ନୟାଗଡ଼, (ନୟାଗଡ଼ ଦର୍ପଣ): ୭୭ତମ ସ୍ବାଧୀନତା ଦିବସ ପାଳନ ପାଇଁ ସମଗ୍ର ଦେଶ ଉତ୍ସବ ମୁଖର। ପୁରପଲ୍ଲୀ ସବୁଠି ଫରଫର ହୋଇ ଉଡୁଛି ତ୍ରିରଙ୍ଗା। ନୟାଗଡ଼ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରେ ପାଳିତ ହୋଇଥିବା ସ୍ବାଧୀନତା ଦିବସ ରେ ମୁଖ୍ଯ ଅତିଥି ଭାବେ ମାନନୀୟ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ଯକ୍ଷ ଇଂ ଦେବାଶିଷ ପଟ୍ଟନାୟକ ମହୋଦୟ ଯୋଗଦେଇ ପତାକା ଉତ୍ତୋଳନ କରିବା ସହିତ ଅଭିବାଦନ ଗ୍ରହଣ କରି ସ୍ବାଧୀନତା ଦିବସର ମହାନତା ବିଷୟ ରେ ଆଲୋକପାତ କରିବା ସହିତ ମହାନ ସ୍ବାଧୀନତା ସଂଗ୍ରାମୀ ମାନଙ୍କର ସ୍ମୃତି ଚାରଣ କରିଥିଲେ। ଦେଶର ସ୍ବାଧୀନତା ପାଇଁ ଜାତିର ପିତା ମହାତ୍ମାଗାନ୍ଧିଙ୍କ ଅବଦାନ ବିଷୟରେ ଆଲୋକ ପାତ କରିଥିଲେ । ସ୍ବାଧୀନ ଭାରତରେ ଛାତ୍ରଛାତ୍ରୀମାନଙ୍କର କର୍ତ୍ତବ୍ଯ ଓ ଦାୟିତ୍ୱ ବିଷୟରେ ସଚେତନ କରିବା ସହିତ ମହାପୁରୁଷ ମାନଙ୍କ ପଦାଙ୍କ ଅନୁସରଣ କରିବା…
Read MoreBlog
ନୟାଗଡ଼ ସରସ୍ୱତୀ ଶିଶୁଵିଦ୍ୟାମନ୍ଦିରରେ ୭୭ତମ ସ୍ୱାଧୀନତା ଦିବସ ପାଳିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ସରସ୍ୱତୀ ଶିଶୁଵିଦ୍ୟାମନ୍ଦିର, ନୟାଗଡ଼ ପରିସରରେ ୭୭ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ରଘୁନାଥ ସମବାୟ ମହାବିଦ୍ୟାଳୟ, ଓଡ଼ଗାଁର ଅବସରପ୍ରାପ୍ତ ଅଧ୍ୟକ୍ଷ ମହମ୍ମଦ ଉମର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସ୍ୱାଧୀନତା ସଂଗ୍ରାମୀ ଙ୍କ ଉଦ୍ଦେଶ୍ୟ ରେ ଜୟଧ୍ୱନି ପରିବେଶକୁ ମୁଖରିତ କରିଥିଲା। ମୁଖ୍ୟ ଅତିଥି ଶିଶୁ ଭାଇଭଉଣୀ ଙ୍କ ଉଦ୍ଦେଶ୍ୟ ରେ ଅନେକ ଉପାଦେୟ ତଥ୍ୟ ପ୍ରଦାନ କରିଥିଲେ। ଜାତୀୟତା ର ସ୍ୱରୂପ, ପୌରାଣିକ ଗ୍ରନ୍ଥ ର ଉପାଦେୟତା, ପ୍ରାଚୀନ ସଭ୍ୟତା, ଭାରତୀୟ ଭାଷା,ଐତିହ ଓ ପରମ୍ପରା, ୧୮ବର୍ଷ ବୟସରୁ କମ ବାଳିକା ମାନଙ୍କର ସୁରକ୍ଷା ନିମନ୍ତେ ଗୃହୀତ ନିୟମ ତଥା ଅପରାଧୀ ମାନଙ୍କ ପାଇଁ ଦଣ୍ଡ ବ୍ୟବସ୍ଥା, ସ୍ୱାଧୀନତା ସଂଗ୍ରାମୀ ମାନଙ୍କର ତ୍ୟାଗ ଓ ବଳିଦାନ ସମାଜର ଅବହେଳିତ ବର୍ଗ ଙ୍କ…
Read Moreବରିଷ୍ଠ ନାଗରିକ ଗୋଷ୍ଠି କେନ୍ଦ୍ର ଠାରେ 77ତମ ସ୍ୱାଧୀନତା ଦିବସ ପାଳିତ
ନୟାଗଡ଼, (ନୟାଗଡ଼ ଦର୍ପଣ): 77ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ନୟାଗଡ ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ବରିଷ୍ଠ ନାଗରିକ ଗୋଷ୍ଠୀ କେନ୍ଦ୍ର ଠାରେ ସକାଳ 7ଟା ସମୟରେ ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ ସଭାପତି ସମାଜ ସେବୀ ପ୍ରମୋଦ ପଟ୍ଟନାୟକ ଜାତୀୟ ପତାକା ଉତୋଳନ କରି ପରିଣତ ବୟସରେ ମଧ୍ୟ ପ୍ରତ୍ୟକ ବରିଷ୍ଠ ନାଗରିକ ଦେଶ ସେବାରେ ବ୍ରତୀ ହେବା ପାଇଁ ଆହ୍ୱାନ ଦେଇ ଥିଲେ, ମଞ୍ଚର ସମ୍ପାଦକ ଦୁର୍ୟୋଧନ ସାହୁ ସମସ୍ତ ବରିଷ୍ଠ ନାଗରିକ ମାନଙ୍କ ସ୍ନେହ ସଦିଚ୍ଛା କାମନା କରିବା ସଂଗେସଂଗେ ଧନ୍ୟବାଦ ଅର୍ପଣ କରିଥିଲେ
Read Moreଇଟାମାଟି ପୋଲିସ ଦ୍ୱାରା ଦୁଇ ବାଇକ ଚୋର ଗିରଫ, ୫ ବାଇକ ଉଦ୍ଧାର
ଇଟାମାଟି,(ନୟାଗଡ଼ ଦର୍ପଣ): ଏକ ବାଇକ ଚୋରି ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ଇଟାମାଟି ପୋଲିସ । ସୂଚନା ଅନୁଯାଇ ନୟାଗଡ଼ ଜିଲା ଇଟାମାଟି ଥାନା ଆଙ୍କୁଲେଇ ପାଟଣା ଗାଁର ନକୁଳ ସାହୁଙ୍କ ଏକ ବାଇକ 2 ଦିନ ତଳେ ଚୋରି ହୋଇଥିଲା । ପୋଲିସ ଘଟଣାର ତଦନ୍ତ କରିବା ସହ 2 ଅଭିଯୁକ୍ତ ବୁଗୁଡ଼ା ଥାନା ଅଞ୍ଚଳର ଶିବ ଚୌଧୁରୀ ଓ କୋଟଗଡ଼ ଥାନା ଅଞ୍ଚଳର ବାବୁଲ ଦାସଙ୍କୁ ଗିରଫ କରିଛି ଇଟାମାଟି ପୋଲିସ । ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ନୟାଗଡ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ । ୨ଅଭିଯୁକ୍ତ ନୟାଗଡ, ଗଞ୍ଜାମ, ଦେବଗଡ଼ ସମେତ ଅନେକ ଜିଲାରେ ଏପରି ବାଇକ ଲୁଟରେ ସାମିଲି ଥିବା ପୋଲିସ କହିଛି । ସେମାନଙ୍କ ଠାରୁ ୫ଟି ବାଇକ ଜବତ ହୋଇଥିବା…
Read Moreନୟାଗଡ଼ ଟାଉନ ଥାନା ପୋଲିସକୁ ବଡ଼ ସଫଳତା
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଟାଉନ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା । ଏକ ସାଇବର ଠକେଇ ମାମଲାରେ ଦୁଇ ଅନ୍ତ ରାଜ୍ୟ ସାଇବର ଠକଙ୍କୁ ବିହାରରୁ ଗିରଫ କରିଛି ନୟାଗଡ଼ ଟାଉନ ପୋଲିସ । ସୁଚନା ଅନୁଯାଇ ନୟାଗଡ଼ ଏକ ବ୍ୟଙ୍କରେ କାମ କରୁଥିବା ଶୁଭଶ୍ରୀ ଶୁଭଶ୍ମିତା ବେହେରା ସୋସିଆଲ ମିଡ଼ିଆରୁ ଏଇ ମହାବିର ଫାଇନାନ୍ସ ନାମକ ଏକ ସଂସ୍ଥା ସହ ଲୋନ ଦେଉଥିବା ସୂଚନା ପାଇଁ ଯୋଗାଯୋଗ କରିଥିଲେ । ଉକ୍ତ ସଂସ୍ଥାର କହିବା ଅନୁଯାୟୀ ସେ ତାଙ୍କ ଡକୁମେଣ୍ଟ ଦେଇଥିଲେ । ପରେ ଉକ୍ତ ସଂସ୍ଥା ଲୋନ ଦେବ କହି ବିଭିନ୍ନ ଚାର୍ଜ କହି 6ଟି ପର୍ଯ୍ୟାୟରେ ମୋଟ 49,000 ଟଙ୍କା ଲୁଟି ନେବାସହ ଲୋନ ଦେଇନଥିଲେ । ଉକ୍ତ ସଂସ୍ଥା ଦ୍ବାରା ଶୁଭସ୍ମିତା ସାଇବର ଠକାମିର ଶିକାର ହେବାପରେ ଏ…
Read Moreନୟାଗଡ଼ରେ ସ୍ଵତନ୍ତ୍ର ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ମ୍ୟୁନିସିପାଲିଟିର 65ଜଣ ବାର୍ଦ୍ଧକ୍ୟ ଓ ବିଧବା ବ୍ୟକ୍ତିଙ୍କୁ ମଧୁବାବୁ ପେନସନ ଯୋଜନାରେ ଆଜି ଭତ୍ତା ବଣ୍ଟନ କରାଗଲା l ନୟାଗଡ଼ର ମାନ୍ୟବର ବିଧାୟକ ଡ. ଅରୁଣ କୁମାର ସାହୁ, ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜୁ ପଟ୍ଟନାୟକ କଲ୍ଯାଣ ମଣ୍ଡପ ଠାରେ ଅୟୋଜିତ ସ୍ଵତନ୍ତ୍ର ଭତ୍ତା ବଣ୍ଟନ କାର୍ଯ୍ୟକ୍ରମରେ ଯୋଗ୍ୟ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରିଥିଲେ l ପୌରାଧ୍ୟକ୍ଷା ନିରୁପମା ଖଟେଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉପାଧ୍ୟକ୍ଷ ଗୁରୁ ପ୍ରସାଦ ଜେନା, ନିର୍ବାହୀ ଅଧିକାରୀ ସ୍ୱାତୀ ମିଶ୍ରଙ୍କ ସମେତ ସମସ୍ତ୍ କାଉନ୍ସିଲର ଅତିଥି ଭାବେ ଯୋଗଦେଇଥିଲେ l କାଉନ୍ସିଲର କିଷାନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ l ଗୋଷ୍ଠୀ ସଂଗଠିକା ଇନ୍ଦୁମତୀ ପରିଡା ଓ ସମସ୍ତ୍ କର୍ମଚାରୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେl ସୂଚନାଯୋଗ୍ୟ, ଏ ପର୍ୟ୍ୟନ୍ତ 476ଜଣ ଭତ୍ତା ପାଇ…
Read Moreନୟାଗଡ଼ ଜିଲ୍ଲା ଡିଜିଟାଲ୍ ମିଡିଆ ସାମ୍ବାଦିକ ସଂଘ ଦ୍ୱିତୀୟ ବାର୍ଷିକ ଉତ୍ସବ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଡିଜିଟାଲ ମିଡିଆ(ୱେବ୍) ସାମ୍ବାଦିକ ସଂଘର ଦ୍ୱିତୀୟ ବାର୍ଷିକ ଉତ୍ସବ ନୀଳମାଧବ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି। ସଂଘ ସଭାପତି ଅନୱାର ଅଲ୍ଲୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ପୌର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ, ଉତ୍କଳ ସାମ୍ବାଦିକ ସଂଘ ରାଜ୍ୟ ସଭାପତି ବିଭୂତି ଭୂଷଣ କର, ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ, ନୟାଗଡ଼ ସାମ୍ବାଦିକ ସଂଘ ସଭାପତି ବୈଦ୍ୟ ଭୂଷଣ ମହାପାତ୍ର ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ। ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ଶ୍ଲୋକ…
Read Moreସୁସାହିତ୍ୟିକ ତଥା ସାମ୍ବାଦିକ ମନୋରଞ୍ଜନ ନନ୍ଦଙ୍କ ସ୍ମୃତି ସଭା
ନୟାଗଡ଼, (ନୟାଗଡ଼ ଦର୍ପଣ): ଓଡ଼ିଶାର ଲବ୍ଧ ପ୍ରତିଷ୍ଠିତ ସାହିତ୍ୟିକ, ସୁସାମ୍ବାଦିକ ତଥା ସାହିତ୍ୟ ପତ୍ରିକା “ବିଭାବନା”ର ସମ୍ପାଦକ ସ୍ବର୍ଗତ ମନୋରଞ୍ଜନ ନନ୍ଦ (ଢେଙ୍କାନାଳ)ଙ୍କ ସପ୍ତମ ଶ୍ରଦ୍ଧାମାସିକ ସ୍ମୃତିସଭା ସେତୁବନ୍ଧ ସାହିତ୍ୟ ଅନୁଷ୍ଠାନର ସମ୍ପାଦିକା ଉଷା ମିଶ୍ରଙ୍କ ସଂଯୋଜନାରେ ପରମ୍ପରା ସମ୍ପାଦକ ନିର୍ମଳ ଚନ୍ଦ୍ର ଶୂରଦେଓ ସଭାପତିତ୍ୱରେ ନୟାଗଡ଼ ପଞ୍ଚାୟତ ସମିତି ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି l ଆଜିର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ନୟାଗଡ଼ ଜିଲ୍ଲା ଲେଖକ ପରିଷଦର ସଭାପତି ପଧାନୀ ବୃନ୍ଦାବନ ମହାପାତ୍ର, ମୁଖ୍ୟବକ୍ତା ଭାବରେ ବିଶିଷ୍ଟ ଅନୁବାଦକ ତଥା ନାଟ୍ୟକାର ଶରତ ଚନ୍ଦ୍ର ଆଚାର୍ଯ୍ୟ ଓ ସମ୍ମାନିତ ଅତିଥି ଭାବରେ ବିଶିଷ୍ଟ ଗାଳ୍ପିକ ତଥା ନାଟ୍ୟ ନିର୍ଦ୍ଦେଶକ ଡ଼ଃ. ଆଶୁତୋଷ ମିଶ୍ର ଯୋଗଦେଇଥିବା ବେଳେ ସ୍ବର୍ଗତ ମନୋରଞ୍ଜନ ନନ୍ଦଙ୍କ ପୁତ୍ର ମାନସ ନନ୍ଦଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱବଧାନରେ ଅନୁଷ୍ଠିତ ହୋଇଥିଲା l ସାମ୍ବାଦିକ ରାମକୃଷ୍ଣ ରଥ,…
Read Moreରାମେଶ୍ବର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ
ନୂଆଗାଁ,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ରାମେଶ୍ବର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଖାଲମଡାରେ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଅମୀୟ କୁମାର ରଥଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନୂଆଗାଁ ଗ୍ରାମପଞ୍ଚାୟତ ସରପଞ୍ଚ ଅମିତା ପରିଡ଼ା,ସମ୍ମାନୀତ ଅତିଥି ଭାବେ ସମିତି ସଭ୍ୟା ଶ୍ରଦ୍ଧାଞ୍ଜଳୀ ସାସମଲ ଯୋଗଦେଇ ୧୭୯ ଜଣ ଛାତ୍ର ଛାତ୍ରୀଙ୍କୁ ପୋଷାକ ବଣ୍ଟନ କରିଥିଲେ।ଏହି କାର୍ଯ୍ୟକ୍ରମ କୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦିଲ୍ଲୀପ କୁମାର ସ୍ବାଇଁ ପରିଚାଳନା କରିଥିବା ବେଳେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ। ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟସଭ୍ୟା ପୋଷାକ ବଣ୍ଟନ ସମୟରେ ଉପସ୍ଥିତ ଥିଲେ।
Read Moreପୂର୍ବତନ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ସ୍ଥାନାନ୍ତରିତ ସମ୍ବର୍ଦ୍ଧନା
ନୟାଗଡ଼, (ନୟାଗଡ଼ ଦର୍ପଣ): ନିକଟରେ ନୟାଗଡ଼ ଜିଲ୍ଲାରୁ ବଦଳି ହୋଇ ଭଦ୍ରକ ଜିଲ୍ଲା ଶିକ୍ଷାଧିକାରୀ ଭାବରେ ନିଯୁକ୍ତି ହୋଇଥିବା ଅକ୍ରୁର ବାରିକଙ୍କୁ ସିନ୍ଦୁରିଆ ସରକାରୀ ଉଚ୍ଚ ବିଦ୍ୟାଳୟ ଓ ସିନ୍ଦୁରିଆ କ୍ଲଷ୍ଟର ତରଫରୁ ସ୍ଥାନାନ୍ତରିତ ଅବସରରେ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା l ଅପରାହ୍ଣରେ ସିନ୍ଦୁରିଆ ସରକାରୀ ଉଚ୍ଚ ବିଦ୍ୟାଳୟର ବରିଷ୍ଠ ସହକାରୀ ଶିକ୍ଷକ ଶେଖ ଅବଦୁଲ ଖାଲିକଙ୍କ ସଂଯୋଜନାରେ ଏକ ସମ୍ବର୍ଦ୍ଧନା ପର୍ବ ଅନୁଷ୍ଠିତ ହୋଇଥିଲା l ସିନ୍ଦୁରିଆ କ୍ଲଷ୍ଟରର ସାଧନକର୍ମୀ ମୃତ୍ୟୁଞ୍ଜୟ ଷଡ଼ଙ୍ଗୀ, ପ୍ରତାପ ପ୍ରାସାଦ ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରକାଶ ମହାପାତ୍ର ଓ ସରକାରୀ ଉଚ୍ଚ ବିଦ୍ୟାଳୟ ସିନ୍ଦୁରିଆର ପ୍ରଧାନଶିକ୍ଷୟିତ୍ରୀ ଝୁମିରୀ ସାହୁ ପ୍ରମୁଖ ଶ୍ରୀଯୁକ୍ତ ବାରିକଙ୍କ ଉଦ୍ଦେଶ୍ୟରେ ବକ୍ତବ୍ୟ ରଖିଥିଲେ l ନୟାଗଡ଼ ଜିଲ୍ଲାରେ କାର୍ଯ୍ୟକରି ମୁଁ ଅତ୍ୟନ୍ତ ଆନନ୍ଦିତ ବୋଲି ବିଦାୟୀ ଜିଲ୍ଲା ଶିକ୍ଷା ଅଧିକାରୀ ଅକ୍ରୁର ବାରିକ କଥା…
Read More