ନୂଆଗାଁ, (ନୟାଗଡ଼ ଦର୍ପଣ): ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଉଦୟପୁର ଠାରେ ଥିବା ଦାଶରଥି ସଂଗ୍ରହାଳୟରେ ନୟାଗଡ ଜିଲ୍ଲା ଲେଖକ ପରିଷଦର ଭ୍ରାମ୍ୟମାଣ ଶାରଦୀୟ ସାହିତ୍ୟ ଆସର ‘ସମ୍ଭାର’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ନୟାଗଡ ଜିଲ୍ଲା ଲେଖକ ପରିଷଦର ସଭାପତି ପ୍ରଧାନୀ ବୃନ୍ଦାବନ ମହାପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୁବ ସମାଜସେବୀ ଶଙ୍କର୍ଷଣ ବେହେରା, ମୁଖ୍ୟବକ୍ତା ନାଟ୍ୟ ଭୂଷଣ ଡ଼ ବିଜୟ କୁମାର ଚୌଧୁରୀ, ସମ୍ମାନୀତ ଅତିଥି ମାଣିକ ସାହିତ୍ୟ ସଂସଦର ସମ୍ପାଦକ ଜନାବ୍ ମହମ୍ମଦ ଆଜାଦ୍, ଉପାଧ୍ୟକ୍ଷ ପର୍ଶୁରାମ ସ୍ବାଇଁ, ଦାଶରଥି ପଟ୍ଟନାୟକ ସଂଗ୍ରହାଳୟର ସମ୍ପାଦକ ଦୀପକ କୁମାର ପଟ୍ଟନାୟକ, ନୟାଗଡ ଜିଲ୍ଲା ଲେଖକ ପରିଷଦର ସମ୍ପାଦକ ସେଖ ଅବଦୁଲ ଖାଲିକ୍ ପ୍ରମୁଖ ଯୋଗଦେଇ ନିର୍ଭୁଲ ସାହିତ୍ୟ ରଚନା, ଅସ୍ମିତାର ଭାବ ଧରାକୁ ବୁଝିବା, ସାହିତ୍ୟ ସାଧନାରେ ବ୍ରତୀ ହୋଇ…
Read MoreBlog
ଖଣ୍ଡପଡ଼ା ପାଇଁ ଗୌରବ ଆଣିଲେ ସୌମେଶ ଆଚାର୍ଯ୍ୟ
ଖଣ୍ଡପଡ଼ା, (ନୟାଗଡ଼ ଦର୍ପଣ): ଖଣ୍ଡପଡ଼ା ନିକଟବର୍ତ୍ତୀ ଗଡିଆ ସାହି ଗ୍ରାମପଞ୍ଚାୟତର ନଟବରପୁର ଶାସନ ଗ୍ରାମର ସୌମେଶ ଆଚାର୍ଯ୍ୟ ୨୦୨୨ ମସିହାର ଓଡ଼ିଶା ସରକାରଙ୍କର ପ୍ରଶାସନିକ ସେବା (ଓ.ଏ.ଏସ୍.) ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ପଶ୍ଚିମବଙ୍ଗ ସ୍ଥିତ ବିଶ୍ଵଭାରତୀ (କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ) ଶାନ୍ତି ନିକେତନରେ କୃଷି ସମ୍ପ୍ରସାରଣ ବିଷୟରେ ୩ୟ ବର୍ଷରେ ଗବେଷଣାରତ ଶ୍ରୀମାନ୍ ଆଚାର୍ଯ୍ୟ ଏହି ସଫଳତାର ଶ୍ରେୟ ମହାପ୍ରଭୁ ଶ୍ରୀଜଗନ୍ନାଥ ତଥା ସମସ୍ତ ଗୁରୁଜନଙ୍କୁ ପ୍ରଦାନ କରିଛନ୍ତି। ତାଙ୍କ ମାତା ସୁଗୃହିଣୀ ଡଃ ସୌଦାମିନୀ ତ୍ରିପାଠୀ, ପିତା ତିରୁପତି ରାଷ୍ଟ୍ରୀୟ ସଂସ୍କୃତ ବିଶ୍ବବିଦ୍ୟାଳୟର ପ୍ରଫେସର ସତ୍ୟନାରାୟଣ ଆଚାର୍ଯ୍ୟଙ୍କ ପ୍ରେରଣାରେ ଦିନକୁ ଅଠର ଘଣ୍ଟା ପରିଶ୍ରମ କରୁଥିଲେ ବୋଲି ସେ କୁହନ୍ତି। ତାଙ୍କର ଏହି ସଫଳତା ଖଣ୍ଡପଡ଼ା ବାସୀଙ୍କ ପାଇଁ ତଥା ଗ୍ରାମାଞ୍ଚଳର ଛାତ୍ରଛାତ୍ରୀଙ୍କ ପାଇଁ ପ୍ରଭୂତ ପ୍ରେରଣା ଯୋଗାଇଛି। ଖଣ୍ଡପଡ଼ା ବିଧାୟକ ଇଂ. ଦୁଷ୍ମନ୍ତ ସ୍ବାଇଁ ଓ…
Read Moreଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ଦଶପଲ୍ଲାର ଝିଅ ରଶ୍ମିତା
ଦଶପଲ୍ଲା, (ନୟାଗଡ଼ ଦର୍ପଣ) ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା ରେ ସଫଳତା ପାଇଛନ୍ତି ଦଶପଲ୍ଲା ର ଝିଅ ସୁଶ୍ରୀ ରଶ୍ମିତା ସାହୁ । ପ୍ରକାଶିତ ଫଳ ଅନୁଯାୟୀ ସେ କ୍ରମିକ ସଂଖ୍ୟା ୨୯୩ରେ ଅଛନ୍ତି। ସ୍ଥାନୀୟ ଦୁର୍ଗା ବଜାର କଲୋନୀର ପିତା ଦିବଂଗତ ରଘୁନାଥ ସାହୁ ଓ ମାତା ବାସନ୍ତୀ ସାହୁଙ୍କ ଏକ ମାତ୍ର କନ୍ୟା ଅଟନ୍ତି। ଦୁଇ ଭାଇ ପ୍ରସନ୍ନ ଓ ଭାବଙ୍କ ତଳେ ରଶ୍ମିତା। ସ୍ଥାନୀୟ ରାଧାମୋହନ ଜୀଉ ନୋଡାଲ ଉଚ୍ଚ ବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ନୟାଗଡ଼ ୟୁନିଟେକ୍ ଉଚ୍ଚ ମାଧ୍ୟମିକ ମହାବିଦ୍ୟାଳୟରେ ପାଠ ଶେଷ କରି ଭୁବନେଶ୍ବରର ଏକ ଘରୋଇ କୋଚିଂ ସେଣ୍ଟରରେ ପ୍ରଶାସନିକ ପରୀକ୍ଷା ପାଇଁ ପ୍ରସ୍ତୁତି କରିଥିଲେ। ପ୍ରଶାସନିକ ସେବାରେ ସଫଳତା ହାସଲ କରିଥିବା ଖବର ମିଳିବା ପରେ ପରିବାରରେ ଆନନ୍ଦ ଲହରି ଖେଳି ଯାଇଛି। ଅନୁରୂପ ଭାବେ…
Read Moreସ୍ମୁତିସଭାରେ ବିରଞ୍ଚି ସାରଙ୍କୁ ଶ୍ରଦ୍ଧାଞ୍ଜଳି
ଦଶପଲ୍ଲା,(ନୟାଗଡ଼ ଦର୍ପଣ): ଦଶପଲ୍ଲା ବ୍ଳକ ଅନ୍ତର୍ଗତ ଘୋଳାହାଣ୍ଡି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ପରଲୋକଗତ ଅବସରପ୍ରାପ୍ତ କିରାଣୀ ବିରଞ୍ଚିନାରାୟଣ ଗୋଚ୍ଛାୟତଙ୍କର ଏକାଦଶାହ ପାଳନ ଅବସରରରେ ଆଜି ଏକ ସ୍ମୁତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶରତଚନ୍ଦ୍ର ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସ୍ମୃତିସଭାରେ ବିଦ୍ୟାଳୟର ଶିକ୍ଷକ, କର୍ମଚାରୀ, ପୁରାତନ ଛାତ୍ରଛାତ୍ରୀ, କମିଟି କର୍ମକର୍ତ୍ତାଙ୍କ ସମେତ ବହୁ ମାନ୍ଯଗଣ୍ଯ ବ୍ଯକ୍ତି ଯୋଗଦେଇ ସ୍ବର୍ଗତ ବିରଞ୍ଚି ଗୋଛାୟତଙ୍କ ଫଟୋଚିତ୍ରରେ ଶ୍ରଦ୍ଧା ସୁମନ ଅର୍ପଣ କରି ଅମର ଆତ୍ମାର ସଦଗତି କାମନା କରିବା ସହିତ ଗୁଣାବଳୀର ସ୍ମୁତିଚାରଣ କରିଥିଲେ।
Read Moreଯୁବ ସାମ୍ବାଦିକ ସଂଜୀବ ସାହୁଙ୍କ ମାତୃ ବିୟୋଗ
ଦଶପଲ୍ଲା, (ନୟାଗଡ଼ ଦର୍ପଣ) ଦଶପଲ୍ଲାର ଯୁବ ସାମ୍ବାଦିକ ତଥା ଓଟିଭିରେ କାର୍ଯ୍ୟ କରୁଥିବା ସାମ୍ବାଦିକ ସଞ୍ଜୀବ କୁମାର ସାହୁଙ୍କ ମା ତଥା ନିରଞ୍ଜନ ସାହୁଙ୍କ ଧର୍ମପତ୍ନୀ ନଳିନୀ ସାହୁଙ୍କ ଶନିବାର ଦିନ ଅପରାହ୍ନ ୩ ଘଂଟିକା ସମୟରେ ଅକାଳ ବିୟୋଗ ଘଟିଛି। ଶନିବାର ଦିନ ଅପରାହ୍ନ ୨ ଘଂଟିକା ସମୟରେ ପେଟରେ ଯନ୍ତ୍ରଣା ଓ ସାମାନ୍ୟ ବାନ୍ତି ହେବାପରେ ତାଙ୍କୁ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପରିବାର ଲୋକ ଭର୍ତି କରିଥିଲେ । ସେଠାରେ ଡାକ୍ତର ଚିକିତ୍ସା କରିଥିଲେ। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଅପରାହ୍ନ ୩ ଘଟିକା ସମୟେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୫୨ବର୍ଷ ବୟସ ହୋଇଥିଲା । ମୃତ୍ୟୁ ସମୟରେ ବଡ଼ପୁଅ ସଞ୍ଜୀବ କୁମାର ସାହୁ ଡାକ୍ତରଖାନାରେ ଉପସ୍ଥିତ ରହିଥିଲେ। ସ୍ବର୍ଗତ ସାହୁ ଜଣେ ମିଷ୍ଠଭାଷୀ, ପରପୋକାରୀ, ଧର୍ମପରାୟଣା ମହିଳାଭାବେ ବେଶ ଜଣାଶୁଣା…
Read Moreନୟାଗଡ଼ରୁ ୨ଜଣ ପାଇଲେ ଓଏଏସ
ନୟାଗଡ଼,(ନୟାଗଡ଼ ଦର୍ପଣ): ଓପିଏସସି ଦ୍ଵାରା ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ନୟାଗଡ଼ରୁ ୨ଜଣ କୃତକାର୍ଯ୍ୟ ହୋଇଛନ୍ତି। ସେମାନେ ହେଲେ ୧୪୧ ତମ ସ୍ଥାନରେ ଥିବା ମିତାଲି ମଧୁସ୍ମିତା ମିଶ୍ର ଏବଂ ୧୫୦ତମ ସ୍ଥାନରେ ଥିବା ସାର୍ଥକ ତାରିଣୀ ପ୍ରସାଦ ମିଶ୍ର। ନୟାଗଡ଼ ଖଣ୍ଡପଡ଼ା ରୋଡ଼ରେ ରହୁଥିବା ଗୀତାଞ୍ଜଳି ମିଶ୍ର ଏବଂ ବିଶ୍ୱନାଥ ମିଶ୍ରଙ୍କ ଏକ ମାତ୍ର କନ୍ୟା ମିତାଲି ଜଣେ ମେଧାବୀ ଛାତ୍ରୀ ଭାବେ ନୟାଗଡ଼ ବିବେକାନନ୍ଦ ଶିକ୍ଷାକେନ୍ଦ୍ରରେ ପ୍ରାଥମିକ ଶିକ୍ଷା ଗ୍ରହଣ କରି ପରବର୍ତ୍ତୀ ସମୟରେ ନବୋଦୟରେ +୨ ପର୍ଯ୍ୟନ୍ତ ଶିକ୍ଷା ଗ୍ରହଣ କରିଥିଲେ। ପରେ ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ଶିକ୍ଷା ସମାପ୍ତ କରି ବର୍ତ୍ତମାନ ଚିଲିକା ବ୍ଳକରେ ପଞ୍ଚାୟତ ଉନ୍ନୟନ ଅଧିକାରୀ ଭାବେ କାର୍ଯ୍ୟରତ ଅଛନ୍ତି।ସେହିପରି ନୟାଗଡ଼ ନିକଟବର୍ତ୍ତୀ ମନ୍ଧତାପୁର ଗ୍ରାମର ବରିଷ୍ଠ କୃଷି ଅଧିକାରୀ ଗୌରୀଶଙ୍କର ମିଶ୍ରଙ୍କ ପୁତ୍ର ସାର୍ଥକ ତାରିଣୀ ମିଶ୍ର…
Read Moreରାଜ୍ୟ ସରକାରଙ୍କ ବିଫଳତା ଓ ବିଜେପିର ମିଥ୍ୟା ପ୍ରତିଶୃତିକୁ ପ୍ରସଙ୍ଗ କରି ମଇଦାନକୁ ଓହ୍ଲାଇବ ବିଜେଡି
ନୟାଗଡ଼, (ନୟାଗଡ଼ ଦର୍ପଣ): ରାଜ୍ୟ ସରକାରଙ୍କ ବିଫଳତା ଓ ବିଜେପିର ମିଥ୍ୟା ପ୍ରତିଶୃତିକୁ ପ୍ରସଙ୍ଗ କରି ବିଜେଡି ମଇଦାନକୁ ଓହ୍ଲାଇବ। ଜନସାଧାରଣଙ୍କୁ ଏ ବିଷୟରେ ସଚେତନ କରିବେ ଦଳୀୟ କର୍ମକର୍ତ୍ତା। ଆସନ୍ତା ଅକ୍ଟୋବର ମାସ ୩୦ ତାରିଖ ବୁଧବାର ଦିନ ଓଡ଼ଗାଁ ବିଜୁ ଜନତା ଦଳ ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହେବ। ଏନେଇ ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଓଡ଼ଗାଁ ବ୍ଲକ ରୋଡ଼ ସ୍ଥିତ କଲ୍ୟାଣମଣ୍ଡପ ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଶେଷ କରି ଉକ୍ତ ପଦଯାତ୍ରା ରଘୁନାଥ ମନ୍ଦିର ପରିସରରୁ ବାହାରି ଖେଳପଡିଆ ସାହି ଦେଇ ଆମ୍ବତୋଟାଠାରେ ପହଞ୍ଚିବ ଓ ସେଠାରେ ଦଳୀୟ କର୍ମକର୍ତ୍ତାଙ୍କ ସମାବେଶ ଅନୁଷ୍ଠିତ ହେବ ବୋଲି ବୈଠକରେ ସ୍ଥିରୀକୃତ ହୋଇଛି। ଏହି ଅବସରରେ ବିଧାୟକ ସାହୁ ସାମାଜିକ ଗଣମାଧ୍ୟମକୁ ଅଧିକ ସକ୍ରିୟ…
Read Moreଉତ୍କଳ ଜ୍ୟୋତି ସମ୍ମାନରେ ସମ୍ମାନିତ ହେଲେ ବିଶ୍ୱବିଜିତା
ନୟାଗଡ,(ନୟାଗଡ଼ ଦର୍ପଣ): ଉତ୍କଳ ଜ୍ୟୋତି ସମ୍ମାନରେ ସମ୍ମାନିତ ହୋଇ ନୟାଗଡ ପାଇଁ ଗୌରବ ଆଣିଲେ ନୟାଗଡ଼ ସହର ସ୍ଥିତ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରର ଷଷ୍ଠ ଶ୍ରେଣୀ ଛାତ୍ରୀ ବିଶ୍ଵବିଜିତା ମହାନ୍ତି। ଭୁବନେଶ୍ବର କଳିଙ୍ଗ ବୁଦ୍ଧ ମନ୍ଦିର ପରିସରରେ ଅକ୍ଟୋବର ୧୭ତାରିଖ ଗୁରୁବାର ଦିନ ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ ଦ୍ଵାରା ଆୟୋଜିତ ଏକ ବର୍ଣାଢ୍ୟ ପରିବେଶରେ ସଭାମଞ୍ଚରେ ମାନ୍ୟବର ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ପ୍ରଫେସର ଡଃ ଅଶୋକ କୁମାର ମହାପାତ୍ର, ଡଃ ପ୍ରଭାସ ଆଚାର୍ଯ୍ୟ, ଡଃ କରୁଣାକର ପ୍ରଧାନ ଓ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିବିଶେଷ ବିଶ୍ଵବିଜିତାଙ୍କୁ ଉତ୍କଳଜ୍ୟୋତି ସମ୍ମାନ ପ୍ରଦାନ କରିଥିଲେ। ପ୍ରକାଶ ଥାଉ କି’ ରାଜ୍ୟସ୍ତରୀୟ ଉତ୍କଳ ଜ୍ୟୋତି ପ୍ରତିଯୋଗିତାରେ ଭାଗନେଇ ବକୃତା, ଚିତ୍ରାଙ୍କନ, ସଂଗୀତ, ନୃତ୍ୟ, ସ୍ଵରଚିତ କବିତା, କବିତା ଆବୃତ୍ତି, ସାଧାରଣଜ୍ଞାନ, ଅଭିନୟ ସାଙ୍ଗକୁ ଗଣିତ, ଇଂରାଜୀ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖ୍…
Read Moreଧର୍ମପରାୟଣ ମହିଳାଙ୍କ ପରଲୋକ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ମୁନିସିପାଲିଟି ଓ୍ବାର୍ଡ ନମ୍ବର ୧ର ଜଣେ ବିଶିଷ୍ଟ ଧର୍ମପରାୟଣ ମହିଳା ଆରତୀ ପଟ୍ଟନାୟକଙ୍କ ଦେହାନ୍ତ ହୋଇଥିବା ଜଣାପଡିଛି। ଆରତୀ ଜଣେ ମିଷ୍ଟଭାଷୀ ଓ ପରୋପକାରୀ ମହିଳା ଭାବେ ଜଣାଶୁଣା ଥିଲେ ତାଙ୍କ ବିୟୋଗରେ ଅଞ୍ଚଳରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଥିଲା । ସ୍ବର୍ଗତ ଆରତୀ ପଟ୍ଟନାୟକ ନୟାଗଡ଼ ବିଜ୍ଞାପିତ ଅଞ୍ଚଳ ର ପୂର୍ବତନ ଅଧକ୍ଷ ରୋଟାରିଆନ ସୁବୋଧ ଚନ୍ଦ୍ର ପଟ୍ଟନାୟକ ଙ୍କ ଧର୍ମପତ୍ନୀ। ମୃତ ବେଳକୁ ତାଙ୍କୁ ୬୯ ବର୍ଷ ହୋଇଥିଲା । ତାଙ୍କର ଦୁଇପୁଅ, ବୋହୁ ଓ ନାତୁଣୀ ଅଛନ୍ତି।
Read Moreତାଲୁକ ଲିଗାଲ ସର୍ଭିସ କମିଟି ଦ୍ୱାରା ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ
ରଣପୁର,(ନୟାଗଡ଼ ଦର୍ପଣ): ରଣପୁର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ତଥା ତାଲୁକ ଲିଗାଲ ସର୍ଭିସ କମିଟି ତରଫରୁ ଗୁରୁବାର ଦହିଖାଇ ଯୁବକ ସଂଘ ଠାରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଛି। ଏହି କାର୍ଯ୍ୟକ୍ରମରେ ରଣପୁର କୋର୍ଟ ବିଚାରପତି ତଥା ତାଲୁକ ଲିଗାଲ ସର୍ଭିସ କମିଟିର ଅଧ୍ୟକ୍ଷ ଶ୍ରୀ ଗୌରୀ ଶଙ୍କର ପଣ୍ଡା ଅଧ୍ୟକ୍ଷତା କରିଥିଲେ । ରଣପୁର ବାର ଆସୋସିଏସନର ସଭାପତି ସୁବାଷ ଚନ୍ଦ୍ର ଜେନା, ଆଇନୀଜୀବୀ ଶ୍ରୀକାନ୍ତ କୁମାର ସାହୁ, ଆଇନୀଜୀବୀ କୃପାସିନ୍ଧୁ ବେହେରା ପ୍ରମୁଖ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଏଥିରେ ସ୍ଥାନୀୟ ଅଞ୍ଚଳରେ ଲୋକମାନେ ଯୋଗ ଦେଇଥିଲେ। ମାନିସିକ ସ୍ୱାସ୍ଥ୍ୟ ସମ୍ପର୍କରେ ଆଇନ, ମାନସିକ ଅସୁସ୍ଥତା ଏବଂ ମାନସିକ ଅନଗ୍ରସରଙ୍କ ପାଇଁ ଥିବା ଯୋଜନା ସମ୍ପର୍କରେ ଆଲୋଚନା କରାଯାଇଥିଲା। ତାଲୁକ…
Read More