ନୟାଗଡ଼ ଓ ଅନୁଗୋଳ ଜିଲ୍ଲାର ସିମାନ୍ତ ଅଞ୍ଚଳ ଗଣିଆ ବ୍ଲକର ମହାନଦୀରେ ଥିବା ସାତକୋଶିଆ ଗଣ୍ଡ, ମଗର ଓ ଘଡିଆଳ କୁମ୍ଭୀର ପାଇଁ ପ୍ରସିଦ୍ଧ । ଏତଦ୍ ବ୍ୟତୀତ ସାତକୋଶିଆ ଅଭୟାରଣ୍ୟ ଓ ଗଣ୍ଡ ଅଞ୍ଚଳରେ ଚାତକ, ମାଛରଙ୍କା, ହଂସରାଳି, କଣ୍ଟିଆ, ଭାଲିଆଖାଇ, ଚକୁଆଚକୋଇ ଓ ବ୍ରାହ୍ମଣୀଟକ ଆଦି ରଙ୍ଗବେରଙ୍ଗର ପକ୍ଷୀଙ୍କ କଳରବରେ ଏଠାକାର ସ୍ଥାନ ହୋଇଉଠେ ଚଳଚଞ୍ଚଳ । ସେହିପରି ଗଣ୍ଡରେ ନୌକା ବିହାର ଓ ପାହାଡ଼ ଚଢ଼ିବାର ସୁବିଧାସହ ବିସ୍ତୀର୍ଣ୍ଣ ବାଲୁକାରାଶିରେ ବଣଭୋଜି କରିବାର ମଜା ନିଆରା । ଏଠାରେ ମହାନଦୀ ବନ୍ୟପ୍ରାଣୀ ଡିଭିଜନ ପକ୍ଷରୁ ନୌକା ବିହାରର ସୁବିଧା ଥିଲେ ମଧ୍ୟ ସବୁବେଳେ ସମ୍ଭବ ନଥିଲା । କିନ୍ତୁ ବର୍ତ୍ତମାନ ସମସ୍ତ ସୁବିଧା କରାଗଲାଣି । ମହାନଦୀ ବନ୍ୟପ୍ରାଣୀ ଡିଭିଜନ ଅନ୍ତର୍ଗତ ଅନ୍ୟତମ ବାଇଶପଲ୍ଲୀ ସଂରକ୍ଷିତ ଅଭୟାରଣ୍ୟ ଅପରୂପା ପ୍ରାକୃତିକ ଶୋଭାରାଜି, ଘଞ୍ଚବନାନୀ, ମହାନଦୀ ନୀଳ ଜଳରାଶି, ଅନେକ ପ୍ରଜାତିର ପଶୁପକ୍ଷୀ ଖେଳ ପ୍ରାଣରେ ଭରିଦିଏ ଅଫୁରନ୍ତ ଆନନ୍ଦ । କୋଳାହଳ ଠାରୁ ଢ଼େର ଦୂରରେ ଅବସ୍ଥିତ ଏ ସ୍ଥାନ ପ୍ରକୃତିର ନିର୍ଜନତା, ମହାନଦୀ ଜଳରାଶିର ଅସ୍ପଷ୍ଟ ଶବ୍ଦ ସହ ଉଦ୍ଦାମ ପବନର ସ୍ୱର ମନରେ ଆନନ୍ଦର ତରଙ୍ଗକୁ ଅଧିକ ଭାବେ ତରଙ୍ଗାୟିତ କରିବାର ହକ୍ ରଖେ । ଜିଲ୍ଲାର ଏହି ଜଙ୍ଗଲ ଓ ଏହାର ପ୍ରକୃତିଦତ୍ତ ପରିବେଶ ଦ୍ୱିତୀୟ ସ୍ୱର୍ଗର ଭ୍ରମ ସୃଷ୍ଟି କରେ । ବଡ଼ମୂଳ ଓ କୁତୁରୀ ମହାନଦୀ କୂଳରେ ଥିବା ଏହି ଦୁଇଟି ସ୍ଥାନ ପ୍ରସିଦ୍ଧ ପିକ୍ନିକ୍ ସ୍ଥାନ ଅଟେ । କୁତୁରୀ ଠାରେ ପୂର୍ତ୍ତବିଭାଗର ସୁନ୍ଦର ଡାକବଙ୍ଗଳାଟିଏ ଅଛି । ଏହା ମହାନଦୀ ବନ୍ୟପ୍ରାଣୀ ଡିଭିଜନ ଅନ୍ତର୍ଗତ । ବଡ଼ମୂଳ ଠାରେ ଏକ ସୁନ୍ଦର ବଙ୍ଗଳା ଅଛି । ଏହା ଏକ ନୈସର୍ଗୀକ ଶୋଭାରାଜିରେ ଭରପୂର ରମଣୀୟ ସ୍ଥାନ ।
Related posts
-
ନୟାଗଡ଼ ମହୋତ୍ସବର ମୁଖପତ୍ର ଆରଣ୍ୟକରେ “ନୟାଗଡ଼ର ବରକନ୍ୟା”
ହରିଶ ପ୍ରଧାନ(ଗୀତିକଳ୍ପ) ପି.ଟି.ଏସ୍ ରୋଡ଼, ନୟାଗଡ଼ ପ୍ରକୃତିର ଅବଦାନ ଅବର୍ଣ୍ଣନୀୟ । ମାଟି ମା ତା’ର ଅଫୁରନ୍ତ ଆକର୍ଷଣରେ ବାନ୍ଧିରଖେ ମଣିଷକୁ... -
ବଲାଙ୍ଗୀ ପାର୍କରେ କୃତ୍ରିମ ଜଳପ୍ରପାତ ଲୋକାର୍ପଣ ସହ ସାଂସ୍କୃତିକ କାର୍ଯ୍ୟକ୍ରମ
March 10, 2024 Jajati Comments Off on ବଲାଙ୍ଗୀ ପାର୍କରେ କୃତ୍ରିମ ଜଳପ୍ରପାତ ଲୋକାର୍ପଣ ସହ ସାଂସ୍କୃତିକ କାର୍ଯ୍ୟକ୍ରମନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସହରରେ ନିର୍ମାଣଧିନ ବଲାଙ୍ଗୀପାର୍କରେ ଆଜି ପୈାର ପରିଷଦ ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।... -
ଦଶପଲ୍ଲାକୁ ଦଶହରା ପୂର୍ବରୁ ଟ୍ରେନ ନ ଗଡ଼ିଲେ ଜୋରଦାର ଆନ୍ଦୋଳନ, ରେଳଷ୍ଟେସନ ଉଦଘାଟନରେ ଅନ୍ତରାୟ ସାଜିଛନ୍ତି ରେଳମନ୍ତ୍ରୀ
September 28, 2023 Jajati Comments Off on ଦଶପଲ୍ଲାକୁ ଦଶହରା ପୂର୍ବରୁ ଟ୍ରେନ ନ ଗଡ଼ିଲେ ଜୋରଦାର ଆନ୍ଦୋଳନ, ରେଳଷ୍ଟେସନ ଉଦଘାଟନରେ ଅନ୍ତରାୟ ସାଜିଛନ୍ତି ରେଳମନ୍ତ୍ରୀନୟାଗଡ଼,(ନୟାଗଡ଼ ଦର୍ପଣ): ଦଶପଲ୍ଲା ରେଳଷ୍ଟେସନ ଉଦଘାଟନରେ ଅନ୍ତରାୟ ସାଜିଛନ୍ତି ଖୋଦ ରେଳମନ୍ତ୍ରୀ । ରେଳ ଷ୍ଟେସନ ନିର୍ମାଣ କାର୍ଯ୍ୟ ସମ୍ପୁର୍ଣ୍ଣ ଶେଷ...