ନୟାଗଡ଼ ଟାଇକୋଣ୍ଡ ସ୍ପୋର୍ଟସ ଆସୋସିଏସନର ୧୫ତମ କଲରବେଲ୍ଟ ପ୍ରମୋସନ ଟେଷ୍ଟ

ନୟାଗଡ,(ନୟାଗଡ଼ ଦର୍ପଣ): ନୟାଗଡ଼ ଟାଇକୋଣ୍ଡ ସ୍ପୋର୍ଟସ ଆସୋସିଏସନ ଓ ନୟାଗଡ଼ ମାର୍ଶାଲ ଆର୍ଟ ଆକାଡେମୀ ତରଫରୁ ୧୫ତମ ଟାଇକୋଣ୍ଡ କଲର ବେଲ୍ଟ ପ୍ରମୋସନ ଟେଷ୍ଟ ନିୟୁରାଜବାଟିରେ ଥିବା କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରମୋସନ ଟେଷ୍ଟରେ ନୟାଗଡ ଜିଲ୍ଲାରୁ ୫୧ଜଣ ଛାତ୍ରଛାତ୍ରୀ ବିଭିନ୍ନ ବେଲ୍ଟ ଯଥା ଏଲୋ ବେଲ୍ଟ, ଗ୍ରୀନ ବେଲ୍ଟ, ବ୍ଲୁ ବେଲ୍ଟ, ଓ ରେଡ ବେଲ୍ଟ ପରୀକ୍ଷା କରାଯାଇଥିଲା । ଏହି ବେଲ୍ଟ ପରୀକ୍ଷାରେ ପରିକ୍ଷାର୍ଥୀମାନେ ହାତ ଗୋଡ ସାହାଯ୍ୟରେ ପଟା ଓ ଇଟା ଭାଙ୍ଗିବା କଳା ପ୍ରଦର୍ଶନ କରିଥିଲେ । ବାଳିକା ମାନେ ଆତ୍ମରକ୍ଷା କଳା ପ୍ରଦର୍ଶନ କରିଥିଲେ ।
ଏହି ପ୍ରମୋସନ ଟେଷ୍ଟରେ ନୟାଗଡ ବିଧାୟକ ତଥା ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସହ ସ୍ବାସ୍ଥ୍ୟ ସମ୍ପର୍କରେ ସଂକ୍ଷିପ୍ତ ଟିପ୍ପଣୀ ରଖିଥିଲେ ଏବଂ ଆୟୋଜକଙ୍କୁ ଖୁବ ପ୍ରଶଂସା କରିଥିଲେ । ଏହି ଅବସରରେ ଓଡ଼ିଶା ଟାଇକୋଣ୍ଡ ସଂଘର ରାଜ୍ୟ ସମ୍ପାଦକ ମାଷ୍ଟର ମନମୋହନ ଭଞ୍ଜ ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ତାଇକୋଣ୍ଡର ଉପକାରିତା ସଂପର୍କରେ ତଥ୍ୟ ପ୍ରଦାନ କରିଥିଲେ ଏବଂ ପରିକ୍ଷକ ଭାବେ ପରୀକ୍ଷାର୍ଥୀମାନଙ୍କ ପରୀକ୍ଷା ନେଇଥିଲେ । ଅନ୍ୟତମ ଅତିଥିଭାବେ ନୟାଗଡ ଟାଇକୋଣ୍ଡ ସ୍ପୋର୍ଟସ ଆସୋସିଏସନର ସଭାପତି କୈଳାସ ଚନ୍ଦ୍ର ଜେନା ଏବଂ ନୟାଗଡ଼ ମୁନିସପାଲିଟିର ପୂର୍ବତନ ଅଧକ୍ଷ ଗୁରୁପ୍ରସାଦ ଜେନା ସଂମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ଏହି କଲର ବେଲ୍ଟ ପ୍ରମୋସନ ଟେଷ୍ଟକୁ ନୟାଗଡ ମାର୍ଶାଲ ଆର୍ଟ ଆକାଡେମୀର ପ୍ରଶିକ୍ଷକ ତଥା ସମ୍ପାଦକ ମାଷ୍ଟର ଭବାନୀ ଶଙ୍କର ରାୟଗୁରୁ ପରିଚାଳନା କରିଥିଲେ ଏବଂ ଗୋପୀ ସାହୁ ସମ୍ବର୍ଦ୍ଧନା କରିଥିଲେ । ସଂଘର ଉପସଭାପତି ରଶ୍ମି ରଞ୍ଜନ ଜେନା, ସଂଘର କୋଷାଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ସାହୁ, ନୟାଗଡ଼ ମାର୍ଶାଲ ଆର୍ଟ ଆକାଡେମୀର ବରିଷ୍ଟ ବ୍ଲାକବେଲ୍ଟମାନେ, ରାଜେଶ କୁମାର ସାହୁ, ପୃଥିବୀ ରାୟଗୁରୁ, ଶିବାନନ୍ଦ ରାୟଗୁରୁ, ଶୁଭଶ୍ରୀ ରାୟଗୁର, ଲିପ୍ସା ସାହୁ, ଶିମରନ ସିଧେଶ୍ବରି ନାୟକ, ରିତିକ୍ ରଞ୍ଜନ ମହାପାତ୍ର, ଲିଜା ପରିଡା, ତଥା ଆଶିଶ୍ ଓମ ପ୍ରକାଶ, ଜୟପ୍ରକାଶ ସ୍ବାଇଁ, ଖେଳାଳି ମାନଙ୍କର ଅଭିଭାବକ, ଅଭିଭାବକ ମାନେ ସହଯୋଗ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ପୂର୍ବତନ ନଗରପାଳ ଗୁରୁପ୍ରସାଦ ଜେନା ଆକାଡେମୀର ୯ ଜଣ ଛାତ୍ରଛାତ୍ରୀଙ୍କୁ ବ୍ଲାକ ବେଲ୍ଟ ସହ ସାର୍ଟିଫିକେଟ ପ୍ରଦାନ କରିଥିଲେ।

Related posts