ନୟାଗଡ଼ ଟାଉନ ଥାନା ପୋଲିସକୁ ବଡ଼ ସଫଳତା

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଟାଉନ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା । ଏକ ସାଇବର ଠକେଇ ମାମଲାରେ ଦୁଇ ଅନ୍ତ ରାଜ୍ୟ ସାଇବର ଠକଙ୍କୁ ବିହାରରୁ ଗିରଫ କରିଛି ନୟାଗଡ଼ ଟାଉନ ପୋଲିସ । ସୁଚନା ଅନୁଯାଇ ନୟାଗଡ଼ ଏକ ବ୍ୟଙ୍କରେ କାମ କରୁଥିବା ଶୁଭଶ୍ରୀ ଶୁଭଶ୍ମିତା ବେହେରା ସୋସିଆଲ ମିଡ଼ିଆରୁ ଏଇ ମହାବିର ଫାଇନାନ୍ସ ନାମକ ଏକ ସଂସ୍ଥା ସହ ଲୋନ ଦେଉଥିବା ସୂଚନା ପାଇଁ ଯୋଗାଯୋଗ କରିଥିଲେ । ଉକ୍ତ ସଂସ୍ଥାର କହିବା ଅନୁଯାୟୀ ସେ ତାଙ୍କ ଡକୁମେଣ୍ଟ ଦେଇଥିଲେ । ପରେ ଉକ୍ତ ସଂସ୍ଥା ଲୋନ ଦେବ କହି ବିଭିନ୍ନ ଚାର୍ଜ କହି 6ଟି ପର୍ଯ୍ୟାୟରେ ମୋଟ 49,000 ଟଙ୍କା ଲୁଟି ନେବାସହ ଲୋନ ଦେଇନଥିଲେ । ଉକ୍ତ ସଂସ୍ଥା ଦ୍ବାରା ଶୁଭସ୍ମିତା ସାଇବର ଠକାମିର ଶିକାର ହେବାପରେ ଏ ନେଇ ନୟାଗଡ଼ ଟାଉନ ଥାନାରେ ଅଭିଯୋଗ କରିଥିଲେ । ଟାଉନ ପୋଲିସ ଘଟଣାର ତଦନ୍ତ କରିବା ସହ 2 ଅନ୍ତରାଜ୍ୟ ସାଇବର ଠକଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି । 2 ଅଭିଯୁକ୍ତ ହେଲେ ବିହାରର ଗୟା ଜିଲ୍ଲାର ରାକେଶ କୁମାର ଓ ମନିସ କୁମାରଙ୍କୁ ନୟାଗଡ଼ ପୋଲିସ ଗିରଫ କରିଛି । ସେମାନଙ୍କ ଠାରୁ 57,000 ହଜାର ଟଙ୍କା ସମେତ 5ଟି ମୋବାଇଲ ଫୋନ ଜବତ କରିଛି । ସେମାନେ ଅନ୍ୟ କେଉଁ କେଉଁ ଅଞ୍ଚଳରେ ଏପରି ସାଇବର ଠକାମିରେ ସାମିଲି ଅଛନ୍ତି ସେନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

Related posts