ଗଣିଆ: ଗଣିଆ ଦଶିପୁର ଗ୍ରାମର ଜଣେ ପରିବାର ମୁଖ୍ୟଙ୍କ କର୍କଟରେ ମୃତ୍ୟୁ ପରେ ଛୋଟ ଛୋଟ ଝିଅଙ୍କୁ ନେଇ ମୃତକଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟା ଅଭାବରେ ଦିନ କାଟୁଥିବା ବେଳେ ମିଳିଲା ସହାୟତାର ହାତ। କର୍କଟରେ ପରିବାର ମୁଖ୍ୟଙ୍କ ମୃତ୍ୟୁ ପରେ ଲଷ୍ମୀପ୍ରିୟା ଅଭାବ ଅନଟନରେ ଚଳୁଥିବା ସମ୍ପର୍କରେ ଏକ ଦୈନିକ ଖବର କାଗଜରେ ଖବର ପ୍ରକାଶିତ ହେବା ପରେ ବିଭିନ୍ନ ସଂଗଠନ, ସାମାଜିକ କର୍ମୀ ଓ ଗ୍ରାମବାସୀ ଉକ୍ତ ପରିବାରକୁ ସହାୟତାର ହାତ ବଢ଼ାଇଛନ୍ତି। ଏହି କ୍ରମରେ ଗଣିଆ ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା କନ୍ଧମାଳ ସାଂସଦଙ୍କ ଜିଲ୍ଲା ପ୍ରତିନିଧି ସଦାଶିବ ମିଶ୍ର, ବ୍ଲକ ଅଧକ୍ଷ ଶେଷଦେବ ସ୍ବାଇଁ, ସାମାଜିକ କର୍ମୀ ଅଜୟ କୁମାର ଲେଙ୍କା ଓ ଦଣ୍ଡଧର ଦାସ ପ୍ରମୁଖ ଦଶୀପୁର ଗ୍ରାମରେ ପହଞ୍ଚି ଯୋଗାଡ଼ କରିଥିବା ୨୦ ହଜାର ଟଙ୍କା ଅର୍ଥ ମୃତକଙ୍କ ପତ୍ନୀକୁ ପ୍ରଦାନ କରିଥିଲେ । ଲକ୍ଷ୍ମୀପ୍ରିୟାଙ୍କର ବଡ ଝିଅକୁ ଭୁବନେଶ୍ୱରର ଏକ ଘରୋଇ ଛାତ୍ରୀ ନିବାସରେ ରଖି ପାଠ ପଢାଇବା ପାଇଁ ଅଧ୍ୟକ୍ଷ ଶ୍ରୀଯୁକ୍ତ ସ୍ୱାଇଁ ପ୍ରତିଶ୍ରୁତି ଦେଇଛନ୍ତି ।
Related posts
-
ସଙ୍ଗୀତଧାରା ଭକ୍ତି ସଙ୍ଗୀତ ପ୍ରତିଯୋଗିତା
ନୟାଗଡ଼,(ନୟାଗଡ଼ ଦର୍ପଣ): ସଙ୍ଗୀତଧାରା, ନୟାଗଡ଼ ପକ୍ଷରୁ ଆୟୋଜିତ ସିଜିନ-୨ ଭକ୍ତି ସଙ୍ଗୀତ ପ୍ରତିଯୋଗିତାର ଦଶପଲ୍ଲା ବ୍ଲକ ଅଡିସନ ଆସନ୍ତା ୨୨ ତାରିଖ... -
ନୟାଗଡ ଜିଲ୍ଲା ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତରେ ୪୫୪୭ଟି ମାମଲା ଫଏସଲା
December 14, 2024 Jajati Comments Off on ନୟାଗଡ ଜିଲ୍ଲା ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତରେ ୪୫୪୭ଟି ମାମଲା ଫଏସଲାନୟାଗଡ଼, (ନୟାଗଡ଼ ଦର୍ପଣ): ଜାତୀୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦେଶମତେ ଆଜି ନୟାଗଡ ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ପରିସରରେ... -
ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଉଦ୍ଘାଟନ କଲେ ଦଶପଲ୍ଲା ବିଧାୟକ
ନୂଆଗାଁ, (ନୟାଗଡ଼ ଦର୍ପଣ): ନୂଆଗାଁ ବ୍ଲକ୍ ପରିସରରେ ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରିଣୀ ସ୍ଵର୍ଣ୍ଣସାରିକା ଜେନାଙ୍କ ତତ୍ବାବଧାନରେ ବ୍ଲକସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ...