ସେବା ପରିବାରର ବନ୍ଧୁ ମିଳନ ଉତ୍ସବ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସେବା ଉତ୍ସବ ସମିତି ଆନୁକୂଲ୍ୟରେ ସେବା ପରିବାରର ବନ୍ଧୁମିଳନ ଉତ୍ସବ ନୟାଗଡ଼ ଝରିଦେଇ ପୀଠରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ଜିଲ୍ଲାର ବିଭିର୍ଣ୍ଣ ସାମାଜିକ ସଂଗଠନର କର୍ମକର୍ତା ମାନେ ଏକାଠି ହୋଇଥିବା ବେଳେ ଆଗାମୀ ଦିନରେ ସାରା ନୟାଗଡ଼ରେ କିଭଳି ସେବା କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ କରାଯିବା ସହ ଯୁବକ ମାନଙ୍କୁ ଏଥିରେ ଯୋଡ଼ାଯିବ ସେନେଇ ଆଲୋଚନା ହୋଇଥିଲା। ନୟାଗଡ଼ଜିଲ୍ଲାରେ ସମସ୍ତ ସ୍ବେଛାସେବୀ ସଂଗଠନ ମାନଙ୍କୁ ନେଇ ଜିଲ୍ଲାରେ କିଭଳି ଗଠନମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯିବ ଏନେଇ ଉପସ୍ଥିତ ଯୁବ ସ୍ବେଛାସେବୀମାନେ ନିଜର ମତ ରଖିଥିଲେ।

ନୟାଗଡ଼ ସେବା ଉତ୍ସବ ସମିତି ଅଧକ୍ଷ ଶିବରାମ ମହାପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଆୟୋଜିତ ଏହି ବନ୍ଧୁମିଳନ ଉତ୍ସବରେ ଡାକ୍ତର ଅରବିନ୍ଦ ଦାଶ,ସମାଜସେବୀ ସନ୍ତୋଷ ପ୍ରଧାନ, ସାମ୍ବାଦିକ ପୁରୁଷୋତ୍ତମ ମହାପାତ୍ର, ଜୟନ୍ଦ୍ର ବେହେରା,ବିଶିଷ୍ଠ ସମାଜସେବୀ ବଂଶୀଧର ସାହୁ, ଯୁବ ଉଦ୍ୟୋଗୀ ଚନ୍ଦନ ସାହୁ, ସାମାଜିକ କର୍ମୀ ବିଭୁତି ପଟ୍ଟନାୟକ, ରଞ୍ଜନ ପଣ୍ଡା, ଇକିରି ପଞ୍ଚାୟତ ସଭାପତି ସ୍ନେହ ରଞ୍ଜନ ଦାସ ଜୟସିଂହ, ଦେବଦୁତ ସେବା ପରିଷଦ ସଦସ୍ୟ ପ୍ରଭୁଦତ୍ତ ପ୍ରଧାନ, ଯୋଗବେଦାନ୍ତ ସମିତି ସଦସ୍ୟ ଅନ୍ତର୍ଯ୍ୟାମୀ ସାହୁ,  ଆଇନଜୀବୀ ବିଶ୍ୱେଶ ରଞ୍ଜନ ମହାପାତ୍ର  ପ୍ରମୁଖ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସେବା ଉତ୍ସବ ସମିତି ପକ୍ଷରୁ ପ୍ରଶାନ୍ତ କୁମାର ସାହୁ,  ପରମେଶ୍ୱର ସାହୁ, ଉମାକାନ୍ତ ମହାପାତ୍ର, ଗୁଲସନ ଦାସ ଓ ଦେବଦୂତ ସେବା ପରିଷଦର ସମସ୍ତ କର୍ମକର୍ତା ମାନେ ଆଜିର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Related posts