ହୀରକ ଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ

ଦଶପଲ୍ଲା,(ନୟାଗଡ଼ ଦର୍ପଣ): ମଧ୍ୟଖଣ୍ଡ ଉଚ୍ଚ ବିଦ୍ୟାଳୟ ପରିସରରେ ବିଦ୍ୟାଳୟର ପୁରାତନ ଛାତ୍ରମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।ଉକ୍ତ ସଭାରେ ପୁରାତନ ଛାତ୍ର ସଂସଦର ସଭାପତି ଡ଼ଃ. ଶିଶିର କୁମାର ଦାସ ସଭାପତିତ୍ବ କରିଥିବା ବେଳେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଅତିଥି ଭାବେ ଯୋଗଦେଇଥିଲେ। ଚଳିତ ବର୍ଷ ସ୍କୁଲ ପ୍ରତିଷ୍ଠା ହେବାର ୬୦ବର୍ଷ ପୂର୍ତ୍ତି ଅବସରରେ ସ୍କୁଲର ହୀରକ ଜୟନ୍ତୀ ପାଳନ ନିମନ୍ତେ ସ୍ଥିର କରାଯାଇଛି। ଆସନ୍ତା ୧୨ତାରିଖ ସ୍କୁଲର ପ୍ରତିଷ୍ଠା ଦିବସ ହୋଇଥିବାରୁ ସେହିଦିନ ହୀରକ ଜୟନ୍ତୀର ଉଦ୍ଘାଟନ କରାଯିବା ନିମନ୍ତେ ସ୍ଥିର କରାଯାଇଛି। ୧୨ତାରିଖ ସକାଳୁ ଏକ ସାଇକେଲ ଶୋଭାଯାତ୍ରା ମଧ୍ୟ ଖଣ୍ଡ, ଘୋଳାହାଣ୍ଡି ଓ ଡିହଗାଁ ପଞ୍ଚାୟତ ପରିକ୍ରମା କଲାପରେ ୧୦ଟା ବେଳେ ଉଦଘାଟନ ଉତ୍ସବ ଅନୁଷ୍ଠିତ ହେବ। ସଭାର ପ୍ରଥମ ଅଧିବେଶନ ପରେ ମଧ୍ୟାହ୍ନ ଭୋଜନ। ତା’ପରେ ୨ୟ ଅଧିବେଶନରେ ସ୍କୁଲର ପ୍ରଥମ ବର୍ଷର ଛାତ୍ରମାନଙ୍କୁ ଏବଂ ସ୍କୁଲର ପୁରାତନ ଶିକ୍ଷକମାନଙ୍କୁ ସମ୍ବର୍ଦ୍ଧିତ କରାଯିବ ଏବଂ ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଉଦଘାଟନ ଦିବସ ଠାରୁ ବର୍ଷ ବ୍ୟାପି ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯିବ ଓ ବର୍ଷ ଶେଷରେ ହୀରକ ଜୟନ୍ତୀର ଉଦଯାପନୀ ଉତ୍ସବ ମହାସମାରୋହରେ ପାଳନ କରାଯିବା ନିମନ୍ତେ ସ୍ଥିର କରାଗଲା। ଏହି ପ୍ରସ୍ତୁତି ବୈଠକରେ ଜିଲ୍ଲା ପରିଷଦ ସଭ୍ୟ ବସନ୍ତ କୁମାର ପ୍ରଧାନ, ସ୍କୁଲର ପୂର୍ବତନ ସମ୍ପାଦକ ରାସନ୍ କୁମାର ପଣ୍ଡା ଓ ସ୍କୁଲର ପ୍ରଧାନ ଶିକ୍ଷକ ତଥା ପୁରାତନ ଛାତ୍ର ଡ଼ଃ. ମାଧବ ଚନ୍ଦ୍ର ମିଶ୍ର, ଆଡଭୋକେଟ ଦୁଃଖିଶ୍ୟାମ ଦାସ, ଆଡଭୋକେଟ୍ ଶରତ ଚନ୍ଦ୍ର ବେହେରା, ଇଞ୍ଜିନିୟର ବିଦିପ୍ତ ଚନ୍ଦ୍ର ରାୟ, ସଙ୍ଗୀତଜ୍ଞ ଶରତ କୁମାର ସାହୁ, ଅଧ୍ୟାପକ ସଞ୍ଜୟ କୁମାର ପଣ୍ଡା, ସରୋଜ କୁମାର ପଣ୍ଡା, ଲକ୍ଷ୍ମୀଧର ମହାରଣା, ଧୀରେନ୍ଦ୍ର ମହାରଣା, ପ୍ରଫୁଲ୍ଲ ହୋତା, ସାମ୍ବାଦିକ ଚିତ୍ତ ରଂଜନ ମିଶ୍ର, ଯୁବନେତା ଦିଲ୍ଲୀପ ବେହେରା ପ୍ରମୁଖ ଶତାଧିକ ପୁରାତନ ଛାତ୍ର ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

Related posts