ରଣପୁର,(ନୟାଗଡ଼ ଦର୍ପଣ): ରଣପୁର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ତଥା ତାଲୁକ ଲିଗାଲ ସର୍ଭିସ କମିଟି ତରଫରୁ ଗୁରୁବାର ଦହିଖାଇ ଯୁବକ ସଂଘ ଠାରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଛି। ଏହି କାର୍ଯ୍ୟକ୍ରମରେ ରଣପୁର କୋର୍ଟ ବିଚାରପତି ତଥା ତାଲୁକ ଲିଗାଲ ସର୍ଭିସ କମିଟିର ଅଧ୍ୟକ୍ଷ ଶ୍ରୀ ଗୌରୀ ଶଙ୍କର ପଣ୍ଡା ଅଧ୍ୟକ୍ଷତା କରିଥିଲେ । ରଣପୁର ବାର ଆସୋସିଏସନର ସଭାପତି ସୁବାଷ ଚନ୍ଦ୍ର ଜେନା, ଆଇନୀଜୀବୀ ଶ୍ରୀକାନ୍ତ କୁମାର ସାହୁ, ଆଇନୀଜୀବୀ କୃପାସିନ୍ଧୁ ବେହେରା ପ୍ରମୁଖ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଏଥିରେ ସ୍ଥାନୀୟ ଅଞ୍ଚଳରେ ଲୋକମାନେ ଯୋଗ ଦେଇଥିଲେ। ମାନିସିକ ସ୍ୱାସ୍ଥ୍ୟ ସମ୍ପର୍କରେ ଆଇନ, ମାନସିକ ଅସୁସ୍ଥତା ଏବଂ ମାନସିକ ଅନଗ୍ରସରଙ୍କ ପାଇଁ ଥିବା ଯୋଜନା ସମ୍ପର୍କରେ ଆଲୋଚନା କରାଯାଇଥିଲା। ତାଲୁକ ଲିଗାଲ ସର୍ଭିସ କମିଟିର ସଦସ୍ୟ ରାଜେଶ କୁମାର ମଲ୍ଲିକ, ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ପାରା-ଲିଗାଲ ଭଲ୍ୟୁଣ୍ଟର ପ୍ରମୋଦ କୁମାର ସାହୁ, ଜିତେନ୍ଦ୍ର ସ୍ୱାଇଁ ଏବଂ ଯୁବକ ସଂଘର ସଦସ୍ୟମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
