ରଣପୁର,(ନୟାଗଡ଼ ଦର୍ପଣ): ସ୍ଵାଧୀନତାର ୭୫ ବର୍ଷ ପୂର୍ତ୍ତି ଓ କ୍ରାନ୍ତୀ ଦିବସ ଅବସରରେ ଓଡ଼ଗାଁ ବ୍ଳକ କଂଗ୍ରେସ ପକ୍ଷରୁ ବ୍ଳକ ସଭାପତି ପୂର୍ଣ୍ଣଚନ୍ଦ୍ର ନାୟକଙ୍କ ନେତୃତ୍ବରେ ଶରଣକୁଳ ଶ୍ରୀ ଲଡୁବାବାଙ୍କ ପୀଠରୁ ବିଶାଳ ପଦଯାତ୍ରା ଗୋଡ଼ିପଡ଼ା ଅଭିମୁଖେ ବାହାରିଥିଲା । କିନ୍ତୁ ଦୁଃଖ ଓ ପରିତାପର ବିଷୟ ପଦଯାତ୍ରା ଟି ଡିମିଶର ଦୁଆଁଟ ସେତୁ ଠାରେ ଅଟକି ଯାଇଥିଲା । ଆଜକୁ ପ୍ରାୟ ୮ ମାସ ହେଲା ସେହି ଡୁଆଁଟ ସେତୁଟି ଭାଙ୍ଗି ଯାଇଅଛି । ପୁରୀ ନୂଆ ଜଗନ୍ନାଥ ସଡକରେ ଗାଡି ଚଳାଚଳ ବିପର୍ଯ୍ୟସ୍ଥ ହେବା ସହିତ ଜନସାଧାରଣଙ୍କର ଯାତାୟତରେ ଅସୁବିଧା ହେଉଅଛି । ରଣପୁର ବିଧାୟକ, ପୁରୀ ସାଂସଦ ଏବଂ ପ୍ରଶାସନ କୁମ୍ଭକର୍ଣ୍ଣ ନିନ୍ଦ୍ରାରେ ଶୋଇଛନ୍ତି, ଏ ହେଉଛି ରଣପୁର ର ବିକାଶର ଚିତ୍ରର ଜ୍ଵଳନ୍ତ ଉଦାହରଣ । ଆଜିର ଏହି କାର୍ଯକ୍ରମରେ ନୟାଗଡ ଜିଲ୍ଲାର କଂଗ୍ରେସ ପର୍ଯ୍ୟବେକ୍ଷକ ପ୍ରଦେଶ କଂଗ୍ରେସ କମିଟିର ମୁଖପାତ୍ର ନିଶିକାନ୍ତ ମିଶ୍ର, ନୟାଗଡ ଜିଲ୍ଲା କଂଗ୍ରେସ ସଭାପତି ରଣଜିତ ଦାସ, ପ୍ରଦେଶ କଂଗ୍ରେସ କମିଟି ର ସମ୍ପାଦକ ହୁସେନ ଖାଁ, ରାଜ୍ୟ ଯୁବ ରାଷ୍ଟ୍ରିୟ ମଜଦୂର କଂଗ୍ରେସର ସଭାପତି ସତ୍ୟବ୍ରତ ନାୟକ, ବରିଷ୍ଠ କଂଗ୍ରେସ ନେତା ମନୋଜ କୁମାର ସାହୁ, ନୟାଗଡ଼ ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତି ପ୍ରତିମା ଜେନା, ଶରଣକୁଳ ସମିତି ସଭ୍ୟ ପ୍ରତୀକ ମହାପାତ୍ର, ଜିଲ୍ଲା ଯୁବ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ମୀର ଅବଦୁଲ ସିର୍ଦ୍ଧିକ, ଜିଲ୍ଲା ଛାତ୍ର କଂଗ୍ରେସର ସଭାପତି ଜ୍ୟୋତି ରଞ୍ଜନ ଦାସ, ସେବାଦଳର ସଂଯୋଜକ ବିମଳ କୁମାର ଦାସ, ରଣପୁର ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ସଭାପତି ଅଶୋକ କୁମାର ମହାପାତ୍ର, ଜିଲ୍ଲା କଂଗ୍ରେସର ଉପ ସଭାପତି ମଦନ ମୋହନ ବିଶୋଇ, ଜିଲ୍ଲା କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ବସନ୍ତ କୁମାର କର, ଜିଲ୍ଲା ସମ୍ପାଦକ ବାଳକୃଷ୍ଣ ଷଢଙ୍ଗୀ, ନୟାଗଡ଼ ଜିଲ୍ଲା ଚାଷି ମୂଲିଆ ସଂଘର ସଭାପତି ଆଲୋକ କୁମାର, ବ୍ଳକ କଂଗ୍ରେସର ଉପସଭାପତି ବିଭୂତି କୁମାର ରାଉତ, ବ୍ଳକ ଛାତ୍ର କଂଗ୍ରେସ ସଭାପତି ଦିଲ୍ଲୀପ କୁମାର ବିଶୋଇ, ବରିଷ୍ଠ କଂଗ୍ରେସ ନେତା ରମେଶ କୁମାର ମହାପାତ୍ର, ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ପ୍ରକାଶ ଚନ୍ଦ୍ର ନାୟକ, ଦୁଃଶାଶନ ମହାରଣା, ଦୁଃଖୀଶ୍ୟାମ ନାୟକ, ବାସୁଦେବ ଡାକୁଆ , ସୁବାସ ନାୟକ ଏବଂ ଗୋପାଳକୃଷ୍ଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ନୟାଗଡ ଜିଲ୍ଲାର କଂଗ୍ରେସ କମିଟିର ପର୍ଯ୍ୟବେକ୍ଷକ ନିଶିକାନ୍ତ ମିଶ୍ର ଭାରତ ଯୋଡ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ ଏବଂ ଜିଲ୍ଲା କଂଗ୍ରେସ ସଭାପତି ରଣଜିତ ଦାସଙ୍କ ସହିତ ଉପସ୍ଥିତ ନେତା ମାନେ କେନ୍ଦ୍ରର ବିଜେପି ସରକାର ଓ ରାଜ୍ୟ ର ବିଜେଡି ସରକାରଙ୍କ ଜନମାରଣ ନୀତିକୁ ଦୃଢ ନିନ୍ଦା କରିଛନ୍ତି । ଡିମିଶର ଠାରେ ତୁଆଁଟ ଭଙ୍ଗା ସେତୁ ଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।
Related posts
-
ଫାଇଲେରିଆ ନିରାକରଣ ନିମନ୍ତେ ଗଣଔଷଧ ସେବନ ଉପଲକ୍ଷେ ଜିଲ୍ଲାସ୍ତରୀୟ ସମନ୍ୱୟ କମିଟି ବୈଠକ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସଙ୍କ ସଭାପତିତ୍ୱରେ ଜିଲ୍ଲାର ଦଶପଲ୍ଲା, ନୂଆଗାଁ ଓ ଗଣିଆ... -
ମାଟ୍ରିକର ୮୪ବ୍ୟାଚ ସହପାଠୀଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି
ନୟାଗଡ଼,(ନୟାଗଡ଼ ଦର୍ପଣ): ମାଟ୍ରିକର ୮୪ବ୍ୟାଚର ସହପାଠୀ ତଥା ଆଦର୍ଶ ଶିକ୍ଷକ କିଶୋର ଚନ୍ଦ୍ର ସେନାପତିଙ୍କ ଆକସ୍ମିକ ବିୟୋଗରେ ଏକ ଶୋକ ତଥା... -
ଷଷ୍ଠ କ୍ଲଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ
ବିଲଡିଂ ଆପ ବ୍ୟବହାର, ଜାତୀୟ ଉପଲବ୍ଧି ପରୀକ୍ଷଣ ପାଇଁ ପ୍ରସ୍ତୁତି, ପାଠ ଯୋଜନା, ଟ୍ରାକର, ବିଦ୍ୟାଳୟ ନିରାପତ୍ତା ଉପରେ ଗୁରୁତ୍ୱ ରଣପୁର,(ନୟାଗଡ଼...