ଉତ୍କଳ ଜ୍ୟୋତି ସମ୍ମାନରେ ସମ୍ମାନିତ ହେଲେ ବିଶ୍ୱବିଜିତା

ନୟାଗଡ,(ନୟାଗଡ଼ ଦର୍ପଣ): ଉତ୍କଳ ଜ୍ୟୋତି ସମ୍ମାନରେ ସମ୍ମାନିତ ହୋଇ ନୟାଗଡ ପାଇଁ ଗୌରବ ଆଣିଲେ ନୟାଗଡ଼ ସହର ସ୍ଥିତ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରର ଷଷ୍ଠ ଶ୍ରେଣୀ ଛାତ୍ରୀ ବିଶ୍ଵବିଜିତା ମହାନ୍ତି। ଭୁବନେଶ୍ବର କଳିଙ୍ଗ ବୁଦ୍ଧ ମନ୍ଦିର ପରିସରରେ ଅକ୍ଟୋବର ୧୭ତାରିଖ ଗୁରୁବାର ଦିନ ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ ଦ୍ଵାରା ଆୟୋଜିତ ଏକ ବର୍ଣାଢ୍ୟ ପରିବେଶରେ ସଭାମଞ୍ଚରେ ମାନ୍ୟବର ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ପ୍ରଫେସର ଡଃ ଅଶୋକ କୁମାର ମହାପାତ୍ର, ଡଃ ପ୍ରଭାସ ଆଚାର୍ଯ୍ୟ, ଡଃ କରୁଣାକର ପ୍ରଧାନ ଓ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିବିଶେଷ ବିଶ୍ଵବିଜିତାଙ୍କୁ ଉତ୍କଳଜ୍ୟୋତି ସମ୍ମାନ ପ୍ରଦାନ କରିଥିଲେ।

ପ୍ରକାଶ ଥାଉ କି’ ରାଜ୍ୟସ୍ତରୀୟ ଉତ୍କଳ ଜ୍ୟୋତି ପ୍ରତିଯୋଗିତାରେ ଭାଗନେଇ ବକୃତା, ଚିତ୍ରାଙ୍କନ, ସଂଗୀତ, ନୃତ୍ୟ, ସ୍ଵରଚିତ କବିତା, କବିତା ଆବୃତ୍ତି, ସାଧାରଣଜ୍ଞାନ, ଅଭିନୟ ସାଙ୍ଗକୁ ଗଣିତ, ଇଂରାଜୀ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖ୍ ସର୍ବଗୁଣ ସମ୍ପର୍ଣ୍ଣ ଛାତ୍ରୀଛାତ୍ରଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥାଏ। ଉକ୍ତ ପ୍ରତିଯୋଗିତାରେ ବିଶ୍ଵବିଜିତା ବ୍ଲକ ସ୍ତରଠୁ ଆରମ୍ଭକରି ଜିଲ୍ଲାସ୍ତର ଓ ରାଜ୍ୟସ୍ତରରେ ବକ୍ତୃତା, ବିଜ୍ଞାନମେଳା, ଗୀତ ଇତ୍ୟାଦିରେ ଭାଗନେଇ ସରକାରୀ ଏବଂ ବେସରକାରୀ ପ୍ରତିଦ୍ବନ୍ଦୀତାରେ ସଫଳତାର ସହ ପ୍ରଥମସ୍ଥାନ ଅଧିକାର କରି ଅନେକବାର ପୁରସ୍କୃତ ହୋଇଛନ୍ତି। ଉପରୋକ୍ତ ସମସ୍ତ ବିଭାଗରେ ସର୍ବୋତ୍ତମ ପ୍ରଦର୍ଶନ ପୂର୍ବକ ସର୍ବୋଚ୍ଚ ନମ୍ବର ରଖ୍ ଏଥରକ ଏହି ସମ୍ମାନ ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିଲେ। ‘ଉତ୍କଳଜ୍ୟୋତି’ ସମ୍ମାନ ପାଇବାପରେ ସର୍ବସାଧାରଣ, ଅଭିଭାବକ, ଗୁରୁଜନମାନଙ୍କ ଠାରୁ ଶୁଭେଚ୍ଛା ଓ ଆଶୀର୍ବାଦ ମିଳୁଛି। ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରର ସମ୍ପାଦକ ଶ୍ରୀଧର ସାହୁ, ପ୍ରଧାନ ଆଚାର୍ଯ୍ୟା ପ୍ରିୟମ୍ବଦା ମହାପାତ୍ରଙ୍କ ସମେତ ସମସ୍ତ ଗୁରୁଜୀ ଗୁରୁମା ବିଶ୍ଵବିଜିତାଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି।

Related posts