ସମ୍ଭାବ୍ୟ ବାତ୍ୟା ‘ମୋନ୍ଥା’ ପାଇଁ ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଯାତ୍ରୀଙ୍କୁ ପରାମର୍ଶ

ନୟାଗଡ଼,(ନୟାଗଡ଼ ଦର୍ପଣ): ସମ୍ଭାବ୍ୟ ବାତ୍ୟା ‘ମୋନ୍ଥା’ର ପ୍ରଭାବରେ ନୟାଗଡ଼ ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ଯଥାକ୍ରମେ- ରଣପୁର ବ୍ଲକର ମଣିନାଗ ମନ୍ଦିର, ଭାପୁର ବ୍ଲକର ଫତେଗଡ଼ ସ୍ଥିତ ରାମ ମନ୍ଦିର, ଦଶପଲ୍ଲା ନିକଟସ୍ଥ କୁଆଁରିଆ ଡ୍ୟାମ, ଓଡ଼ଗାଁ ବ୍ଲକର ବରକନ୍ୟା ଝରଣା ଓ ଶିମିଳି ଝରଣା ଆଦି ଅଂଚଳକୁ ଆସନ୍ତା ୩୧.୧୦.୨୦୨୫ରିଖ ପର୍ଯ୍ୟନ୍ତ ଯାତ୍ରୀମାନଙ୍କୁ ନ ଯିବାକୁ ଜିଲ୍ଲା ପ୍ରଶାସନ ତରଫରୁ ପରାମର୍ଶ ଦିଆଯାଇଛି।

Read More

ଟାକରା ହାଇସ୍କୁଲର ଆଲୁମିନା କମିଟି ଗଠନ, ରେଜୁଲେସନ ଖାତାରେ କାଗଜ ଲେପମାରିଲେ ପ୍ରଧାନଶିକ୍ଷକ

ଦଶପଲ୍ଲା, (ନୟାଗଡ଼ ଦର୍ପଣ): ଆଜି ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ଅଧିନସ୍ଥ ଟାକରା ଆଦିବାସୀ ଓ ହରିଜନ କଲ୍ୟାଣ ବିଭାଗର ସରକାରୀ ଉଚ୍ଚ ବିଦ୍ୟାଳୟ (ଟାକରା )ର ନୂତନ ଆଲୁମିନା କମିଟି ଚୟନ ପକ୍ରିୟା ଆଜି ବିଦ୍ୟାଳୟ ପରିସରରେ ହୋଇସାରିଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ମୁକେଶ ଦୁଗାଳ ୧୮. ୧୦. ୨୦୨୫ରେ ନୂତନ ଆଲୁମିନା କମିଟି ଗଠନ ପାଇଁ ଵିଜ୍ଞାପନ କରିଥିଲେ। ଏହି ପରିପ୍ରେକ୍ଷୀରେ ଆଜି ପ୍ରଧାନଶିକ୍ଷକଙ୍କ ତତ୍ୱାବଧାନରେ ଟାକରା ହାଇସ୍କୁଲ ପରିସରରେ ପୁରାତନ ଛାତ୍ରଛାତ୍ରୀଙ୍କୁ ନେଇ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ସର୍ବସମ୍ମତିକ୍ରମେ ନୂତନ କମିଟିର ଚେୟାରମ୍ୟାନ ଭାବେ ପ୍ରଦୀପ କୁମାର ସାହୁ, ଭାଇସ ଚେୟାରମ୍ୟାନ ରୂପେ ଜଗବନ୍ଧୁ ଆଚାର୍ଯ୍ୟଙ୍କୁ ମନୋନୀତ କରାଯାଇଥିବାବେଳେ ସଭ୍ୟ ଭାବେ ସନ୍ତୋଷ କୁମାର ସାହୁ, ସୁଲୋଚନା ମଳିକ, ନୋଡାଲ ଶିକ୍ଷକ ନୀଳମଣି ନାୟକ ଏବଂ ୨ଜଣ ଛାତ୍ରଛାତ୍ରୀଙ୍କୁ ମନୋନୀତ…

Read More

ରଣପୁରରେ ଓଡ଼ିଶା କୃଷକ ସଭାର ରାଜ୍ୟ ସମ୍ମିଳନୀ ରଉଦଯାପିତ

ରଣପୁର, (ନୟାଗଡ଼ ଦର୍ପଣ): ରଣପୁର ରେ ଓଡ଼ିଶା କୃଷକ ସଭା ର ରାଜ୍ୟ ସମ୍ମିଳନୀ ଉଦଯାପିତ ହୋଇଯାଇଛି। ଅଖିଳ ଭାରତ କୃଷକ ସଭା ର ସାଧାରଣ ସମ୍ପାଦକ ବିଜୁ କ୍ରିଷ୍ଣନ ଉଦଯାପନୀ ବକ୍ତବ୍ୟ ରଖିଥିଲେ। ରାଜ୍ୟ ସାଧାରଣ  ସମ୍ପାଦକ ସୁରେଶ ଚନ୍ଦ୍ର ପାଣିଗ୍ରାହୀ ତିନି ବର୍ଷର ସାଂଗଠନିକ ରିପୋର୍ଟ ଉପସ୍ଥାପିତ କରିଥିଲେ। ରିପୋର୍ଟ ଉପରେ ୨୯ଜଣ ପ୍ରତିନିଧି ଆଲୋଚନା କରିଥିଲେ।  ଆଗାମୀ ସମ୍ମିଳନୀ ପର୍ଯ୍ୟନ୍ତ ଏକ ୫୧ ଜଣିଆ ରାଜ୍ୟ କୃଷକ କମିଟି ଏବଂ ୧୭ଜଣିଆ ରାଜ୍ୟ କର୍ମକର୍ତ୍ତା ନିର୍ବାଚିତ ହୋଇଥିଲେ। ଶୀତାଶୁ ସେନାପତି, ରାଜ୍ୟ ସଭାପତି ଭାବେ ଜମେଶ୍ଵର ସାମନ୍ତରାୟ, ରାଜ୍ୟ ସାଧାରଣ  ସମ୍ପାଦକ ଭାବେ, ରାଜ୍ୟ ଅର୍ଥ ସମ୍ପାଦକ ଭାବେ ଅଭିରାମ ବେହେରା, ରାଜ୍ୟ ଉପସଭାପତି ଭାବେ ସୁରେଶ ଚନ୍ଦ୍ର ପାଣିଗ୍ରାହୀ, ହରିଶ୍ଚନ୍ଦ୍ର ମିଶ୍ର, ପି ହରିକୃଷ୍ଣ ରେଡ୍ଡୀ, ମୀନା ପ୍ରଧାନ, ଚନ୍ଦ୍ର ଶେଖର…

Read More