ପଣ): ଭାରତର ବିଭିନ୍ନ ପ୍ରାନ୍ତର ଅନୁବାଦକଙ୍କୁ ଏକାଠି କରିବା ସହ ଅନୁବାଦ ସାହିତ୍ୟର ବ୍ୟାପକତା ଦିଗରେ ନିରନ୍ତର ପ୍ରୟାସ କରିଆସୁଥିବା ଭାରତୀୟ ଅନୁବାଦ ସାହିତ୍ୟ ଅନୁଷ୍ଠାନ ବିଭିନ୍ନ ସମୟରେ ଅନୁବାଦ ସାହିତ୍ୟ ଆଧାରିତ ଆଲୋଚନାଚକ୍ର, ଅନୁବାଦକଙ୍କ ଅନୁଭବ,ଅନୂଦିତ କାବ୍ୟପାଠ ଆଦି ଆୟୋଜନ କରିଆସୁଅଛି। ଏହି କ୍ରମରେ ଅନୁଷ୍ଠାନ ତରଫରୁ ଅନଲାଇନ୍ ମାଧ୍ୟମରେ ଆୟୋଜିତ ହୋଇଯାଇଛି ବହୁଭାଷୀ ଅନୂଦିତ କାବ୍ୟପାଠ ଓ କାବ୍ୟ ସମୀକ୍ଷା କାର୍ଯ୍ୟକ୍ରମ। ଭାରତୀୟ ଅନୁବାଦ ସାହିତ୍ୟର ଆବାହକ ଶରତ ଚନ୍ଦ୍ର ଆଚାର୍ଯ୍ୟ ବରେଣ୍ୟ ଅନୁବାଦକମାନଙ୍କୁ ସ୍ୱାଗତ କରିବା ସହ ଭାରତୀୟ ଅନୁବାଦ ସାହିତ୍ୟ ଆସନ୍ତା ସମୟରେ ବିଭିନ୍ନ ରାଜ୍ୟମାନଙ୍କରେ ସମ୍ମିଳନୀ ଆୟୋଜନ ଏବଂ ଅନୁବାଦ କାର୍ଯ୍ୟ କୁ ବ୍ୟାପକ କରିବା ଦିଗରେ ଯତ୍ନଶୀଳ ହେବ ବୋଲି ଦର୍ଶାଇଥିଲେ। ଆକାଶବାଣୀ ଉପସ୍ଥାପିକା ମିତା ପଟ୍ଟନାୟକ ଓ ଯୁବ ଅନୁବାଦିକା ଜୟଶ୍ରୀ ଦୋରାଙ୍କ ସଂଯୋଜନାରେ ୨୦…
Read More୬ଟି ପୁରସ୍କାର ପାଇ ସର୍ବକାଳୀନ ରେକର୍ଡ଼ ସୃଷ୍ଟି କଲେ ଛାତ୍ରଛାତ୍ରୀ
ନୟାଗଡ଼(ନୟାଗଡ଼ ଦର୍ପଣ): ଓଡ଼ିଶା ସାହିତ୍ୟ ଏକାଡେମୀର ୬୫ତମ ସ୍ୱନକ୍ଷତ୍ର ଦିବସ ଉପଲକ୍ଷେ ଅନୁଷ୍ଠିତ ହୋଇଥିବା ରାଜ୍ୟସ୍ତରୀୟ ପ୍ରତିଯୋଗୀତାରେ କେବଳ ନୟାଗଡ଼ ଜିଲ୍ଲାର ପ୍ରତିଯୋଗୀମାନେ ମୋଟ ୨୪ଟି ପୁରସ୍କାର ମଧ୍ୟରୁ ୬ଟି ପୁରସ୍କାର ପାଇ ଏକ ବିରଳ କୃତିତ୍ୱ ହାସଲ କରି ସର୍ବକାଳୀନ ରେକର୍ଡ଼ ସୃଷ୍ଟି କରିବା ସହିତ ଜିଲ୍ଲାପାଇଁ ଆଣିଛନ୍ତି ଅନେକ ଗର୍ବ ଓ ଗୌରବ । ବରିଷ୍ଠ ବିଭାଗରେ ୪ଟି ଏବଂ କନିଷ୍ଠ ବିଭାଗରେ ୪ଟି ଏହିପରି ମୋଟ ୮ଟି ବିଷୟରେ ହୋଇଥିବା ଏହି ପ୍ରତିଯୋଗୀତାରେ ଜିଲ୍ଲାରୁ ବରିଷ୍ଠ ବିଭାଗରେ ୪ଟି ଏବଂ କନିଷ୍ଠ ବିଭାଗରେ ୨ଟି ପୁରସ୍କାର ଜିତିଛନ୍ତି । ପ୍ରବନ୍ଧ, ବକ୍ତୃତା, କବିତା ଆବୃତ୍ତି ଏବଂ ସାଧାରଣ ଜ୍ଞାନ ବିଷୟରେ ହୋଇଥିବା ଏହି ରାଜ୍ୟସ୍ତରୀୟ ପ୍ରତିଯୋଗୀତାରେ ଓଡ଼ଗାଁ ବ୍ଲକ ଅନ୍ତର୍ଗତ ଗୋପୀନାଥ ଉଚ୍ଚ ବିଦ୍ୟାଳୟର ଛାତ୍ର ତପନ ସ୍ୱାଇଁ ପ୍ରବନ୍ଧ ପ୍ରତିଯୋଗୀତାରେ ପ୍ରଥମ…
Read Moreଦୁଷ୍କର୍ମ ମାମଲାରେ ପୋଲିସ କର୍ମଚାରୀଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ
ନୟାଗଡ଼,(ନୟାଗଡ଼ ଦର୍ପଣ): ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ନୟାଗଡ଼ ଜିଲ୍ଲା ଫାଷ୍ଟଟ୍ରାକ ବିଚାରପତି ବିରଞ୍ଚି କୁମାର ରଥ ଅଭିଯୁକ୍ତ ପୋଲିସ କର୍ମଚାରୀ ବ୍ରଜକିଶୋର ମଲ୍ଲିକକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଏବଂ ୬୦ ହଜାର ଟଙ୍କା ଜୋରିମନା ଆଦେଶ ଦେଇଛନ୍ତି । ଘଟଣାରୁ ପ୍ରକାଶ ଯେ ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନାରେ ଗତ ୨୩.୦୮.୨୦୧୮ରେ ଅଭିଯୋଗକୁ ଭିତ୍ତି କରି ଏହି ଥାନାରେ କେସ ନଂ-୧୬୨/୧୮ ଏକ ମାମାଲା ରୁଜୁ ହୋଇ ଏହାର ତଦନ୍ତ ଆରମ୍ଭ ହୋଇଥିଲା । ଉକ୍ତ ମାମଲାରେ ତତ୍କାଳୀନ ମହିଳା କମିଶନର ହସ୍ତକ୍ଷେପ କରି ନୟାଗଡ଼ ସିଡବ୍ଲୁସିକୁ ସ୍ଥାନାନ୍ତରିତ ହୋଇ ରିପୋର୍ଟ ଆଧାରରରେ ଫତେଗଡ଼ ଥାନାରେ ମାମଲା ରୁଜୁ ହୋଇଥିଲା । ଘଟଣାର ଅନୁସନ୍ଧାନ ପରେ ନାବାଳିକା ଜଣକ ଦୁଷ୍କର୍ମର ଶିକାର ହୋଇଥିଲା ଏବଂ ମାମଲାର ସତ୍ୟାସତ୍ୟ ଜଣାପଡ଼ିଥିଲା । ଏହି…
Read Moreରାଷ୍ଟ୍ରପତିଙ୍କ ସମ୍ମାନାର୍ଥେ ବୃକ୍ଷରୋପଣ କାର୍ଯ୍ୟକ୍ରମ
ଓଡ଼ଗାଁ,(ନୟାଗଡ଼ ଦର୍ପଣ): ରାଷ୍ଟ୍ରପତି ଶ୍ରୀଯୁକ୍ତ ରାମନାଥ କୋବିନ୍ଦଙ୍କ ବିଦାୟ ତଥା ଓଡ଼ିଶା ୧୫ତମ ନବ ନିଯୁକ୍ତା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସ୍ବାଗତ କରିବା ଲାଗି କିଏ କେତେ ପ୍ରକାରେ ଉତ୍ସବ ମନାଇବାରେ ଲାଗି ପଡିଛନ୍ତି। ହେଲେ ପରିବେଶ ସୁରକ୍ଷା ଓ ସମାଜ ସେବା ଦିଗରେ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଓଡ଼ଗାଁ କୁରାଳ ଅରୋମୀରା ଟ୍ରଷ୍ଟ ପକ୍ଷରୁ ଆଜି ଉଭୟ ପରିବେଶ ସୁରକ୍ଷା ରାଷ୍ଟ୍ରପତି ଦ୍ବୟଙ୍କ ସମ୍ମାନାର୍ଥେ କୁରାଳ ଓ କୋମଣ୍ଡ ପଥ ପାର୍ଶ୍ଵ ରାସ୍ତାରେ ଦୁଇଟି ବର ଓ ଅଶ୍ୱତ୍ଥ ଗଛ ସ୍ଥାନୀୟ ଜନ ପ୍ରତିନିଧି ଓ ପରିବେଶ ସାଥିମାନଙ୍କ ସହାୟତାରେ ଶ୍ରଦ୍ଧା ଭକ୍ତି ସହକାରେ ଗଛ ଲଗାଅ ଜୀବନ ବଞ୍ଚାଅ, କଳିଯୁଗର ଶିବ କିଏ ଗଛ ନୁହେଁ ତ ଆଉ କିଏ ଇତ୍ୟାଦି ସ୍ଲୋଗାନ ଦେଇ ବୃକ୍ଷ ରୋପଣ କରିଥିଲେ। କୁରାଳ ଗ୍ରାମ ପଞ୍ଚାୟତ ସରପଞ୍ଚ ବିଜନ୍…
Read Moreଛାତ୍ରୀଙ୍କୁ ଯୈୖାନ ନିର୍ଯ୍ୟାତନା ଦେଇ ବନ୍ଧା ହେଲେ ଶିକ୍ଷକ
ଓଡ଼ଗାଁ(ନୟାଗଡ଼ ଦର୍ପଣ): ଛାତ୍ରୀଙ୍କୁ ଯୈୖାନ ଶୋଷଣ କରି ଶେଷରେ ବନ୍ଧା ହୋଇଛନ୍ତି ଶିକ୍ଷକ। ଏଭଳି ଘଟଣା ନୟାଗଡ଼ ଜିଲ୍ଲାରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି। ଦୁଇଜଣ ଛାତ୍ରୀଙ୍କ ଅଭିଯୋଗ ପରେ ରଣପୁର ପୁଲିସ ଓଡ଼ଗାଁ ପୁଲିସ ସହାୟତାରେ ଓଡ଼ଗାଁରୁ ଶିକ୍ଷକଙ୍କୁ ଗିରଫ କରିଛି। ସୂଚନାଯୋଗ୍ୟ, ଓଡ଼ଗାଁ ଥାନା ନନ୍ଦିଘୋର ଗ୍ରାମର ରାଜେଶ ବେହେରା ରାଜସୁନାଖଳା ଫାଣ୍ତି ବିନୋଦପଡା ଅଞ୍ଚଳର ଏକ ଘରୋଇ ବିଦ୍ୟାଳୟରେ ଶିକ୍ଷକତା କରୁଥିଲେ। ୨୦୧୯ ମସିହାରେ ଶିକ୍ଷକତା ସମୟରେ ଛାତ୍ରୀଙ୍କ ସହ ସଂପର୍କ ସ୍ଥାପନ କରି ପରେ ଛାତ୍ରୀମାନଙ୍କୁ ବ୍ଲାକମେଲ କରୁଥିଲେ। ଛାତ୍ରୀମାନେ ଶିକ୍ଷକଙ୍କ ଏପରି ଆଚରଣକୁ ସହ୍ୟ କରି ପାରୁନଥିଲେ ମଧ୍ୟ କାହା ଆଗରେ ମୁହଁ ଖୋଲି କହି ପାରୁନଥିଲେ। ବିଭିନ୍ନ ପ୍ରଲୋଭନ ଦେଖାଇ ଶିକ୍ଷକ ରାଜେଶ ବେହେରା ଛାତ୍ରୀଙ୍କ ସହ ଯୈୖାନ ସଂପର୍କ ରଖିବାକୁ ବାଧ୍ୟ କରିଥିଲେ। ଏମିତି ଜଣେ କି…
Read Moreସ୍ୱତନ୍ତ୍ର ତାଲିମପ୍ରାପ୍ତ ଶିକ୍ଷକ ନିଯୁକ୍ତି କରିବାକୁ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ
ନୟାଗଡ଼,(ନୟାଗଡ଼ ଦର୍ପଣ): ଶିକ୍ଷା ସମସ୍ତଙ୍କର ମୌଳିକ ଅଧିକାର, ଶିକ୍ଷାର ଗୁରୁତ୍ୱ ସବୁଠାରୁ ଅଧିକ। ଜଣେ ଦିବ୍ୟାଙ୍ଗ ବିଦ୍ୟାର୍ଥୀର ମଧ୍ୟ ଏକ ସାଧାରଣ ବିଦ୍ୟାର୍ଥୀ ପରି ସମାନ ଶିକ୍ଷା ପାଇବାର ଆବଶ୍ୟକତା ଏବଂ ଅଧିକାର ଅଛି। ଓଡ଼ିଶାରେ ୬୪୦୦୦ରୁ ଅଧିକ ବିଦ୍ୟାଳୟ ଅଛି ଏବଂ ପ୍ରାୟ ୮୨୦୦୦ ବିଶେଷ ଆବଶ୍ୟକ ରଖୁଥିବା ପିଲା ଏହି ବିଦ୍ୟାଳୟ ମାନଙ୍କରେ ନାମ ଲେଖାଇଛନ୍ତି କିନ୍ତୁ ସେମାନଙ୍କୁ ପଢ଼ାଇବା ପାଇଁ ତାଲିମପ୍ରାପ୍ତ ସ୍ୱତନ୍ତ୍ର ଶିକ୍ଷକଙ୍କ ଆବଶ୍ୟକତା ରହିଛି ଯାହାର କି ସମ୍ପୂର୍ଣ ଅଭାବ ରହିଛି ଏବଂ ଆଜି ପର୍ଯ୍ୟନ୍ତ ସାଧାରଣ ବିଦ୍ୟାଳୟରେ ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି ଦିଆଯାଇନାହିଁ। ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନଙ୍କ ଶିକ୍ଷା ପାଇଁ ମାନ୍ୟବର ଉଚ୍ଚତମ ନ୍ୟାୟାଳୟ ଡବ୍ଲୁ.ପି (ସି) ୧୩୨; ୨୦୧୬ ତା: ୨୮/୧୦/୨୦୨୧ ରେ ଏକ ରାୟ ଶୁଣାଣି କରି ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପ୍ରତ୍ୟେକ…
Read Moreତାଳଚେର-ଗୋପାଳପୁର ନୂତନ ରେଳପଥର ବାଟ ଫିଟିଲା, ୫ ଜିଲ୍ଲା ଦେଇ ଯିବ ରେଳଲାଇନ୍
ନୟାଗଡ଼,(ନୟାଗଡ଼ ଦର୍ପଣ): ବହୁ ପ୍ରତୀକ୍ଷିତ ତାଳଚେର-ଗୋପାଳପୁର ନୂତନ ରେଳପଥ ପ୍ରକଳ୍ପ କାର୍ଯ୍ୟକାରୀ ହେବା ନେଇ ବାଟ ଫିଟାଇଛି ରେଲୱେ ବୋର୍ଡ଼। ଗୋପାଳପୁର-ତାଳଚେର ରେଳପଥ ପାଇଁ ଫାଇନାଲ୍ ଲୋକେସନ୍ ସର୍ଭେ କରିବାକୁ ରେଲୱେ ବୋର୍ଡ଼ ଅନୁମୋଦନ ପ୍ରଦାନ କରିଛନ୍ତି। ଫାଇନାଲ୍ ଲୋକେସନ୍ ସର୍ଭେ ସମାପ୍ତ କରି ଡିଟେଲ୍ ପ୍ରୋଜେକ୍ଟ୍ ରିପୋର୍ଟ (ଡିପିଆର୍) ପ୍ରସ୍ତୁତ କରିବାକୁ ଜୋନାଲ୍ ରେଲୱେ(ଇଷ୍ଟକୋଷ୍ଟ୍) କାର୍ଯ୍ୟାଳୟକୁ ପରାମର୍ଶ ଦିଆଯାଇଛି। ଏଣୁ ଖୁବ୍ଶୀଘ୍ର ଏହି ନୂତନ ରେଳପଥ ପାଇଁ କାମ ଆରମ୍ଭ ହେବ ବୋଲି ସୂଚନା ମିଳିଛି। ଏହି ନୂତନ ରେଳପଥ ୫ଟି ଜିଲ୍ଲା ଦେଇ ଯିବ। ଏହାଦ୍ବାରା ଅନେକ ପର୍ଯ୍ୟଟନ ସ୍ଥଳୀକୁ ରେଳପଥରେ ସଂଯୋଗ କରାଯାଇ ପାରିବ। ମାଲ୍ ପରିବହନରେ ସୁବିଧା ସହିତ ପର୍ଯ୍ୟଟନ ସ୍ଥଳୀକୁ ଯୋଡ଼ିବା ପାଇଁ ଏହି ରେଳପଥ ନିର୍ମାଣ ଆରମ୍ଭ କରିବାକୁ ବିଭିନ୍ନ ସଂଗଠନ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାର…
Read Moreଦିନ ଦ୍ଵିପ୍ରହରରେ ଗଣିଆ ଅଞ୍ଚଳରୁ ସୁନା ଚେନ ଲୁଟ ଘଟଣାରେ ୩ଗିରଫ
ଗଣିଆ,(ନୟାଗଡ଼ ଦର୍ପଣ): ଗଣିଆ ବ୍ଲକ ଅନ୍ତର୍ଗତ ସାତକୋଶିଆ ସ୍ୟାଣ୍ଡ ରିସର୍ଟକୁ ଆସିଥିବା ପଯ୍ୟଟକଙ୍କ ଠାରୁ ଶୁକ୍ରବାର ଦିନଦିପ୍ରହରେ ସୁନା ଚେନ ଲୁଟ ଅଭିଯୋଗରେ ଖଣ୍ଡପଡା ଥାନା ଗଡ଼ିଆସାହି ଓ ଅଁଳାପଟା ନିକଟବର୍ତ୍ତୀ କାଜୁ ଜଙ୍ଗଲରୁ ଅଭିଯୁକ୍ତମାନଙ୍କୁ କାବୁ କରିଥିଲା ଗଣିଆ ପୋଲିସ। ସୂଚନାଅନୁସାରେ ପୁରୀରୁ ଆସିଥିବା ନିଶାନ ସାହୁ ଓ ତାଙ୍କ ସହଧର୍ମିଣୀ କାଜଲ ପାତ୍ର ସାତକୋଶିଆ ସ୍ୟାଣ୍ଡ ରିସର୍ଟକୁ ତାଙ୍କ ନିଜ କାରରେ ବୁଲିଆସିଥିଲେ । ରିସର୍ଟରୁ ଫେରିବା ବେଳେ ରାସଙ୍ଗ ପଞ୍ଚାୟତ ହଟିଆପଲ୍ଲୀ ବସଷ୍ଟାଣ୍ଡ ନିକଟରେ ଗୋଟିଏ ନାଲି ରଙ୍ଗର ମୋଟର ସାଇକେଲରେ ତିନିଜଣ ଯୁବକ ଆସି କାରକୁ ଅଟକାଇବା ସହିତ କାର କାଚକୁ ଭଙ୍ଗାରୁଜା କରିଥିଲେ। ଜୋର ଜବରଦସ୍ତି ସୁନା ଚେନ ନେବା ସହିତ ମାଡ ମଧ୍ୟ ମାରି ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତନାଘନ…
Read More