ନୟାଗଡ଼ ଗସ୍ତରେ ଓଡିଶା ରାଜ୍ୟ ଖାଦ୍ୟ ଆୟୋଗ ଅଧ୍ୟକ୍ଷ ପ୍ରମୋଦ ମେର୍କାପ

ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡିଶା ରାଜ୍ୟ ଖାଦ୍ୟ ଆୟୋଗ ଅଧ୍ୟକ୍ଷ ପ୍ରମୋଦ କୁମାର ମେର୍କାପ ନୟାଗଡ଼ ଗସ୍ତରେ ଆସି ଜିଲ୍ଲାର ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି। ଏଥିସହିତ ଆୟୋଗର ସଦସ୍ୟ ଦିଗବିଜୟ ନାଥ ପାଢ଼ୀ, ସଦଶ୍ୟ ସମରେନ୍ଦ୍ର ଷଡ଼ଙ୍ଗୀ, ପ୍ରଶାସନିକ ଅଧିକାରୀ ଓ ପରାମର୍ଶଦାତା ତମାଲ ରେଜା ପ୍ରମୁଖ ଯୋଗଦେଇଥିଲେ । ପ୍ରଶାସନ ପକ୍ଷରୁ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ସୁବାଷ ଚନ୍ଦ୍ର ରାୟ ଓ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାର ମାନେ ବିଭିନ୍ନ ସ୍ଥାନ ପରିଦର୍ଶନ କରିଥିଲେ । ଅଧ୍ୟକ୍ଷ ସରକାରୀ ସୁଲଭ ମୁଲ୍ୟ ଦୋକାନ, ଶରଣକୁଳ ଗ୍ରା.ପ. ରେ ରେସନ କାର୍ଡଧାରୀ ମାନଙ୍କ ସହିତ ଆଲୋଚନା କରିଥିଲେ । ସେମାନଙ୍କର ଭଲ ମନ୍ଦ ବୁଝିଥିଲେ । ଏଥି ସହିତ ମିଶନ ଶକ୍ତି ଏସଏଚଜିର ଜୀବିକା ଓ ଦୃଷ୍ଟି ସମ୍ବଳୀୟ କାର୍ଯ୍ୟକ୍ରମ ବିଷୟରେ ପଚାରି ବୁଝିଥିଲେ । ସ୍ୱୟଂ ସହାୟକ ଗୋଷ୍ଠି ଦ୍ୱାରା କରାଯାଇଥିବା ଛତୁଚାଷ ପରିଦର୍ଶନ କରିଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ପୁଷ୍ଟି ପୁନର୍ବାସ କେନ୍ଦ୍ର ପରିଦର୍ଶନ କରିଥିଲେ ଓ ଅନ୍ତେବାସୀ ମାନଙ୍କ ସହିତ ଆଲୋଚନା କରିଥିଲେ । ସର୍ବୋପରି ନୟାଗଡ଼ ଜିଲ୍ଲାର ସରକାରଙ୍କ ତରଫରୁ ପରିଚାଳିତ ବିଭିନ୍ନ ପୁଷ୍ଟି ସମ୍ପର୍କିତ କାର୍ଯ୍ୟକ୍ରମର ସନ୍ତୋଷ ପ୍ରକାଶ କରିଥିଲେ । ଏତଦ ବ୍ୟତୀତ ଗୋଡିଆଳି ସ୍ଥିତ ଅଙ୍ଗନୱାଡି କେନ୍ଦ୍ର ଓ ଇଟାମାଟିରେ ପ୍ରସ୍ତୁତ ଛତୁଆ କେନ୍ଦ୍ର ପରିଦର୍ଶନ କରିଥିଲେ ।

Related posts