ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଓଡଗାଁ ବ୍ଲକ ଅନ୍ତର୍ଗତ ରୋହିବାଙ୍କ ଉଚ୍ଚ ବିଦ୍ୟାଳୟରେ ୭୫ତମ ବାର୍ଷିକ ପୁରସ୍କାର ଉତ୍ସବ ଅନୁଷ୍ଠିତ ହୋଇସାରିଛି। ଉତ୍ସବ ରେ ମୁଖ୍ୟଅତିଥିଭାବେ ତହସିଲଦାର ଡ଼.ମାନସ ରଞ୍ଜନ ଭୋଇ ଯୋଗଦେଇଥିବାବେଳେ ମୁଖ୍ୟ ବକ୍ତା ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରିଣୀ ସୁଶ୍ରୀ ପ୍ରୀତିବାଳା ରଣା, ସମ୍ମାନୀତ ଅତିଥିଭାବେ ଓଡଗାଁ ଅତିରିକ୍ତ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ରାଜକିଶୋର ସାହୁ, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଲଳିତ ମୋହନ ମିଶ୍ର, ରୋହିବାଙ୍କ ଗ୍ରାମ ପଞ୍ଚାୟତ ସରପଞ୍ଚ ତଥା ବିଦ୍ୟାଳୟ ପରିଚାଳନା କମିଟି ସଭାପତି ମହନ୍ତ ବେହେରା, ବିଦ୍ୟାଳୟ ଆଲୁମିନି କମିଟି ସଭାପତି ଭୀମସେନ ନାୟକ, ବିଦ୍ୟାଳୟର ପୂର୍ବତନ ପ୍ରଧାନଶିକ୍ଷକ ଜଳନ୍ଧର ରଥ, ରୋହିବାଙ୍କ ଗ୍ରାମ ସଭାପତି ରାଜେଶ ସୁବୁଦ୍ଧି, ସମ୍ପାଦକ କାହ୍ନୁଚରଣ ଗୌଡ଼ ସମାଜ ସେବି ଡିଲେଶ୍ଵର ପାତ୍ର ଓ ସଭାପତି ଭାବେ ବିଦ୍ୟାଳୟ ପ୍ରଧାନଶିକ୍ଷୟିତ୍ରୀ ବିଷ୍ନୁପ୍ରିୟା ବାରିକ ଯୋଗଦେଇଥିଲେ। ବିଦ୍ୟାଳୟର ସ୍କାଉଟଗାଇଡ଼ କଲର ପାର୍ଟି ଅତିଥିଙ୍କୁ ସ୍ୱାଗତ କରାଇ ଥିଲେ। ଅତିଥିମାନେ ପ୍ରଭୁ ଜଗନ୍ନାଥଙ୍କ ଫଟୋ ଚିତ୍ରରେ ଧୂପଦ୍ବୀପ ଓ ପୁଷ୍ପ ପ୍ରଦାନ ଥିବାବେଳେ କୁନି ପିଲାଙ୍କ ସ୍ୱାଗତ ନୃତ୍ୟ ବହୁତ ଆନନ୍ଦିତ ହୋଇଥିଲା।

ବିଦ୍ୟାଳୟ ଶିକ୍ଷକ ପ୍ରକୃତିବନ୍ଧୁ ସନ୍ତୋଷ କୁମାର ସାହୁ ଅତିଥିଙ୍କ ପରିଚୟ ପ୍ରଦାନ କରିଥିବାବେଳେ ବିଦ୍ୟାଳୟର ବିବରଣୀ ପଠନ କରିଥିଲେ ବିଜ୍ଞାନ ଶିକ୍ଷୟିତ୍ରୀ ଅବନ୍ତୀ ବେହେରା। ମୁଖ୍ୟବକ୍ତା ସୁଶ୍ରୀ ରଣା ରଙ୍ଗବେରଙ୍ଗୀ ଫୁଲଭଳି ପିଲାଙ୍କୁ ତୁଳନାକରି ମହାଦ୍ରୁମ ତିଆରି କରିବାରେ ଉଭୟ ଶିକ୍ଷକ ଓ ପରିବାରର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହୁଥିବା ପ୍ରକାଶ କରିଥିବାବେଳେ ମୁଖ୍ୟଅତିଥି ଶିକ୍ଷାତ୍ରୀଙ୍କ ସମୟାନୁ ବର୍ତ୍ତିତାକୁ ପିଲାମାନେ ସୂର୍ଯ୍ୟଙ୍କୁ ନିଦରୁ ଉଠାଉଥିବା ନା ସୂର୍ଯ୍ୟ ପିଲାଙ୍କୁ ନିଦରୁ ଉଠାଉଥିବା ପ୍ରଶ୍ନ କରି ମଜାଦାର ଢଙ୍ଗୀରେ ପିଲାଙ୍କ ଅକଲ ଗୁଡ଼ୁମ କରାଇଦେଇଥିଲେ। ଅତିରିକ୍ତ ଶିକ୍ଷାଧିକାରୀ ପାଠ ସହିତ ପିଲାଙ୍କ ଉତ୍ତମ ଚରିତ୍ର ଗଠନରେ ଶିକ୍ଷକଙ୍କ ଗୁରୁତ୍ୱ ଉପରେ ପ୍ରକାଶ କରିଥିଲେ। ଅଖାଡିଆଁ, ଦୌଡ଼ ବାଧକ, ଗଣିତ ଦୌଡ,ପୁଚି, ମିଉଜିକ ଚେୟାର, ୧୦୦, ୨୦୦, ୩୦୦, ୮୦୦,୧୫୦୦ ମିଟର ଦୌଡ, ଜାଭେଲିନ, ଉଚ୍ଚଡିଆଁ ଭଳି ଉଭୟ ପୁଅ ଓ ଝିଅଙ୍କ ପ୍ରାୟ ୫୨ ପ୍ରକାରର ପ୍ରତିଯୋଗିତା କରାଯାଇ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ।
କନିଷ୍ଠ ବିଭାଗରେ ସ୍ୱାଧୀନ ନାୟକ, ବରିଷ୍ଠ ବିଭାଗରେ ନିଶି ସାହୁ ଓ ସିତୁ ବେହେରା ଚାରିଚାରୋଟି ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରି ଚାମ୍ପିୟାନ ହୋଇଥିଲେ। ଉପାନ୍ତ ଅଞ୍ଚଳରୁ ଆସି ବିଦ୍ୟାଳୟପାଇଁ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୁହ କ୍ରୀଡା ପ୍ରତିଯୋଗିତାରେ ଉଭୟ ଅଙ୍କିତା ନାୟକ ୮୦୦, ୧୫୦୦ ଓ ୩୦୦୦ ମିଟର ଦୌଡ ପ୍ରତିଯୋଗିତା ରେ ଓ ଖୋଖୋରେ ନିଶିସାହୁ ଗୌରବ ଆଣିଥିବାରୁ ଉଭୟଙ୍କୁ ମୁଖ୍ୟ ଅତିଥି ଓ ମୁଖ୍ୟ ବକ୍ତା ସମ୍ମାନିତ କରିଥିବା ସହିତ ଏପରି ସୁଯୋଗ ପାଉ ନଥିବା ଛାତ୍ର ଛାତ୍ରୀଙ୍କୁ ଅଧିକ ମାତ୍ରାରେ ସୁଯୋଗ ଦେବା ସହିତ ଖେଳ ଓ କ୍ରୀଡା ଶିକ୍ଷକ ଆଲୋକ ନାୟକଙ୍କୁ ବହୁ ପ୍ରସଂସା କରିଥିଲେ। ଶେଷରେ ଶିକ୍ଷକ ରାଧାଗୋବିନ୍ଦ ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିବାବେଳେ ଛାତ୍ର ଛାତ୍ରୀଙ୍କ ରଙ୍ଗାରଙ୍ଗ ନୃତ୍ୟ ମନ ମୋହିଥିଲା।

