ଚାଷୀଙ୍କ ପାଇଁ ବିଜେଡିର ବିକ୍ଷୋଭ ଓ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ଅଦିନିଆ ଲଗାଣ ବର୍ଷାରେ ବ୍ୟାପକ ଫସଲ ନଷ୍ଟ,କ୍ଷୟକ୍ଷତି ସଠିକ ଆକଳନ ଓ କ୍ଷତିପୂରଣ ଦାବି ନୟାଗଡ଼,(ନୟାଗଡ଼ ଦର୍ପଣ): ଅଦିନିଆ ଲଗାଣ ବର୍ଷାରେ ନୟାଗଡ଼ ଜିଲ୍ଲାରେ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଛି। ତାହାର ସଠିକ ଆକଳନ ଓ କ୍ଷତି ପୂରଣ ଦାବିରେ ଆଜି ବିଜୁ ଜନତା ଦଳ ବିକ୍ଷୋଭ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯାଇଛି। ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ରଣପୁର ପୂର୍ବତନ ବିଧାୟକ ସତ୍ୟ ନାରାୟଣ ପ୍ରଧାନ, ବିଜେଡି ନେତ୍ରୀ ଇରାନୀ ରାୟ, ଭାପୁର ବ୍ଲକ ଉପାଧ୍ୟକ୍ଷ ବେଣୁଧର ପ୍ରଧାନଙ୍କ ନେତୃତ୍ୱରେ ଅନୁଷ୍ଠିତ ବିକ୍ଷୋଭ ଓ ଦାବିପତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ନୟାଗଡ଼ ପଠାଣି ସାମନ୍ତ ଅଡିଟୋରିୟମ ପଡିଆରେ ବିକ୍ଷୋଭ ସମାବେଶ ହୋଇଥିଲା।…

Read More

ନୂଆଗାଁରେ ସଙ୍ଗୀତଧାରା ଭକ୍ତିସଙ୍ଗୀତ ପ୍ରତିଯୋଗିତା, ସେମି ଫାଇନାଲକୁ ଗଲେ ୩ଜଣ

ନୟାଗଡ଼,(ନୟାଗଡ଼ ଦର୍ପଣ): ‘ସଙ୍ଗୀତଧାରା’ ନୟାଗଡ଼ ପକ୍ଷରୁ ଜିଲ୍ଲାସ୍ତରୀୟ  ପ୍ରଥମ ପର୍ଯ୍ୟାୟ ଭକ୍ତି ସଙ୍ଗୀତ ପ୍ରତିଯୋଗିତାର ନୂଆଗାଁ ବ୍ଲକ ଅଡିସନ ନୂଆଗାଁ +୩ଡିଗ୍ରୀ କଲେଜ ,ନୂଆଗାଁ ଠାରେ ଅନୁଷ୍ଠିତ ହୋଇଯାଇଛି।  ପ୍ରତିଯୋଗିତାକୁ ସଙ୍ଗୀତଧାରା ସଭାପତି ଡ.ବିଜୟ କୁମାର ଚୌଧୁରୀ ଏବଂ ନୂଆଗାଁ +୩ ଡିଗ୍ରୀ କଲେଜ ସମ୍ପାଦକ ରମେଶ ଚନ୍ଦ୍ର ପ୍ରଧାନ  ଯୋଗଦାନ କରି ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦଘାଟନ କରିଥିଲେ। ସଙ୍ଗୀତଧାରା ସମ୍ପାଦକ ତଥା ସଙ୍ଗୀତ ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ଦାଶଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ପ୍ରତିଯୋଗିତାରେ ଅନୁଷ୍ଠାନ ସଂଯୋଜକ ଲକ୍ଷ୍ମୀଧର ସାହୁ,କବି ଅଶୋକ ମଲ୍ଲ ଏବଂ ଅଧ୍ୟାପକ ଚିନ୍ମୟ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ଏହି ପ୍ରତିଯୋଗିତାରେ ନୂଆଗାଁ ବ୍ଲକ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ସଂଗୀତାନୁଷ୍ଠାନ ମାନଙ୍କରୁ ୧୪ ରୁ ୨୪ବର୍ଷ ବୟସର କଣ୍ଠଶିଳ୍ପୀ ମାନେ ଅଂଶ ଗ୍ରହଣ କରିଥିଲେ।  ପ୍ରତିଯୋଗିତାରେ…

Read More

ଭକ୍ତି ସଙ୍ଗୀତ ପ୍ରତିଯୋଗିତା, ଶେଷ ହେଲା ବ୍ଲକ ପର୍ଯ୍ୟାୟ ଅଡିସନ, ୫ ରେ ସେମିଫାଇନାଲ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସଙ୍ଗୀତଧାରା ପକ୍ଷରୁ ଚାଲିଥିବା  ଭକ୍ତି ସଙ୍ଗୀତ ପ୍ରତିଯୋଗିତାର ବ୍ଲକ ପର୍ଯ୍ୟାୟ ଅଡିସନ ଆଜି ଗଣିଆ ବ୍ଲକ ଅଡିସନ ସହିତ ଶେଷ ହୋଇଛି। ଆସନ୍ତା ୫ ତାରିଖରେ ଏହାର ସେମିଫାଇନାଲ ପ୍ରତିଯୋଗିତା ନୟାଗଡ଼ରେ ଅନୁଷ୍ଠିତ ହେବ। ଗଣିଆ ବ୍ଲକରେ ଅନୁଷ୍ଠିତ ପ୍ରତିଯୋଗିତାରେ ୪ ଜଣ ପ୍ରତିଯୋଗୀ ସେମିଫାଇନାଲକୁ  ଉତ୍ତୀର୍ଣ୍ଣ ହୋଇଛନ୍ତି। ସେମାନେ ହେଲେ ଓମକାର ମହାପାତ୍ର, ଅଭିମନ୍ୟୁ ପଣ୍ଡା, ଲୀନା ସାହୁ ଏବଂ କଲ୍ୟାଣୀ କରଣ ।ସଙ୍ଗୀତଧାରା ସମ୍ପାଦକ ତଥା ସଙ୍ଗୀତ ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ଦାଶଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ପ୍ରତିଯୋଗିତାରେ ଅନୁଷ୍ଠାନ ସଂଯୋଜକ ଲକ୍ଷ୍ମୀଧର ସାହୁ,କବି ଅଶୋକ ମଲ୍ଲ, ସୁରେଶ ବେହେରା, ପୂର୍ଣଚନ୍ଦ୍ର ସାହୁ, ନୀଳିମା ସୁନ୍ଦରୀ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ। ସୂଚନା ଯୋଗ୍ୟ ଯେ ଜିଲ୍ଲା ସ୍ତରରେ ଅନୁଷ୍ଠିତ ଏହି ଭକ୍ତି ସଙ୍ଗୀତ ପ୍ରତିଯୋଗିତାରେ ୮ଟି ବ୍ଲକରୁ ୧୩୯…

Read More

ନୟାଗଡ଼ ମହୋତ୍ସବର ମୁଖପତ୍ର ଆରଣ୍ୟକରେ “ନୟାଗଡ଼ର ବରକନ୍ୟା”

ହରିଶ ପ୍ରଧାନ(ଗୀତିକଳ୍ପ) ପି.ଟି.ଏସ୍ ରୋଡ଼, ନୟାଗଡ଼ ପ୍ରକୃତିର ଅବଦାନ ଅବର୍ଣ୍ଣନୀୟ । ମାଟି ମା ତା’ର ଅଫୁରନ୍ତ ଆକର୍ଷଣରେ ବାନ୍ଧିରଖେ ମଣିଷକୁ । ଆନମନା କରିବାର କୌଶଳଟି ପ୍ରକୃତି ପାଖରେ ଭରିରହିଛି । ଯେପରି ଅରଣ୍ୟରୁ ଆରଣ୍ୟକ, ବର୍ଣ୍ଣରୁ ବର୍ଣ୍ଣାଳୀ ଆଉ ପ୍ରକୃତିରୁ ପ୍ରାକୃତିକ; ଠିକ ସେପରି ବନରୁ ତପୋବନ ସୃଷ୍ଟି ମାନବ ପାଇଁ ଈଶ୍ୱରଙ୍କ ଆଭୂଷଣ । କଥାଅଛି; ‘ସୁନ୍ଦର ତୃପ୍ତିର ଅବସାଦ ନାହିଁ ଯେତେ ଦେଖୁଥିଲେ ନୂଆ ଦିଶୁଥାଇ’ । ପ୍ରକୃତି ମନ କିଣୁଥାଏ ଆକର୍ଷଣ ବାଣ୍ଟୁଥାଏ । ଏହିପରି ଏକ ଆକର୍ଷଣୀୟ ଏବଂ ମନୋରୋମ ସ୍ଥାନ ହେଉଛି ନୟାଗଡ଼ର ବରକନ୍ୟା ଜଳ ପ୍ରପାତ, ଯାହାର ସୌନ୍ଦର୍ଯ୍ୟ ଓ ପ୍ରାକୃତିକ ପରିବେଶ ମନ ଓ ପ୍ରାଣକୁ ବିମୋହିତ କରିଥାଏ । ଜଳପ୍ରପାତ ଦେଖିବାକୁ ସମସ୍ତଙ୍କୁ ଭଲ ଲାଗେ । ଏହି ଜଳ ପ୍ରପାତ ଦେଖିବାକୁ…

Read More