ଭାପୁର,(ନୟାଗଡ଼ ଦର୍ପଣ): ଭାପୁର ବ୍ଳକ ଅନ୍ତର୍ଗତ ଶ୍ରୀ ଶ୍ରୀ ସିଦ୍ଧ ମହାବୀର କଳାକାର ସଂଘ ଜାମୁସାହି ଆନୁକୁଲ୍ୟରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ତ୍ରୟୋଦଶ ବାର୍ଷିକୀ ରାଜ୍ୟସ୍ତରୀୟ ମହୋତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ଭାପୁର ବିଡ଼ିଓ ଡ଼ଃ. ଜନ୍ମେଜୟ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସମାଜସେବୀ ପୂର୍ଣ୍ଣଚନ୍ଦ୍ର ସାହୁ, ବରିଷ୍ଠ ସାମ୍ବାଦିକ ଶୁଭେନ୍ଦୁ କୁମାର ପଟ୍ଟନାୟକ, ଶିକ୍ଷକ ତଥା ସାହିତ୍ୟିକ ମନୋଜ କୁମାର ଶତପଥୀ, ମାଟିଆ ସ୍ୱାଇଁ, ଜୟକୃଷ୍ଣ ବାରିକ ପ୍ରମୁଖ ସମ୍ମାନୀତ ଅତିଥି ରୂପେ ଯୋଗଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ କଣ୍ଠଶିଳ୍ପୀ ପ୍ରାଣକୃଷ୍ଣ ମହାରଣା, ରବୀନ୍ଦ୍ର କୁମାର ମହାରଣା, କୃଷ୍ଣଚନ୍ଦ୍ର ସାହୁଙ୍କ ଭଜନ ପରିବେଷଣ ଅତ୍ୟନ୍ତ ହୃଦୟସ୍ପର୍ଶୀ ହୋଇଥିଲା। ମହୋତ୍ସବ ଉପଲକ୍ଷେ ଭାପୁର ଅଞ୍ଚଳର ବହୁ କୃତିଧାରୀ ସମ୍ବର୍ଦ୍ଧିତ ପ୍ରତିଭୁ ସର୍ବୋପରି ଶିଶୁ କଳାକାର ସୁନୀତି ଆର୍ଯ୍ୟା, ସୋନାକ୍ଷୀ ମହାରଣା, ଶରତ ଚନ୍ଦ୍ର ଷଡଙ୍ଗୀ, ମନୋଜ କୁମାର ଶତପଥୀ, ଗୋବିନ୍ଦଚନ୍ଦ୍ର ଦାଶ, ସମାଜସେବୀ ପୂର୍ଣ୍ଣଚନ୍ଦ୍ର ସାହୁଙ୍କୁ ଭାପୁର ବିଡ଼ିଓ ଡଃ. ସାହୁ ମାନପତ୍ର ପ୍ରଦାନ କରିଥିଲେ। ଏହି ଅବସରରେ କବି ଶ୍ରୀମତୀ ସବିତା ଶୁକ୍ଳାଙ୍କୁ ‘କବି ଭାରତୀ ସମ୍ମାନ’ କରାଯିବା ସହ ତାଙ୍କ ରଚିତ ପୁସ୍ତକ ‘ସକାଳର ମୁରୁଜ’ ଅତିଥିଙ୍କ ହାତରେ ଉନ୍ମୋଚନ କରାଯାଇଥିଲା।
Related posts
-
ସରସ୍ବତୀ ଶିଶୁ ମନ୍ଦିରର ୨୪ ତମ ବାର୍ଷିକ ଉତ୍ସବ
ଭାପୁର,(ନୟାଗଡ଼ ଦର୍ପଣ): ଭାପୁର ବ୍ଲକ ସଦର ମହକୁମା ସ୍ଥିତ ସରସ୍ବତୀ ଶିଶୁ ମନ୍ଦିରର ୨୪ ତମ ବାର୍ଷିକ ଉତ୍ସବ ଶୁକ୍ରବାର ଦିନ... -
ନୟାଗଡ ଜିଲ୍ଲା ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତରେ ୪୫୪୭ଟି ମାମଲା ଫଏସଲା
December 14, 2024 Jajati Comments Off on ନୟାଗଡ ଜିଲ୍ଲା ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତରେ ୪୫୪୭ଟି ମାମଲା ଫଏସଲାନୟାଗଡ଼, (ନୟାଗଡ଼ ଦର୍ପଣ): ଜାତୀୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦେଶମତେ ଆଜି ନୟାଗଡ ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ପରିସରରେ... -
ବିଶ୍ବ ଏଡ଼ସ୍ ଦିବସ ସଚେତନତା କାର୍ଯ୍ୟକ୍ରମ
ନୟାଗଡ଼, (ନୟାଗଡ଼ ଦର୍ପଣ): ଲାଠିପଡ଼ାସ୍ଥିତ ମଡେଲ ଡିଗ୍ରୀ କଲେଜଠାରେ ବିଶ୍ବ ଏଡ଼ସ୍ ଦିବସ ପରିପ୍ରେକ୍ଷୀରେ ଯୁବ ରେଡକ୍ରସ ଆନୁକୂଲ୍ୟରେ ଏକ ସଚେତନତା...