Banana benefits control Diabetes କଦଳୀ (Banana) ଆପଣଙ୍କୁ ଗୋଟିଏ ନୁହେଁ ଅନେକ ରୋଗରୁ ଦୂରେଇ ରଖେ । ଏହି ଫଳ ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ,କିନ୍ତୁ ଆପଣ ଜାଣନ୍ତି କି କଞ୍ଚା କଦଳୀ (Raw Banana)ଖାଇବା ଦ୍ବାରା ଆପଣଙ୍କୁ ମଧୁମେହ (Diabetes)ଭଳି ଅନେକ ବଡ ବଡ ରୋଗରୁ ମୁକ୍ତି ଦିଏ । ଚାଲନ୍ତୁ ଜାଣିବା…କଞ୍ଚା କଦଳୀ (Raw Banana) ହୃଦୟ ପାଇଁ ବହୁ ଲାଭଦାୟକ । କଞ୍ଚା କଦଳୀ (Raw Banana)ରେ ଥିବା ଫାଇବର ଯୋଗୁଁ ଶରୀରରେ କୋଲେଷ୍ଟ୍ରଲ ନିୟନ୍ତ୍ରିତ ହୋଇଥାଏ । ମଧୁମେହ ରୋଗୀ (Diabetes)ମାନଙ୍କ ପାଇଁ କଞ୍ଚା କଦଳୀ (Raw Banana)ଉପକାରୀ । କଞ୍ଚା କଦଳୀ (Raw Banana)ରେ vi ମିଳୁଥିବା ଆଣ୍ଟି-ଡାଇବେଟିସ୍ ଗୁଣ ମଧୁମେହ (Diabetes)କୁ ନିୟନ୍ତ୍ରଣ କରିଥାଏ । କଞ୍ଚା କଦଳୀ (Raw Banana) ଚର୍ମ ପାଇଁ ମଧ୍ୟ ବହୁ…
Read MoreBlog
ନୟାଗଡ଼ ବ୍ଲକ ପ୍ରଶାସନ ପକ୍ଷରୁ ୪୭୬ଜଣ ନୂତନ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲକ ପ୍ରଶାସନ ପକ୍ଷରୁ ଆଜି ନୟାଗଡ଼ ସହର ସ୍ଥିତ ପଠାଣି ସାମନ୍ତ ଅଡିଟୋରିୟମ ଠାରେ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅତିଥ୍ ଭାବେ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ଉପାଧ୍ୟକ୍ଷ ଲକ୍ଷ୍ମୀପ୍ରିୟା ସାହୁ, ଜିଲ୍ଲା ପରିଷଦ ସଦସ୍ୟ ସୁବାସ ଚନ୍ଦ୍ର କହଁର, କ୍ଷୀରୋଦ ମହାପାତ୍ର, ସରୋଜ ରଣସିଂ, ଆଶିଷ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ରହିଥିଲେ। ରାଜ୍ୟର ବୃଦ୍ଧବୃଦ୍ଧା, ଅସହାୟ ବ୍ୟକ୍ତି ତଥା ଦିବ୍ୟାଙ୍ଗ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଯେଉଁ ମାସିକ ଭତ୍ତା ବ୍ୟବସ୍ଥା କରିଛନ୍ତି ତାହା ଅନନ୍ୟ ବୋଲି ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ନୟାଗଡ଼ ବ୍ଲକରେ ୧୧ ହଜାରରୁ ଉର୍ଦ୍ଧ୍ବ ହିତାଧିକାରୀ ଭତ୍ତା ପାଉଥିବା ବେଳେ ଆଜି ୪୭୬ ଜଣ ହିତାଧିକାରୀଙ୍କୁ ନୂତନ ଭତ୍ତା ବଣ୍ଟନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ସାମାଜିକ ସଶକ୍ତି…
Read Moreଓମ୍ସା ରାଜ୍ୟ ଉପସଭାପତି ହେଲେ ନୟାଗଡ଼ର ଜଣାଶୁଣା ଡାକ୍ତର ଆଶିଷ ଦୀକ୍ଷିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡ଼ିଶା ମେଡିକାଲ ସେବା ସଂଘ କେନ୍ଦ୍ରୀୟ କାର୍ଯ୍ୟକାରିଣୀ କମିଟି(ଓମ୍ସା)ର ଶପଥ ଗ୍ରହଣ ଉତ୍ସବ ଭୁବନେଶ୍ଵରରେ ଥିବା ଓମସା ଭବନରେ ଅନୁଷ୍ଠିତ ହୋଇଯାଇଛି। ଓମ୍ସାର ରାଜ୍ୟ ଉପସଭାପତି (ସେଣ୍ଟ୍ରାଲ ଜୋନ୍) ପଦବିରେ ନୟାଗଡ଼ର ଜଣାଶୁଣା ତଥା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶିଶୁରୋଗ ବିଶେଷଜ୍ଞ ଡାକ୍ତର ଆଶିଷ ଦୀକ୍ଷିତ ଉପ ସଭାପତି ପଦରେ ନିର୍ଦ୍ଧ୍ବନ୍ଦ୍ବରେ ନିର୍ବାଚିତ ହୋଇଥିଲେ। ଏଥିରେ ରାଜ୍ୟ ସଭାପତି ଡାକ୍ତର ନାରାୟଣ ରାଉତ, ସାଧାରଣ ସମ୍ପାଦକ ଡାକ୍ତର ବିଶ୍ବଜିତ ସାମଲ, କୋଷାଧକ୍ଷ ଡାକ୍ତର କ୍ଷୀରୋଦ ଚନ୍ଦ୍ର ପାଲ, ଉପସଭାପତି ପଶ୍ଚିମାଞ୍ଚଳ ଡାକ୍ତର ସମୀର କୁମାର ପାତ୍ର, ଉପସଭାପତି ଦକ୍ଷିଣାଞ୍ଚଳ ଡାକ୍ତର ମହମ୍ମଦ ଅବଦୁଲ ମାଳିଦ, ଯୁଗ୍ମ ସମ୍ପାଦକ ଡାକ୍ତର ମାନସ ରଞ୍ଜନ ପାଣି, କେନ୍ଦ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଡାକ୍ତର କ୍ଷେତ୍ରମୋହନ କାଣ୍ଡ, ଡାକ୍ତର ସଂଜୀବ କୁମାର ପ୍ରଧାନ, ଡାକ୍ତର ସରୋଜ ରଞ୍ଜନ ନାୟକ ଓ…
Read Moreଆତ୍ମହତ୍ୟା ନୁହେଁ ସୋନାଲୀଙ୍କୁ ହତ୍ୟା, ୪ଗିରଫ ସ୍ୱାମୀ ଫେରାର
ନୟାଗଡ଼,(ନୟାଗଡ ଦର୍ପଣ): ଓଡ଼ଗାଁ କଲେଜ ରୋଡରେ ରହୁଥିବା ଦେବାଶିଷ ମିଶ୍ରଙ୍କ ପତ୍ନୀ ଜ୍ୟୋର୍ତିମୟୀ ପଣ୍ଡା(ସୋନାଲୀ) ଆତ୍ମହତ୍ୟା ଘଟଣା ଭିନ୍ନମୋଡ଼ ନେଇଛି। ସୋନାଲିଙ୍କ ବାପା ତଥା ଗଣିଆ ଥାନା କିଶୋରପ୍ରସାଦ ଗ୍ରାମର ପ୍ରକାଶ କୁମାର ପଣ୍ତା ତାଙ୍କ ଝିଅ ସୋନାଲୀଙ୍କୁ ହତ୍ୟା କରାଯାଇଥିବା ନେଇ ଓଡ଼ଗାଁ ଥାନାରେ ଅଭିଯୋଗ କରିଛନ୍ତି। ୪ବର୍ଷ ପୂର୍ବେ ଦେବାଶିଷଙ୍କ ସହ ସୋନାଲିର ବୈଦିକ ରୀତିନୀତିରେ ବିବାହ କାର୍ଯ୍ୟ ହୋଇଥିଲା ବେଳେ ୩ ବର୍ଷର ପୁଅଟିଏ ରହିଛି । ବିବାହର କିଛିଦିନ ପରେ ସ୍ବାମୀ ଏବଂ ଶାଶୁ ବିଭିନ୍ନ ଛୋଟ ମୋଟ କଥାରୁ ଖିଅ ବାହାର କରି ଝିଅକୁ ନିର୍ଯ୍ୟାତନା ଦେଇ ଆସୁଥିଲେ। ନିର୍ଯ୍ୟାତନା ଅସହ୍ୟ ହେବାରୁ କିଛିଦିନ ତଳେ ଛାତରୁ ଡେଇଁ ସୋନାଲି ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିବା ବେଳେ ସୋନାଲି ଅଳ୍ପକେ ରକ୍ଷା ପାଇଥିଲେ। ନିର୍ଯ୍ୟାତନା ଭୋଗିବା ତାଙ୍କ ପାଇଁ ନିତିଦିନିଆ…
Read Moreଓରମାସ ପକ୍ଷରୁ ବ୍ଲକସ୍ତରୀୟ ନିଯୁକ୍ତିଭିତ୍ତିକ ପରାମର୍ଶ ଶିବିର ଅନୁଷ୍ଠିତ
ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଓଡିଶା ଜୀବିକା ମିଶନ ଆନୁକୂଲ୍ୟରେ ବ୍ଲକ ନିକଟସ୍ଥ ଇନଡୋର ଷ୍ଟାଡିୟମ ପରିସରରେ ଦୀନଦୟାଲ ଉପାଧ୍ୟାୟ କୌଶଲ ଯୋଜନା ମାଧ୍ୟମରେ ବ୍ଲକସ୍ତରୀୟ ନିଯୁକ୍ତିଭିତ୍ତିକ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ବ୍ଲକ ଉପାଧ୍ୟକ୍ଷା ମୀରା ନାୟକ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦଘାଟନ କରିବା ସହ ବେରୋଜଗାର ଯୁବକ/ଯୁବତୀ କିପରି ନିଜେ ସ୍ୱାବଲମ୍ବନଶୀଳ ହୋଇ ପାରିବେ ସେ ନେଇ ପରାମର୍ଶ ଦେଇଥିଲେ । ଅନ୍ୟତମ ଅତିଥିଭାବେ ଅତିରିକ୍ତ ବିଡ଼ିଓ କବିତା ମହାପାତ୍ରଙ୍କ ସମେତ ଓଡିଶା ଜୀବିକା ମିଶନର ଜିଲ୍ଲା ସଂଯୋଜକ ଅବିନାଶ ଜେନା ଓ ବ୍ଲକ ପ୍ରୋଗ୍ରାମ ମ୍ୟାନେଜର ଆରତୀ ମହାପାତ୍ର ମଞ୍ଚାସୀନ ଥିଲେ। ଏହି ଶିବିରରେ ବ୍ଲକର ବିଭିନ୍ନ ପଞ୍ଚାୟତରୁ ୨୫୭ ଜଣ ପଞ୍ଜିକରଣ କରିଥିଲେ।ଶିବିରରେ ବିଭିନ୍ନ ବର୍ଗର କର୍ମନିଯୁକ୍ତି ଓ ନିଯୁକ୍ତିଭିତ୍ତିକ ପ୍ରଶିକ୍ଷଣ ସଂସ୍ଥା ଅଂଶଗ୍ରହଣ କରିଥିଲେ।ଦକ୍ଷତା…
Read Moreକଟାମୁଣ୍ଡ ସହ ମାଂସ ଜବତ, ଶିକାରୀ ଗିରଫ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବନାଞ୍ଚଳ ଅନ୍ତର୍ଗତ ଖେଡପଡ଼ା ବିଟ୍ ହାଉସ ଅଞ୍ଚଳରୁ ଅଢେଇ କିଲୋ କୋଟରା ମାଂସ, ବଣଭୁଆର କଟାମୁଣ୍ଡ, ଛାଲ ଜବତ କରିବା ସହ ଜଣେ ଶିକାରୀକୁ କୋର୍ଟ ଚାଲାଣ କରାଯାଇଛି । କୋର୍ଟ ଚାଲାଣ ହୋଇଥିବା ଶିକାରୀ ଜଣଙ୍କ ହେଲେ କଣ୍ଟାବଣିଆ ଗାଁର ଲକ୍ଷ୍ମୀଧର ଜେନା(୨୧) । ସୂଚନାନୁସାରେ, ଖେଡପଡ଼ା ବିଟ୍ ହାଉସ୍ ଅନ୍ତର୍ଗତ କଣ୍ଟାବଣିଆ ଗାଁର ଋଷି ଜେନାଙ୍କ ପୁଅ ଲକ୍ଷ୍ମୀଧର ଜେନା ବିଭିନ୍ନ ସମୟରେ ବନ୍ୟପ୍ରାଣୀ ଶିକାର କରୁଥିବା ନେଇ ଅଭିଯୋଗ ହୋଇଥିଲା । ବିଶେଷ ସୁତ୍ରରୁ ଖବର ପାଇବା ପରେ ସୋମବାର ରାତିରେ ବନପାଳ ସୁମିତ୍ର ମିଶ୍ରଙ୍କ ତତ୍ତ୍ୱାବଧାନରେ ଟିମ୍ ଲକ୍ଷ୍ମୀଧରଙ୍କ ଘରେ ଚଢାଉ କରିଥିଲେ । ଚଢାଉ ସମୟରେ ଲକ୍ଷ୍ମୀଧରଙ୍କ ଘରୁ ଅଢେଇ କିଲୋ କୋଟରା ମାଂସ ଜବତ କରିବା ସହ ଶିକାରୀ ଲକ୍ଷ୍ମୀଧରକୁ ଅଟକ ରଖି ପଚରାଉଚୁରା…
Read More‘ସୀତା ଦେବେ ଆଜି ଅଗ୍ନି ପରୀକ୍ଷା’ ନାଟକ ମଞ୍ଚସ୍ଥ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲକ ଅନ୍ତର୍ଗତ ଇଟାମାଟି ତନ୍ତିସାହିଗଣେଷ ପୂଜା କମିଟି ପକ୍ଷରୁ ଧୁମଧାମରେ ବିଭିନ୍ନ କାର୍ଯ୍ୟକ୍ରମମାନ ଅନୁଷ୍ଠିତହୋଇଯାଇଛି । ଉକ୍ତ ଉତ୍ସବରେ ମୁଖ୍ୟ ଅତିଥିଭାବେ ନୟାଗଡ଼ ବ୍ଲକ ଅଧ୍ୟକ୍ଷକିଶୋର ଚନ୍ଦ୍ର ସାହୁ ଯୋଗଦେଇଥିଲେ । ଉତ୍ସବ ଆମ ଭିତରେ ପ୍ରବଳ ଉତ୍ସାହ ଓ ଉଦ୍ଦୀପନା ସୃଷ୍ଟି କରିଥାଏ । ସେଥିପାଇଁ ଆମ ପରମ୍ପରାରେ ୧୨ମାସରେ ୧୩ପର୍ବ ଖଞ୍ଜାଯାଇଚି ସେଥିମଧ୍ୟରୁ ଗଣେଶ ପୂଜା ଅନ୍ୟତମ ବୋଲି ମୁଖ୍ୟ ଅତିଥି ଅଭିଭାଷଣ ରଖିଥିଲେ । ଏହି ଅବସରରେ ମଞ୍ଚସ୍ଥ ନାଟକ ‘ସୀତା ଦେବେ ଆଜି ଅଗ୍ନି ପରୀକ୍ଷା’ ସମସ୍ତଙ୍କୁ ଆକୃଷ୍ଟ କରିଥିଲା । ଇଟାମାଟି ତନ୍ତୀସାହିର ଗଣେଶ ପୂଜା କମିଟିର ସମସ୍ତ ସଦସ୍ୟଙ୍କ ଦ୍ବାରା ଆୟୋଜିତ ନାଟକ ଉତ୍ସବରେ ସମ୍ମାନିତ ଅତିଥି ଭାବେ ସୁବାଷ ଚନ୍ଦ୍ର କଅଁର, ଆଶିଷ କୁମାର ଅଗ୍ରୱାଲ, ଅଶୋକ କୁମାର ନାୟକ, କ୍ଷୀରୋଦ ମହାପାତ୍ର,…
Read More୪ମାସ ପରେ କୋର୍ଟଙ୍କ ହସ୍ତକ୍ଷେପରେ ପୁଣି ମାମଲା ରୁଜୁ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସହର ନିକଟସ୍ଥ ଲେଖନପୁର ଠାରେ ଗଢିଉଠିଥିବା ବୃଦ୍ଧାଶ୍ରମ (ସମର୍ପଣ)ରେ ୨୮ଲକ୍ଷ ଟଙ୍କାର ଦେଣନେଣ, ବ୍ୟାଙ୍କରୁ ଟଙ୍କା ଉଠାଣ, ପରିଚାଳନା କମିଟିର କୌଣସି ପ୍ରସ୍ତାବ, ଅନୁମତି, ନିଷ୍ପତ୍ତି ନଥାଇ ଆର୍ଥିକ ଅନିୟମିତତା କାରଣରୁ ସମର୍ପଣ କାର୍ଯ୍ୟକାରୀ ସଭାପତି ପ୍ରମୋଦ ପଟ୍ଟନାୟକ ଚଳିତ ବର୍ଷ ଗତ ଏପ୍ରିଲ ମାସ ୧୧ତାରିଖରେ ସମ୍ପାଦକ ଅରୁଣ କୁମାର ମହାନ୍ତି ଏବଂ କୋଷାଧ୍ୟକ୍ଷ ଧୀରେନ୍ଦ୍ର କୁମାର ପଟ୍ଟନାୟକଙ୍କ ନାମରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଆରକ୍ଷୀ ଅଧ୍ୟକ୍ଷକଙ୍କୁ ମଧ୍ୟ ଏ ସମ୍ପର୍କରେ ଅବଗତ କରାଇଥିଲେ । ପୋଲିସ ପକ୍ଷରୁ ତଦନ୍ତରେ ଗୁରୁତର ଅବହେଳା ଯୋଗୁଁ ଅଭିଯେଗାକାରୀ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ମାନ୍ୟବର ଏସ୍.ଡି.ଜେ.ଏମ୍ ନୟାଗଡ଼ ଟାଉନ୍ଥାନା ଆଇଆଇସିଙ୍କୁ ଏହାର ତଦନ୍ତ କରି ଆଇନ୍ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଦୀର୍ଘ…
Read Moreଗ୍ରାମ ରୋଜଗାର ସେବକ ଚାକିରୀରୁ ବହିସ୍କୃତ
ନୟାଗଡ଼,(ନୟାଗଡ଼ ଦର୍ପଣ): ଭାପୁର ବ୍ଲକ ଅନ୍ତର୍ଗତ ଭାପୁର ଗ୍ରା.ପ.ର ପୂର୍ବତନ ଗ୍ରାମ ରୋଜଗାର ସେବକ (GRS) ଜିତେନ୍ଦ୍ର ଚୌଧୁରୀ, ଯିଏ ବର୍ତ୍ତମାନ ଭାପୁର ବ୍ଲକର ପଦ୍ମାବତୀ ଗ୍ରା.ପ.ରେ ଚୁକ୍ତିଭିତ୍ତିକ ଗ୍ରାମ ରୋଜଗାର ସେବକ ଭାବରେ କାର୍ଯ୍ୟରତ ଥିଲେ। ତାଙ୍କ ବିପକ୍ଷରେ ମହାତ୍ମା ଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଗୁରୁତର ଅର୍ଥ ଅନିୟମିତତା ଅଭିଯୋଗର ଏକ ଶୁଣାଣି କରି ନୟାଗଡ଼ ଜିଲ୍ଲାପାଳ ଡା. ପୋମା ଟୁଡୁ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେଇ GRS ଚୌଧୁରୀଙ୍କୁ ତାଙ୍କ କାର୍ଯ୍ୟରୁ ଗତ ଅଗଷ୍ଟ ୧୦ ତାରିଖରୁ ବହିଷ୍କୃତ କରିଛନ୍ତି । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ଶ୍ରୀ ଚୌଧୁରୀଙ୍କ ଉପରେ ନରେଗା ପ୍ରକଳ୍ପରେ ଟ.୨୩,୭୪,୪୧୭(ତେଇଶି ଲକ୍ଷ ଚଉସ୍ତରୀ ହଜାର ଚାରିଶହ ସତର) ଟଙ୍କାର ଅର୍ଥ ତୋଷାରପାତ ଅଭିଯୋଗ ଥିଲା । ଏହି ବହିସ୍କାର ଆଦେଶ ଅତି ସ୍ପଷ୍ଟ…
Read Moreଛାତ୍ରୀଙ୍କୁ ଅସଦାଚରଣ କରି ଚାକିରୀରୁ ନିଲମ୍ବନ ହେଲେ ହିନ୍ଦୀ ଶିକ୍ଷକ
ନୂଆଗାଁ,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଅଧିନସ୍ଥ ଡିମିରିପଲ୍ଲୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଗତକାଲି ପ୍ରଧାନଶିକ୍ଷକ ଦାୟିତ୍ବରେ ଥିବା ହିନ୍ଦୀ ଶିକ୍ଷକ ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ସମୟରେ ଶାରିରୀକ ଏବଂ ମାନସିକ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ନେଇ ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିବା ନେଇ ଖବର ପ୍ରକାଶ ହେବା ପରେ ନୟାଗଡ ଜିଲ୍ଲାପାଳ ଡା. ପୋମା ଟୁଡୁ ସମ୍ପୃକ୍ତ ହିନ୍ଦୀ ଶିକ୍ଷକଙ୍କୁ ଚାକିରୀରୁ ନିଲମ୍ବନ କରିଥିବା ଜଣାପଡିଛି। ସୂଚନା ମୁତାବକ, ନୂଆଗାଁ ବ୍ଲକ ଗୁମୀ ଗ୍ରାମପଂଚାୟତ ଅଧିନସ୍ଥ ଡିମିରିପଲ୍ଲୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ପାଠ ପଢୁଥିବା ଶତାଧିକ ଅନୁସୂଚିତ ଜାତି ଓ ଜନଜାତି ସଂପ୍ରଦାୟର ଛାତ୍ରଛାତ୍ରୀମାନଙ୍କୁ ପ୍ରଧାନଶିକ୍ଷକ ଦାୟିତ୍ବରେ ଥିବା ହିନ୍ଦୀ ଶିକ୍ଷକ ରବି ନାରାୟଣ ଷଡ଼ଙ୍ଗୀ ବିଦ୍ୟାଳୟରେ ମଦ୍ୟପାନ କରି ଛାତ୍ରଛାତ୍ରୀମାନଙ୍କୁ ଅମାନୁଷିକ ଅତ୍ୟାଚାର କରିବା ସହ ଖରାପ ଭାଷାରେ ଗାଳି…
Read More