ନୟାଗଡ଼ରେ ସ୍ଵତନ୍ତ୍ର ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ମ୍ୟୁନିସିପାଲିଟିର 65ଜଣ ବାର୍ଦ୍ଧକ୍ୟ ଓ ବିଧବା ବ୍ୟକ୍ତିଙ୍କୁ ମଧୁବାବୁ ପେନସନ ଯୋଜନାରେ ଆଜି ଭତ୍ତା ବଣ୍ଟନ କରାଗଲା l ନୟାଗଡ଼ର ମାନ୍ୟବର ବିଧାୟକ ଡ. ଅରୁଣ କୁମାର ସାହୁ, ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜୁ ପଟ୍ଟନାୟକ କଲ୍ଯାଣ ମଣ୍ଡପ ଠାରେ ଅୟୋଜିତ ସ୍ଵତନ୍ତ୍ର ଭତ୍ତା ବଣ୍ଟନ କାର୍ଯ୍ୟକ୍ରମରେ ଯୋଗ୍ୟ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରିଥିଲେ l ପୌରାଧ୍ୟକ୍ଷା ନିରୁପମା ଖଟେଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉପାଧ୍ୟକ୍ଷ ଗୁରୁ ପ୍ରସାଦ ଜେନା, ନିର୍ବାହୀ ଅଧିକାରୀ ସ୍ୱାତୀ ମିଶ୍ରଙ୍କ ସମେତ ସମସ୍ତ୍ କାଉନ୍ସିଲର ଅତିଥି ଭାବେ ଯୋଗଦେଇଥିଲେ l କାଉନ୍ସିଲର କିଷାନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ l ଗୋଷ୍ଠୀ ସଂଗଠିକା ଇନ୍ଦୁମତୀ ପରିଡା ଓ ସମସ୍ତ୍ କର୍ମଚାରୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେl ସୂଚନାଯୋଗ୍ୟ, ଏ ପର୍ୟ୍ୟନ୍ତ 476ଜଣ ଭତ୍ତା ପାଇ ଆସୁଛନ୍ତି l ଆଜି ସବୁ ବର୍ଗର ବ୍ୟକ୍ତି ଯଥା ବାର୍ଦ୍ଧକ୍ଯ, ବିଧବା, ସ୍ଵାମୀ ପରିତ୍ୟକ୍ତା, ଭିନ୍ନକ୍ଷମ ଓ ଅବିବାହିତ ମହିଳାଙ୍କୁ ଭତ୍ତା ଯୋଗାଇ ଦିଆ ଯାଇଛି. ବର୍ତ୍ତମାନ 541କୁ ଭତ୍ତା ସଂଖ୍ୟା ବୃଦ୍ଧି ପାଇଛି l

Related posts