ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଓଡ଼ଗାଁ ବ୍ଲକ୍ କୁରାଳ କ୍ଲଷ୍ଟର ଅଧୀନ ସରକାରୀ ଉ.ପ୍ରା. ବିଦ୍ୟାଳୟର ଶିକ୍ଷକ ଯଶୋବନ୍ତ ପଟ୍ଟନାୟକ ପାଇଲେ ଜାତୀୟ ଶିକ୍ଷାରତ୍ନ ସମ୍ମାନ।ନବାଚାରୀ ଗତିବିଧି ସମୁହ ସଂଗଠନ,ଛତିଶଗଡ଼ ପକ୍ଷରୁ ଗତ ୮ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ଅନଲାଇନ ମାଧ୍ୟମରେ ଅନୁଷ୍ଠିତ ଏକ ଶୈକ୍ଷିକ କାର୍ଯ୍ୟକ୍ରମରେ ଉଭୟ ଲିଖିତ ଓ ମୌଖିକ ପରୀକ୍ଷାରେ ସେ ଉତ୍ତୀର୍ଣ୍ଣ ହେବାସହ ଭର୍ଚୁଆଲ୍ ମାଧ୍ୟମରେ ୟୁଟ୍ୟୁବ ଲାଇଭ୍ ଆସି ଓଡ଼ିଶା ରାଜ୍ୟ ତରଫରୁ ଉକ୍ତ ସଂଗଠନର ଶୈକ୍ଷିକ ଓ୍ୱବିନାରରେ କୋଭିଡ୍ ସମୟରେ ସେ କରିଥିବା ଗୁଣାତ୍ମକ ଶିକ୍ଷାର ପ୍ରଚାର ସମ୍ପର୍କରେ ବର୍ଣ୍ଣନା କରିଥିଲେ। ଛାତ୍ରଛାତ୍ରୀମାନଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ସେ କରିଥିବା ବିଭିନ୍ନ ଉଲ୍ଲେଖନୀୟ କାର୍ଯ୍ୟ ଏବଂ ବିଭିନ୍ନ ସାମାଜିକ ତଥା ସାଂସ୍କୃତିକ କାର୍ଯ୍ୟରେ ଯୋଗଦାନ ପାଇଁ ସଂଗଠନ ପକ୍ଷରୁ ସେ ଏହି ସମ୍ମାନ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ସମ୍ମାନ ସ୍ୱରୂପ ତାଙ୍କୁ ପ୍ରମାଣପତ୍ର ଓ ଟ୍ରଫି ମିଳିଛି।ପ୍ରକାଶଥାଉ କି,କୋଭିଡ୍ ସମୟରେ ଯଶୋବନ୍ତ ନିଜର ଶିକ୍ଷଣକାର୍ଯ୍ୟ ପ୍ରସ୍ତୁତି କରି ଓଡ଼ିଶା ସରକାରଙ୍କ ଦୀକ୍ଷା ଆପରେ ସ୍ଥାନ ପାଇବା ସହ ଓସେପା ତରଫରୁ ପ୍ରମାଣପତ୍ର ହାସଲ କରିଛନ୍ତି।
ଜାତୀୟ ଶିକ୍ଷାରତ୍ନ ସମ୍ମାନ ପାଇଲେ ଶିକ୍ଷକ
