ଇଟାମାଟି ପୋଲିସ ଦ୍ୱାରା ଦୁଇ ବାଇକ ଚୋର ଗିରଫ, ୫ ବାଇକ ଉଦ୍ଧାର

ଇଟାମାଟି,(ନୟାଗଡ଼ ଦର୍ପଣ): ଏକ ବାଇକ ଚୋରି ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ଇଟାମାଟି ପୋଲିସ । ସୂଚନା ଅନୁଯାଇ ନୟାଗଡ଼ ଜିଲା ଇଟାମାଟି ଥାନା ଆଙ୍କୁଲେଇ ପାଟଣା ଗାଁର ନକୁଳ ସାହୁଙ୍କ ଏକ ବାଇକ 2 ଦିନ ତଳେ ଚୋରି ହୋଇଥିଲା । ପୋଲିସ ଘଟଣାର ତଦନ୍ତ କରିବା ସହ 2 ଅଭିଯୁକ୍ତ ବୁଗୁଡ଼ା ଥାନା ଅଞ୍ଚଳର ଶିବ ଚୌଧୁରୀ ଓ କୋଟଗଡ଼ ଥାନା ଅଞ୍ଚଳର ବାବୁଲ ଦାସଙ୍କୁ ଗିରଫ କରିଛି ଇଟାମାଟି ପୋଲିସ । ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ନୟାଗଡ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ । ୨ଅଭିଯୁକ୍ତ ନୟାଗଡ, ଗଞ୍ଜାମ, ଦେବଗଡ଼ ସମେତ ଅନେକ ଜିଲାରେ ଏପରି ବାଇକ ଲୁଟରେ ସାମିଲି ଥିବା ପୋଲିସ କହିଛି । ସେମାନଙ୍କ ଠାରୁ ୫ଟି ବାଇକ ଜବତ ହୋଇଥିବା ପୋଲିସ ସୂଚନା ଦେଇଥିବା ବେଳେ ଏନେଇ ଅଧିକ ତଦନ୍ତ ଜାରି ରହିଥିବା କହିଛନ୍ତି ନୟାଗଡ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ l

Related posts