ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଏବଂ କଳା ଉତ୍ସବ -୨୦୨୨ ଆସନ୍ତା ତା, ୦୭/୧୧/୨୦୨୨ ସୋମବାର ନବଘନପୁର ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେବ। ଏଥିରେ ସମଗ୍ର ଜିଲ୍ଲାରୁ ୬୦୦ରୁ ଅଧିକ ଛାତ୍ରଛାତ୍ରୀ, ଅଭିଭାବକ, ଦର୍ଶକ ସମସ୍ତ ବ୍ଲକରୁ ଆସିବେ । ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା କରାଯାଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯିବ ବୋଲି ଜିଲ୍ଲା ପ୍ରକଳ୍ପ ସଂଯୋଜକ, ସର୍ବଶିକ୍ଷା ଅଭିଯାନ ପ୍ରକାଶ କରିଛନ୍ତି । ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ/ଶିକ୍ଷୟିତ୍ରୀ, ଅଭିଭାବକ, ବୁଦ୍ଧିଜୀବି ଏବଂ ଜନସାଧାରଣ ଏଥିରେ ଯୋଗଦାନ କରି ଏହି ଉତ୍ସବକୁ ସଫଳ କରିବା ନିମନ୍ତେ ଜିଲ୍ଲା ପ୍ରକଳ୍ପ ସଂଯୋଜକ, ସର୍ବଶିକ୍ଷା ଅଭିଯାନ ଅନୁରୋଧ କରିଛନ୍ତି ।

Related posts