ନୟାଗଡ଼,(ନୟାଗଡ଼ ଦର୍ପଣ): ଦୁର୍ନୀତି ନିବାରଣ ସଚେତନତା ପାଳନ ଅବସରରେ ନୟାଗଡ଼ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ପ୍ରାୟ ୫୦୦ ମିଶନଶକ୍ତି ମାଆମାନଙ୍କୁ ନେଇ ଏକ ସଚେତନତା ରାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ପୂର୍ବାହ୍ନ ୧୦ଘଟିକା ସମୟରେ ବାହାରିଥିଲା। ଏହି ରାଲିକୁ ଜିଲ୍ଲାପାଳ ରବିନ୍ଦ୍ର ନାଥ ସାହୁ ପତାକା ଦେଖାଇ ଶୁଭ ଉଦ୍ଘାଟନ କରିଥିଲେ । ଏଥିରେ ମୁଖ୍ୟ ଉନ୍ନୟନ ଅଧିକାରୀ-ତଥା- ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ସୁବାସ ଚନ୍ଦ୍ର ରାୟ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ, ଉପ ଆରକ୍ଷୀ ଅଧୀକ୍ଷକ(ଦୁର୍ନୀତି ନିବାରଣ) ଶ୍ରୀକାନ୍ତ ବେହେରା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମମତାରାଣୀ ପାତ୍ର, ଡି.ପି.ଏମ (ଓ.ଏଲ.ଏମ) ସଂଜୟ କୁମାର ମହାପାତ୍ର, ଡିପିସି (ମିଶନଶକ୍ତି) ସମିଧା ପାଢ଼ୀ ଯୋଗ ଦେଇଥିଲେ । ରାଲିରେ ଯୋଗଦେଇଥିବା ମାଆମାନେ…
Read MoreBlog
ନୟାଗଡ଼ରେ ନିଯୁକ୍ତି ମେଳା, ୫ଗୋଟି ବ୍ଲକରୁ ୬୫୪ଜଣ ପ୍ରାର୍ଥୀଙ୍କର ନିଯୁକ୍ତି ନିମନ୍ତେ ନାମ ପଂଜୀକରଣ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ନୟାଗଡ଼, ଦଶପଲ୍ଲା, ଓଡ଼ଗାଁ, ରଣପୁର, ନୂଆଗାଁ ବ୍ଲକର ୧୮ରୁ ୩୫ବର୍ଷର ଯୁବକ ଯୁବତୀମାନଙ୍କର ବିଭିନ୍ନ କମ୍ପାନୀରେ ନିଯୁକ୍ତି ନିମନ୍ତେ ପୋଲିସ ଟ୍ରେନିଂ ପଡ଼ିଆରେ ଏକ ନିଯୁକ୍ତି ମେଳା ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ ତରଫରୁ ଅନୁଷ୍ଠିତ ହୋଇଯାଇଛି । ଏହି ମେଳାକୁ ଜିଲ୍ଲା ପରିଷଦ ସଭାପତି ଇଂ. ଦେବାଶିଷ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ଶୁଭ ଉଦ୍ଘାଟନ କରିଥିଲେ। ପରେ ପରେ ଜିଲ୍ଲା ନିୟୋଜନ ଅଧିକାରୀ ଦୁର୍ଗା ଚରଣ ଦାସଙ୍କ ସଭାପତିତ୍ବରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ମୁଖ୍ୟ ଉନ୍ନୟନ ଅଧିକାରୀ-ତଥା- ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ସୁବାସ ଚନ୍ଦ୍ର ରାୟ, ଅଧ୍ୟକ୍ଷ ସରକାରୀ ପଲିଟେକନିକ୍ ଓଡ଼ଗାଁ, ଅଧ୍ୟକ୍ଷ ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ଖୁଟୁବନ୍ଧ, ଡି.ପି.ଏମ(ଓ.ଏଲ.ଏମ) ସଂଜୟ କୁମାର ମହାପାତ୍ର, ଜିଲ୍ଲା…
Read Moreଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଏବଂ କଳା ଉତ୍ସବ -୨୦୨୨ ଆସନ୍ତା ତା, ୦୭/୧୧/୨୦୨୨ ସୋମବାର ନବଘନପୁର ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେବ। ଏଥିରେ ସମଗ୍ର ଜିଲ୍ଲାରୁ ୬୦୦ରୁ ଅଧିକ ଛାତ୍ରଛାତ୍ରୀ, ଅଭିଭାବକ, ଦର୍ଶକ ସମସ୍ତ ବ୍ଲକରୁ ଆସିବେ । ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା କରାଯାଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯିବ ବୋଲି ଜିଲ୍ଲା ପ୍ରକଳ୍ପ ସଂଯୋଜକ, ସର୍ବଶିକ୍ଷା ଅଭିଯାନ ପ୍ରକାଶ କରିଛନ୍ତି । ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ/ଶିକ୍ଷୟିତ୍ରୀ, ଅଭିଭାବକ, ବୁଦ୍ଧିଜୀବି ଏବଂ ଜନସାଧାରଣ ଏଥିରେ ଯୋଗଦାନ କରି ଏହି ଉତ୍ସବକୁ ସଫଳ କରିବା ନିମନ୍ତେ ଜିଲ୍ଲା ପ୍ରକଳ୍ପ ସଂଯୋଜକ, ସର୍ବଶିକ୍ଷା ଅଭିଯାନ ଅନୁରୋଧ କରିଛନ୍ତି ।
Read Moreଶୁଳିଆ ସଂରକ୍ଷିତ ଜଙ୍ଗଲରେ ଗୟଳ ଆକ୍ରମଣରେ ଛେଳି ଚରାଳିଙ୍କ ମୃତ୍ୟୁ
ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଓଡ଼ଗାଁ ଥାନା କୋରପିଠା ଗ୍ରାମର ଗଙ୍ଗାନାହାକ (୬୫) ଶୁଳିଆ ସଂରକ୍ଷିତ ଜଙ୍ଗଲକୁ ଛେଳି ଚରାଉଥିବା ସମୟରେଗୟଳ ଆକ୍ରମଣର ଶିକାର ହୋଇଥିଲେ। ଗାଁର କିଛି ମହିଳା ପହଂଚି ଉକ୍ତ ବ୍ୟକ୍ତିଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ଓଡ଼ଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ପରେ କଟକ ବଡ଼ ମେଡ଼ିକଲରେ ଭର୍ତ୍ତି କରିଥିଲେ। କିନ୍ତୁ ଡ଼ାକ୍ତର ଗଙ୍ଗାଙ୍କୁ ମୃତ ଘୋଷଣା କରିଥିଲେ। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଅପରାହ୍ନ ୨ଘଟିକା ସମୟରେ ଗଙ୍ଗା ନିକଟସ୍ଥ ଶୁଳିଆ ଜଙ୍ଗଲକୁ ଛେଳି ନେଇ ଯାଇଥିଲେ। ଛେଳି ଚରୁଥିବା ସମୟରେ ଏକ ଗୟଳ ଜଙ୍ଗଲରୁ ବାହାରି ଆସି ଗଙ୍ଗାଙ୍କୁ ଆକ୍ରମଣ କରିଥିଲା। ଗୟଳ ଏତେ ଭୟଙ୍କର ଥିଲା ଯେ ଗଙ୍ଗାଙ୍କୁ ତଳେ ପକାଇ ରକ୍ତାକ୍ତ କରି ଚାଲିଥିଲା। ଗୟଳ ଆକ୍ରମଣରେ ଗଙ୍ଗା ଚିତ୍କାର କରିବାରୁ ଆଖପାଖରେ ଥିବା ଚାରିରୁ ପାଞ୍ଚଜଣ ମହିଳା…
Read Moreକୁକୁଡ଼ା ଫାର୍ମ ଯୋଗୁଁ ବ୍ୟାପକ ଫସଲ ନଷ୍ଟ, ଜିଲ୍ଲାପାଳ ଓ ଜିଲ୍ଲା କୃଷି ଅଧିକାରୀଙ୍କ ଦ୍ୱାରସ୍ତ ହେଲେ ଗ୍ରାମବାସୀ
ନୟାଗଡ଼,(ନୟାଗଡ଼ ଦର୍ପଣ): ବେଆଇନ ଲେୟାର ଫାର୍ମ ଯୋଗୁଁ ଚାଷୀଙ୍କ ବ୍ୟାପକ ଫସଲ କ୍ଷୟକ୍ଷତି ହୋଇଥିବା ଅଭିଯୋଗ ଆଣି ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ ଦ୍ୱାରସ୍ତ ହେଲେ ଗ୍ରାମବାସୀ l ନୂଆଗାଁ ବ୍ଲକ ଆନ୍ତର୍ଗତ ମହୀତମ ଠାରେ ଦିର୍ଘ ୮ ବର୍ଷ ଧରି ଏକ ଲେୟାର ଫାର୍ମ ଗଢି ଉଠିଥିବା ବେଳେ ଏହା ଜନବସତି ନିକଟରେ ରହିଥିବାରୁ କୀଟପତଙ୍ଗ ସଂଖ୍ୟା ବୃଦ୍ଧି ପାଇ ଲୋକେ ନହିନଥିବା ଅସୁବିଧା ଭୋଗୁଛନ୍ତି l ସେପଟେ ଗତ ୨ ବର୍ଷ ଧରି ଏହି ଫାର୍ମରୁ ନିର୍ଗତ କୁକୁଡ଼ା ମଳ ଓ ବିଭିର୍ଣ୍ଣ ରାସାୟନିକ ପାଣି ଚାଷୀଙ୍କ ବିଲରେ ମାଡିଯିବା ଯୋଗୁଁ ଚାଷୀମାନଙ୍କର ପ୍ରାୟ ତିରିଶ ଏକର ଫସଲ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥିବା ନେଇ ଚାଷୀ ମାନେ ଲିଖିତ ଭାବେ ଆଜି ନୟାଗଡ଼ ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ କୃଷି…
Read Moreଚଳିତ ମାସ ୧୩ରୁ ୧୯ତାରିଖ ପର୍ଯ୍ୟନ୍ତ ଶରଣକୁଳ ସର୍ବ ଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ
ଶରଣକୁଳ,(ନୟାଗଡ଼ ଦର୍ପଣ): ଶରଣକୁଳ ଲଡୁକେଶ ଆଥଲେଟିକ୍ ଆସୋସିଏସନ ଶରଣକୁଳ ପକ୍ଷରୁ ୬୧ତମ ସର୍ବ ଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଚଳିତ ନଭେମ୍ବର ମାସ ୧୩ତାରିଖରୁ ୧୯ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ଅନୁଷ୍ଠିତହେବ। ଏହି ପ୍ରତିଯୋଗିତାରେ ମୋଟ ୮ଟି ଦଳ ଅଂଶଗ୍ରହଣ କରିବେ ବୋଲି ଆସୋସିଏସନ ପକ୍ଷରୁ ସୂଚନା ମିଳିଛି। ୧୩ତାରିଖ ପ୍ରଥମ ଦିନର ଖେଳରେ ଆଚିଭର କଟକ ଓ କିଶୋର କ୍ଲବ୍ ଭୁବନେଶ୍ବର ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବାକୁ ଥିବା ବେଳେ ୧୪ତାରିଖରେ ତାମିଲନାଡୁ ପୋଲିସ ଓ ୟୁନାଇଟେଡ଼ କ୍ଲବ୍ ବରଗଡ଼ ମଧ୍ୟରେ ଖେଳ ଅନୁଷ୍ଠିତ ହେବ । ସେହିପରି ୧୫ତାରିଖ ଖେଳରେ ହାଇଦ୍ରାବାଦ ଆର୍ମି ଓ ସ୍ପୋର୍ଟସ ହଷ୍ଟେଲ ବାରିପଦା ମଧ୍ୟରେ ହେବାକୁ ଥିବା ବେଳେ ୧୬ତାରିଖରେ ସାଇ ଏଚଏଏଲ ସୁନାବେଡା ଓ ସ୍ପୋର୍ଟସ ହଷ୍ଟେଲ ଭବାନୀ ପାଟଣା ମଧ୍ୟରେ…
Read Moreମିଶନଶକ୍ତି ସଚିବଙ୍କୁ ଭେଟିଲେ ଭାପୁର ବ୍ଲକ୍ ଅଧ୍ୟକ୍ଷା ଏବଂ ଉପାଧ୍ୟକ୍ଷ
ଭାପୁର,(ନୟାଗଡ଼ ଦର୍ପଣ): ମହିଳା ସଶକ୍ତିକରଣ ପାଇଁ ନେଇଥିବାଯୁଗାନ୍ତକାରୀ ପଦକ୍ଷେପ କ୍ଷେତ୍ରରେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିବା ନୟାଗଡ଼ ଜିଲ୍ଲା ଭାପୁର ପଞ୍ଚାୟତ ସମିତିର ଅଧ୍ୟକ୍ଷା ସାବିତ୍ରୀ ପ୍ରଧାନ ଏବଂ ଉପାଧ୍ୟକ୍ଷ ବେଣୁଧର ପ୍ରଧାନଙ୍କୁ ସୌଜନ୍ୟମୂଳକ ସାକ୍ଷାତ ପାଇଁ ଗତ ସପ୍ତାହରେ ନିମନ୍ତ୍ରଣ କରିଥିଲେ ଓଡ଼ିଶା ମିଶନଶକ୍ତି ସଚିବ ସୁଜାତା କାର୍ତ୍ତିକେୟ ପାଣ୍ଡିଆନ୍। ଅଧ୍ୟକ୍ଷା ଏବଂ ଉପାଧ୍ୟକ୍ଷ ଉଭୟ ସଚିବାଳୟରେ ନିର୍ଦ୍ଦେଶିକାଙ୍କୁ ସୌଜନ୍ୟମୂଳଜ ସାକ୍ଷାତ କରିଛନ୍ତି। ଏହି ଅବସରରେ ଭାପୁର ମହିଳାଙ୍କ ସଶକ୍ତ ଓ ସ୍ଵାବଲମ୍ବୀ କରିବା ପାଇଁ ୧୦୮କୋଟିରୁ ଉର୍ଦ୍ଧ୍ବ ଟଙ୍କାର ନୂତନ ପାଞ୍ଚୋଟି ପ୍ରକଳ୍ପ ପାଇଁ ଦାବି ଉପସ୍ଥାପନା କରିଥିଲେ । ଉପସ୍ଥାପିତ ପ୍ରକଳ୍ପକୁ ପୂରଣ ପାଇଁ ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି ନିର୍ଦେଶିକା । ଏହାଦ୍ଵାରା ଭାପୁର ବ୍ଲକ୍ରେ ଥିବା ପ୍ରାୟ ୧୫୭୭ଟି ସ୍ଵୟଂ ସହାୟକ ଗୋଷ୍ଠୀ ଉପକୃତ ହୋଇପାରିବେ। ବିଭିନ୍ନ ଦାବି ମଧ୍ୟରେ…
Read Moreସଜେଇ ହେଉଛି ରାଜ୍ୟର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ସାତକୋଶିଆ ସ୍ୟାଣ୍ଡରିସର୍ଟ
ଗଣିଆ,(ନୟାଗଡ଼ ଦର୍ପଣ): ସଜେଇ ହେଉଛି ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ୍ ବଡ଼ମୂଳ ମଙ୍ଗାନାସୀସ୍ଥିତ ରାଜ୍ୟର ଅନ୍ୟତମ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ସାତକୋଶିଆ ସ୍ୟାଣ୍ଡରିସର୍ଟ। ଶୀତ ତଥା ପର୍ଯ୍ୟଟନ ଋତୁ ପ୍ରବେଶ କରୁଥିବା ବେଳେ ପ୍ରତିବର୍ଷ ଭଳି ଚଳିତବର୍ଷ ପର୍ଯ୍ୟଟକଙ୍କ ପାଇଁ ସ୍ୟାଣ୍ଡରିସର୍ଟ ସାଜସଜ୍ଜା ଚାଲିଥିବା ଦେଖିବାକୁ ମିଳିଛି। ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁଁ ମହାନଦୀର ବାଲୁକା ଶଯ୍ୟାରେ ଲାଗୁଥିବା କଟେଜ୍ ଗୁଡ଼ିକର ନିମାର୍ଣ କାର୍ଯ୍ୟରେ ବିଳମ୍ବ ହୋଇଥିଲା। ଆସନ୍ତା ୧୫ତାରିଖରେ ଏହାର ଶୁଭ ଉଦ୍ଘାଟନ କରାଯିବ । ଏ ନେଇ ମୁଦୁଲୀଗାଡ଼ିଆ, ମା’ ସାତଭଉଣୀ ପର୍ଯ୍ୟଟନ ପରିଚାଳନା କମିଟି ପକ୍ଷରୁ ସୂଚନା ମିଳିଛି। ଚଳିତବର୍ଷ ୧୬ଟି ଅଣଶୀତତାପ ନିତମ୍ବିତ ଅସ୍ଥାୟୀ ଟେଣ୍ଟ୍ ନିର୍ମାଣ କରାଯିବାକୁ ନିଷ୍ପତ୍ତିନିଆଯାଇଥିବା ବେଳେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇଲେ ଆବଶ୍ୟକସ୍ଥଳେ ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶ କ୍ରମେ ଟେଣ୍ଟ ସଂଖ୍ୟାକୁ ବୃଦ୍ଧି କରାଯିବ। ସାତକୋଶିଆ…
Read Moreଅବସର ପ୍ରାପ୍ତ ଶିକ୍ଷକ ଶିକ୍ଷୟତ୍ରୀ ସଂଘର ୩ୟ ବାର୍ଷିକ ଉତ୍ସବ ଅନୁଷ୍ଠିତ
ଇଟାମାଟି,(ନୟାଗଡ଼ ଦର୍ପଣ): ଇଟାମାଟି ଗ୍ରାମ ପଞ୍ଚାୟତର ଅବସର ପ୍ରାପ୍ତ ଶିକ୍ଷକ ଶିକ୍ଷୟତ୍ରୀ ସଂଘର ୩ୟ ବାର୍ଷିକ ଉତ୍ସବ ସ୍ଥାନୀୟ ପ୍ରଫୁଲ ସାହୁ କଲ୍ୟାଣ ମଣ୍ଡପ ଠାରେ ସଂଘର ସଭାପତି ପ୍ରହଲ୍ଲାଦ ଶାନ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ମୁଖ୍ୟବକ୍ତାଭାବେ ଇଟାମାଟି ସରପଞ୍ଚ ସ୍ୱପ୍ନଶ୍ବରୀ ସେଠୀ ଓ ସାମାଜିକ କର୍ମୀ ପ୍ରଫୁଲ ସାହୁ ଯୋଗଦେଇଥିଲେ । ଏବର୍ଷ ନୂତନ କର୍ମକର୍ତ୍ତା ଭାବେ ସଭାପତି ପ୍ରହଲ୍ଲାଦ ଶାନ୍ତ, ଉପସଭାପତି ଶ୍ୟାମସୁନ୍ଦର ପାତ୍ର, ସମ୍ପାଦକ ରାଜକିଶୋର ନାୟକ, ସହ ସମ୍ପାଦକ ରବିନ୍ଦ୍ର କୁମାର ପାତ୍ର, କୋଷାଧ୍ୟକ୍ଷ ପ୍ରଦୀପ୍ତ କୁମାର ସାହୁ, ଅଡିଟର ବୃନ୍ଦାବନ ପରିଡା ଓ କୋଅର୍ଡିନେଟ ପ୍ରକାଶ ପଟ୍ଟନାୟକ ନିର୍ବାଚିତ ହୋଇଥିଲେ। ପରିଶେଷରେ ଶ୍ୟାମସୁନ୍ଦର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
Read More୬ନଂ ଜୋନ ଡ଼ାଇରେକ୍ଟର ଭାବେ ନିର୍ବାଚିତ ହେଲେ ଉପେନ୍ଦ୍ର ସାହୁ ଓରଫ ରୂପ ଭାଇ
ଦଶପଲ୍ଲା,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କର ନିର୍ବାଚନ ହୋଇଥିବା ବେଳେ ୬ନଂ ଜୋନରୁ ପ୍ରାର୍ଥୀ ଭାବରେ ଉପେନ୍ଦ୍ର କୁମାର ସାହୁ ଏବଂ ସତ୍ୟ ନାରାୟଣ ସାହୁ ନିର୍ବାଚନ ଲଢ଼ୁଥିଲେ । ଏହି ନିର୍ବାଚନ ପାଇଁ ନୟାଗଡ ସହରସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ମତଦାନ ଅନୁଷ୍ଠିତ ହୋଇଥିଲା ଏବଂ ସେହି କେନ୍ଦ୍ରରେ ସମବାୟ ସମିତିର ସଦସ୍ୟମାନେ ନିଜ ନିଜ ମତଦାନ କରିଥିଲେ । ୬ନଂ ଜୋନରେ ସମୁଦାୟ ୧୬୨ଜଣ ଭୋଟର ଥିବାବେଳେ ୧୫୮ଜଣ ମତଦାତା ମତଦାନ କରିଥିଲେ ସେଥି ମଧ୍ୟରୁ ଗୋଟିଏ ଭୋଟ ନାକଚ ହୋଇଥିବା ବେଳେ ୪୩ଖଣ୍ଡ ଭୋଟ ନାରାୟଣ ସାହୁ ପାଇ ସନ୍ତୁଷ୍ଟ ହୋଇଥିଲେ ଏବଂ ୧୧୪ ଖଣ୍ଡ ଭୋଟ ପାଇ ଦଶପଲ୍ଲା ଅଞ୍ଚଳର ଦକ୍ଷ ସଂଗଠକ ତଥା ଦଶପଲ୍ଲା ପଞ୍ଚାୟତ ସମିତିର ପୂର୍ବତନ ଅଧକ୍ଷ ଉପେନ୍ଦ୍ର କୁମାର ସାହୁ ବିଜୟୀ…
Read More