ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସ୍ଥାନୀୟ ସାମ୍ବାଦିକ ଭବନଠାରେ ଆଟ୍ ପଏଣ୍ଟ ତରଫରୁ ୧୯ ତମ ବାର୍ଷିକ ଉତ୍ସବ ଉପଲକ୍ଷେ ‘ମିଠା ମିଠା ଗୀତର ସଂଜରେ’ ସଂଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାଯ୍ୟକ୍ରମ ରେ ମୁଖ୍ୟ ଅତିଥି ଗୀତିକଳ୍ପ ହରିଶ୍ ପ୍ରଧାନ ଉଦଘାଟକ ପ୍ରଦୀପ ପ୍ରକାଶ ଆଚାର୍ଯ୍ୟ ଓ ସମ୍ମାନିତ ଅତିଥ୍ ଭାବେ ଡ଼ ଗୀତାଞ୍ଜଳି ମହାପାତ୍ର ଯୋଗଦାନ କରିଥିଲେ। ଆମ ନୟାଗଡ଼ ମାଟି ସୁଯୋଗ୍ୟ କଣ୍ଠଶିଳ୍ପୀଙ୍କ ମଧ୍ୟରେ ଡଃ ଆଶୁତୋଷ ମିଶ୍ର, ଭୂମିକା ମହାପାତ୍ର, ରାଜୀବ ମହାପାତ୍ର, ବିଜୟାନନ୍ଦ ମହାପାତ୍ର, ଇପ୍ସିତା, ସୃଷ୍ଟି ଶୋଭିତା ଏବଂ ବଂଶୀଧର ସଂଗୀତ ମହାବିଦ୍ୟାଳୟର ଅଧ୍ୟକ୍ଷ କଣ୍ଠଶିଳ୍ପୀ ସାନୁ ପ୍ରମୁଖ ପୁରୁଣା ଲୋକପ୍ରିୟ ସଂଗୀତ ଓ ଆଧୁନିକ ଗୀତ ଗାନ କରିଥିଲେ। ଉପସ୍ଥାପକ ଉପସ୍ଥାପିକା ଭାବରେ ଗୋପୀନାଥ ସେଠୀ ଓ ସସ୍ମିତା ରାଣୀ ଦାଶ ଓଡ଼ିଆ ବିଭାଗ ଶରଣକୁଳ ମହାବିଦ୍ୟାଳୟ…
Read MoreBlog
ନିଖିଳ ଓଡ଼ିଆ ପାଠକ ମଞ୍ଚରେ “ସାହିତ୍ୟର ପାର୍ବଣ”
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ସ୍ଥିତ ସ୍ଥାନୀୟ ଶିକ୍ଷକ ଭବନ ପରିସରରେ ‘ନିଖିଳ ଓଡ଼ିଆ ପାଠକ ମଞ୍ଚ’ ପକ୍ଷରୁ ଏକ ସରସ ଓ ବିଦଗ୍ଧ ସାହିତ୍ୟ ଆସର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ସାହିତ୍ୟ, ପାଠକୀୟ ଚର୍ଚ୍ଚା ଓ ସୃଜନଶୀଳ ଅଭିବ୍ୟକ୍ତିର ଏହି ମିଳନ ମଞ୍ଚରେ ସାହିତ୍ୟପ୍ରେମୀମାନଙ୍କ ଉତ୍ସାହଜନକ ଉପସ୍ଥିତି ପରିଲକ୍ଷିତ ହୋଇଥିଲା।କାର୍ଯ୍ୟକ୍ରମର ଶୁଭାରମ୍ଭ ବିଶିଷ୍ଟ ନାଟ୍ୟକାର ଓ ସମାଜସେବୀ କମ୍ରେଡ୍ ବିଶ୍ୱନାଥ ମହାପାତ୍ର ଏବଂ ବରିଷ୍ଠ ସାହିତ୍ୟ ସଂଗଠକ ନିର୍ମଳ ଚନ୍ଦ୍ର ଶୂରଦେଓଙ୍କ ପ୍ରଦୀପ ପ୍ରଜ୍ଜ୍ୱଳନ ମାଧ୍ୟମରେ ହୋଇଥିଲା। ଅନୁଷ୍ଠାନର ପ୍ରତିଷ୍ଠାତା-ଅଧ୍ୟକ୍ଷ ପ୍ରଭାତ କୁମାର ମିଶ୍ର ନିଜ ଅଭିଭାଷଣରେ *‘ନିଖିଳ ଓଡ଼ିଆ ପାଠକ ମଞ୍ଚ’ର ଲକ୍ଷ୍ୟ, ଉଦ୍ଦେଶ୍ୟ ଓ ଗତ ୧୫ ବର୍ଷ ଧରି ସାହିତ୍ୟ କ୍ଷେତ୍ରରେ ଏହାର ସୃଜନମୂଳକ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। ଆସରର ମୁଖ୍ୟ ଆକର୍ଷଣ ଥିଲା କବିତା ଆବୃତ୍ତି ଓ ଗଳ୍ପ ପଠନର…
Read Moreଜିଲ୍ଲା ସ୍ତରୀୟ ‘ବିକାଶର ଧାରା ଓଡ଼ିଶା ସାରା’ କାର୍ଯ୍ୟକ୍ରମ ଅନୁଷ୍ଠିତ, ହିତାଧିକାରୀଙ୍କୁ ବଣ୍ଟନ ହେଲା ବିଭିନ୍ନ ସହାୟତା
ନୟାଗଡ଼,(ନୟାଗଡ଼ ଦର୍ପଣ): ରାଜ୍ୟ ସରକାରଙ୍କ ଜନକଲ୍ୟାଣମୂଳକ ଯୋଜନା ଓ ବିକାଶମୂଳକ କାର୍ଯ୍ୟକ୍ରମକୁ ଲୋକଙ୍କ ନିକଟରେ ପହଞ୍ଚାଇବା ଉଦ୍ଦେଶ୍ୟରେ ଜିଲ୍ଲା ସ୍ତରୀୟ ‘ବିକାଶର ଧାରା ଓଡ଼ିଶା ସାରା’ କାର୍ଯ୍ୟକ୍ରମ ଶୁକ୍ରବାର ଅପରାହ୍ନ ୪ଟାରେ ନୟାଗଡ଼ସ୍ଥିତ ପଠାଣି ସାମନ୍ତ ସଂସ୍କୃତି ଭବନରେ ଆୟୋଜିତ ହୋଇଯାଇଛି। ଜିଲ୍ଲାପାଳ ମଧୁମିତା ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମବାୟ, ବୟନ ଓ ହସ୍ତଶିଳ୍ପ ବିଭାଗ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସରକାରଙ୍କ ବିଭିନ୍ନ ଯୋଜନାର ସଫଳ ରୂପାୟନ ଏବଂ ଜନସାଧାରଣଙ୍କ ଉନ୍ନତି ପାଇଁ ସରକାରଙ୍କ ପ୍ରତିବଦ୍ଧତା ସମ୍ପର୍କରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ଭାବେ ରଣପୁର ବିଧାୟିକା ତଥା ବାଚସ୍ପତି ସୁରମା ପାଢୀ ଓ ଖଣ୍ଡପଡ଼ା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଇଂ. ଦୁଷ୍ମନ୍ତ କୁମାର ସ୍ୱାଇଁ ଯୋଗଦେଇ ଜିଲ୍ଲାର ବିକାଶ ଧାରାକୁ ଆହୁରି…
Read Moreରଣପୁର ବ୍ଲକ ATMAର ଅଧ୍ୟକ୍ଷ ଭାବେ ନିର୍ବାଚିତ ହେଲେ ନିର୍ମଳ କୁମାର ମତ୍ତଗଜସିଂହ
ରଣପୁର,(ନୟାଗଡ଼ ଦର୍ପଣ): ରଣପୁର ବ୍ଲକରେ ନୂତନ ଭାବେ ଗଠିତ ବ୍ଲକ କୃଷକ ପରାମର୍ଶଦାତା କମିଟି (BFAC)କୁ ଜିଲ୍ଲାପାଳ ତଥା ଜିଲ୍ଲା ATMAର ଅଧ୍ୟକ୍ଷଙ୍କ ଅନୁମୋଦନ ମିଳିବା ପରେ ଶୁକ୍ରବାର ଏହାର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ସର୍ବସମ୍ମତିକ୍ରମେ ନିର୍ମଳ କୁମାର ମତ୍ତଗଜସିଂହ ATMA (Agricultural Technology Management Agency)ର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ରଣପୁର ବ୍ଲକ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରେ ସକାଳ ୧୦ଟାରେ ଆୟୋଜିତ ଏହି ବୈଠକରେ ବ୍ଲକ କୃଷି ଅଧିକାରୀଙ୍କ ଅଧ୍ୟକ୍ଷତାରେ କମିଟିର ସଦସ୍ୟ ଉର୍ମିଳା ମାନ୍ଧାତା,ରଶ୍ମିତା ନାୟକ, କୈଳାସ ବିଶ୍ବାଳ,ଶରତ ଚନ୍ଦ୍ର ପ୍ରଧାନ, ଅଶୋକ ପ୍ରଧାନ, ଦେବସ୍ମିତା ଗୁମାନସିଂହ,ଅର୍ଚ୍ଚନା ସମାନ୍ତରାୟ,ନିର୍ମଳ କୁମାର ମତ୍ତଗଜସିଂହ,ପ୍ରଶାନ୍ତ ଜୟସିଂହ,ସୋମନାଥ ମାର୍ଥା, କୌଶଲ୍ୟା ପାଇକରାୟ, ସୁନୀତା ମହାପାତ୍ର, ରତ୍ନାକର ନିଶଙ୍କ, ଆଲୋକ କୁମାର ପ୍ରଧାନ, ପ୍ରଦୀପ କୁମାର ରାୟ, ମଧୁସ୍ମିତା ସାହୁ, ଦୀପକ କୁମାର ପ୍ରଧାନ, ଭାସ୍କର…
Read Moreନୟାଗଡ଼ରେ ଆରମ୍ଭ ହେଲା ବିପି ଚେସ୍ ଏକାଡେମୀ, ଶିଶୁଙ୍କ ମାନସିକ ବିକାଶ ପାଇଁ ନୂଆ ପଦକ୍ଷେପ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସହରରେ ଚେସ୍ ଖେଳ ପ୍ରତି ଆଗ୍ରହୀ ଶିଶୁ ଓ ଯୁବପିଢ଼ୀଙ୍କ ପାଇଁ ଏକ ନୂଆ ସୁଯୋଗ ସୃଷ୍ଟି ହୋଇଛି। ଷ୍ଟେସନ ରୋଡ଼ ସ୍ଥିତ ସଶୀ ନିବାସ ପରିସରରେ *ବିପି ଚେସ୍ ଏକାଡେମୀ (BP Chess Academy)* ପକ୍ଷରୁ ନିୟମିତ ଚେସ୍ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏକାଡେମୀରେ ଅଭିଜ୍ଞ ପ୍ରଶିକ୍ଷକଙ୍କ ତତ୍ତ୍ୱାବଧାନରେ ଛାତ୍ରଛାତ୍ରୀମାନଙ୍କୁ ଚେସ୍ର ବିଭିନ୍ନ କୌଶଳ, ଓପେନିଂ, ମିଡଲ ଗେମ୍ ଓ ଏଣ୍ଡ ଗେମ୍ ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଉଛି। ଏଥିସହ ରାଜ୍ୟ ଓ ଜାତୀୟ ସ୍ତରୀୟ ପ୍ରତିଯୋଗିତା ପାଇଁ ଖେଳାଳିମାନଙ୍କୁ ପ୍ରସ୍ତୁତ କରାଯାଉଥିବା ସୂଚନା ମିଳିଛି। ଚେସ୍ କେବଳ ଏକ ଖେଳ ନୁହେଁ, ବରଂ ଏହା ଶିଶୁମାନଙ୍କର ଏକାଗ୍ରତା, ନିଷ୍ପତ୍ତି ନେବା କ୍ଷମତା, ଧୈର୍ଯ୍ୟ ଏବଂ ତାର୍କିକ ଚିନ୍ତାଧାରାର ବିକାଶରେ ସହାୟକ ହୋଇଥାଏ। ଏହି ଲକ୍ଷ୍ୟକୁ ନେଇ ଏକାଡେମୀ ପକ୍ଷରୁ ନିୟମିତ…
Read Moreଜନ ଶିକ୍ଷଣ ସଂସ୍ଥାନ, ନୟାଗଡ଼ରେ ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ ପାଳିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ (World Day Against Child Labour) ଅବସରରେ ଆଜି ନୟାଗଡ଼ ସହରର ବାରମାସୀ ଲେନ୍ସ୍ଥିତ ଜନ ଶିକ୍ଷଣ ସଂସ୍ଥାନ ପରିସରରେ ଏକ ସଚେତନତାମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଶିଶୁ ଶ୍ରମ ବିରୋଧରେ ସମାଜରେ ସଚେତନତା ସୃଷ୍ଟି ଏବଂ ପ୍ରତ୍ୟେକ ଶିଶୁଙ୍କୁ ଶିକ୍ଷାର ମୁଖ୍ୟସ୍ରୋତରେ ସାମିଲ କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମରେ ଶିଶୁ କଲ୍ୟାଣ ସମିତି ନୟାଗଡ଼ର ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ଦାସ ମୁଖ୍ୟ ଅତିଥି ଭାବେ ଏବଂ ଅବିନାଶ ସାହୁ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ। ଜନ ଶିକ୍ଷଣ ସଂସ୍ଥାନର ନିର୍ଦ୍ଦେଶକ ମନୋଜ କୁମାର ସେଠି ସଭାପତିତ୍ୱ କରି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ପ୍ରାରମ୍ଭରେ କାର୍ଯ୍ୟକ୍ରମ ଅଧିକାରୀ ସନ୍ଧ୍ୟାରାଣୀ ସାହୁ ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସର ଉଦ୍ଦେଶ୍ୟ ଓ ତାହାର ସାମାଜିକ…
Read Moreଭାଗିରଥୀ ହାଇସ୍କୁଲ ପକ୍ଷରୁ ସଚେତନତା ସାଇକେଲ ରାଲି, ଗ୍ରାମବାସୀଙ୍କୁ ଦିଆଗଲା ପରିବେଶ ସୁରକ୍ଷା ବାର୍ତ୍ତା
ନୟାଗଡ଼,(ନୟାଗଡ଼ ଦର୍ପଣ): ବିଶ୍ୱ ସାଇକେଲ ଦିବସ ଅବସରରେ ନୟାଗଡ଼ ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁରସ୍ଥିତ ଭାଗିରଥୀ ହାଇସ୍କୁଲ ପକ୍ଷରୁ ଏକ ସଚେତନତାମୂଳକ ସାଇକେଲ ରାଲି ଆୟୋଜିତ ହୋଇଛି। ଜୁନ୍ ୩ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ପାଳିତ ହେଉଥିବା ବିଶ୍ୱ ସାଇକେଲ ଦିବସ ସପ୍ତାହ ଅବସରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ନୂତନ ଭାବେ ଯୋଗଦେଇଥିବା ପ୍ରଧାନଶିକ୍ଷୟିତ୍ରୀ ପୂର୍ଣ୍ଣିମା ତ୍ରୀପାଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଓ କର୍ମଚାରୀମାନେ ସାଇକେଲ ଧରି ଗ୍ରାମ ପରିକ୍ରମା କରିଥିଲେ। ରାଲି ସମୟରେ ବିଭିନ୍ନ ସଚେତନତାମୂଳକ ସ୍ଲୋଗାନ ଦେବା ସହ ସାଇକେଲ ବ୍ୟବହାରର ଉପକାରିତା ସମ୍ପର୍କରେ ଲୋକଙ୍କୁ ଅବଗତ କରାଯାଇଥିଲା। ରାଲିରେ ଅଂଶଗ୍ରହଣକାରୀମାନେ ସାଇକେଲ ଚଳାଇବା ଦ୍ୱାରା ପରିବେଶ ପ୍ରଦୂଷଣ ହ୍ରାସ, ସ୍ୱାସ୍ଥ୍ୟ ସୁରକ୍ଷା ଏବଂ ପେଟ୍ରୋଲ-ଡିଜେଲ ଭଳି ଇନ୍ଧନର ବ୍ୟବହାର କମିବା ସମ୍ପର୍କରେ ଗ୍ରାମବାସୀଙ୍କୁ ସଚେତନ କରିଥିଲେ। ସାଇକେଲ ଏକ ପରିବେଶ…
Read Moreଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ଅଭିଯାନ
ସଚେତନତା ପାଇଁ ଝୋଟି ଓ ଦାସକାଠିଆ କାର୍ଯ୍ୟକ୍ରମ ନୟାଗଡ଼,(ନୟାଗଡ଼ ଦର୍ପଣ): ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶକ୍ରମେ ୧ ଜୁଲାଇ ୨୦୨୬କୁ ଯୋଗ୍ୟତା ତାରିଖ ଭାବେ ଧାର୍ଯ୍ୟ କରି ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (Special Intensive Revision) ଅଭିଯାନ ଓଡ଼ିଶାରେ ଆରମ୍ଭ ହୋଇଛି। ଏନେଇ ନୟାଗଡ଼ ଜିଲ୍ଲାରେ ଗତ ୩୦ ମେ ଠାରୁ ୨୮ ଜୁନ ୨୦୨୬ ପର୍ଯ୍ୟନ୍ତ ବୁଥ୍ ଲେଭେଲ ଅଫିସର (BLO) ମାନେ ଘରକୁ ଘର ଯାଇ ପରିଗଣନା ଫର୍ମ ବଣ୍ଟନ କରୁଛନ୍ତି। ଭୋଟରମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ମହିଳା BLOମାନଙ୍କ ଦ୍ୱାରା ଆକର୍ଷଣୀୟ ଝୋଟି ପ୍ରଦର୍ଶନ କରାଯାଇଥିଲା। ସେହିପରି ଜନସାଧାରଣଙ୍କୁ ଭୋଟର ତାଲିକା ସଂଶୋଧନ ସମ୍ପର୍କରେ ସଚେତନ କରିବା ପାଇଁ ଦାସକାଠିଆ ମାଧ୍ୟମରେ ଏକ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିବା…
Read Moreପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୀର୍ଘାୟୁ କାମନାକରି ମା’ ଦକ୍ଷିଣକାଳୀ ପୀଠରେ ସମୂହ ଦୀପଦାନ
ନୟାଗଡ଼,(ନୟାଗଡ଼ ଦର୍ପଣ): ଭାରତର ପ୍ରଧାନମନ୍ତ୍ରୀ ଭାବେ ଦୀର୍ଘ ସମୟ ଯଥା ସର୍ବାଧିକ ୧୨ବର୍ଷ ଅର୍ଥାତ୍ ୪ହଜାର ୩୯୯ ଦିନ ଧରି ନିଜର ଦାୟିତ୍ୱ ତୁଲାଇ ଦେଶସେବାରେ ନିୟୋଜିତ ଥିବା ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁସ୍ୱାସ୍ଥ୍ୟ, ଦୀର୍ଘାୟୁ ଓ ନିରନ୍ତର ଜନସେବା କାମନା କରି ନୟାଗଡ଼ର ଆରାଧ୍ୟା ଦେବୀ ମା’ ଦକ୍ଷିଣକାଳୀଙ୍କ ପୀଠରେ ଏକ ଭକ୍ତିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ପୌରାଞ୍ଚଳ ମଣ୍ଡଳ ପ୍ରତିନିଧି ରଞ୍ଜନ ରଶ୍ମି ଜେନାଙ୍କ ନେତୃତ୍ୱରେ ଭାରତୀୟ ଜନତା ପାର୍ଟିର ନେତା, କର୍ମକର୍ତ୍ତା ଓ ସମର୍ଥକମାନେ ଏକତ୍ରିତ ହୋଇ ମା’ ଦକ୍ଷିଣକାଳୀଙ୍କ ମନ୍ଦିର ପରିସରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରିଥିଲେ। ଏହା ସହିତ ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ ଓ ସୁସ୍ୱାସ୍ଥ୍ୟ କାମନାରେ ୧୦୦୦ରୁ ଅଧିକ ଦୀପ ପ୍ରଜ୍ୱଳନ କରାଯାଇ ସମୂହ ଦୀପଦାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ ଉପସ୍ଥିତ ଭକ୍ତ ଓ କର୍ମକର୍ତ୍ତାମାନେ…
Read Moreବିଦ୍ୟୁତ ବିଭାଗର ମନମାନିକୁ ବିରୋଧ କରି ଦଶପଲ୍ଲା ଉପଭୋକ୍ତା ତାତିଲେ
ଟାକରା ନିର୍ମାଣଧୀନ ଗ୍ରୀଡ଼କୁ ଯୁଦ୍ଧ କାଳୀନ ଭିତ୍ତିରେ ଚାଲୁ କରିବା ପାଇଁ ଦାବୀ ଦଶପଲ୍ଲା, (ନୟାଗଡ଼ ଦର୍ପଣ): ଦଶପଲ୍ଲା ଅଞ୍ଚଳରେ ଟାଟା ପାୱାରର ମନଇଚ୍ଛା ବିଦ୍ୟୁତ କାଟ, ଲୋ ଭୋଲ୍ଟେଜ଼ର ଦୂରୀ କରଣ, ସଂଗଠିତ ଭାବେ ପ୍ରତିବାଦ କରୁଥିବା ଉପଭୋକ୍ତାଙ୍କ ନାମରେ ଟିପିସିଓଡିଏଲର ମିଥ୍ୟା ମୋକଦ୍ଧମାକୁ ପ୍ରତ୍ୟାହାର କରିବା, ସ୍ମାଟ ମିଟର ଲଗାଇବା ବାହାନାରେ ଗ୍ରାହକମାନଙ୍କୁ ଜୁଲୁମ ବନ୍ଦ କରିବା ଏବଂ ଟାକରାର ଝୀଂଟିକାବାରି ଠାରେ ୪ ବର୍ଷ ହେଲା ନିର୍ମାଣ ଶେଷ ହୋଇଥିଲେ ମଧ୍ୟ ଗ୍ରୀଡ଼କୁ ଚାଲୁ ନ କରିବା ପ୍ରତିବାଦ ରେ ବୁଧବାର ଦିନ ସାହସ୍ରାଧିକ ଜନ ସାଧାରଣ ଏକ ବିଶାଳ ଶୋଭାଯାତ୍ରାରେ ପ୍ରଭୁ ମହାବୀରଙ୍କ ପୀଠରୁ ଆସି ସହର ପରିକ୍ରମା ପରେ ସ୍ଥାନୀୟ ତହସିଲଦାରଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଆସନ୍ତା ୨୫ ତାରିଖ ଭିତରେ ଯଦି ୫ଗୋଟି ମୌଳିକ…
Read More