୬ନମ୍ବର ୱାର୍ଡରେ ମିଶନ ଶକ୍ତି ଗୃହର ଶିଳାନ୍ୟାସ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ମୁନିସପାଲିଟିର ୬ନମ୍ବର ୱାର୍ଡରେ ମିଶନ ଶକ୍ତି ଗୃହର ଶିଳାନ୍ୟାସ ହୋଇଯାଇଛି। ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏକ ଯୁଗାନ୍ତକାରୀ ପଦକ୍ଷେପ ହେଉଛି ମିଶନ ଶକ୍ତି। ଏହି ମିଶନ ଶକ୍ତି ଜରିଆରେ ତୃଣମୂଳ ସ୍ତରରୁ ମହିଳା ମହିଳା ମାନଙ୍କୁ କିପରି ସ୍ୱାବଲମ୍ବୀ କରିବା ସହ ଶସକ୍ତ ହୋଇପାରିବେ ଏହି ଲକ୍ଷ୍ୟରେ ଓଡ଼ିଶାର ପ୍ରତ୍ୟେକ ବ୍ଲକରେ ନିର୍ମାଣ ହେଉଛି ମିଶନ ଶକ୍ତି ଗୃହ। ‘ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ’ ଯୋଜନାରେ ଏହି କାର୍ଯ୍ୟ କରାଯାଉଥିବା ଜଣାପଡିଛି। ଏହି ଅବସରରେ ନୟାଗଡ଼ ମୁନିସପାଳିଟିର ୧୬ଟି ୱାର୍ଡରେ ୮ଟି ୱାର୍ଡରେ ଏହି ଗୃହ କାର୍ଯ୍ୟ ସରିଲାଣି। ଆଜି ୱାର୍ଡ ନମ୍ବର ୬ରେ ମିଶନ ଶକ୍ତି ଗୃହର ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଅନ୍ୟ ୱାର୍ଡ ଗୁଡିକରେ ଖୁବଶୀଘ୍ର ଏହି ଗୃହ ନିର୍ମାଣ ହେବ ବୋଲି ପୋୖରାଧ୍ୟକ୍ଷା ସୂଚନା ଦେଇଛନ୍ତି। ଏହି ଗୃହ ନିମନ୍ତେ ସରକାର ୭ଲକ୍ଷ ୯ହଜାର ଟଙ୍କା ବ୍ୟୟ ଅଟକଳ କରିଥିବା ସୂଚନା ମିଳିଛି। ଏହି ଅବସରରେ ମୁନିସପାଳିଟି ଅଧ୍ୟକ୍ଷା ନିରୁପମା ଖଟେଇ, ନିର୍ବାହୀ ଅଧିକାରୀ ସ୍ୱାତୀ ମିଶ୍ର, ପୋୖରାଧ୍ୟକ୍ଷାଙ୍କ ପ୍ରତିନିଧି ଶ୍ରୀକାନ୍ତ ଖଟେଇ, କାଉନ୍ସିଲର ରାଜକୁମାର ସାହୁ, ଶର୍ମିଲା ପ୍ରଧାନ, ସୁନିତାରାଣୀ ମହାପାତ୍ର, ମୁକ୍ତା ସଂଯୋଜକ ଶିରୋମଣୀ ଧୀରେନ୍ଦ୍ର କୁମାର, କନିଷ୍ଠ ଯନ୍ତୀ ବିବେକ ପ୍ରଧାନ, ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ ପ୍ରମୂଖ ଯୋଗଦେଇଥିଲେ।

Related posts