ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଓଡ଼ିଶା ସରକାରଙ୍କ ଖାଦ୍ୟ ଆୟୋଗ ସଚିବ ଓଡ଼ଗାଁ ଗ୍ରସ୍ତରେ ଆସି ବିଭିନ୍ନ ଛତୁ ଫାର୍ମ, ଗାଈ ଫାର୍ମ, ସ୍ବୟଂ ସହାୟକ ଗୋଷ୍ଠୀ, ମିସନ ଶକ୍ତି ଗୃହ ଆଦି ବୁଲି ଦେଖିଛନ୍ତି। ସୂଚନାଥାଉକି, ଓଡ଼ିଶା ରାଜ୍ୟ ଆୟୋଗ ସଚିବ ପ୍ରମୋଦ କୁମାର ମେକାର୍ପ, ଖାଦ୍ୟ ଆୟୋଗ କମିଟର ସଦସ୍ୟ ଦିଗବିଜୟ ନାଥ ପାଢୀ, ପ୍ରଶାସନିକ ଅଧିକାରୀ ସମରେନ୍ଦ୍ର ଷଡ଼ଙ୍ଗୀ, ପରାମର୍ଶଦାତା ତମାଲ ରେଜା ଓ ନୟାଗଡ଼ର ଜିଲ୍ଲା ପ୍ରଶାସନିକ ଅଧିକାରୀ ଓଡ଼ଗାଁ ବ୍ଲକ୍ ଶରଣକୁଳର କିଛି ହିତାଧିକାରୀଙ୍କ ସହିତ ଆଲେଚନା କରିବା ପରେ ହରିହରପୁର ଠାରେ ସ୍ବୟଂ ସହାୟକ ଗୋଷ୍ଠୀ ମହିଳାଙ୍କ ସହିତ ଆଲୋଚନା କରିଥିଲେ। ସେଠାରେ ଥିବା ଛତୁଫାର୍ମ ଓ ଗାଈ ଫାର୍ମ ବୁଲି ଦେଖିଥିଲେ। ସରକାରଙ୍କ ପକ୍ଷରୁ ସମସ୍ତ ସରକାରୀ ସାହାଯ୍ୟ ସହଯୋଗ ଠିକ୍ ଭାବେ ମିଳୁଛି କି ନାହିଁ ସେ ବିଷୟରେ ପଚାରି ବୁଝିଥିଲେ। ସେଠାରୁ ଶିଖରପୁର ଯାଇ ଅଙ୍ଗନବାଡ଼ି କେନ୍ଦ୍ର ବୁଲି ଦେଖିବା ସହିତ ସମସ୍ତ ଗର୍ଭବତୀ ମା’ମାନେ ମମତା ଯୋଜନାରେ ଅର୍ଥ ପାଉଛନ୍ତି କି ନାହିଁ ବୁଝିବା ସହିତ ବଡ଼ଗୋରଡା ପଂଚାୟତରେ ନିର୍ମାଣ ହୋଇଥିବା ମୋ’ ଉପକାରୀ ବଗିଚା ମହିଳାଙ୍କୁ କେତେ ସ୍ବାବଲମ୍ବୀ କରିଛି ତାହା ଦେଖିଥିଲେ। ସେଠାରୁ କୁରାଳ ସ୍ମାର୍ଟ ସ୍କୁଲ ପରିଦର୍ଶନ କରି ଛାତ୍ରଛାତ୍ରୀଙ୍କ ଗହଣରେ ବସି ପାଠପଢା ସଂପର୍କରେ ଆଲୋଚନା କରିଥିଲେ। ବର୍ତମାନ ସ୍କୁଲ ପରିବର୍ତନ କେତେ ଆଗ୍ରହ ସୃଷ୍ଟି କରିଛି ସେ ବିଷୟରେ ପଚାରି ବୁଝିବା ସହିତ ପିଲାଙ୍କୁ ମନଦେଇ ପାଠ ପଢିବାକୁ ଆହ୍ବାନ ଦେଇଥିଲେ। କିନ୍ତୁ ସେଠାରୁ ରଙ୍ଗଣିପାଟଣା ସ୍ବୟଂ ସହାୟକ ଗୋଷ୍ଠୀ ଓ ଓଡ଼ଗାଁ ଜୟ ଜଗନ୍ନାଥ ମିସନ୍ ଶକ୍ତି ଟେଲରିଂ ସେଣ୍ଟରକୁ ନ ଆସିବାରୁ ମହିଳାଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ସଚିବଙ୍କୁ ସ୍ବାଗତ କରିବାକୁ ମହିଳାମାନେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିଥିଲେ ସେ ନ ଆସିବାରୁ ମହିଳାମାନେ ନିରାଶ ହୋଇ ଫେରିଥିଲେ। ତାଙ୍କ ସହିତ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ସୁବାସ ଚନ୍ଦ୍ର ରାୟ, ବିଡ଼ିଓ ସ୍ବାତୀଲେଖା ଦାଶ ଏବଂ ଜିଲ୍ଲା ଓ ବ୍ଲକର ବିଭିନ୍ନ ବିଭାଗର ବହୁ ଅଧିକାରୀ ଉପସ୍ଥିତ ଥିଲେ।
Related posts
-
ବାଳିକା ଆତ୍ମ ସୁରକ୍ଷା ପ୍ରଶିକ୍ଷଣ କାର୍ଯକ୍ରମର ଉଦଯାପନ ଉତ୍ସବ ପାଳିତ
ଶରଣକୂଳ, (ନୟାଗଡ଼ ଦର୍ପଣ): ଶ୍ରୀ ଲଡୁକେଶ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୋଡିପଡା ଠାରେ ୮ଦିନ ବ୍ୟାପି ଚାଲୁଥିବା ବାଳିକା ଆତ୍ମ... -
ଜିଲ୍ଲା ଏ.ଡି.ଇ.ଓ ସଂଘର ରାଜ୍ୟସ୍ତରୀୟ ସମ୍ବର୍ଦ୍ଧନା ଉତ୍ସବ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ଅନ୍ତର୍ଗତ ଓଡଗାଁ ବ୍ଲକ ଦୁତିକେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଏ.ଡି.ଇ.ଓ ସଂଘର ରାଜ୍ୟ ସ୍ତରୀୟ ସମ୍ବର୍ଦ୍ଧନା... -
ଜିଲ୍ଲା ସ୍ତରୀୟ ଜୁନିୟର ରେଡକ୍ରସରେ ବାହାଡ଼ା ଝୋଲା ଉଚ୍ଚ ବିଦ୍ୟାଳୟର ଦୁଇ କୃତୀ ଛାତ୍ରଙ୍କ କମାଲ
January 23, 2025 Jajati Comments Off on ଜିଲ୍ଲା ସ୍ତରୀୟ ଜୁନିୟର ରେଡକ୍ରସରେ ବାହାଡ଼ା ଝୋଲା ଉଚ୍ଚ ବିଦ୍ୟାଳୟର ଦୁଇ କୃତୀ ଛାତ୍ରଙ୍କ କମାଲନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ସ୍ତରୀୟ ଜୁନିୟର ରେଡକ୍ରସ ଓଡ଼ଗାଁ ରାଧାକାନ୍ତ ବାଳିକା ଉଚ୍ଚ ବିଦ୍ୟାଳୟ ଦ୍ବାରା ତା ୨୨.୦୧.୨୦୨୫...