ଛାତ୍ରୀଙ୍କୁ ଯୈୖାନ ନିର୍ଯ୍ୟାତନା ଦେଇ ବନ୍ଧା ହେଲେ ଶିକ୍ଷକ

ଓଡ଼ଗାଁ(ନୟାଗଡ଼ ଦର୍ପଣ): ଛାତ୍ରୀଙ୍କୁ ଯୈୖାନ ଶୋଷଣ କରି ଶେଷରେ ବନ୍ଧା ହୋଇଛନ୍ତି ଶିକ୍ଷକ। ଏଭଳି ଘଟଣା ନୟାଗଡ଼ ଜିଲ୍ଲାରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି। ଦୁଇଜଣ ଛାତ୍ରୀଙ୍କ ଅଭିଯୋଗ ପରେ ରଣପୁର ପୁଲିସ ଓଡ଼ଗାଁ ପୁଲିସ ସହାୟତାରେ ଓଡ଼ଗାଁରୁ ଶିକ୍ଷକଙ୍କୁ ଗିରଫ କରିଛି। ସୂଚନାଯୋଗ୍ୟ, ଓଡ଼ଗାଁ ଥାନା ନନ୍ଦିଘୋର ଗ୍ରାମର ରାଜେଶ ବେହେରା ରାଜସୁନାଖଳା ଫାଣ୍ତି ବିନୋଦପଡା ଅଞ୍ଚଳର ଏକ ଘରୋଇ ବିଦ୍ୟାଳୟରେ ଶିକ୍ଷକତା କରୁଥିଲେ। ୨୦୧୯ ମସିହାରେ ଶିକ୍ଷକତା ସମୟରେ ଛାତ୍ରୀଙ୍କ ସହ ସଂପର୍କ ସ୍ଥାପନ କରି ପରେ ଛାତ୍ରୀମାନଙ୍କୁ ବ୍ଲାକମେଲ କରୁଥିଲେ। ଛାତ୍ରୀମାନେ ଶିକ୍ଷକଙ୍କ ଏପରି ଆଚରଣକୁ ସହ୍ୟ କରି ପାରୁନଥିଲେ ମଧ୍ୟ କାହା ଆଗରେ ମୁହଁ ଖୋଲି କହି ପାରୁନଥିଲେ। ବିଭିନ୍ନ ପ୍ରଲୋଭନ ଦେଖାଇ ଶିକ୍ଷକ ରାଜେଶ ବେହେରା ଛାତ୍ରୀଙ୍କ ସହ ଯୈୖାନ ସଂପର୍କ ରଖିବାକୁ ବାଧ୍ୟ କରିଥିଲେ। ଏମିତି ଜଣେ କି ଦୁଇଜଣ ନୁହଁ ଏକାଧିକ ଛାତ୍ରୀଙ୍କ ସହ ସେ ଯୈୖାନ ସଂପର୍କ ରଖିଥିବା ନେଇ ଆଲୋଚନା ହେଉଛି।

୨୦୨୦ ମସିହାରେ କରୋନା ମହାମାରୀ ସମୟରେ ଛାତ୍ରୀଙ୍କୁ ଟିୟୁସନ କରିବା ସମୟରେ ଛାତ୍ରୀଙ୍କ ସହ ଯୌୖନକ୍ଷୁଧା ମେଣ୍ଟାଇବା ସହ ନିଜ ମୋବାଇଲ୍ ସାହାର୍ଯ୍ୟରେ ଅଶ୍ଳୀଳ ଭିଡିଓ ସୁଟିଂ କରିଥିଲେ। ବାରମ୍ଭାର ଏହି ଭିଡିଓ ଦେଖାଇ ଛାତ୍ରୀମାନଙ୍କ ସହ ଯୈୖାନ ସଂପର୍କ ରଖିଥିଲେ। ୨୦୨୧ ମସିହାରେ ଘରୋଇ ବିଦ୍ୟାଳୟରୁ ଶିକ୍ଷକ ରାଜେଶ ବେହେରାଙ୍କ ଓଡ଼ଗାଁର ଏକ ସରକାରୀ ଉଚ୍ଚ ବିଦ୍ୟାଳୟକୁ ନିଯୁକ୍ତି ହୋଇଥିଲା। କିନ୍ତୁ ତାଙ୍କର ଏହି ନିଶା ଛାଡିନଥିଲା। ଛାତ୍ରୀଙ୍କୁ ଫୋନ୍ ଯୋଗେ ଯୋଗାଯୋଗ କରି ପୁଣିଥରେ ସେମାନଙ୍କ ସହ କ୍ଷୁଧା ମେଣ୍ତାଇବାକୁ ବାଧ୍ୟ କରୁଥିଲେ ନଚେତ୍ ସେମାନଙ୍କ ନଗ୍ନ ଫଟୋ ଭାଇରାଲ କରିବେ ବୋଲି ଧମକାଉଥିଲେ।

ଏଥିରେ ଛାତ୍ରୀମାନେ ଅରାଜି ହେବାରୁ ଯୈୖାନପିପାଶୁ ଏହି ଶିକ୍ଷକ ସୀମା ଏତେ ଟପି ଯାଇଥିଲେ ଯେ ସେହି ନଗ୍ନ ଫଟୋ ଏବଂ ଅନ୍ତରଙ୍ଗ ମୁହୁର୍ତର ଭିଡ଼ିଓ ଛାତ୍ରୀଙ୍କ ମୋବାଇଲକୁ ଛାଡି ଦେଇଥିଲେ। ସବୁ ଭିଡିଓ ଛାତ୍ରୀଙ୍କ ମାଆଙ୍କ ହାତରେ ପଡିଥିଲା। ଛାତ୍ରୀଙ୍କ ମାଆ ଘଟଣା ସଂପର୍କରେ ପଚାରି ବୁଝିବା ପରେ ଶିକ୍ଷକଙ୍କ କଳା କାରନାମା ପଦାକୁ ଆସିଥିଲା। ଦୁଇଜଣ ଛାତ୍ରୀ ରଣପୁର ଥାନାରେ ଶିକ୍ଷକ ରାଜେଶ ବେହେରାଙ୍କ ନାମରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଘଟଣାର ଖୋଳତାଡ କରିଥିଲା। ମୋବାଇଲ୍ ଫୋନ୍ ରେକର୍ଡ ଏବଂ ଭାଇରାଲ ଭିଡିଓକୁ ଆଧାର କରି ରଣପୁର ଥାନା ପୁଲିସ ବଳାତ୍କାର ଅଭିଯୋଗରେ ଦୁଇଟି ମାମଲା ରୁଜୁ କରିଛି।

ରଣପୁର ପୁଲିସ ରାଜେଶର ମୋବାଇଲ୍ ଫୋନ୍ ଟ୍ରାକ୍ କରିଥିଲେ। ଶିକ୍ଷକ ରାଜେଶ ଆନ୍ଧ୍ରରୁ ଫେରି ଓଡ଼ଗାଁର ଏକ ଭଡ଼ା ଘରେ ବିଶ୍ରାମ ନେଉଥିବା ସମୟରେ ରାତି ୧୨ଟା ସମୟରେ ରଣପୁର ପୁଲିସ ଓଡ଼ଗାଁ ପୁଲିସ ସହାୟତାରେ ଅଭିଯୁକ୍ତକୁ ଉଠାଇ ନେଇଥିଲା। ତାଙ୍କ ବିରୋଧରେ ପକସୋ ଆଧାରରେ ୧୭୯/୨୨ ଏବଂ ୧୮୨/୨୨ଏଭଳି ଦୁଇଟି ସଙ୍ଗିନ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ତଦନ୍ତକାରୀ ପୁଲିସ ଅଧିକାରୀ ସଞ୍ଜୟ ପରିଡା ସୂଚନା ଦେଇଛନ୍ତି।

Related posts