ନୟାଗଡ଼ ସରସ୍ୱତୀ ଶିଶୁଵିଦ୍ୟାମନ୍ଦିରରେ ୭୭ତମ ସ୍ୱାଧୀନତା ଦିବସ ପାଳିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ସରସ୍ୱତୀ ଶିଶୁଵିଦ୍ୟାମନ୍ଦିର, ନୟାଗଡ଼ ପରିସରରେ ୭୭ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ରଘୁନାଥ ସମବାୟ ମହାବିଦ୍ୟାଳୟ, ଓଡ଼ଗାଁର ଅବସରପ୍ରାପ୍ତ ଅଧ୍ୟକ୍ଷ ମହମ୍ମଦ ଉମର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସ୍ୱାଧୀନତା ସଂଗ୍ରାମୀ ଙ୍କ ଉଦ୍ଦେଶ୍ୟ ରେ ଜୟଧ୍ୱନି ପରିବେଶକୁ ମୁଖରିତ କରିଥିଲା। ମୁଖ୍ୟ ଅତିଥି ଶିଶୁ ଭାଇଭଉଣୀ ଙ୍କ ଉଦ୍ଦେଶ୍ୟ ରେ ଅନେକ ଉପାଦେୟ ତଥ୍ୟ ପ୍ରଦାନ କରିଥିଲେ। ଜାତୀୟତା ର ସ୍ୱରୂପ, ପୌରାଣିକ ଗ୍ରନ୍ଥ ର ଉପାଦେୟତା, ପ୍ରାଚୀନ ସଭ୍ୟତା, ଭାରତୀୟ ଭାଷା,ଐତିହ ଓ ପରମ୍ପରା, ୧୮ବର୍ଷ ବୟସରୁ କମ ବାଳିକା ମାନଙ୍କର ସୁରକ୍ଷା ନିମନ୍ତେ ଗୃହୀତ ନିୟମ ତଥା ଅପରାଧୀ ମାନଙ୍କ ପାଇଁ ଦଣ୍ଡ ବ୍ୟବସ୍ଥା, ସ୍ୱାଧୀନତା ସଂଗ୍ରାମୀ ମାନଙ୍କର ତ୍ୟାଗ ଓ ବଳିଦାନ ସମାଜର ଅବହେଳିତ ବର୍ଗ ଙ୍କ ପ୍ରତି ମାନବିକତା ପ୍ରଦର୍ଶନ, ପରିବାରରେ ପିତାମାତା ଓ ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କୁ ସମ୍ମାନ ପ୍ରଦର୍ଶନ, ସର୍ବୋପରି ସୁସ୍ଥ ସମାଜ ଗଠନ ରେ ଛାତ୍ରଛାତ୍ରୀଙ୍କ ଭୂମିକା ସମ୍ପର୍କରେ ଅବଗତ କରାଇଥିଲେ। ବିଦ୍ୟାଳୟ ର ପ୍ରଧାନଆଚାର୍ଯ୍ୟ ଅମ୍ବିକା ପ୍ରସାଦ ପଟନାୟକଙ୍କ ସୁପରିଚାଳନା ରେ ଓ ସମ୍ପାଦକ ଭାସ୍କର ଚନ୍ଦ୍ର ସାହୁଙ୍କ ତତ୍ୱାବଧାନ ରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ଉପସଭାପତି ଶାନ୍ତନୁ କୁମାର ସ୍ୱାଇଁ, ସଭାପତି ଶ୍ରୀଯୁକ୍ତ କେଶବ ଚନ୍ଦ୍ର ରାଉତରାୟ, ପୂର୍ବ ସମ୍ଭାଗ ସଦସ୍ୟ ଶ୍ରୀଯୁକ୍ତ ଚନ୍ଦ୍ରଭାନୁ ବରାଡ଼ ଉପସ୍ଥିତ ଥିଲେ। ବିଦ୍ୟାଳୟର ସମସ୍ତ ଗୁରୁଜୀଗୁରୁମାଙ୍କ ସହଯୋଗ ରେ କାର୍ଯ୍ୟକ୍ରମଟି ସାଫଲ୍ୟ ମଣ୍ଡିତ ହୋଇଥିଲା।

Related posts